Saturday, April 25, 2026 04:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୧୫ ଲୋକସଭା, ୭୫ ବିଧାନସଭା ଆସନ ଜିତିବୁ: ଅମିତ୍ ଶାହ

ରାଉରକେଲାରେ ନିର୍ବାଚନ ପ୍ରଚାର ସଭା

by Our Correspondent
17 May, 2024- 05:58 PM
in Latest News, News, Politics
1 min read
0
୧୫ ଲୋକସଭା, ୭୫ ବିଧାନସଭା ଆସନ ଜିତିବୁ: ଅମିତ୍ ଶାହ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡ଼ିଶାରେ ବିଧାନସଭା ଓ ଲୋକସଭା ସିଟ୍ ର ଆକଳନ ଦେଇଛନ୍ତି ବିଜେପିର ଶୀର୍ଷ ନେତା ତଥା ଗୃହମନ୍ତ୍ରୀ ଅମିତ୍ ଶାହ । ରାଉରକେଲାରେ ଏକ ପ୍ରଚାର ସଭାରେ ସେ କହିଛନ୍ତି, ଓଡ଼ିଶାରେ ବିଜେପି ଏଥର ୭୫ ରୁ ଅଧିକ ବିଧାନସଭା ଆସନ ଏବଂ ୧୫ ରୁ ଅଧିକ ଲୋକସଭା ଆସନରେ ଜିତିବ । ଓଡ଼ିଶାରେ ପ୍ରଥମ ଥର ପାଇଁ ଏବଂ କେନ୍ଦ୍ରରେ ୪୦୦ ରୁ ଅଧିକ ଆସନ ପାଇ ତୃତୀୟ ଥର ପାଇଁ ବିଜେପି ସରକାର ଗଢ଼ିବ ବୋଲି ସେ ଦୃଢ଼ତା ଦେଖାଇଛନ୍ତି ।

ଶ୍ରୀ ଶାହ କହିଛନ୍ତି, ପ୍ରଥମ ୪ ପର୍ଯ୍ୟାୟରେ ମୋଦିଜୀ ୨୭୦ ସିଟ୍ ଟପିଗଲେଣି । ଏଥର ମୋଦିଜୀ ୪୦୦ ପାର୍ କରିଯିବା ସ୍ପଷ୍ଟ ଜଣାପଡ଼ିଲାଣି । କେନ୍ଦ୍ର ସହ ଓଡ଼ିଶାର ବି ବିଜେପି ସରକାର ଗଠନ ହେବ । ଓଡ଼ିଶାରେ ସରକାର ପରିବର୍ତ୍ତନ ହେବା ନିଶ୍ଚିତ ହେଲାଣି । ୧୫ରୁ ଅଧିକ ଲୋକସଭା ଏବଂ ୭୫ ରୁ ଅଧିକ ବିଧାନସଭା ଆସନ ଜିତିବ ବିଜେପି । ଓଡ଼ିଶାରେ ନବୀନ ବାବୁଙ୍କୁ ହଟାଇ ବିକାଶର ଇଞ୍ଜିନ ଗଡ଼ିବ ବୋଲି କହିଥିଲେ ଶାହା ।

ବିଜେଡି ସରକାରଙ୍କୁ ଆକ୍ରମଣ କରି ଶାହ କହିଥିଲେ ଯେ ନବୀନ ବାବୁଙ୍କ ଶାସନକୁ ଅଫିସର ଚଳାଉଛନ୍ତି । ନବୀନ ବାବୁ ଓଡ଼ିଶାର ଉନ୍ନତି କରିପାରିବେନି । ଓଡ଼ିଶାର ଉନ୍ନତି ପାଇଁ ଡବଲ ଇଞ୍ଜିନ ସରକାର ଦରକାର । ବିଜେପି ସରକାର ଆସିଲେ ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳିବ । ଆୟୁଷ୍ମାନ ଭାରତ ଲାଗୁ ହେବ ବୋଲି କହିଥିଲେ ।

ସୂଚନାଯୋଗ୍ୟ, ୨୦୧୯ ରେ ବିଜେପି ଓଡ଼ିଶାରେ ମିଶନ ୧୨୦+ ଅଭିଯାନ ଚଳାଇଥିଲା । ଓଡ଼ିଶାକୁ ବାରମ୍ବାର ନିର୍ବାଚନ ପ୍ରଚାରରେ ଆସିଥିବା ଶ୍ରୀ ଶାହ ବିଜେପି ଏଠି ୧୨୦ରୁ ଅଧିକ ଆସନ ନିଶ୍ଚିତ ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

ଆଜି ଓଡ଼ିଶାରେ ଅମିତ୍ ଶାହଙ୍କ ସମେତ ବିଜେପିର ବହୁ ହେଭିୱେଟ୍ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବିଜେଡି ସରକାରଙ୍କୁ କଟୁ ସମାଲୋଚନା କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଭୁବନେଶ୍ୱରର ସାଲିଆ ସାହିରେ ବିଜେପି ସାଂସଦ ହେମାମାଳିନୀ ପ୍ରଚାର କରିଛନ୍ତି ।

Previous Post

ବିଚାରା ରାଜୁ ଦାସ…

Next Post

ବିଜୟ ମହାପାତ୍ର ବିଜେପିରୁ ବହିଷ୍କୃତ

Next Post
ବିଜୟ ମହାପାତ୍ର ବିଜେପିରୁ ବହିଷ୍କୃତ

ବିଜୟ ମହାପାତ୍ର ବିଜେପିରୁ ବହିଷ୍କୃତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA