Wednesday, April 22, 2026 04:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

‘ପରୀ’ ହତ୍ୟାକାରୀକୁ ୨୦ ବର୍ଷ ଜେଲ୍

ଅରୁଣ ବୋଥ୍ରାଙ୍କ ତଦନ୍ତ ରିପୋର୍ଟ ସତ୍ୟ ପ୍ରମାଣିତ

by Our Correspondent
06 Feb, 2024- 05:57 PM
in Crime, Latest News, News
1 min read
0
‘ପରୀ’ ହତ୍ୟାକାରୀକୁ ୨୦ ବର୍ଷ ଜେଲ୍

-ଗିରଫ ପଡୋଶୀ ସରୋଜ ସେଠୀ ହିଁ ପରୀକୁ ଦୁଷ୍କର୍ମ ଏବଂ ହତ୍ୟା କରିଥିଲା

-ମାମଲାରେ ବିଧାୟକ ଅରୁଣ ସାହୁଙ୍କୁ ଟାଣିଥିଲେ ବିରୋଧୀ

-ବୋଥ୍ରାଙ୍କ ନେତୃତ୍ୱରେ ଏସଆଇଟି କରିଥିଲା ତଦନ୍ତ

-କୋର୍ଟ ରାୟକୁ ଗ୍ରହଣ କଲେନି ପରୀର ମାଆ, ହାଇକୋର୍ଟ ଯିବେ

ଭୁୁବନେଶ୍ୱର: ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲାର ରାୟ ଆଜି ପ୍ରକାଶ ପାଇଛି । ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚର ଏସଆଇଟି ଦ୍ୱାରା ଗିରଫ ଅଭିଯୁକ୍ତ ସରୋଜ ସେଠୀ ହତ୍ୟାକାରୀ ବୋଲି କୋର୍ଟରେ ପ୍ରମାଣିତ ହୋଇଛି । ତାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି ନୟାଗଡ଼ ସ୍ପେଶାଲ୍ ଚିଲଡ୍ରେନ୍ କୋର୍ଟ । ଏସଆଇଟି ଦାଖଲ କରିଥିବା ତଥ୍ୟ ପ୍ରମାଣ ଏବଂ ୩୧ ଜଣ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି ।

୨୦ ବର୍ଷ ଜେଲଦଣ୍ଡ ସହ କୋର୍ଟ ତାଙ୍କୁ ୬ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ନ ଦେଲେ ଆହୁରି ବର୍ଷେ ଜେଲ୍ ରେ ରହିବେ । ବର୍ତ୍ତମାନ ସରୋଜ ବାଳ ସୁଧାର ଗୃହରେ ଅଛନ୍ତି । ୨୧ ବର୍ଷ ପୂରିଗଲେ ଜେଲ ପଠାଯିବ ବୋଲି ସରକାରୀ ଓକିଲ କହିଛନ୍ତି । ଦୋଷୀ ନାବାଳକ ହୋଇ ନ ଥିଲେ ଫାଶୀଦଣ୍ଡ ହୋଇଥାନ୍ତା ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ କୋର୍ଟର ଏହି ରାୟକୁ ଗ୍ରହଣ କରିନାହାନ୍ତି ମୃତ ପରୀର ମାଆ । ସଂପୃକ୍ତ ଅଭିଯୁକ୍ତକୁ ଦୋଷୀ ବୋଲି ସେ ଗ୍ରହଣ କରିନାହାନ୍ତି । କୋର୍ଟ ରାୟକୁ ନେଇ ସେ ଭୀଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ତଳକୋର୍ଟ ରାୟ ବିରୋଧରେ ହାଇକୋର୍ଟ ଯିବେ ବୋଲି ତାଙ୍କ ଓକିଲ କହିଛନ୍ତି ।

ନୟାଗଡ଼ ସହରଠାରୁ ୩ କିମି ଦୂର ଯଦୁପୁର ଗାଁର ଅଶୋକ ସାହୁ ଓ ସୌଦାମିନୀ ସାହୁଙ୍କ ୫ ବର୍ଷର ଝିଅ ‘ପରୀ’ ୨୦୨୦ ମସିହା ଜୁଲାଇ ୧୪ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ୨୩ ତାରିଖରେ ତାଙ୍କ ବାରିପଟ ପୋଖରୀ କୂଳରୁ ଏକ ଅଖାରୁ ପରୀର ଗଳିତ ଶବ ମିଳିଥିଲା । ସେଥିରେ ମାଂସ ନ ଥିଲା । ଥିଲା କେଇଖଣ୍ଡ ହାଡ଼ ଏବଂ ଖପୁରୀ । ନୟାଗଡ଼ ପୁଲିସ ଏହି ମାମଲାର ତଦନ୍ତ କରିଥିଲେ ମଧ୍ୟ ହତ୍ୟାକାରୀ ପାଖରେ ପହଞ୍ଚି ପାରି ନ ଥିଲା ।

ଅନ୍ୟପକ୍ଷରେ ଏହି କୁନି ଝିଅର ମୃତ୍ୟୁ ସହ ରାଜନୀତି ଯୋଡି ହୋଇଗଲା । ତତ୍କାଳୀନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ଏହି ମାମଲାକୁ ଟଣା ଯାଇଥିଲା । ଅରୁଣଙ୍କ ଅତି ପାଖଲୋକ କୁହାଯାଉଥିବା ବାବୁଲି ନାୟକ ପରୀକୁ ଅପହରଣ କରି ହତ୍ୟା କରିଛନ୍ତି ବୋଲି ପରୀର ମା’ ଙ୍କ ପାଟିରେ କୁହାଇଥିଲେ ବିଧାୟକଙ୍କ ବିରୋଧୀ ସ୍ଥାନୀୟ ସରପଞ୍ଚ । ଏହି ସମ୍ବେଦନଶୀଳ ମାମଲାରେ କୌଣସି ତଥ୍ୟ ପ୍ରମାଣ ନ ଥାଇ ବିଜେପି ବେଶୀ ତୁମ୍ବି ତୋଫାନ କରିଥିଲା । ହତ୍ୟାକାରୀକୁ ଅରୁଣ ସୁରକ୍ଷା ଦେଉଛନ୍ତି ବୋଲି କୁହାଗଲା । ପରୀଙ୍କ ବାପା ମା’ ବିଧାନସଭା ଆଗରେ ଆତ୍ମାହୂତି ଦେବାର ପ୍ରାୟୋଜନ ହେଲା । ଅରୁଣଙ୍କୁ ଦୋଷୀ ଠଉରାଇ କିଛି ମିଡିଆରେ ଟ୍ରାଏଲ୍ ଚାଲିଲା ।

ତେବେ ରାଜ୍ୟ ସରକାର ‘ପରୀ’ ହତ୍ୟା ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରିଥିଲେ । ନଭେମ୍ବର ୨୮ ତାରିଖରେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ୫ ଜଣିଆ ଏସଆଇଟି ଟିମ୍ କୁ ସରକାର ତଦନ୍ତ ଦାୟିତ୍ୱ ଦେଇଥିଲେ । ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ନଭେମ୍ବର ୨୯ ତାରିଖରୁ ଏହାର ତଦନ୍ତ ଆରମ୍ଭ ହୋଇଥିଲା ।

ମାତ୍ର ୩ ସପ୍ତାହରେ କ୍ରାଇମବ୍ରାଞ୍ଚ ଏସଆଇଟି ପରୀ ହତ୍ୟାକାରୀକୁ ଚିହ୍ନଟ କରିବାରେ ସଫଳ ହୋଇଥିଲେ । ଡିସେମ୍ବର ୨୨ ତାରିଖରେ ‘ପରୀ’ ହତ୍ୟାକାଣ୍ଡର ଖୁଲାସା କରିଥିଲେ ଅରୁଣ ବୋଥ୍ରା । ପରୀର ପଡ଼ୋଶୀ ୧୭ ବର୍ଷୀୟ ସରୋଜ ସେଠୀ ହିଁ ହତ୍ୟାକାରୀ ବୋଲି ସେ ସ୍ପଷ୍ଟ କରିଥିଲେ ।

ଘରେ କେହି ନ ଥିଲା ବେଳେ କଲେଜ ପଢ଼ୁଆ ଏହି ନାବାଳକ ୫ ବର୍ଷର ପରୀକୁ ଜାମୁକୋଳି ଦେବା ବାହାନାରେ ଘରର ପଛପଟ ରୁମ୍ କୁ ଡାକି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । କିଛି ବୁଝୁ ନ ଥିବା ଏହି କୁନିଝିଅଟି ଭୀଷଣ କାନ୍ଦିବାରୁ ଦୁବୃର୍ତ୍ତ ରାଗିଯାଇ ତା’ ତଣ୍ଟି କୁ ଚିପି ଦେଇଥିଲା । ସେହିଠାରେ ହିଁ ପରୀର ମୃତ୍ୟୁ ହୋଇଯାଇଥିଲେ ମଧ୍ୟ ସେହି ସୈତାନ ପରୀର ଶବ ସହ ଦୁଷ୍କର୍ମ କରିଥିଲା । ଏହାପରେ ଶବକୁ ଏକ ଅଖାରେ ଗୁଡ଼ାଇ ନଡ଼ିଆ ବାହୁଙ୍ଗାରେ ଢ଼ାଙ୍କି ଦେଇଥିଲା ଏବଂ ତାକୁ ନେଇ ଘର ପଛପଟ ପୋଖରୀ କୂଳରେ ଏକ ବୁଦାରେ ଫିଙ୍ଗିଦେଇଥିଲା । ନିଜ ୨୨ ବର୍ଷ କ୍ୟାରିୟର୍ ରେ ସେ ଏଭଳି ବୀଭତ୍ସ କାଣ୍ଡ ଦେଖିନାହାନ୍ତି ବୋଲି ବୋଥ୍ରା କହିଥିଲେ ।

ବୋଥ୍ରାଙ୍କ ଏହି ତଦନ୍ତ ରିପୋର୍ଟକୁ ପରୀର ପରିବାର ସମେତ ବିରୋଧୀ ଦଳ ଗ୍ରହଣ ନ କରି ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇବାକୁ ଉଦ୍ୟମ କରିଥିଲେ । ତଦନ୍ତକୁ ଚାଲେଂଜ କରି ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଯାଇଥିଲେ । ମହେଶ ଜେଠାମାଲାନୀ ଭଳି ନାମୀ ଓକିଲଙ୍କୁ ମାମଲା ଦେଇଥିଲେ । ମାତ୍ର ଉଦ୍ୟମ ସଫଳ ହେଲାନାହିଁ ।

ଅନ୍ୟପକ୍ଷରେ ଏସଆଇଟି ଏହି ମାମଲାର ତଥ୍ୟ ପ୍ରମାଣ ଯୋଗାଡ଼ରେ କୌଣସି ଦିଗ ଛାଡ଼ି ନ ଥିଲା । ମାମଲାରେ ସଂପୃକ୍ତ ଥିବା ୧୩୫ ଦସ୍ତାବିଜ୍ ଏବଂ ୧୮ ସାମଗ୍ରୀ ଯୋଗାଡ଼ କରି ୪୮୨ ପୃଷ୍ଠାର ଚାର୍ଜସିଟ୍ ପ୍ରସ୍ତୁତ କରିଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୨୦୨୧ ଫେବ୍ରୁଆରୀ ୧୬ ତାରିଖରେ ନୟାଗଡ଼ ଚିଲେଡ୍ରନ କୋର୍ଟରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୭୬-ଏ ଏବଂ ବି, ୩୬୩, ୩୬୪, ୩୦୨, ଆଇପିସି ଧାରା ୨୦୧ ଏବଂ ପୋକସୋ ଆକ୍ଟ ଧାରା ୬ ରେ ଚାର୍ଜସିଟ୍ ଦାଖଲ କରିଥିଲା । ମାନ୍ୟବର ଅଦାଲତ ୩୧ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ । ଗତ ୩୦ ତାରିଖରେ ଏହାର ଶୁଣାଣି ଶେଷ ହୋଇଥିଲା ।

Previous Post

କିମ୍‌ସ କ୍ୟାନ୍‌ସର ହସ୍ପିଟାଲ ପକ୍ଷରୁ କ୍ୟାନସର ସଚେତନତା

Next Post

ଓଡ଼ିଆ ୱେବ୍ ମିଡିଆକୁ ଅଣଦେଖା!

Next Post
ଓଡ଼ିଆ ୱେବ୍ ମିଡିଆକୁ ଅଣଦେଖା!

ଓଡ଼ିଆ ୱେବ୍ ମିଡିଆକୁ ଅଣଦେଖା!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA