Friday, June 26, 2026 08:50 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ‘୫-ଟି’ ଛାଟ

ଅଧିକାରୀଙ୍କ ଛୁଟି ମାଡ଼ ଖାଇଗଲା

by Our Correspondent
09 Jul, 2023- 10:15 PM
in Latest News, News
1 min read
0
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ‘୫-ଟି’ ଛାଟ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଅନୁଯାୟୀ ସ୍ୱଚ୍ଛତା ଓ ଆନ୍ତରିକତା ସହକାରେ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ । ଏଥିରେ ଖିଲାପକୁ ଆଦୌ ସହ୍ୟ କରାଯିବ ନାହିଁ । ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଭାଗୀୟ ଅଧିକାରୀମାନଙ୍କୁ ଏହା ରୋକଠୋକ୍ ଶୁଣାଇ ଦେଇଛନ୍ତି ।

୮ ଦିନିଆ ବିଦେଶ ଗସ୍ତର ଅବ୍ୟବହିତ ପୂର୍ବରୁ ଗତକାଲି ମନ୍ତ୍ରୀ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଅଚାନକ ବୈଠକ ଡାକିଥିଲେ । ଦ୍ୱିତୀୟ ଶନିବାର ଛୁଟି ଦିନ ସତ୍ତ୍ୱେ ବୈଠକରେ ସମସ୍ତ ଅଧିକାରୀଙ୍କୁ ଉପସ୍ଥିତ ରହିବା ପାଇଁ କୁହାଯାଇଥିଲା । ଦୀର୍ଘ ଅଢ଼େଇ ଘଣ୍ଟା ଧରି ସମୀକ୍ଷା ବୈଠକ କରିଥିଲେ ମନ୍ତ୍ରୀ ଶ୍ରୀ ନାୟକ ।

ପେନସନ୍ ପ୍ରଦାନ ପ୍ରସଙ୍ଗକୁ ଆଲୋଚନାରେ ପ୍ରାଥମିକତା ଦିଆଯାଇଥିଲା । ପେନସନ୍ ପ୍ରଦାନରେ ବିଭିନ୍ନ ତ୍ରୁଟି ବିଚ୍ୟୁତି ଅଭିଯୋଗକୁ ମନ୍ତ୍ରୀ ଗୁରୁତର ସହ ଗ୍ରହଣ କରିଥିଲେ । ଉଚ୍ଚଶିକ୍ଷା ବିଭାଗରେ ଏକ ଉତ୍ସର୍ଗୀକୃତ ପେନସନ୍ ସେଲ୍ କାର୍ଯ୍ୟ କରିବ ଏବଂ ୫-ଟି ଉପକ୍ରମ ଅନୁଯାୟୀ ସ୍ୱଚ୍ଛତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଅବସରଗ୍ରହଣ ଦିନ ହିଁ କର୍ମଚାରୀମାନଙ୍କୁ ପେନସନ୍ ପ୍ରଦାନ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେବା ସହ ବକେୟା ପେନ୍‌ସନ୍‌ ମାମଲାଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଫଇସଲା କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ନିଷ୍ପତ୍ତି ଅନୁଯାୟୀ, ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟାପିକ/ଅଧ୍ୟାପିକା ପଦବୀ ଓ ଶିକ୍ଷାଦାନ ବ୍ୟତୀତ ଅନ୍ୟାନ୍ୟ ପଦବୀ ପୂରଣ ନିମନ୍ତେ  ପଦକ୍ଷେପ ଗ୍ରହଣ କରାଯିବ । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସରକାରୀ/ସରକାରୀ ଅନୁଦାନପ୍ରାପ୍ତ/ଜି.ଆଇ.ଏ ମହାବିଦ୍ୟାଳୟଗୁଡ଼ିକର ବିଭିନ୍ନ ବିଭାଗରେ ଥିବା ପଦବୀଗୁଡ଼ିକ ନିମନ୍ତେ ଡାଟାବେସ୍‌ ପ୍ରସ୍ତୁତି ଓ ଖାଲିଥିବା ପଦବୀଗୁଡ଼ିକୁ ନିରୀକ୍ଷଣ ଏବଂ ଯୁକ୍ତିଯୁକ୍ତ କରିବା ଉପରେ ପରାମର୍ଶ ଦେଇଥିଲେ ।

ରୁସା(ଆର୍‌ୟୁଏସ୍‌ଏ) ସ୍ଥିତି ଓ ବିଶ୍ୱବ୍ୟାଙ୍କ ଅନୁଦାନ, ଛାତ୍ରବୃତ୍ତି ଏବଂ ଅନ୍ୟାନ୍ୟ ବିଷୟ ସମ୍ବନ୍ଧରେ ମନ୍ତ୍ରୀ ସମୀକ୍ଷା କରିଥିଲେ । ରାଜ୍ୟରେ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଉଚ୍ଚଶିକ୍ଷାର ମାନବୃଦ୍ଧି ଏବଂ ବିକାଶ ଉପରେ ସବିଶେଷ ଆଲୋଚନା ହୋଇଥିଲା । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିଭିନ୍ନ ହେଡ୍‌ରେ ଥିବା ଅନୁଦାନ ରାଶି ସଠିକ୍‌ ଭାବେ ବିନିଯୋଗ କରିବା, ନାକ୍‌ (ଏନ୍‌ଏଏସି) ରାଙ୍କିଂ ଏବଂ ଏନ୍‌ଆଇଆର୍‌ଏଫ୍‌ରେ ଅଂଶଗ୍ରହଣ କରିବା ସଂପର୍କରେ ମଧ୍ୟ ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା । ବିଭିନ୍ନ ମହାବିଦ୍ୟାଳୟରେ ଗଚ୍ଛିତ ଥିବା ଅର୍ଥରାଶି ଏବଂ ତା’ର ସହଳ ବିନିଯୋଗ ଉପରେ ସମୀକ୍ଷା କରିବାକୁ ଉଚ୍ଚଶିକ୍ଷା ସଚିବଙ୍କୁ ମନ୍ତ୍ରୀ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଥିଲେ ।

ଏହି ସମୀକ୍ଷା ବୈଠକରେ ବିଭାଗୀୟ ସଚିବ ଅରବିନ୍ଦ ଅଗ୍ରୱାଲ୍‌ଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Previous Post

ଶିକ୍ଷାନୁଷ୍ଠାନ ମୂଲ୍ୟାୟନରେ ରାଜନୀତି ଅଭିଯୋଗ ଆଣିଲା ବିଜେଡି

Next Post

ଆରମ୍ଭ ହେଲା ‘ଆମ ଓଡିଶା ନବୀନ ଓଡିଶା’

Next Post
ଆରମ୍ଭ ହେଲା ‘ଆମ ଓଡିଶା ନବୀନ ଓଡିଶା’

ଆରମ୍ଭ ହେଲା ‘ଆମ ଓଡିଶା ନବୀନ ଓଡିଶା’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA