Sunday, June 28, 2026 04:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଇପିଏସ୍ ଆଶିଷ ସିଂହ କେଉଁଠି?

ଗୃହ ବିଭାଗକୁ ଜଣା ନାହିଁ

by Our Correspondent
27 Jun, 2024- 11:15 PM
in Latest News, News
1 min read
0
ଆଇପିଏସ୍ ଆଶିଷ ସିଂହ କେଉଁଠି?

ଭୁବନେଶ୍ୱର: ପୂର୍ବ ସରକାରରେ ପ୍ରଭାବଶାଳୀ ଆଇପିଏସ୍ ଅଫିସର ଆଶିଷ ସିଂହ ଏବେ କେଉଁଠି? ଛୁଟି ସରିଲା ପରେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି ନା ଛୁଟି ବଢ଼ାଇଛନ୍ତି? ରାଜ୍ୟ ସରକାରଙ୍କ ଗୃହ ବିଭାଗ ଆଜି ଏହାର ଉତ୍ତର ଲୋଡ଼ିଛି ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କଠାରୁ । ଏ ବିଷୟରେ ସମସ୍ତ ତଥ୍ୟ ଜଣାଇବାକୁ ବିଭାଗ ପକ୍ଷରୁ ଏକ ଚିଠି ଲେଖାଯାଇଛି ।

ଗୃହ ବିଭାଗର ଓଏସଡି ତଥା ଅତିରିକ୍ତ ଶାସନ ସଚିବ ମୁରଲୀଧର ମଲ୍ଲିକ ରାଜ୍ୟ ପୁଲିସ ଡିଜିଙ୍କୁ ଏହି ଚିଠି ଲେଖିଛନ୍ତି । ସେଥିରେ କୁହାଯାଇଛି, ଆଇପିଏସ୍ ଅଫିସର ଆଶିଷ କୁମାର ସିଂହ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଗତ ୪.୫.୨୦୦୪ ରୁ ମାସେ ପର୍ଯ୍ୟନ୍ତ ଛୁଟି ନେଇଥିଲେ । ମାତ୍ର ଇତିମଧ୍ୟରେ ମାସେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସେ ଛୁଟି ସାରି କାର୍ଯ୍ୟରେ ଯୋଗଦେଲେଣି ନା ନାହିଁ କି ଛୁଟି ବଢ଼ାଇଛନ୍ତି ଅଦ୍ୟାବଧି ଗୃହ ବିଭାଗ ପାଖରେ କୌଣସି ଖବର ନାହିଁ । ତେଣୁ ଏ ବିଷୟରେ ଜଣାଇବାକୁ କୁହାଯାଇଛି ।

ସୂଚନାଥାଉକି, ଆଶିଷ ସିଂହ ଛୁଟିରେ ରହି ବିଜେଡି ପାଇଁ ନିର୍ବାଚନ ପରିଚାଳନା କରୁଥିବା ଖବର ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲା । ନିର୍ବାଚନ କମିଶନ ଏହା ଉପରେ କାର୍ଯ୍ୟାନୁଷ୍ଠାନସ୍ୱରୂପ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ନିଦେ୍ର୍ଦର୍ଶ ଦେଇଥିଲେ । ଏମସ୍ ପକ୍ଷରୁ ଏକ ଡାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରି ସେ ସମ୍ପୂର୍ଣ୍ଣ ଫିଟ୍ ଥିବା ଜଣାଇଥିଲେ । ମାତ୍ର ଇତିମଧ୍ୟରେ ନିର୍ବାଚନ ସରିବାର ମାସେ ହେବାକୁ ଯାଉଥିଲେ ମଧ୍ୟ ତାଙ୍କ ବିରୋଧରେ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।

ଆଶ୍ଚର୍ଯ୍ୟର କଥାଟି ହେଉଛି, ଆଶିଷ ସିଂହଙ୍କ ଖୋଜଖବର ରାଜ୍ୟ ସରକାରଙ୍କ ଗୃହ ବିଭାଗକୁ ଜଣା ନ ଥିଲେ ମଧ୍ୟ ଗତକାଲି ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ରଥଯାତ୍ରା ସୁପରିଚାଳନା ପାଇଁ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତାଙ୍କୁ ଦେଖିବାକୁ ମିଳିଥିଲା । ଓଡ଼ିଶା ପୁଲିସ ପକ୍ଷରୁ ଏହି ଫଟୋ ସୋସିଆଲ୍ ମିଡିଆରେ ଛଡ଼ାଯାଇଥିଲା । ତେଣୁ ସେ କ’ଣ ଛୁଟିରେ ଥାଇ ବୈଠକରେ ଯୋଗଦେଇଥିଲେ କି ବୋଲି ପ୍ରଶ୍ନ ଉଠିଛି । ଯଦି କାର୍ଯ୍ୟରେ ଅଛନ୍ତି, ତେବେ ଏବେ କେଉଁ ଦାୟିତ୍ୱରେ? ଡିଜିପିଙ୍କ ବୈଠକରେ ଯୋଗ ଦେଉଥିବା ଏହି ଅଧିକାରୀଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପାଖରେ କେମିତି ଖବର ନାହିଁ ତାହା ସମସ୍ତଙ୍କୁ ଆଚମ୍ବିତ କରୁଛି ।

 

Previous Post

ରଘୁନନ୍ଦନଙ୍କୁ ଗିରଫ ଦାବିରେ ଏକାଠି ହେଲେ ସାମ୍ବାଦିକ

Next Post

ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Next Post
ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA