Friday, June 5, 2026 05:12 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦେଓରଞ୍ଜନ ସିଂହ ଗୃହ ସଚିବ

୬ ବରିଷ୍ଠ ଆଇଏଏସ୍ ଙ୍କୁ ଅତିରିକ୍ତ ଦାୟିତ୍ୱ

by Our Correspondent
29 Oct, 2022- 11:50 PM
in Latest News, News
1 min read
0
ଦେଓରଞ୍ଜନ ସିଂହ ଗୃହ ସଚିବ
Spread the love

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ରାଜ୍ୟ ସରକାର ଆଜି ଅଦଳବଦଳ କରିଛନ୍ତି । ୬ ଜଣ ବରିଷ୍ଠ ଆଇଏଏସ୍ ଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଚଳିତ ମାସରେ ଅବସର ନେଉଥିବା ଜିଭିଭି ଶର୍ମା ଏବଂ ମଧୁସୂଦନ ପାଢ଼ୀଙ୍କ ଦାୟିତ୍ୱ ଯଥାକ୍ରମେ ଆର.କେ. ଶର୍ମା ଏବଂ ସତ୍ୟବ୍ରତ ସାହୁଙ୍କୁ ପ୍ରଦାନ କରାଯାଇଛି । ସେହିଭଳି ଆସନ୍ତା ୧ ରୁ କେନ୍ଦ୍ରୀୟ ଡେପୁଟେସନ୍ ରେ ଯାଉଥିବା ସଞ୍ଜୀବ ଚୋପ୍ରାଙ୍କ ଦାୟିତ୍ୱକୁ ଦେଓରଞ୍ଜନ କୁମାର ସିଂହ ଏବଂ ପ୍ରଦୀପ ଜେନାଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି ।

୧୯୮୭ ବ୍ୟାଚ୍ ଅଧିକାରୀ ରାଜକୁମାର ଶର୍ମାଙ୍କୁ ରାଜସ୍ୱ ପର୍ଷଦ ସଭ୍ୟ ଭାବେ କଟକରେ ଅବସ୍ଥାପିତ କରାଯାଇଛି । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଏହି ଦାୟିତ୍ୱରେ ଥିବା ଜିଭିଭି ଶର୍ମା ଆସନ୍ତା ୩୧ ତାରିଖରେ ଚାକିରିରୁ ଅବସର ନେବେ ।

୧୯୮୯ ବ୍ୟାଚ୍ ଅଧିକାରୀ ପ୍ରଦୀପ ଜେନାଙ୍କୁ କୃଷି ଉତ୍ପାଦନ କମିସନ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଉନ୍ନୟନ କମିସନର ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ସେ କାର୍ଯ୍ୟ କରୁଛନ୍ତି । ଯୋଜନା ବିଭାଗର ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍ କମିସନର ଭାବେ ମଧ୍ୟ ସେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ।

୧୯୯୧ ବ୍ୟାଚ୍ ଅଧିକାରୀ ସତ୍ୟବ୍ରତ ସାହୁଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅତିରିକ୍ତ ନିଯୁକ୍ତି ଦିଆଯାଇଛି । ଏହି ଦାୟିତ୍ୱରେ ଥିବା ମଧୁସୂଦନ ପାଢ଼ୀ ଆସନ୍ତା ୩୧ ତାରିଖରେ ଚାକିରିରୁ ଅବସର ନେଉଛନ୍ତି । ଶ୍ରୀ ସାହୁ ଏବେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଦାୟିତ୍ୱରେ ଅଛନ୍ତି । ତାଙ୍କ ହାତରୁ ଏମଏସଏମଇ ବିଭାଗର ଅତିରିକ୍ତ ଦାୟିତ୍ୱ କାଢ଼ି ନିଆଯାଇଛି ।

୧୯୯୩ ବ୍ୟାଚ୍ ଅଧିକାରୀ ଦେଓରଞ୍ଜନ କୁମାର ସିଂହଙ୍କ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ନିଯୁକ୍ତି ଦିଆଯାଇଛି । ଇସ୍ପାତ ଓ ଖଣି ବିଭାଗରର ପ୍ରମୁଖ ସଚିବ ଭାବେ ସେ କାର୍ଯ୍ୟ କରୁଛନ୍ତି । ଏଥିସହ ଓଏମସି ଏବଂ ଇଡିକଲ୍ ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ।

୧୯୯୬ ବ୍ୟାଚ୍ ଅଧିକାରୀ ଶାଶ୍ୱତ ମିଶ୍ରଙ୍କୁ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ସେ କାର୍ଯ୍ୟ କରୁଛନ୍ତି । ଓଏସଏସଏସସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ବି ଅଛନ୍ତି । ତାଙ୍କ ହାତରୁ ଏସଟି ଏବଂ ଏସସି ବିଭାଗର ଅତିରିକ୍ତ ଦାୟିତ୍ୱକୁ କାଢ଼ି ନିଆଯାଇଛି ।

୨୦୦୬ ବ୍ୟାଚ୍ ଅଧିକାରୀ ଶ୍ରୀମତୀ ରୂପାରୋଶନ ସାହୁଙ୍କୁ ଏସଟି ଏବଂ ଏସସି ତଥା ଏମ ଆଣ୍ଡ ବିସିଡବ୍ଲୁ ବିଭାଗର କମିସନର ଏବଂ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ସେ ଅବସ୍ଥାପିତ ଅଛନ୍ତି । ଏଥିସହ ଟିଇ ଆଣ୍ଡ ଏସସିଇଆରଟିର ନିର୍ଦ୍ଦେଶକ ଏବଂ ଇଂରାଜୀ ଭାଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ।

Previous Post

ମାନବିକତାର ପରିଚୟ ଦେଲା ଓଡ଼ିଶା ମୋ ପରିବାର

Next Post

ହୃଷିକେଶ ପଣ୍ଡା ପାଇବେ କଳିଙ୍ଗ ରତ୍ନ ସମ୍ମାନ

Next Post
ହୃଷିକେଶ ପଣ୍ଡା ପାଇବେ କଳିଙ୍ଗ ରତ୍ନ ସମ୍ମାନ

ହୃଷିକେଶ ପଣ୍ଡା ପାଇବେ କଳିଙ୍ଗ ରତ୍ନ ସମ୍ମାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA