Wednesday, April 22, 2026 05:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଡ଼ିଆ ୱେବ୍ ମିଡିଆକୁ ଅଣଦେଖା!

ସୂଚନା ଓ ଲୋକସମ୍ପର୍କ ବିଭାଗର ଅଜବ ନୀତି

by Our Correspondent
06 Feb, 2024- 08:34 PM
in Latest News, News
1 min read
0
ଓଡ଼ିଆ ୱେବ୍ ମିଡିଆକୁ ଅଣଦେଖା!

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଣଓଡ଼ିଆ ବିଶେଷକରି ଇଂରାଜୀ ଓ ହିନ୍ଦୀ ଭାଷାର ୱେବ୍ ମିଡିଆ ପ୍ରେମରେ ପଡ଼ିଛନ୍ତି । କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧିନସ୍ଥ ଡିଏଭିପି ନୀତିକୁ ଆଦରି ଓଡ଼ିଆ ୱେବ୍ ମିଡିଆକୁ ଅଣଦେଖା କରି ଦେଇଛନ୍ତି । ଓଡ଼ିଆ ୱେବ୍ ମିଡିଆକୁ ପ୍ରୋତ୍ସାହନ ଦେବା ବଦଳରେ ବିଭାଗୀୟ ଅଧିକାରୀମାନେ ଜାତୀୟସ୍ତରର ଡିଏଭିପି ନୀତିକୁ ଆଞ୍ଚଳିକ ସ୍ତରର ଓଡ଼ିଆ ୱେବ୍ ମିଡିଆ ପାଇଁ ଲାଗୁ କରିବାରୁ ତାଲିକାରୁ ଅନେକ ଓଡ଼ିଆ ୱେବ୍ ପୋର୍ଟାଲ୍ ବାଦ୍ ପଡ଼ିଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଓଡ଼ିଆ ଭାଷାର ପ୍ରସାରକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓଡ଼ିଆ ଲୋକଙ୍କ ପାଖରେ ପହଞ୍ଚାଇବାର ଉଦ୍ୟମ ଜାରି ରଖିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗର ଓଲଟା ପଦକ୍ଷେପ ସମସ୍ତଙ୍କୁ ବିସ୍ମିତ କରିଛି ।

ଓଡ଼ିଶା ସରକାରଙ୍କ ବିଜ୍ଞାପନ ପାଇବା ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନିକଟ ଅତୀତରେ ପ୍ରସ୍ତୁତ ନୂଆ ତାଲିକାରେ ୪୦ ୱେବ୍ ମିଡିଆ ସ୍ଥାନ ପାଇଛନ୍ତି । ଯେଉଁଥିରେ ଅଧାରୁ ଅଧିକ ହେଉଛନ୍ତି ଜାତୀୟ ସ୍ତରର । କାଟାଗୋରି A, B, C, D ଅନୁଯାୟୀ ସେମାନଙ୍କୁ ତାଲିକାଭୁକ୍ତ କରାଯାଇଛି । କାଟାଗୋରି-A ରେ ୨୩, B ରେ ୩, C ରେ ୮ ଏବଂ D ରେ ୬ ଟି ୱେବ୍ ମିଡିଆ ଅଛନ୍ତି । ଇଂରାଜୀ, ହିନ୍ଦୀ ଓ ଓଡ଼ିଆ ଭାଷାର ଡେଲିହଣ୍ଟକୁ ଛାଡ଼ିଦେଲେ A ତାଲିକାଭୁକ୍ତ ଶ୍ରେଣୀରେ ୧୧ଟି ଇଂରାଜୀ ୱେବ୍ ମିଡିଆ ଏବଂ ୮ଟି ହିନ୍ଦୀ ୱେବ୍ ମିଡିଆ ଅଛନ୍ତି । ସମସ୍ତେ ହେଉଛନ୍ତି ଜାତୀୟସ୍ତରର । ଏହି କାଟାଗୋରିରେ ଓଡିଆ ୱେବ୍ ପୋର୍ଟାଲ୍ ଭାବେ ଏକମାତ୍ର ଓଟିଭି ପୋର୍ଟାଲ୍ ରହିଛି ।

B କାଟାଗୋରିରେ ଇଂରାଜୀ, ହିନ୍ଦୀ ଏବଂ ଓଡ଼ିଆ ଭାଷାରେ କେବଳ ଇଟିଭିଭାରତ ପୋର୍ଟାଲ୍ ଅଛି । ଅବଶିଷ୍ଟ ଦୁଇଟି ଯାକ ଇଂରାଜୀ ଭାଷାରେ ଜାତୀୟ ପୋର୍ଟାଲ୍ ।

C କାଟାଗୋରିରେ ଇଂରାଜୀ ଭାଷାରେ ଆଞ୍ଚଳିକସ୍ତରର ୪ଟି ଏବଂ ଓଡ଼ିଆର ୪ ଟି ୱେବ୍ ପୋର୍ଟାଲ୍ ଅଛି ।

D କାଟାଗୋରିର ୬ଟି ଯାକ ପୋର୍ଟାଲ୍ ହେଉଛି ଓଡ଼ିଆ ଭାଷାର ।

ସୂଚନାଥାଉକି, ଅଧିକାଂଶ ହେଉଛନ୍ତି ଟିଭି ଚାନେଲ୍ କିମ୍ବା ଖବରକାଗଜ ସଂସ୍ଥାର ସାଥୀ ୱେବ୍ ପୋର୍ଟାଲ୍ । ଅର୍ଥାତ୍ ଗୋଟିଏ ଗୋଟିଏ ମିଡିଆ ହାଉସ୍ ରୁ ଏକସଙ୍ଗେ ଟିଭି, ଖବରକାଗଜ ଏବଂ ପୋର୍ଟାଲ୍ କୁ ମିଳୁଛି ସରକାରୀ ବିଜ୍ଞାପନ ।

ଆଜି ବିଧାନସଭାରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଏ ସମ୍ପର୍କରେ ପ୍ରଶ୍ନ କରିଥିଲେ ।

ତାଙ୍କର ପ୍ରଶ୍ନ ଥିଲା- (୧)ୱେବ୍ ମିଡିଆର ଏକ ତାଲିକା ପ୍ରସ୍ତୁତ ହୋଇଛି କି? ଯଦି ହଁ, ଏହା କେଉଁ ତାଲିକାର ଏବଂ ଏହା କେବେ କେଉଁ ଆଧାରରେ ପ୍ରସ୍ତୁତ ହୋଇଥିଲା ।

(୨)ତାଲିକାଭୁକ୍ତ ଏହି ୱେବ୍ ମିଡିଆଗୁଡ଼ିକୁ ୨୦୨୩ ଅକ୍ଟୋବର ମାସରୁ ଜାନୁଆରୀ ୧୫ ତାରିଖ ମଧ୍ୟରେ କେତେ ପରିମାଣର ସରକାର ବିଜ୍ଞାପନ ପାଇଛନ୍ତି ତାହାର ଏକ ପୋର୍ଟାଲୱାରୀ ଓ ବିଜ୍ଞାପନୱାରୀ ତାଲିକା ପ୍ରକାଶ କରିବେ । ଏହା ସହିତ ଓଡ଼ିଆ ଭାଷାରେ କେଉଁ କେଉଁ ୱେବ୍ ମିଡିଆ ଏହି ତାଲିକାରେ ଅଛନ୍ତି ସେମାନଙ୍କୁ କେଉଁ ଆଧାରରେ ଚୟନ କରାଯାଇଛି ତାହା ଉଲ୍ଲେଖ କରିବେ?

ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଏହାର ଉତ୍ତରରେ କହିଛନ୍ତି ଯେ ୱେବ୍ ମିଡିଆର ଏକ ତାଲିକା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ ହୋଇଛି । କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧିନସ୍ଥ ଡିଏଭିପିର ନିର୍ଦ୍ଧାରିତ ନୀତି ଅନୁସାରେ ୱେବ୍ ମିଡିଆଗୁଡ଼ିକ ନିମନ୍ତେ ଓଡ଼ିଶା ସରକାର ଏକ ନୀତି ପ୍ରସ୍ତୁତ କରିଛନ୍ତି । ଏହି ନୀତି ଆଧାରରେ ୱେବ୍ ମିଡିଆଗୁଡ଼ିକୁ ତାଲିକାଭୁକ୍ତ କରାଯାଇଛି ।

ଏଥିସହ ମନ୍ତ୍ରୀ ୨୦୨୩ ଅକ୍ଟୋବର ମାସରୁ ଜାନୁଆରୀ ୧୫ ତାରିଖ ମଧ୍ୟରେ ତାଲିକାଭୁକ୍ତ ୱେବ୍ ପୋର୍ଟାଲ୍ ଗୁଡ଼ିକୁ ଦିଆଯାଇଥିବା ବିଜ୍ଞାପନର ତଥ୍ୟ ରଖିଥିଲେ । ମନ୍ତ୍ରୀଙ୍କ ତଥ୍ୟର ସାରାଂଶ ହେଉଛି ଯେ ଜାତୀୟ ସ୍ତରର (ଇଂରାଜୀ ଓ ହିନ୍ଦୀ) ଭାଷାର ୧୨ ଟି ୱେବ୍ ମିଡ଼ିଆକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ୪୨ ଲକ୍ଷ ଟଙ୍କାର ବିଜ୍ଞାପନ ଦିଆଯାଇଛି । 

ସେହିଭଳି ଆଞ୍ଚଳିକସ୍ତରରେ ୧୬ଟି ୱେବ୍ ମିଡିଆକୁ ୯ ଲକ୍ଷ ୨୦ ହଜାର ଟଙ୍କାର ବିଜ୍ଞାପନ ଦିଆଯାଇଛି । ସେଥିମଧ୍ୟରେ ୪ଟି ଇଂରାଜୀ ୱେବ୍ ମିଡିଆ ଏବଂ ୧୨ଟି ଓଡ଼ିଆ ୱେବ୍ ମିଡିଆ ରହିଛି । 

ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ମୋଟ ୬ ଲକ୍ଷ ୩୦ ହଜାର ଟଙ୍କାର ବିଜ୍ଞାପନ ଦିଆଯାଇଛି ୯ଟି ଜାତୀୟ ୱେବ୍ ମିଡିଆକୁ । 

ସେହି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ବିଜ୍ଞାପନ ୪ଟି ଆଞ୍ଚଳିକ ୱେବ୍ ମିଡିଆକୁ ଦିଆଯାଇଛି । ସେଥିମଧ୍ୟରେ ଦୁଇଟି ଇଂରାଜୀ ଏବଂ ଦୁଇଟି ଓଡ଼ିଆ ୱେବ୍ ମିଡିଆ ରହିଛି । 

ଉଲ୍ଲେଖଥାଉକି, ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ, ୨୨ ରେ ସମଲେଇ ପ୍ରକଳ୍ପ ଲୋକାର୍ପଣ ଏବଂ ଫେବ୍ରୁଆରୀ ୩ ରୁ ୫ ଯାଏଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ସରକାରୀ ତାଲିକାଭୁକ୍ତ ଉକ୍ତ ୱେବ୍ ମିଡିଆଗୁଡ଼ିକୁ ମଧ୍ୟ ବିଜ୍ଞାପନ ଦିଆଯାଇଛି । ପରବର୍ତ୍ତୀ ସମୟରେ ଏହାର ହିସାବ ଜଣାପଡ଼ିବ । ତେବେ ଓଡ଼ିଆ ଭାଷାର ୱେବ୍ ପୋର୍ଟାଲ୍ ଗୁଡ଼ିକ ସରକାରଙ୍କ ବିଭିନ୍ନ ନିଷ୍ପତ୍ତି ସମ୍ପର୍କରେ ଓଡ଼ିଆ ଲୋକଙ୍କୁ ତ୍ୱରିତ୍ ଖବର ଦେଉଥିବା ବେଳେ ସେମାନଙ୍କୁ ବିଜ୍ଞାପନରୁ ବଞ୍ଚିତ କରି ଜାତୀୟସ୍ତରରେ ଇଂରାଜୀ ଓ ହିନ୍ଦୀ ଭାଷାର ପୋର୍ଟାଲ୍ ଗୁଡ଼ିକୁ ଗୁରୁତ୍ୱ ଦେବା ପଛର କାରଣ ଅବୁଝା ରହିଛି । ସେ ବାବଦରେ କୋଟି କୋଟି ଖର୍ଚ୍ଚ କରିବା ରାଜ୍ୟ ସରକାରଙ୍କ କେଉଁ ଉଦ୍ଦେଶ୍ୟ ସାଧନ କରୁଛି ତାହା ବୁଝାପଡୁନାହିଁ ।

Previous Post

‘ପରୀ’ ହତ୍ୟାକାରୀକୁ ୨୦ ବର୍ଷ ଜେଲ୍

Next Post

ବେଙ୍ଗାଲୁରୁରେ ମୃତ ଶ୍ରୀକାନ୍ତଙ୍କ ପରିବାରକୁ ସାହା ହେଲେ ରାଜ୍ୟ ସରକାର

Next Post
ବେଙ୍ଗାଲୁରୁରେ ମୃତ ଶ୍ରୀକାନ୍ତଙ୍କ ପରିବାରକୁ ସାହା ହେଲେ ରାଜ୍ୟ ସରକାର

ବେଙ୍ଗାଲୁରୁରେ ମୃତ ଶ୍ରୀକାନ୍ତଙ୍କ ପରିବାରକୁ ସାହା ହେଲେ ରାଜ୍ୟ ସରକାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA