Wednesday, April 22, 2026 07:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆରମ୍ଭ ହେଲା ‘ଆମ ଓଡିଶା ନବୀନ ଓଡିଶା’

ସଂସ୍କୃତି ସଂରକ୍ଷଣ ପାଇଁ ପ୍ରତି ପଞ୍ଚାୟତକୁ ମିଳିବ ୧୦ ଲକ୍ଷ

by Our Correspondent
10 Jul, 2023- 11:12 PM
in Latest News, News
1 min read
0
ଆରମ୍ଭ ହେଲା ‘ଆମ ଓଡିଶା ନବୀନ ଓଡିଶା’

ଭୁବନେଶ୍ୱର: ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ସହିତ ଗାଁ ଗାଁରେ ଥିବା ପୂଜାସ୍ଥଳ ଓ ଐତିହାସିକ ଗୁରୁତ୍ୱ ବହନ କରୁଥିବା ସ୍ଥାନ ଗୁଡିକର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି । ଓଡିଶାର ଗାଁ ଗୁଡିକରେ ଥିବା ପୂଜାସ୍ଥଳ ତଥା ଅନ୍ୟାନ୍ୟ ଐତିହାସିକ ଗୁରୁତ୍ୱ ଥିବା ସ୍ଥାନର ବିକାଶ ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଏକ ନୂଆ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ।

ଏହି ଯୋଜନାର ଅଂଶ ସ୍ୱରୂପ ପୂଜା ଓ ଐତିହାସିକ ସ୍ଥାନର ବିକାଶ ତଥା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧାର ବିକାଶ ନିମନ୍ତେ ପ୍ରତ୍ୟେକ ଗାଁରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରାଯାଇପାରିବ। ପଞ୍ଚାୟତ ଗୁଡିକରେ ଆଧୁନିକ ଭିତ୍ତିଭୂମିର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିବ। ଆଜି ରାଜ୍ୟ କ୍ୟାବିନେଟ ଏହି ଯୋଜନାକୁ ଅନୁମୋଦନ ଦେଇଛି ।

ଯୋଜନା ଉପରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନାରେ ରହିଛି ଏକ ନୂଆ ଓଡିଶା, ଏକ ଆକାଂକ୍ଷୀ ଓଡିଶା ଗଠନର ପରିକଳ୍ପନା– ଏଭଳି ଏକ ଆଧୁନିକ ଓଡିଶା ଯାହା କି ଆମର ମୌଳିକ ମୂଲ୍ୟବୋଧ ଉପରେ ପର୍ଯ୍ୟବେସିତ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ଓଡିଶା ସବୁବେଳେ ତା’ର ସଂସ୍କୃତି, ତା’ର ପରମ୍ପରା ଓ ଇତିହାସ ସହିତ ଦୃଢ ଭାବରେ ଯୋଡି ହୋଇ ରହିଛି । ଓଡିଶା ହେଉଛି ସେହି ଭୂମି ଯେ କି ସାରା ବିଶ୍ୱକୁ ଜଗନ୍ନାଥ ସଂସ୍କୃତି ପରି ମହାନ ସଂସ୍କୃତି ସହ ପରିଚିତ କରାଇଛି । ଜଗନ୍ନାଥ ସଂସ୍କୃତି ବିଶ୍ବପ୍ରେମ, ସେବା ଓ ସମାନତାକୁ ଗୁରୁତ୍ବ ଦେଇଛି। ସମସ୍ତଙ୍କୁ ସମାନ ଭାବରେ ଆଦରି ନେଇଛି। ଜାତି ଓ ସଂପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କୁ ନିଜର କରିପାରିଛି ବୋଲି ସେ କହିଛନ୍ତି।

ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ପାଇଁ ଆମେ ଏହି ଯୋଜନାରେ ଏକ ଐତିହାସିକ ପଦକ୍ଷେପ ନେଇଛୁ ବୋଲି ପ୍ରକାଶ କରି ସେ କହିଲେ ଯେ ଏଥିରେ ସ୍ଥାନୀୟ ପୂଜାସ୍ଥଳୀ ତଥା ଐତିହାସିକ ଗୁରୁତ୍ୱ ଥିବା ସ୍ଥାନମାନଙ୍କର ସୁରକ୍ଷା ଏବଂ ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ ଗ୍ରାମପଞ୍ଚାୟତ ଏହି ଯୋଜନାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି କାମ କରିପାରିବେ ।

ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଇତିହାସ ଓ ଆଧ୍ୟାତ୍ମିକତା ସହ ଯୋଡି ହୋଇ ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି ବୋଲି ମତ ଦେଇ ସେ କହିଥିଲେ ଯେ ଆମର ଭବିଷ୍ୟତ ବଂଶଧରମାନଙ୍କ ନିମନ୍ତେ ସେସବୁ ସ୍ଥାନମାନଙ୍କର ସଂରକ୍ଷଣ ଓ ସୁରକ୍ଷା ଜରୁରୀ । ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଜରିଆରେ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକ ହିଁ ଏହି କାମକୁ ଅଧିକ ଦକ୍ଷତାର ସହ କରିପାରିବ ବୋଲି ସେ ଦୃଢ ବିଶ୍ୱାସ ପ୍ରକଟ କରିଥିଲେ।

ନୂଆ ଓଡିଶା ତା’ର ମୂଳ ଭିତ୍ତିକୁ ସୁଦୃଢ ରଖିବା ସହିତ ଦୂର ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ତାର ଡେଣାକୁ ଅଧିକ ପ୍ରସାରିତ କରିବ ବୋଲି ସେ ମତ ଦେଇଥିଲେ ।

ଆମର ଗାଁ ଗୁଡିକରେ ଯୁବ ସମାଜ ପାଇଁ Internet ସଂଯୋଗ ଦରକାର । ଖେଳ ପଡିଆ ଦରକାର । ବିଜ୍ଞାନ ପାର୍କ ଦରକାର । ସେମାନଙ୍କ ପାଇଁ ତାଲିମ ସୁବିଧା ମଧ୍ୟ ଦରକାର । Work Hubs ଦରକାର । ଗାଁର ଉଦ୍ୟୋଗୀ ବିଶେଷକରି, ମା’ ମାନଙ୍କ ପାଇଁ ଦକ୍ଷତା ବିକାଶ କେନ୍ଦ୍ର ଦରକାର ବୋଲି ସେ କହିଥିଲେ।

ଗାଁରେ ଆଧୁନିକ ମୌଳିକ ସୁବିଧାର ବିକାଶ ଉପରେ ମତ ଦେଇ ସେ କହିଥିଲେ ଯେ, “ମୁଁ ଚାହେଁ, ଶିକ୍ଷା ଭିତ୍ତିଭୂମି କ୍ଷେତ୍ରରେ ଥିବା ପ୍ରଭେଦ ଦୂର ହେଉ। ସମସ୍ତଙ୍କ ପାଇଁ ବ୍ୟାଙ୍କିଙ୍ଗ ସୁବିଧା ମିଳୁ । ଡିଜିଟାଲ ଭିତ୍ତିଭୂମି ର ବିକାଶ ହେଉ । ତା ସହିତ ଅନ୍ୟ ଆଧୁନିକୀକରଣ କାମ ମଧ୍ୟ ହେଉ । ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପଞ୍ଚାୟତ ସ୍ତରରେ ଏସବୁ ପରିକଳ୍ପନାକୁ ଆଗେଇ ନେବା ପାଇଁ ସୁଯୋଗ ସୃଷ୍ଟି କରିବ । ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଅଧିନରେ ଗାଁର ମନ୍ଦିର ମାନଙ୍କର ପୁନରୁଦ୍ଧାର ଠାରୁ ଆରମ୍ଭ କରି Digital Infrastructure କାମ ପରି ଭବିଷ୍ୟମୁଖୀ ଯୋଜନା କରାଯିବ । ଉଭୟ କାମ ଏକ ସମୟରେ ଚାଲିବ ।”

ଏହା ଓଡିଶାରେ ଏକ ନୂଆ ଯୁଗର ଆରମ୍ଭ କରିବ ବୋଲି ଦୃଢ ବିଶ୍ୱାସ ପ୍ରକଟ କରି ସେ କହିଲେ ଯେ ଆମର ଯୁବସମାଜ ପାଇଁ, ଆମର ମା ମାନଙ୍କ ପାଇଁ, ପିଲା ମାନଙ୍କ ପାଇଁ, ଉଦ୍ୟୋଗୀମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ, ଜନଜାତି ଭାଇଭଉଣୀ ମାନଙ୍କ ପାଇଁ ଏକ ଆଧୁନିକ ପ୍ରଗତୀଶିଳ ଓ ସମ୍ବେଦନଶୀଳ ଓଡିଶା ଗଠନରେ ସହାୟକ ହେବ। ଏହି ଯୋଜନା ଏଭଳି ଏକ ନୂଆ ଓଡିଶାର ସୂତ୍ରପାତ କରିବ, ଯାହାର ଭିତ୍ତି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ।

Previous Post

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ‘୫-ଟି’ ଛାଟ

Next Post

5T Secretary visits Angul District

Next Post
5T Secretary visits Angul District

5T Secretary visits Angul District

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA