Saturday, April 25, 2026 05:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଡ଼ିଶାରେ ୫-ଜି ସେବା ପ୍ରଚାରସର୍ବସ୍ୱ ନ ହେଉ: ବିଜେଡ଼ି

by Our Correspondent
05 Jan, 2023- 07:01 PM
in Latest News, News
1 min read
0
ଓଡ଼ିଶାରେ ୫-ଜି ସେବା ପ୍ରଚାରସର୍ବସ୍ୱ ନ ହେଉ: ବିଜେଡ଼ି

ଭୁବନେଶ୍ୱର: ଆଜି ଓଡ଼ିଶାର ଦୁଇଟି ସହର କଟକ ଓ ଭୁବନେଶ୍ୱରରେ ଯେଉଁ ୫-ଜି ସେବାର ଶୁଭାରମ୍ଭ ହୋଇଛି, ତାହା ସ୍ୱାଗତଯୋଗ୍ୟ । କିନ୍ତୁ ଓଡ଼ିଶାର ବହୁ ଗ୍ରାମାଞ୍ଚଳରେ ଏଯାଏଁ ୨-ଜି ଓ ୩-ଜି ସେବା ଉପଲବ୍ଧ ନାହିଁ । ଫଳରେ ଲୋକେ ମୋବାଇଲ ଓ ଇଣ୍ଟରନେଟ ସେବାରୁ ବଞ୍ଚିତ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ କେନ୍ଦ୍ର ସରକାରଙ୍କ ଏହି ୫-ଜି ସେବା କେବଳ ପ୍ରଚାରସର୍ବସ୍ୱ ହୋଇ ନଯାଉ ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି । ଓଡ଼ିଶାର ସମସ୍ତ ଅଞ୍ଚଳକୁ ମୋବାଇଲ ଓ ଇଣ୍ଟରନେଟ୍ ସେବା ତୁରନ୍ତ ଯୋଗାଇ ଦେବାକୁ ବିଜୁ ଜନତା ଦଳ ଦାବି କରିଛି ।

ଆଜି ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏହି ପ୍ରସଙ୍ଗ ଉତଥାପନ କରି କହିଛନ୍ତି ଯେ ଟେଲି ଘନତ୍ୱ କ୍ଷେତ୍ରରେ ଦେଶର ସବୁଠାରୁ ୫ ପଛୁଆ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ । ଗତ ୨୦୨୨ ଜୁଲାଇ ମାସରେ ‘ଟ୍ରାଇ’ ପକ୍ଷରୁ ପ୍ରକାଶିତ ସଦ୍ୟତମ ରିପୋର୍ଟର ତଥ୍ୟ ଅନୁଯାୟୀ ଦେଶର ହାରାହାରି ଟେଲି ଘନତ୍ୱ ୮୫% ରହିଥିବା ବେଳେ ଓଡ଼ିଶାରେ ଏହା ହାରାହାରି ୭୫% ଏବଂ ଓଡ଼ିଶାର ଗ୍ରାମାଞ୍ଚଳରେ ମାତ୍ର ୬୭% ରହିଛି । ଏପରିକି ଦେଶର ସର୍ବାଧିକ ପଛୁଆ ଅଞ୍ଚଳ ଭାବେ ବିବେଚିତ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଟେଲି ଘନତ୍ୱ ଓଡ଼ିଶା ଠାରୁ ଅଧିକ ୭୮% ଏବଂ ଜାମ୍ମୁ-କାଶ୍ମୀରରେ ୮୦% ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଓଡ଼ିଶାର ୬୨୭୮ ଗାଁରେ ମୋବାଇଲ ଓ ଇଣ୍ଟରନେଟ ସେବା ପହଞ୍ଚି ପାରୁନାହିଁ । ଏହି ସେବା ପହଞ୍ଚାଇବାକୁ ୨୫୦୦ ଟାୱାରର ଆବଶ୍ୟକତା ରହିଥିବା ବେଳେ ଏଯାଏଁ ମାତ୍ର ୪୮୮ଟି ଟାୱାର ମଞ୍ଜୁର ହୋଇଛି । ମୁଖ୍ୟତଃ ଆଦିବାସୀ ବର୍ଗର ଲୋକେ ରହୁଥିବା ନକ୍ସଲ ପ୍ରବଣ ଇଲାକାରେ ଟାୱାର ନଥିବାରୁ ଲୋକେ ଶିକ୍ଷା ଓ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ଅର୍ଥ ମଧ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇ ପାରୁନାହିଁ ।

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଣୀତ ୫-ଟି ଆଜି ପ୍ରଶାସନର ଏକ ଆଦର୍ଶ ମଡ଼େଲ ଭାବରେ ଆଦୃତ ହୋଇଛି । ସେଥିରେ ଏକ ସ୍ତମ୍ଭ ହେଉଛି ଟେକ୍ନୋଲୋଜି । ତେଣୁ ଟେକ୍ନୋଲୋଜିକୁ ଗ୍ରହଣ କରି ଲୋକଙ୍କ ପାଖରେ ବିଭିନ୍ନ ସେବା ପହଞ୍ଚାଇବା ମୂଳ ଲକ୍ଷ୍ୟ ହେବା ଉଚିତ୍ । ମାତ୍ର ଟେଲିକମ୍ ଓ ଇଣ୍ଟରନେଟ୍ ସେବା କ୍ଷେତ୍ରରେ ସବୁଠାରୁ ଅବହେଳିତ ରହିଆସିଥିବା ଓଡ଼ିଶାରେ ଟେକ୍ନୋଲୋଜିର ମୁଖ୍ୟ ଉଦେ୍ଦଶ୍ୟ ସାଧିତ ହୋଇପାରୁ ନାହିଁ । ଏବେ ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ମିଳୁଥିବା ଟେଲି ସେବା ମଧ୍ୟ ଅତ୍ୟନ୍ତ ଦୁର୍ବଳ । ନେଟୱାର୍କ ନଥିବାରୁ କୋଭିଡ୍ ସମୟରେ ପିଲାମାନେ ଅନଲାଇନ୍ ରେ ପାଠପଢ଼ା ପାଇଁ କେମିତି ହଇରାଣ ହେଉଥିଲେ ଏବଂ ନେଟୱାର୍କ ପାଇବା ଲାଗି ପାହାଡ଼ ଓ ଗଛ ଉପରକୁ ଚଢୁଥିଲେ, ତାହା ସମସ୍ତେ ଜାଣିଛନ୍ତି ।

ଏହି ପରିପ୍ରେକ୍ଷୀରେ କେବଳ ଦୁଇଟି ସହରରେ ୫-ଜି ସେବା ଆରମ୍ଭ କରିଦେଲେ ଓଡ଼ିଶା ଏଥିରୁ ଲାଭବାନ ହୋଇପାରିବ ନାହିଁ । ଯେଉଁ ଓଡ଼ିଶାରେ ଆଜି ବି ଏତେ ସଂଖ୍ୟକ ଗାଁରେ ଲୋକେ ୨-ଜି ଓ ୩-ଜି ସେବା ପାଇପାରୁ ନାହାନ୍ତି, ସେଠାରେ ୫-ଜି ସେବା ପହଞ୍ଚାଯିବ କିପରି ? ଏଥିରେ କେନ୍ଦ୍ର ସରକାରଙ୍କ କୌଣସି ଆନ୍ତରିକତା ଥିବା ଭଳି ଜଣାପଡୁ ନାହିଁ । ଓଡ଼ିଶାର ଗ୍ରାମାଞ୍ଚଳରେ ରହୁଥିବା ଆଦିବାସୀ, ସାଧାରଣ ଜନତା ଏବଂ ସାମଗ୍ରୀକ ଭାବେ ରାଜ୍ୟବାସୀ ଟେଲିକମ୍ ଓ ଇଣ୍ଟରନେଟ୍ କ୍ଷେତ୍ରରେ ଏହାଠାରୁ ଅଧିକ ଉତ୍ତମ ସେବା ପାଇବାକୁ ହକଦାର । ତେଣୁ କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କୁ ଏଭଳି ଦିନରେ ଲଣ୍ଠନ ନ ଦେଖାଇ ଲୋକଙ୍କ ହକ୍ ଏବଂ ସେବା ଯୋଗାଇ ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

Continue Reading
Previous Post

ଓଡ଼ିଶାରେ ୫-ଜି ଟେଲିକମ୍ ସେବା ଆରମ୍ଭ

Next Post

ରାଉରକେଲା ହକି ଷ୍ଟାଡିୟମ୍ ଲୋକାର୍ପିତ

Next Post
ରାଉରକେଲା ହକି ଷ୍ଟାଡିୟମ୍ ଲୋକାର୍ପିତ

ରାଉରକେଲା ହକି ଷ୍ଟାଡିୟମ୍ ଲୋକାର୍ପିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA