Thursday, June 25, 2026 05:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାଲି ଯଦି ସୁଇସାଇଡ୍ କରିଦିଏ ?

ବିଷ୍ଣୁ ସେଠୀଙ୍କ କୋହଭରା ବୟାନ

by Our Correspondent
18 Feb, 2025- 01:54 PM
in Latest News, News
1 min read
1
କାଲି ଯଦି ସୁଇସାଇଡ୍ କରିଦିଏ ?

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନରେ ଆଜି ସକାଳୁ ସକାଳୁ ସିବିଆଇ ରେଡ୍ ଜାରି ରହିଛି । ବିନା ମହିଳା ଅଧିକାରୀଙ୍କ ଉପସ୍ଥିତିରେ ସିବିଆଇ ତାଙ୍କ ଘରେ ପଶିବାକୁ ବିରୋଧ କରିବାରୁ ବିଷ୍ଣୁ ସେଠୀଙ୍କ ସହ ସିବିଆଇ ଟିମ୍ ର ଉଚ୍ଚବାଚ ଏବଂ ଯୁକ୍ତିତର୍କ ହୋଇଥିଲା । ପତ୍ନୀଙ୍କ ଉପସ୍ଥିତିରେ ଏବଂ ଗଣମାଧ୍ୟମ କ୍ୟାମେରା ସାମନାରେ ସିବିଆଇର ଦୁଇଜଣ ଅଧିକାରୀ ତାଙ୍କୁ ହଲାପଟା କରିବାକୁ ବି ପଛାଇ ନ ଥିଲେ । ଏହି ମାମଲାକୁ ନେଇ ବିଷ୍ଣୁ ସେଠୀ ଆଜି ଗଣମାଧ୍ୟମ ସାମନାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଥିଲେ । କୋହଭରା କଣ୍ଠରେ ତାଙ୍କ ମନର ଯନ୍ତ୍ରଣା କହିଥିଲେ । ସେତିକିବେଳେ ଆଖି ତାଙ୍କର ଛଳ ଛଳ ହୋଇଯାଇଥିଲା ।

ବିଷ୍ଣୁ ସେଠୀ କହିଥିଲେ-

ମୁଁ ନିର୍ଦୋଷ । ନିଃସହାୟ । ମୋର କୌଣସି ରାଜନୈତିକ ଲିଙ୍କ୍ ନାହିଁ । ମୁଁ ଭାବୁଛି କିଛି ଷଡ଼ଯନ୍ତ୍ର ଥିବ । ମୁଁ ଚଞ୍ଚଲ ମୁଖାର୍ଜୀଙ୍କୁ ୪ ବର୍ଷ ପରେ ଦେଖୁଛି । କିଛି ବି ପଇସା କାରବାର କରିନି । ଏହି ମାମଲାରେ ସିବିଆଇ ତଦନ୍ତକୁ ମୁଁ ସହଯୋଗ କରି ଆସୁଛି । ମୁଁ ସିବିଆଇ ସମନକୁ ଏଡ଼ାଇ ଦେଇଛି ବୋଲି ଗଣମାଧ୍ୟମରେ ପ୍ରଚାର ହେଲା । ମାତ୍ର ତାହା ସତ୍ୟ ନୁହେଁ । ଜାନୁଆରୀ ୧୧ ତାରିଖରେ ହାଜର ହେବା ପାଇଁ ମୋତେ ନୋଟିସ୍ ହୋଇଥିଲା । ମୁଁ ତା’ ପୂର୍ବରୁ ୧୦ ତାରିଖରେ ସିବିଆଇ ଅଫିସରେ ହାଜର ହୋଇଥିଲି । ଦ୍ୱିତୀୟ ଥର ବି ହାଜର ହୋଇଥିଲି । ତଦନ୍ତ ବେଳେ ମୁଁ ସମସ୍ତ କାଗଜପତ୍ର ଦେଖାଇ ସହଯୋଗ କରିଛି ।

ମାତ୍ର ଏସବୁ ପରେ ବି ଆଜି ସକାଳୁ ସକାଳୁ ସେମାନେ ବିନା ଲେଡି ପୁଲିସ ଅଫିସର ଓ ସ୍ଥାନୀୟ ପୁଲିସର ବିନା ସହାୟତାରେ ମୋ ଘରେ ଜବରଦସ୍ତ ପହଞ୍ଚିଛନ୍ତି । ମୋ ଗାଁକୁ ବି ଯାଇଛନ୍ତି । ମୁଁ ଜଣେ ବରିଷ୍ଠ ଅଧିକାରୀ ହୋଇଥିଲେ ମଧ୍ୟ ସିବିଆଇ ଅଧିକାରୀମାନେ ମୋତେ କଦର୍ଯ୍ୟ ବ୍ୟବହାର କରିଛନ୍ତି । କାହିଁକି ନା ମୁଁ ଜଣେ ଦଳିତ ବର୍ଗର । ମୋର କୌଣସି ପଲିଟିକାଲ୍ ସପୋର୍ଟ ନାହିଁ । ତେଣୁ ସେମାନେ ମୋତେ ଶସ୍ତା ଭାବିଛନ୍ତି । ସିବିଆଇର ଦୁଇଜଣ ଅଧିକାରୀଙ୍କ ଆଚାର ବ୍ୟବହାର ଏତେ ଅଭଦ୍ର ଏବଂ ରୁକ୍ଷ ଯେ ସେମାନେ କିଛି ବି କରିପାରିବେ । ମୋ ନାଁରେ ମିଛ ଲେଖିପାରିବେ । ସେମାନେ ଭାବୁଛନ୍ତି ମୁଁ ଗୋଟେ ବଡ଼ ସୈତାନ୍ ।

ଚଞ୍ଚଲ ମୁଖାର୍ଜୀ ନାଲକୋର ଦୁଇଜଣ ଠିକାଦାରଙ୍କଠାରୁ ପଇସା ନେଉଥିଲେ । ମୋର ସେଥିରେ କୌଣସି ସମ୍ପର୍କ ନାହିଁ । ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ୨୦୧୬ ମସିହାଠାରୁ ଓଡ଼ିଶା ସରକାରଙ୍କ ସହ କାମ କରୁଛନ୍ତି । କେବଳ ଏସି/ଏସଟି ବିଭାଗ ନୁହେଁ, ଅନ୍ୟ ବିଭାଗରେ ମଧ୍ୟ କାମ କରୁଛନ୍ତି । ମାତ୍ର ସେହି ବିଭାଗର ଫାଇଲ୍ କାହିଁକି ଦେଖାଯାଉନି? ୧୦ ଲକ୍ଷ ଟଙ୍କାର ଯେଉଁ ଲାଞ୍ଚ କଥା କୁହାଯାଉଛି ସେମାନେ ଚଞ୍ଚଲ ମୁଖାର୍ଜୀଙ୍କୁ ଦେଇଥାଇପାରନ୍ତି । ମୋର ସେଥିରେ ସମ୍ପର୍କ କ’ଣ?

ବ୍ରିଜ୍ ଆଣ୍ଡ ରୁଫ୍ ସହିତ ଆମର କିଛି ବି ସମ୍ପର୍କ ନାହିଁ । ତାହା ସତ୍ୟ । ମାତ୍ର ଏକଥା କିଏ ଶୁଣିବ? ମୁଁ କେତେଜଣଙ୍କୁ ଏହା କହିସାରିଲିଣି । ମାତ୍ର କିଏ ଶୁଣିବ?

ଆଜି ହୁଏତ ଆମେ ଅସୁବିଧାରେ ପଡ଼ିଛୁ । କାଲି ଯଦି ମୁଁ ସୁଇସାଇଡ୍ କରିଦିଏ? ଯଦି କିଛି ଦୋଷ ନ କରି ମୁଁ ଦଣ୍ଡ ଭୋଗେ, ତେବେ ଆଉ କ’ଣ କରିପାରିବି?

 

Previous Post

ଆଇଏଏସ୍ ବିଷ୍ଣୁ ସେଠୀଙ୍କ ଘରେ ଧସେଇ ପଶିଲା ସିବିଆଇ

Next Post

‘କିଟ୍’ ନିଆଁରେ ଘିଅ

Next Post
‘କିଟ୍’ ନିଆଁରେ ଘିଅ

'କିଟ୍' ନିଆଁରେ ଘିଅ

Comments 1

  1. Bhakta Tripathy says:
    1 year ago

    କିଟ୍ ଆତ୍ମହତ୍ୟା ଘଟଣାରୁ ବିଷ୍ନୁପଦ ବାବୁ ବୋଧେ ଉତ୍ସାହିତ ! ମାତ୍ର ଏ ପ୍ରକାର ସ୍ପର୍ଶକାତର ପ୍ରତିକ୍ରିୟା ଦେବା ଅନୁଚିତ ଓ ଏଥିପାଇଁ ସରକାର ପ୍ରଥମେ ତାଂକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର ଓ ତାଂକୁ ପଦରୁ ହଟାଇ ଛୁଟିରେ ରଖିବା ଦରକାର ! ଅତୀତରେ ଅନ୍ୟ ରାଜ୍ୟରେ ଏଭଳି ଚେତାବନୀ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
    ସେହିପରି ମହିଳା ପୋଲିସ ନନେଇ ତାଂକ ଘରକୁ ଯାଇ, ଏଭଳି ଅଯଥା ଡ୍ରାମା ପାଇଁ ସିବିଆଇ ଅଫିସରମାନେ ମଧ୍ୟ ଛାଡ଼ ପାଇବା ଉଚିତ ନୁହେଁ !

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA