Sunday, August 2, 2026 06:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସଙ୍କଟଜନକ ସ୍ଥିତିରେ ହୀରାକୁଦ ଜଳସ୍ତର

ଛତିଶଗଡ଼ ଓ ଓଡ଼ିଶା ପରିଦର୍ଶନ କରିବ ଟ୍ରିବ୍ୟୁନାଲ୍

by Our Correspondent
25 Mar, 2023- 06:57 PM
in Latest News, News
1 min read
0
ସଙ୍କଟଜନକ ସ୍ଥିତିରେ ହୀରାକୁଦ ଜଳସ୍ତର

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ପୂରା ତଳକୁ ଖସି ଆସିଛି । ହୀରାକୁଦ ଇତିହାସରେ ଏମିତି ସଙ୍କଟ ପ୍ରଥମ ଥର ପାଇଁ ଦେଖାଦେଇଛି । ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ସାମନାକୁ ଆଣିଛନ୍ତି ।

ସେ କହିଛନ୍ତି, ଏବେ ହୀରାକୁଦରେ ଜଳସ୍ତର ୬୧୬.୬୯ ଫୁଟ୍ ରହିଛି । ଗତବର୍ଷ ଏହି ସମୟରେ ୬୨୧.୫ ଫୁଟ୍ ଥିଲା । ୪ ଦିନ ତଳେ ୬୧୭.୫୧ ଫୁଟ୍ ଜଳ ଥିଲା । ଅର୍ଥାତ ୪ ଦିନରେ ଗୋଟିଏ ଫୁଟ୍ କମୁଛି ଜଳସ୍ତର । ଯଦି ଏହି ହାରରେ ପାଣି କମେ ତେବେ ମେ’ ମାସ ଶେଷ ବେଳକୁ ୬୦୦ ଫୁଟ୍ ରେ ଜଳସ୍ତର ପହଞ୍ଚିବା ଏକପ୍ରକାର ସ୍ପଷ୍ଟ ହୋଇଛି । ୬୦୦ ଫୁଟ୍ ରେ ପହଞ୍ଚିଲେ ପିଇବା ପାଣି, ଚାଷ ପାଣି ସମସ୍ୟା ସହିତ ବିଜୁଳି ଉତ୍ପାଦନ ବନ୍ଦ ହେବାର ଆଶଙ୍କା ରହିଛି । ପୂର୍ବରୁ ହୀରାକୁଦକୁ ୧୨ ହଜାରରୁ ୧୫ ହଜାର କ୍ୟୁସେକ ପାଣି ଆସୁଥିଲା । ଏବେ ମାତ୍ର ୪୮୫ କ୍ୟୁସେକ ପାଣି ଆସୁଛି ।

ମହାନଦୀ ଟ୍ରିବ୍ୟୁନାଲ୍ ଗଠନକୁ ୭ ବର୍ଷ ହୋଇଗଲାଣି । ୧.୨୫୨ ମିଲିୟନ ଏକର ପାଣି ଦିଆଯିବା ପାଇଁ ଦାବି ଥିଲା । ମାତ୍ର ଟ୍ରିବ୍ୟୁନାଲ୍ ନିଷ୍ପତ୍ତି ନେଲା ନାହିଁ କି ଅନ୍ତରୀଣ ରିଲିଫ୍ ଦେଲେ ନାହିଁ । ଛତିଶଗଡ଼ ମନମୁଖୀ ବ୍ୟାରେଜ ନିର୍ମାଣର ପ୍ରଭାବ ଓଡ଼ିଶାରେ ଏବେ ପଡୁଛି । ଡିସେମ୍ବରରୁ ଏ ସମସ୍ୟା ଆରମ୍ଭ ହୋଇ ଏବେ ମାର୍ଚ୍ଚ ହେଲାଣି । ସରକାର ସବୁ ଜାଣି ମଧ୍ୟ ନିରବ । ମେ’ ମାସ ବେଳକୁ କ’ଣ ହେବ ଅନୁମାନ କରିବା ମୁସ୍କିଲ୍ ବୋଲି ବିଜୟ କହିଛନ୍ତି ।

୭ ବର୍ଷ ଭିତରେ ରାଜ୍ୟ ସରକାର ଚାହିଁଥିଲେ ୨ ରୁ ୩ ଟି ବ୍ୟାରେଜ୍ କରିପାରିଥାନ୍ତେ । ମାତ୍ର ତାହା କରିନାହାନ୍ତି । ଏତେବଡ଼ ସମସ୍ୟାକୁ ସରକାର ଗୁରୁତର ସହ ନ ନେଇ କାହିଁକି ଖାମଖିଆଲ ଭାବେ ନେଲେ ତାହା ସବୁଠୁ ଆଶ୍ଚର୍ଯ୍ୟର କଥା । ବିଧାନସଭାରେ ସବୁ ଦିଗକୁ ନେଇ ସଦସ୍ୟମାନେ ଆଲୋଚନା କରନ୍ତୁ । ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଏହି ସମସ୍ୟାର ସମାଧାନ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

ସେପଟେ ମହାନଦୀ ଟ୍ରିବ୍ୟୁନାଲ୍ ର ଆଜି ଶୁଣାଣି ହୋଇଥିଲା । ଏହି ଅବସରରେ କ୍ଷେତ୍ର ପରିଦର୍ଶନ ପାଇଁ ନିଷ୍ପତ୍ତି ହୋଇଛି । ଦୁଇଟି ପର୍ଯ୍ୟାୟରେ ଛତିଶଗଡ଼ ଏବଂ ଓଡ଼ିଶା ପରିଦର୍ଶନ କରିବ ଟିମ୍ । ଏପ୍ରିଲ୍ ୧୭ ରୁ ୨୧ ପର୍ଯ୍ୟନ୍ତ ଛତିଶଗଡ଼ ଏବଂ ଏପ୍ରିଲ ୨୯ ରୁ ମେ’ ୩ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତ କରିବ ।

Previous Post

ସରିପାରୁନି କଟକ-ସମ୍ବଲପୁର ଜାତୀୟ ରାଜପଥ କାମ

Next Post

ନୂଆବର୍ଷରେ ରୂପାନ୍ତରିତ ଚଣ୍ଡୀମନ୍ଦିର ଲୋକାର୍ପଣ, ଜୁନ୍ ୧୫ ସୁଦ୍ଧା ନେତାଜୀ ବସ ଟର୍ମିନାଲ୍

Next Post
ନୂଆବର୍ଷରେ ରୂପାନ୍ତରିତ ଚଣ୍ଡୀମନ୍ଦିର ଲୋକାର୍ପଣ, ଜୁନ୍ ୧୫ ସୁଦ୍ଧା ନେତାଜୀ ବସ ଟର୍ମିନାଲ୍

ନୂଆବର୍ଷରେ ରୂପାନ୍ତରିତ ଚଣ୍ଡୀମନ୍ଦିର ଲୋକାର୍ପଣ, ଜୁନ୍ ୧୫ ସୁଦ୍ଧା ନେତାଜୀ ବସ ଟର୍ମିନାଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA