Saturday, June 27, 2026 08:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଯୁଆଡ଼େ ଦରାଣ୍ଡିଲେ ପୁଳା ପୁଳା ଟଙ୍କା

ଆଳୁ ଖୋଳୁ ଖୋଳୁ ମହାଦେବ

by Our Correspondent
09 Dec, 2023- 09:27 PM
in Latest News, News
1 min read
0
ଯୁଆଡ଼େ ଦରାଣ୍ଡିଲେ ପୁଳା ପୁଳା ଟଙ୍କା

ଭୁବନେଶ୍ୱର: ଯୁଆଡ଼େ ଦରାଣ୍ଡିଲେ ସିଆଡୁ ବାହାରୁଛି । ଘର ଓ ଅଫିସରୁ ମିଳୁଛି ପୁଳା ପୁଳା ଟଙ୍କା ବିଡ଼ା । ଥାକ ମରା ହୋଇ ରହିଛି ୫୦୦ ଟଙ୍କିଆ, ୨୦୦ ଟଙ୍କିଆ ଆଉ ୧୦୦ ଟଙ୍କିଆ ବଣ୍ଡଲ୍ । ଟଙ୍କା ଗଣି ଗଣି ମେସିନ୍ ବି ଅଚଳ ହୋଇଯାଉଛି । ବାହାରୁ ନୂଆ ଟଙ୍କାଗଣା ମେସିନ୍ ମଗେଇବାକୁ ପଡୁଛି । ୩ ଦିନ ହେଲା ପ୍ରାୟ ୫୦ ଜଣ କର୍ମଚାରୀ ଦିନରାତି ଟଙ୍କା ଗଣୁଥିଲେ ବି ଅଧା ଟଙ୍କା ଗଣା ସରିନି । ଓଲଟି ଆଜି ପୁଣି ଟଙ୍କା ଗଦେଇ ହେଲାଣି ।

ପଶ୍ଚିମ ଓଡ଼ିଶାରେ ଦେଶୀ ମଦ ସାମ୍ରାଜ୍ୟ ଗଢ଼ିଥିବା ବଳଦେବ ସାହୁ ଆଣ୍ଡ ବ୍ରଦର୍ସ ଓ ସହଯୋଗୀଙ୍କ ଉପରେ ଆୟକର ବିଭାଗର ଚଢ଼ଉ ବେଳେ ଏହି ଟଙ୍କାର ପାହାଡ଼ ଠାବ ହୋଇଛି । ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ମଦ ପ୍ରସ୍ତୁତି ସଂସ୍ଥା ଶିବଗଙ୍ଗା ଆଣ୍ଡ କମ୍ପାନିଜ୍ ର ଏହା ସହଯୋଗୀ ସଂସ୍ଥା ବୋଲି କୁହାଯାଉଛି । ଧୀରଜ ସାହୁଙ୍କ ସଂସ୍ଥାର ବିଭିନ୍ନ ଶାଖା ଓ ସହଯୋଗୀ ସଂସ୍ଥା ଉପରେ ଆୟକର ବିଭାଗ ଚଢ଼ଉ ବେଳେ ଏମିତି ପୁଳା ପୁଳା ଟଙ୍କା ମିଳିବା ଘଟଣା ସମଗ୍ର ଦେଶବାସୀଙ୍କୁ ଚକିତ କରିଦେଇଛି ।

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଟିକସ ଫାଙ୍କି ଅଭିଯୋଗରେ ଆୟକର ବିଭାଗର ଚଢ଼ଉରୁ ଶହ ଶହ କୋଟି ନଗଦ ଟଙ୍କା ଠାବ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ବିପୁଳ ଟଙ୍କାର ଉତ୍ସ କ’ଣ ଏବଂ କେଉଁ ଉଦ୍ଦେଶ୍ୟରେ ଗଚ୍ଛିତ ଥିଲା ତାହା ଜାଣିବା ପାଇଁ ସମସ୍ତଙ୍କର ବ୍ୟଗ୍ରତା ବଢ଼ିଛି । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଥିବା ବେଳେ ଓଡ଼ିଶାରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ।

ଆୟକର ବିଭାଗ ଚଢ଼ଉର ଆଜି ଚତୁର୍ଥ ଦିନରେ ବି ବିପୁଳ ଟଙ୍କା ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ବଲାଙ୍ଗୀରରେ ଥିବା ବଳଦେବ ସାହୁ ଏବଂ ସନ୍ସର ସୁଦପଡ଼ା ମଦଭାଟି ଆଇରନ୍ ଲକରରୁ ପୁଣି ବାହାରିଥିଲା ପୁଳା ପୁଳା ଟଙ୍କା । ଆୟକର ବିଭାଗର କର୍ମଚାରୀମାନେ କଟର ସାହାଯ୍ୟରେ ଲକର ଭାଙ୍ଗି ଟଙ୍କାବଣ୍ଡଲି ଗୁଡ଼ିକୁ ବାହାର କରିଥିଲେ । ବଲାଙ୍ଗୀର ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖାରେ ଆଉ ଜାଗା ନ ଥିବାରୁ ସେହି ଟଙ୍କାକୁ ସେହିଠାରେ ହିଁ ଗଣତି କରାଯିବାର ବ୍ୟବସ୍ଥା କରାଯାଇଛି । ସେପଟେ ଟିଟିଲାଗଡ଼ରେ ରିତେଶ ସାହୁ ପାଖରୁ ଆଜି ପୁଣି ମିଳିଛି ୧୧ କୋଟି ଟଙ୍କା । ଗତକାଲି ସୁନ୍ଦରଗଡ଼ର ରାଜେଶ ଜୟସ୍ୱାଲଙ୍କ ପୈତୃକ ଘରେ ଚଢ଼ଉ ବେଳେ ୩୭ କୋଟି ଟଙ୍କା ମିଳିଥିଲା ।

ସୂଚନାଥାଉକି, ବଲାଙ୍ଗୀର ସୁଦପଡ଼ା ମଦଭାଟିରୁ ପୂର୍ବରୁ ୧୫୬ ଟି ଟଙ୍କା ଭର୍ତ୍ତି ବ୍ୟାଗ୍ ମିଳିଥିଲା । ସେଗୁଡ଼ିକୁ ଏକ ଟ୍ରକ୍ ରେ ଲଦି ବଲାଙ୍ଗୀର ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖାକୁ ନିଆଯାଇଥିଲା ଏବଂ ୩ ଦିନ ହେଲା ଗଣତି ଜାରି ରହିଛି । ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧୦୨ ଟି ବ୍ୟାଗ୍ ର ଟଙ୍କା ଗଣତି ସରିଛି । ଆହୁରି ୭୪ ବ୍ୟାଗ୍ ଟଙ୍କା ଗଣତି ବାକି ଥିବା ବେଳେ ଗତକାଲି ଭାଟିର ମ୍ୟାନେଜର ବଣ୍ଟି ସାହୁ ଘରୁ ୨୦ ପେଟି ଟଙ୍କା ଜବତ କରିଥିଲା ଆୟକର ବିଭାଗର ସ୍ୱତନ୍ତ୍ର ଟିମ୍ । ଏହି ସବୁ ଟଙ୍କା ଗଣତିରେ ୧୦ରୁ ଅଧିକ ମେସିନ୍ ଲାଗିଛି । ଟଙ୍କା ଗଣି ଗଣି କିଛି ମେସିନ୍ ଅଚଳ ହୋଇଯିବାରୁ ଆଜି ଆଉ ୧୫ ଟି ନୂଆ ମେସିନ୍ କୁ ଟଙ୍କା ଗଣତିରେ ଲଗାଯାଇଛି । ସମୁଦାୟ ୫୦ ଜଣ କର୍ମଚାରୀ ଗଣତିରେ ଲାଗିଛନ୍ତି ।

ଏ ପର୍ଯ୍ୟନ୍ତ ଜବତ ହୋଇଥିବା ଟଙ୍କା ୩୦୦ କୋଟି ଟପିଯିବ ବୋଲି ଅନୁମାନ କରାଯାଉଛି ।

ଏହି ଘଟଣାକୁ ନେଇ ଓଡ଼ିଶା ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଚାଲେଞ୍ଜ କରିଛନ୍ତି । ରାଜ୍ୟର ମଦଭାଟିରେ ବର୍ଷ ବର୍ଷ ଧରି ଏତେ ପରିମାଣର କଳା କାରବାର କେମିତି ଚାଲିଥିଲା ଏବଂ ରାଜ୍ୟ ପୁଲିସ, ଅବକାରୀ ବିଭାଗ ଓ ଗୃହ ବିଭାଗ କ’ଣ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି । ଏଥିସହ ୨୫ ବର୍ଷ ଧରି ଦେଶୀ ମଦ ଭାଟିଗୁଡ଼ିକ କାହିଁକି ଅକ୍ସନ୍ ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ମଦ ବେପାରୀ ସାହୁ ବ୍ରଦର୍ସଙ୍କ ସହ ବିଜେଡି ନେତା ଓ ମନ୍ତ୍ରୀଙ୍କ ଲିଙ୍କ୍ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କର ସତସାହାସ ଥିଲେ ଘଟଣାର ସିବିଆଇ ତଦନ୍ତ ପାଇଁ ଆହ୍ୱାନ ଦେଇଛନ୍ତି ।

ତେବେ ବିଜେଡି ଏହାର କଡ଼ା ଜବାବ ଦେଇଛି । ଆୟକର ଚଢ଼ଉକୁ ନେଇ ବିଜେପି ହୀନ ରାଜନୀତି କରୁଛି ବୋଲି ବିଜେଡି ମୁଖପାତ୍ର ଇପସିତା ସାହୁ କହିଛନ୍ତି । ସେ କହିଛନ୍ତି, ବିଜେପିର ରାଷ୍ଟ୍ରୀୟ ସ୍ତରର ନେତା ଓ ଝାଡଖଣ୍ଡର ବିଜେପି ୟୁନିଟ୍‌ର ନେତାମାନେ, କଂଗ୍ରେସକୁ ସମାଲୋଚନା କରିବା ସହ ମିଳିଥିବା ଅର୍ଥ କଂଗ୍ରେସର ବୋଲି ସ୍ପଷ୍ଟ ଭାବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ଝାଡଖଣ୍ଡ କଂଗ୍ରେସ କହୁଛି, ମିଳିଥିବା ବିପୁଳ ପରିମାଣର ନଗଦ ଅର୍ଥ ସହ ବିଜେପି ନେତାଙ୍କର ସମ୍ପର୍କ ରହିଛି ।  ହେଲେ ଓଡିଶା ବିଜେପିର ଅବସ୍ଥା କିନ୍ତୁ କାଳି ଗାଈର ଭିନ୍ନ ଗୋଠ ପରି । ମିଡିଆରେ ମୁହଁ ଦେଖାଇବାକୁ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ପାଇଁ ଅନେକବାର ସେମାନେ ମିଛ ଖବରର ସାହାରା ନିଅନ୍ତି । ଏଭଳି ହୀନ ରାଜନୀତି ପାଇଁ ବିଜେପିକୁ ଓଡିଶାବାସୀ ବାରମ୍ବାର ପ୍ରତ୍ୟାଖାନ କରିଛନ୍ତି ଏବଂ ଆଗକୁ ମଧ୍ୟ ପ୍ରତ୍ୟାଖାନ କରିବେ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।

Previous Post

ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ

Next Post

ଟଙ୍କା ଗଣା ସରିଲା, ହେଲା ୩୦୫ କୋଟି

Next Post
ଟଙ୍କା ଗଣା ସରିଲା, ହେଲା ୩୦୫ କୋଟି

ଟଙ୍କା ଗଣା ସରିଲା, ହେଲା ୩୦୫ କୋଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA