Friday, June 26, 2026 08:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଡିଷ୍ଟିଙ୍ଗୁଇସ୍‌ଡ ଆଲମ୍ନସ୍ ସମ୍ମାନ

by Our Correspondent
29 Dec, 2022- 08:00 PM
in Latest News, News
1 min read
0
ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଡିଷ୍ଟିଙ୍ଗୁଇସ୍‌ଡ ଆଲମ୍ନସ୍ ସମ୍ମାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ର ପ୍ରତିଷ୍ଠାତା ସଭାପତି ତଥା ଆଇଆଇଟି ଖଡଗପୁରର ପୂର୍ବତନ ଛାତ୍ର ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଆଇଆଇଟି ଖଡଗପୁର ପକ୍ଷରୁ ଏଠାରେ ବୁଧବାର ଡିଷ୍ଟିଙ୍ଗୁଇସ୍‌ଡ ଆଲମ୍ନସ୍ ସମ୍ମାନ ପ୍ରଦାନ କରାଯାଇଛି । ଗତ ଡିସେମ୍ବର ୨୪ ତାରିଖ ଦିନ ଆଇଆଇଟି, ଖଡ଼ଗପୁରର ୬୮ ତମ ସମାବର୍ତନ ଉତ୍ସବରେ ତାଙ୍କ ଅନୁପସ୍ଥିତିରେ ପ୍ରଫେସର ନାୟକଙ୍କୁ ଏହି ସମ୍ମାନଜନକ ସମ୍ମାନ ପ୍ରଦାନ କରାଯାଇଥିଲା । ବୁଧବାର ଭୁବନେଶ୍ୱର ଗସ୍ତରେ ଆସିଥିବା ଆଇଆଇଟି ଖଡଗପୁରର ନିର୍ଦ୍ଦେଶକ ପ୍ରଫେସର ଭି.କେ.ତିୱାରୀ ପ୍ରଫେସର (ଡକ୍ଟର) ନାୟକଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିର୍ତ କରିଛନ୍ତି ।

ପ୍ରଫେସର ନାୟକ ରାଉରକେଲା ସ୍ଥିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ପୂର୍ବତନ ରିଜିଓନାଲ୍ ଇଞ୍ଜିନିୟରିଂ କଲେଜ)ରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ବି. ଟେକ୍ କରିଥିବା ବେଳେ ଆଇଆଇଟି ଖଡ଼ଗପୁରରେ କମ୍ପ୍ୟୁଟର ସାଇନ୍ସରେ ଏମ୍‌. ଟେକ୍ ଡିଗ୍ରୀ ହାସଲ କରିଛନ୍ତି । ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅର୍ଥାତ୍ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍‌ଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି)ରୁ ପିଏଚ୍‌ଡି କରିଛନ୍ତି ।

ଏହି ଅବସରରେ ପ୍ରଫେସର ନାୟକ କହିଛନ୍ତି ଯେ, ଏଭଳି ସମ୍ମାନ ଗ୍ରହଣ କରି ଆଇଆଇଟି ଖଡଗପୁର ନିକଟରେ ସେ କୃତଜ୍ଞ ।ଶ୍ରୀ ତିୱାରୀ କହିଛନ୍ତି, ଆଇଆଇଟି ଖଡଗପୁରର ଅଦ୍ୟାବଧି ପ୍ରାୟ ୭୦ ହଜାର ଆଲୁମ୍‌ନି ଦେଶ ବିଦେଶରେ ନିଜର ଉଲ୍ଲେଖନୀୟ ଯୋଗଦାନ ରଖିଛନ୍ତି । ପ୍ରଫେସର ନାୟକ ବହୁ ସଂଘର୍ଷ ସହ ଗୋଟିଏ ଇଞ୍ଜିନିୟରିଂ ପ୍ରତିଷ୍ଠାନ ଆରମ୍ଭ କରି ଦେଶର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ସକ୍ଷମ ହୋଇଛନ୍ତି । ଆଇଆଇଟି ଖଡଗପୁରର ପୂର୍ବତନ ଛାତ୍ର ଭାବେ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଓ ଉଲ୍ଲେଖନୀୟ ଯୋଗଦାନ ଲାଗି ତାଙ୍କୁ ସମ୍ମାନିତ କରି ଅତ୍ୟନ୍ତ ଖୁସି । ତାଙ୍କର ସଂଘର୍ଷ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ । ଶିକ୍ଷା ଓ ଅନୁସନ୍ଧାନ ର ସଫଳତା ଧାରା ପ୍ରଶଂସା ଯୋଗ୍ୟ ।

Previous Post

ଶରୀର ଦାନ କରି ପ୍ରେରଣା ସାଜିଲେ ଶ୍ରୀନିବାସଙ୍କ ପରିବାରବର୍ଗ

Next Post

୧୧ ଜିଲ୍ଲାରେ ନୂଆ ଏସପି

Next Post
୧୧ ଜିଲ୍ଲାରେ ନୂଆ ଏସପି

୧୧ ଜିଲ୍ଲାରେ ନୂଆ ଏସପି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA