Monday, April 20, 2026 05:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଓଟିଭି ଜଘନ୍ୟ କାରସାଦି; ସାରୁଅ ଜମି କେଳେଙ୍କାରୀ ଗୁମର ଖୋଲିଲା

କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତଭାର

by Our Correspondent
14 Oct, 2020- 04:54 PM
in Crime, Latest News
1 min read
0
ଓଟିଭି ଜଘନ୍ୟ କାରସାଦି; ସାରୁଅ ଜମି କେଳେଙ୍କାରୀ ଗୁମର ଖୋଲିଲା

ଭୁୁବନେଶ୍ୱର: ଜମି ହଡ଼ପର ସୁଚିନ୍ତିତ ଯୋଜନା । ଅନୁସୂଚୀତ ବର୍ଗର ଜଣେ ଯୁବକଙ୍କୁ ଖୋଜି ଆଣି ଡ୍ରାଇଭର୍ ଚାକିରି ଦେଲେ । ନାଁ କୁ ଡ୍ରାଇଭର ହେଲେ ଅସଲରେ ସାରୁଅ ପ୍ରକଳ୍ପ ପାଇଁ ଜମି ହାତେଇବାକୁ ତାଙ୍କୁ ମାଧ୍ୟମ କରାଗଲା । ଅନୁସୂଚିତ ବର୍ଗର ଜମିକୁ ତାଙ୍କ ଜରିଆରେ କିଣାବିକା ହେଲା । ସମୟକ୍ରମେ ତାଙ୍କ ଅଗୋଚରରେ ତାଙ୍କ ନାଁ ଓ ଦସ୍ତଖତ ବ୍ୟବହାର କରି ଯାବତୀୟ ଜମି ଜାଲିଆତିର ସାମ୍ରାଜ୍ୟ ବିଛାଇ ଚାଲିଲେ । ସତ ଜାଣିବା ପରେ ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ସଂପୃକ୍ତ ବ୍ୟକ୍ତିଙ୍କ ପିଟିସନ୍ ଓ ସ୍ଥାନୀୟ ବାସିନ୍ଦାଙ୍କ ଅନ୍ୟ ଦୁଇଟି ପିଟିସନ୍ ହିଁ ଓଟିଭି ଜମି ଜାଲିଆତିର ପର୍ଦ୍ଦାଫାସ କରିଛି । ଜିଲ୍ଲା ପ୍ରଶାସନ ଏହାର ଖିଅ ଧରିବା ପରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ହାତରେ ମାମଲାର ତଦନ୍ତଭାର ନ୍ୟସ୍ତ କରିଛନ୍ତି ।

ସାରୁଅରେ ଓଟିଭି ପାଇଁ ଅତୀତରେ ଜମି ହାତେଇବାର ମାଧ୍ୟମ ସାଜିଥିବା ଏହି ବ୍ୟକ୍ତିଜଣଙ୍କ ହେଉଛନ୍ତି ଗଞ୍ଜାମର ରବି ସେଠୀ । ସାରୁଅ ଗ୍ରାମର ଅନ୍ୟ ଜଣେ ଅନୁସୂଚୀତ ଜାତିର ବାସିନ୍ଦା ହାଲୁରି ପାହାଡ଼ସିଂହଙ୍କ ଅଭିଯୋଗ ସହ ରବି ସେଠୀଙ୍କ ପିଟିସନ୍ ହିଁ ଓଟିଭି ଜମି କେଳେଙ୍କାରୀର ପର୍ଦ୍ଧାଫାସ କରିଛି ।

ପାହାଡସିଂହ ପରିବାର ଅଭିଯୋଗ କରିଛନ୍ତି ଯେ ଓଟିଭି କର୍ତ୍ତୃପକ୍ଷ ସେମାନଙ୍କୁ ଜମି ବିକିବା ପାଇଁ ଅନୁରୋଧ କରିଥିଲେ । ହେଲେ ସେମାନେ ରାଜି ହୋଇ ନ ଥିଲେ । ଏହାପରେ ରବି ସେଠୀ ଆସି ବାଧ୍ୟ କରିଥିଲେ । ରବି ସେଠୀ ତାଙ୍କ ଜାତିର ହୋଇଥିବାରୁ ସେମାନେ ତାଙ୍କୁ ଜମି ବିକ୍ରୀ କରିଥିଲେ । ହେଲେ ପ୍ରକୃତରେ ଓଟିଭିର ଅନ୍ୟ ସଂସ୍ଥା ଓଡ଼ିଶା ଇନଫ୍ରା ଟେକ ପ୍ରାଇଭେଟ୍ ଲିମିଟେଡ ନାଁରେ ଏହି ଜମି କିଣା ଯାଇଥବା ପରେ ଜାଣିବାକୁ ପାଇଥିଲେ । ପରବର୍ତ୍ତୀ ସମୟରେ ଓଟିଭି ସେଠାରେ ପାଚେରୀ ବୁଲାଇ ତାଙ୍କର ଅନ୍ୟ ଚାଷଜମିକୁ ଯିବା ଆସିବାରେ ବାଧା ସୃଷ୍ଟି କରିଥିଲା । ଆପତ୍ତି କରିବାରୁ ସେହି ଜମିଗୁଡ଼ିକୁ ଶସ୍ତାରେ ବିକ୍ରୀ କରିବା ଲାଗି ବାଧ୍ୟ କରିଥିଲା । ଏପରିକି ବଜାର ଦରଠାରୁ କମ୍ ମୂଲ୍ୟରେ ଜମି ବିକିବାକୁ ବାଧ୍ୟ କରାଗଲା ।

ତେବେ ଏହି ଜମି ବିକ୍ରୀ କାଗଜପତ୍ରରେ କିଭଳି ଜାଲିଆତି ହୋଇଛି ତାହା ଦଲିଲରୁ ଧରାପଡ଼ିଛି ।

ଜାଲିଆତି-୧: ବିକ୍ରୀ କାଗଜପତ୍ରରେ ଉଭୟ ବିକ୍ରେତା ଓ ଖରିଦଦାର ଗୋଟିଏ ଠିକଣା ବ୍ୟବହାର କରିଛନ୍ତି ।

ଜାଲିଆତି-୨: ବିକ୍ରେତା ତାଙ୍କର ଭଉଣୀ ବାହାଘର ପାଇଁ ଜମି ବିକ୍ରୀ କରିଥିବା ଦର୍ଶାଉଥିବା ବେଳେ ତାଙ୍କୁ କିନ୍ତୁ ଘର ତିଆରି ପାଇଁ ଜମି ବିକିବାକୁ ଅନୁମତି ଦିଆଯାଇଛି ।

ଜାଲିଆତି-୩: ଜମି ବିକ୍ରୀ ଏବଂ ଅନ୍ୟାନ୍ୟ କାଗଜପତ୍ରରେ ଖରିଦଦାର ରବି ସେଠୀଙ୍କର ଦସ୍ତଖତରେ ତାଳମେଳ ନାହିଁ । ସେ ନିଜକୁ ଜଣେ ବ୍ୟବସାୟୀ ବୋଲି ଦର୍ଶାଇଛନ୍ତି । ବାସ୍ତବରେ ସେ କିନ୍ତୁ ଓଟିଭି ସଂସ୍ଥାର ଜଣେ ସ୍ୱଳ୍ପ ବେତନଭୋଗୀ କର୍ମଚାରୀ ଥିଲେ ।

ଜାଲିଆତି-୪: ରବି ସେଠୀ ନିଜର ଜମି ଥିବା ଦର୍ଶାଇଛନ୍ତି । ମାତ୍ର ବାସ୍ତବରେ ରବି ସେଠୀ ନାଁରେ ଓଟିଭି ହିଁ ବିଭିନ୍ନ ସ୍ଥାନରେ ଜମି କିଣିଥିଲା ।

କିଏ ଏହି ରବି ସେଠୀ ?

ପିଟିସନ୍ ରେ ରବି ସେଠୀ ନିଜକୁ ଜଣେ ଗରିବ ଲୋକ ବୋଲି ଦର୍ଶାଇଛନ୍ତି । ତାଙ୍କ ଦାଦାଙ୍କ ସହିତ ଗାଁ ରୁ ଆସି ଭୁବନେଶ୍ୱରରେ ଡ୍ରାଇଭିଂ ଶିଖିଥିଲେ । ଓରଟେଲ୍ ର ନିର୍ଦ୍ଦେଶକ ବିଭୁ ରଥ ତାଙ୍କୁ ଡାକି ଡ୍ରାଇଭର ଚାକିରି ଦେଇଥିଲେ । ଦରମା ପାଉଥିଲେ ୫,୬୦୦ରୁ ୧୨,୦୦୦ ଟଙ୍କା ।

ବିଭିନ୍ନ ସମୟରେ ତାଙ୍କୁ ବିଭିନ୍ନ କାଗଜରେ ଦସ୍ତଖତ କରିବାକୁ କୁହାଯାଉଥିଲା । ମାତ୍ର ତାହା କ’ଣ ସେ ଆଦୌ ଜାଣିନାହାନ୍ତି । ସେଥିପାଇଁ ତାଙ୍କୁ ଡର ଲାଗୁଥିଲେ ମଧ୍ୟ ଚାକିରି ବଞ୍ଚାଇବାକୁ ରାଜି ହେଉଥିଲେ ।

ଓଟିଭି କିନ୍ତୁ ଏହାର ଭରପୂର ଫାଇଦା ଉଠାଇ ତାଙ୍କ ନାଁରେ ବେନାମୀ କାରବାର ଜାରି ରଖିଥିଲା । ତାଙ୍କଠାରୁ ବିଭିନ୍ନ ଫାଇଲ୍ ଓ କାଗଜପତ୍ରରେ ଦସ୍ତଖତ ନିଆଯାଉଥିବା ବେଳେ ସେଥିରେ ଟଙ୍କାର ପରିମାଣ ଦର୍ଶାଯାଉ ନ ଥିଲା । ଏବେ ବି ସେ ତାଙ୍କର ଜମି କିମ୍ବା ତାଙ୍କ ନାମରେ ଜମି ଖରିଦ ହୋଇଥିବା ଜାଣିନାହାନ୍ତି ।

ଜମି ବିକ୍ରୀ କାଗଜପତ୍ରରେ ଲକ୍ଷ ଲକ୍ଷ ଟଙ୍କାର କାରବାର ହୋଇଥିବା ବେଳେ ଶ୍ରୀ ସେଠୀ ଦିନେ ହେଲେ ଟଙ୍କାଟିଏ ଦେଖିନାହାନ୍ତି । ସାରୁଅରେ ଏସସି ବର୍ଗର ଲୋକଙ୍କ ଜମି ହାତେଇବା ପାଇଁ ଓଟିଭି ଡମି ଭାବେ ସେ କାର୍ଯ୍ୟ କରୁଥିଲେ ।

ଏହିଭଳି ଭାବେ ଓଟିଭିର ଠକେଇ ଓ ଜାଲିଆତି କାରବାର ଓ ଅପରାଧିକ ଷଡ଼ଯନ୍ତ୍ରରେ ଦୁଇଟି ଗରିବ ଅସହାୟ ଏସସି ପରିବାର ଫସି ଯାଇଥିବା ପ୍ରଶାସନିକ ତଦନ୍ତରୁ ଜଣାପଡ଼ିଛି । ଏହି ଢ଼ଙ୍ଗରେ ଓଟିଭି କର୍ତ୍ତୃପକ୍ଷ ଶହ ଶହ ଏକର ଜମି ଚଞ୍ଚକତାପୂର୍ଣ୍ଣ ହାତେଇଥିବା ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।

ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡା, ତାଙ୍କ ବାପା ଓ ଭାଇଙ୍କ ବିରୋଧରେ ହୋଇଥିବା ତିନୋଟି ମାମଲା ମଧ୍ୟରୁ ରବି ସେଠୀଙ୍କ ପିଟିସନ୍ ଉପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ବୋଲି ଜଣାପଡ଼ିଛି ।

Previous Post

ନବଜାତ ଶିଶୁକୁ କୋଳରେ ଧରି ଅଫିସ୍ କାମ କଲେ ମହିଳା ଆଇଏଏସ୍

Next Post

ହିନ୍ଦୀ ଶିକ୍ଷକଙ୍କର ୫ କୋଟି ସମ୍ପତ୍ତି

Next Post
ହିନ୍ଦୀ ଶିକ୍ଷକଙ୍କର ୫ କୋଟି ସମ୍ପତ୍ତି

ହିନ୍ଦୀ ଶିକ୍ଷକଙ୍କର ୫ କୋଟି ସମ୍ପତ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA