Tuesday, May 13, 2025 06:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କିମ୍‌ସ କ୍ୟାନ୍‌ସର ହସ୍ପିଟାଲ ପକ୍ଷରୁ କ୍ୟାନସର ସଚେତନତା

ପଦଯାତ୍ରା ଏବଂ ପଥପ୍ରାନ୍ତ ନାଟକ ମାଧ୍ୟରେ ବସ୍ତିରେ ସଚେତନତା କାର୍ଯ୍ୟକ୍ରମ

by Our Correspondent
05 Feb, 2024- 11:05 PM
in Latest News, News
1 min read
0
କିମ୍‌ସ କ୍ୟାନ୍‌ସର ହସ୍ପିଟାଲ ପକ୍ଷରୁ କ୍ୟାନସର ସଚେତନତା
ଭୁବନେଶ୍ୱର: ବିଶ୍ୱ କର୍କଟ ଦିବସ ପାଳନ ଅବସରରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍‌ସେସ୍ (କିମ୍‌ସ) କ୍ୟାନସର ହସ୍ପିଟାଲ ପକ୍ଷରୁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଏକ ସଚେତନ ପଦଯାତ୍ରା କିମ୍‌ସ କ୍ୟାନସର ହସପିଟାଲରୁ ବାହାରି ପଟିଆ ଛକ ପର୍ଯ୍ୟନ୍ତ ଯାଇଥିଲା । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏଥିରେ ଅଧ୍ୟାପକ, ଛାତଛାତ୍ରୀ ଏବଂ କିମ୍‌ସ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ ।
ବିଶ୍ୱ କର୍କଟ ଦିବସ ଅବ୍ୟବହିତ ପୂର୍ବରୁ  କିମ୍‍ସର ଛାତ୍ରଛାତ୍ରୀମାନେ ନିଳାଦ୍ରୀବିହାରସ୍ଥିତ ଓମ୍‍ଫେଡ଼୍‍ ବସ୍ତିରେ  ପଥପ୍ରାନ୍ତ ନାଟକ ମାଧ୍ୟମରେ କର୍କଟ ରୋଗ ସମ୍ପର୍କରେ ସଚେତନ କରାଇଥିଲେ । ବସ୍ତିରେ ଘର ଘର ବୁଲି ଲୋକମାନଙ୍କୁ କ୍ୟାନସର କାରଣ ନିରାକରଣ ବିଷୟରେ କହିଥିଲେ । କ୍ୟାନସର ରୋଗୀଙ୍କ ପ୍ରତି ଥିବା ଘୃଣ୍ୟ ମନୋଭାବକୁ ଦୂର କରିବା ପାଇଁ ଲୋକମାନଙ୍କୁ ବୁଝାଇଥିଲେ । ଚଳିତବର୍ଷର ବିଷୟବସ୍ତୁ ରହିଛି ‘କ୍ଲୋଜ ଦ କେୟାର ଗ୍ୟାପ୍‌’ । ଏହି ଅବସରରେ ଆୟୋଜିତ ଆଲୋଚନାଚକ୍ରରେ କିମ୍‌ସ କ୍ୟାନସର ହସ୍ପିଟାଲର ଆସୋସିଏଟ୍ ପ୍ରଫେସର ଡା ଯୋଗମାୟା ପଟ୍ଟନାୟକ କର୍କଟ ରୋଗ ବିରୋଧରେ ଲଢ଼େଇରେ ସାମୂହିକ ସମ୍ପୃକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ । ‘କ୍ଲୋଜ୍ ଦି କେୟାର ଗ୍ୟାପ୍‌’ ପଦକ୍ଷେପ କେହି ଯେପରି ଉନ୍ନତ କର୍କଟ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରିବା ଆବଶ୍ୟକ ବୋଲି କହିଥିଲେ ।
ସିନିୟର କନ୍‌ସଲଟାଣ୍ଟ, ସର୍ଜିକାଲ ଅନ୍‌କୋଲୋଜି ଡା. ସବ୍ୟସାଚୀ ପରିଡ଼ା, ଡା. ସଚିନ୍ ବିଶ୍ୱାଳ ଏବଂ କ୍ୟାନସର ହସ୍ପିଟାଲର  ଅନ୍ୟ ପ୍ରମୁଖ ଡାକ୍ତରମାନେ ଉପସ୍ଥିତ ରହି କ୍ୟାନସର ରୋଗ ବିଷୟରେ ସଚେତନ କରାଇଥିଲେ । ଏହି ଅବସରରେ ସେ  ପ୍ରାଥମିକ ଅବସ୍ଥାରେ ଏହାର ଉପଚାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ଅବସ୍ଥାରେ ଏହି ରୋଗ ଅନେକମାତ୍ରାରେ ଆରୋଗ୍ୟ କରିପାରିବ ବୋଲି କହିଥିଲେ । ଏଥିସହ ଏହାର ଚିକିତ୍ସା ପଦ୍ଧତି ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଏହାର ଚିକିତ୍ସା ଅସ୍ତ୍ରୋପଚାର, ରେଡିଏସନ୍ ବା ବିକୀରଣ ଚିକିତ୍ସା ଓ କେମୋ ଥେରାପି ବା ଔଷଧୀୟ ଚିକିତ୍ସା ଏହା ମଧ୍ୟରୁ କୌଣସି ଏକ ଏକାଧିକ ପଦ୍ଧତି ପ୍ରୟୋଗ କରି, ଏହାର ସଫଳ ଚିକିତ୍ସା କରାଯାଇ ପାରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିମ୍‌ସ ନର୍ସିଂ କଲେଜ୍ ଅଧ୍ୟକ୍ଷ ନିୟତି ଦାସ, ଆସିଷ୍ଟାଣ୍ଟ ପ୍ରଫେସର ସୌମ୍ୟା ସୋନାଲିକା, ଅନ୍ୟାନ୍ୟ ନର୍ସିଂ ଷ୍ଟାଫ୍‌ମାନେ ଉପସ୍ଥିତ ଥିଲେ ।
Previous Post

ସମାଜର ଦୁର୍ବଳତାଗୁଡ଼ିକର ନିରାକରଣ ନିମନ୍ତେ ସାହିତ୍ୟ ଗୁରୁତ୍ୱପୂର୍ଣ୍ଣ : ପାଣ୍ଡିଆନ୍

Next Post

‘ପରୀ’ ହତ୍ୟାକାରୀକୁ ୨୦ ବର୍ଷ ଜେଲ୍

Next Post
‘ପରୀ’ ହତ୍ୟାକାରୀକୁ ୨୦ ବର୍ଷ ଜେଲ୍

'ପରୀ' ହତ୍ୟାକାରୀକୁ ୨୦ ବର୍ଷ ଜେଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA