Monday, April 20, 2026 03:47 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବଜାତ ଶିଶୁକୁ କୋଳରେ ଧରି ଅଫିସ୍ କାମ କଲେ ମହିଳା ଆଇଏଏସ୍

by Our Correspondent
14 Oct, 2020- 01:35 PM
in Latest News, Story Of The Week
1 min read
0
ନବଜାତ ଶିଶୁକୁ କୋଳରେ ଧରି ଅଫିସ୍ କାମ କଲେ ମହିଳା ଆଇଏଏସ୍

କର୍ମ ହିଁ ଭଗବାନ । ଯେତେ ବାଧାବିଘ୍ନ ଆସୁ ପଛେ ଦାୟିତ୍ୱ ଏବଂ ଉତ୍ସର୍ଗୀକୃତ ମନୋଭାବ ଥିଲେ ସବୁ କାମ ସମ୍ଭବ ହୋଇପାରିବ । ଏହାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶ କ୍ୟାଡରର ଆଇଏଏସ୍ ଅଧିକାରୀ ସୌମ୍ୟା ପାଣ୍ଡେ । ଗାଜିଆବାଦ ଜିଲ୍ଲାରେ କୋଭିଡ ପରିଚାଳନା ଦାୟିତ୍ୱରେ ଥିବା ମୋଦିନଗର ସବଡିଭିଜିନାଲ୍ ମାଜିଷ୍ଟ୍ରେଟ୍ ସୌମ୍ୟା ମାତ୍ର ୧୪ ଦିନର ପ୍ରସବ ଛୁଟି ପରେ ନିଜ କାର୍ଯ୍ୟକ୍ଷେତ୍ରକୁ ଫେରି ଆସିଛନ୍ତି । ନବଜାତ ଶିଶୁକୁ କୋଳରେ ଧରି ଅଫିସରେ କାମ କରୁଛନ୍ତି ।

ନବଜାତ ଶିଶୁକନ୍ୟାକୁ ଧରି ସୌମ୍ୟା ଅଫିସ୍ ରେ କାମ କରୁଥିବାର ଏକ ଭିଡ଼ିଓ କେହିଜଣେ ଟ୍ୱିଟର୍ ରେ ପୋଷ୍ଟ କଲା ପରେ ଏହା ଭାଇରାଲ୍ ହୋଇଯାଇଛି । ଦେଶବ୍ୟାପୀ ଏହି ମହିଳା ଅଧିକାରୀଙ୍କୁ ପ୍ରଶଂସା କରାଯାଉଛି । କୋଭିଡ ଆଳରେ ଅନେକ ସରକାରୀ ବାବୁ ଓ କର୍ମଚାରୀ ଅଫିସ କାମରୁ ଖସିବାକୁ ଗଳାବାଟ ଖୋଜୁଥିଲା ବେଳେ ଜଣେ ମହିଳା ଆଇଏଏସ୍ ଅଫିସର ପ୍ରସବ ଛୁଟିକୁ ଆଡେଇ ମାଆର ଦାୟିତ୍ୱ ସହ କୋଭିଡ ଯୋଦ୍ଧାର ଦାୟିତ୍ୱରେ ନିମଗ୍ନ ରହିଥିବାରୁ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ସୌମ୍ୟା କହିଛନ୍ତି, ମୁଁ ଜଣେ ଆଇଏଏସ୍ ଅଫିସର । ମୋତେ ମୋ ଚାକିରି ଦାୟିତ୍ୱ ଦେଖିବାର ଅଛି । କୋଭିଡ-୧୯ ଯୁଦ୍ଧରେ ଏବେ ସମସ୍ତଙ୍କର ଦାୟିତ୍ୱ ବଢ଼ିଛି । ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ।

ନବଜାତ ଶିଶୁକୁ କୋଳରେ ଧରି କିଭଳି କାମ କରିପାରୁଛନ୍ତି ବୋଲି ଗଣମାଧ୍ୟମର ପ୍ରଶ୍ନରେ ସୌମ୍ୟା କହିଛନ୍ତି, ଭଗବାନ ନାରୀକୁ ପ୍ରସବ କରିବାର ଶକ୍ତି ଦେବା ସହ ଛୁଆର ଲାଳନପାଳନର ଦାୟିତ୍ୱ ସମ୍ଭାଳିବାର ଶକ୍ତି ଦେଇଛନ୍ତି । ଗ୍ରାମାଞ୍ଚଳରେ ମହିଳାମାନେ ଗର୍ଭବତୀ ଥିବା ବେଳେ ଘର କାମ ସହିତ ନିଜର ଜୀବିକା ପାଇଁ କାମରେ ଲାଗିଥାନ୍ତି । ପ୍ରସବ ପରେ ମଧ୍ୟ ତାଙ୍କୁ ବିଶ୍ରାମ ପାଇଁ ଫୁରସତ୍ ନ ଥାଏ । ଛୁଆର ଦାୟିତ୍ୱ ସହ ପୂର୍ବ ଦାୟିତ୍ୱକୁ ସୁଚାରୂରୂପେ ତୁଲାଇଥାନ୍ତି । ଠିକ୍ ସେହିଭଳି ଇଶ୍ୱରଙ୍କ ଆଶିର୍ବାଦରେ ମୋର ତିନି ସପ୍ତାହର ଛୁଆକୁ ଧରି ମୁଁ ମୋ ପ୍ରଶାସନିକ କାର୍ଯ୍ୟ ତୁଲାଇବାରେ ସକ୍ଷମ ହୋଇପାରୁଛି । ଏଥିପାଇଁ ମୋ ପରିବାରର ସମର୍ଥନ ରହିଛି । ମୋ କାର୍ଯ୍ୟକ୍ଷେତ୍ର ତହସିଲ ଏବଂ ଗାଜିଆବାଦ ଜିଲ୍ଲା ପ୍ରଶାସନ ମୋର ପରିବାର ଭଳି । ଗର୍ଭବତୀ ସମୟଠାରୁ ଆରମ୍ଭ କରି ପ୍ରସବ ପର ପର୍ଯ୍ୟନ୍ତ ମୋର ସହକର୍ମୀମାନେ ସାହାଯ୍ୟ ସହଯୋଗ ଦେଇଆସିଛନ୍ତି ।

୨୦୧୭ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ସୌମ୍ୟା । ପ୍ରଥମ ଥରରେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ମସୌରୀରୁ ଟ୍ରେନିଂ ପରେ ଗତବର୍ଷ ମୋଦିନଗର ସବଡିଭିଜିନାଲ୍ ମାଜିଷ୍ଟ୍ରେଟ୍ ଭାବେ ପୋଷ୍ଟିଂ ପାଇଥିଲେ । ଗତ ଜୁଲାଇ ମାସରୁ ଗାଜିଆବାଦ ଜିଲ୍ଲା ପ୍ରଶାସନରେ କୋଭିଡ ପରିଚାଳନାର ନୋଡାଲ୍ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି ସୌମ୍ୟା । ସେପ୍ଟେମ୍ବରରେ ତାଙ୍କର ପ୍ରସବ ଅପରେସନ୍ ପାଇଁ ୨୨ ଦିନ ପାଇଁ ଛୁଟିରେ ଯାଇଥିଲେ । ମାତ୍ର ଦୁଇସପ୍ତାହ ପରେ ସେ କାର୍ଯ୍ୟକ୍ଷେତ୍ରକୁ ଫେରିଆସିଛନ୍ତି । ତେବେ କୋଭିଡ ପାଇଁ ଗର୍ଭବତୀ ମହିଳାମାନେ ସାବଧାନତାର ସହ କାର୍ଯ୍ୟ କରିବାକୁ ସୌମ୍ୟା ପରାମର୍ଶ ଦେଇଛନ୍ତି ।

ସୌମ୍ୟାଙ୍କ କ୍ୟାରିୟର୍

ଉତ୍ତରପ୍ରଦେଶରେ ଜନ୍ମିତ ସୌମ୍ୟା ପାଣ୍ଡେ ୨୦୧୭ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ । ପ୍ରଥମ ଉଦ୍ୟମରେ ସେ କେବଳ ସଫଳତା ପାଇ ନ ଥିଲେ ବରଂ ଚତୁର୍ଥ ରାଙ୍କ୍ ରେ ଥିଲେ । ଆଲ୍ଲାହାବାଦର ପ୍ରସିଦ୍ଧ ମୋତିଲାଲ ନେହେରୁ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ ଟେକନୋଲୋଜିରୁ ୨୦୧୫ ରେ ଇଲେକଟ୍ରିକାଲ୍ ଇଂଜିନିୟରିଂରେ ଗୋଲଡ ମେଡାଲିଷ୍ଟ । ସିବିଏସଇ ଦଶମ ପରୀକ୍ଷାରେ ୯୮% ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଥିଲା ବେଳେ ଦ୍ୱାଦଶ ପରୀକ୍ଷାରେ ୯୭.୮% ନମ୍ବର ରଖିଥିଲେ ।

ଖାଲି ପାଠରେ ନୁହେଁ, ସ୍କୁଲରେ ପଢ଼ିଲା ବେଳୁ ନାଚ ଓ ଖେଳରେ ମଧ୍ୟ ପାରଙ୍ଗମ । ସେ ଜଣେ ଟ୍ରେନଡ କ୍ଲାସିକାଲ୍ ଡ୍ୟାନସର । ପ୍ରୟାଗ ସଙ୍ଗୀତ ସମିତିରୁ କଥକ ନୃତ୍ୟ ପ୍ରଶିକ୍ଷଣ ପାଇଛନ୍ତି । ସ୍କୁଲରେ ବାସ୍କେଟବଲ୍ ଦଳର କ୍ୟାପଟେନ୍ ଥିଲେ ।

ବାପାମାଆଙ୍କର ଏକମାତ୍ର ସନ୍ତାନ ହେଉଛନ୍ତି ସୌମ୍ୟା । ତାଙ୍କା ବାପା ଡ. ରବି ପାଣ୍ଡେ ଏକ କମ୍ପ୍ୟୁଟର ସଂସ୍ଥା କରିଥିବା ବେଳେ ମାଆ ଡ. ସାଧନା ପାଣ୍ଡେ ଜଣେ ଗାଇନୋକୋଲୋଜିଷ୍ଟ୍ । ସୌମ୍ୟାଙ୍କ ସ୍ୱାମୀ ଡ. ନୀତିନ୍ ଗୌର ୨୦୧୬ ବ୍ୟାଚର୍ ଆଇଏଏସ୍ ଅଫିସର ।

Previous Post

CSK beat SRH by 20 Runs

Next Post

ଓଟିଭି ଜଘନ୍ୟ କାରସାଦି; ସାରୁଅ ଜମି କେଳେଙ୍କାରୀ ଗୁମର ଖୋଲିଲା

Next Post
ଓଟିଭି ଜଘନ୍ୟ କାରସାଦି; ସାରୁଅ ଜମି କେଳେଙ୍କାରୀ ଗୁମର ଖୋଲିଲା

ଓଟିଭି ଜଘନ୍ୟ କାରସାଦି; ସାରୁଅ ଜମି କେଳେଙ୍କାରୀ ଗୁମର ଖୋଲିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA