Thursday, June 25, 2026 05:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏମିତି ଆଇନଶୃଙ୍ଖଳା: ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶିଲା ଚୋର

ଲୁଟିନେଲା ୫୦ ଲକ୍ଷ ଟଙ୍କାର ସୁନାଗହଣା

by Our Correspondent
26 Jan, 2025- 10:35 PM
in Crime, Latest News, News
1 min read
0
ଏମିତି ଆଇନଶୃଙ୍ଖଳା: ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶିଲା ଚୋର

ଭୁବନେଶ୍ୱର: ଭୟଙ୍କର ଅବସ୍ଥା । ଆଉ ସୁରକ୍ଷିତ ନାହିଁ ରାଜଧାନୀର ଭିଭିଆଇପି ଅଞ୍ଚଳ । ନୟାପଲ୍ଲୀସ୍ଥିତ ଆଇଆରସି ଭିଲେଜ୍ ଏନ-୨ରେ ରହୁଥିବା କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହେବା ତାହାର ଜ୍ୱଳନ୍ତ ଉଦାହରଣ । ସବୁଠାରୁ ସୁରକ୍ଷିତ ମନେ କରାଯାଉଥିବା ନିରଞ୍ଜନ ପଟ୍ଟନାୟକଙ୍କ ଭଳି ଜଣାଶୁଣା ରାଜନେତାଙ୍କ ଘରେ ରାତିଅଧରେ ପଶିବାକୁ ସାହାସ କରିଛି ଚୋର । ଘରର ଦ୍ୱିତୀୟ ମହଲାକୁ ଚଢ଼ି ପାଖାପାଖି ଘଣ୍ଟାଏ କାଳ ନିର୍ବିଘ୍ନରେ ଲୁଟପାଟ୍ କରିଛି । ଟେବୁଲ୍ ଡ୍ରୟାର୍ ଏବଂ ଆଲମାରୀ ଲକର୍ ଭାଙ୍ଗି ଦେଢ଼ଲକ୍ଷ ଟଙ୍କା ଏବଂ ୫୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଛି । ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷାବଳୟରେ ଥିବା ରାଜଧାନୀର ଭିଭିଆଇ ଅଞ୍ଚଳରୁ ଏମିତି ଲୁଟ୍ ହେବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି ।

ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଶନିବାର ରାତିଅଧରେ ପଶିଥିଲା ଚୋର । ସେତେବେଳେ ନିରଞ୍ଜନ ବାବୁ ଏବଂ ତାଙ୍କ ପତ୍ନୀ ପ୍ରଥମ ମହଲାରେ ସେମାନଙ୍କ ରୁମ୍ ରେ ଶୋଇଥିଲେ । ଉପରମହଲାରେ ରହୁଥିବା ତାଙ୍କ ପୁଅ ଦେବଜ୍ୟୋତି ପଟ୍ଟନାୟକ, ପତ୍ନୀ ଏବଂ ଦୁଇଛୁଆ ବାହାରକୁ ଯାଇଥିଲେ । ରାତି ୨ଟା ୪୦ରେ ଘରକୁ ଜଣେ ଚୋର ପଶିଥିବା ସିସିଟିଭି ଫୁଟେଜ୍ ରେ ଦେଖିବାକୁ ମିଳୁଛି । ଗୋଡ଼ରେ ଜୋତା ଏବଂ ମୁହଁରେ ମାସ୍କ ପିନ୍ଧିଛି । ହାତରେ ଟର୍ଚ୍ଚ ଧରି ପାଦ ଚିପି ଚିପି ଚାଲୁଛି ।

ଘରର ପଛପଟ ଦେଇ ଦ୍ୱିତୀୟ ମହଲାରେ ରହୁଥିବା ଦେବଜ୍ୟୋତିଙ୍କ ବେଡ୍ ରୁମ୍ ଝରକା ତାଡ଼ି ଚୋର ଭିତରକୁ ଯାଇଛି । ସୁନା, ଟଙ୍କା ଖୋଜିବାକୁ ଯାଇ ଘରସାରା ଛିନଛତ୍ର କରିଛି । ଆଲମାରୀ ଲକର୍ ଭାଙ୍ଗି ଜିନିଷ ନେଉଥିବା ଦେଖିବାକୁ ମିଳୁଛି ।

ଠିକ୍ ସେହି ସମୟକୁ ଦେବଜ୍ୟୋତି, ତାଙ୍କର ପତ୍ନୀ ଏବଂ ଦୁଇପିଲା ଘରକୁ ଫେରିଥିଲେ । ବେଡ୍ ରୁମ୍ ଭିତରପଟୁ ବନ୍ଦ ଥିବା ଦେଖିଥିଲେ । କବାଟ ପେଲି ଭିତରେ ପଶୁଥିଲା ବେଳେ ଚୋର ପଛ କବାଟ ଦେଇ ଛୁ ମାରିଥିଲା ।

ଡ୍ରୟାର ଏବଂ ଆଲମାରୀରେ ନଗଦ ଦେଢ଼ ଲକ୍ଷ ଟଙ୍କା ଏବଂ ୫୦ ଲକ୍ଷ ଟଙ୍କାର ସୁନାଗହଣା ଥିଲା ଏବଂ ଚୋର ସବୁ ନେଇଯାଇଛି ବୋଲି ଦେବଜ୍ୟୋତି କହିଛନ୍ତି ।

ଖବର ପାଇ ପୁଲିସ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସାହାଯ୍ୟରେ ଛାନଭିନ୍ ଆରମ୍ଭ କରିଛି । ପୁଲିସ କମିସନର ଦେବଦତ୍ତ ସିଂ ଏବଂ ଡିସିପି ପିନାକ ମିଶ୍ର ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି । ଖୁବ୍ ଶୀଘ୍ର ଚୋର ଧରାପଡ଼ିଯିବେ ବୋଲି ଡିସିପି ଆଶ୍ୱାସନା ଦେଇଛନ୍ତି ।

ତେବେ ରାତି ପାହିଲେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ରାଜଧାନୀ ସହର ସାରା ୧୪ ପ୍ଲାଟୁନ୍ ପୁଲିସ ପଇଁତରା ମାରୁଥିଲା ବେଳେ ନୟାପଲ୍ଲୀ ଭିଭିଆଇପି ଅଞ୍ଚଳରେ ରହୁଥିବା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଚୋର ପଶିବା ଆଲୋଡ଼ନ ସୃଷ୍ଟି କରିଛି । ତାଙ୍କ ଘର ଜଗିବା ପାଇଁ ଘରୋଇ ସୁରକ୍ଷା କର୍ମଚାରୀ ନିୟୋଜିତ ହୋଇଥିବା ସତ୍ତ୍ୱେ ଚୋର ସେଠାରେ ପଶିବାକୁ କେମିତି ସାହାସ କଲା ଏବଂ ଅନାୟାସରେ ଚୋରି କରି ଖସିଗଲା ତାହା କେହି ବୁଝିପାରୁନାହାନ୍ତି ।

ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହେବା ଘଟଣାରେ ସରକାରଙ୍କୁ ଘେରିଛି ବିଜେଡି । ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀରେ ସୁରକ୍ଷା କଡ଼ାକଡ଼ି ଥିଲା ବେଳେ ସମ୍ବ୍ରାନ୍ତ ଅଞ୍ଚଳରୁ ଚୋରି ହେବା ଦୁର୍ଭାଗ୍ୟଜନକ ବୋଲି ଦଳର ମୁଖପାତ୍ର ତଥା ସାଂସଦ ସୁଲତା ଦେଓ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଡବଲ ଇଞ୍ଜିନ ସରକାରରେ ଲୋକଙ୍କ ଡବଲ ଡର ଯାହାକି ବିଜେପି ସରକାରଙ୍କ ଉପହାର । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ଫୋନ୍ କରି ନିରଞ୍ଜନ ପଟ୍ଟନାୟକଙ୍କଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି ।

Previous Post

ଭାଙ୍ଗିଲା ବିଜେଡିର ଛାମୁଆ ସଂଗଠନ

Next Post

ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା

Next Post
ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା

ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA