Saturday, May 9, 2026 04:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୪୧ ବର୍ଷ ପରେ ଅଲିମ୍ପିକ୍ସ ହକିରେ ଭାରତ ଚମକିଲା

ଜର୍ମାନୀକୁ ୫-୪ ଗୋଲ୍ ରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ

by Our Correspondent
05 Aug, 2021- 10:39 AM
in International, Latest News, News, Sports
1 min read
0
୪୧ ବର୍ଷ ପରେ ଅଲିମ୍ପିକ୍ସ ହକିରେ ଭାରତ ଚମକିଲା

-ଭାରତୀୟ ହକି ଟିମ୍ କୁ ଶୁଭେଚ୍ଛାର ସୁଅ,ସବୁଆଡେ ଖୁସିର ଲହରି
-ପ୍ରାୟୋଜକ ଓଡ଼ିଶା ସରକାରଙ୍କୁ ମିଳୁଛି ବହୁତ ପ୍ରଶଂସା

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ପାଇଁ ଐତିହାସିକ ଦିନ । ଦୀର୍ଘ ୪୧ ବର୍ଷ ପରେ ହକିରେ ଅଲିମ୍ପିକ୍ସ ପଦ ଜିତିଛି ଭାରତ । ଟୋକିଓ ଅଲିମ୍ପିକ୍ସର ରୋମାଞ୍ଚକର ମ୍ୟାଚ୍ ରେ ଜର୍ମାନୀକୁ ୫-୪ ଗୋଲ୍ ରେ ପରାସ୍ତ କରି ବ୍ରୋଞ୍ଚ ପଦକ ହାସଲ କରିଛନ୍ତି ଭାରତୀୟ ପୁରୁଷ ଦଳ । ୧୯୮୦ ମସିହା ପରେ ଭାରତକୁ ହକିରେ ପ୍ରଥମ ଅଲିମ୍ପିକ୍ସ ପଦକ ମିଳିଛି । ୧୯୮୦ ମସ୍କୋ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତକୁ ସ୍ୱର୍ଣ୍ଣପଦକ ମିଳିଥିଲା ।

ଆଜିର ମ୍ୟାଚ୍ ଟି ଭାରତୀୟ ଟିମ୍ ପାଇଁ ପ୍ରଥମରୁ ସଂଘର୍ଷପୂର୍ଣ୍ଣ ଥିଲା । ପ୍ରଥମ କ୍ୱାର୍ଟରରେ ଭାରତୀୟ ଡିଫେନସ୍ କୁ ଅଡୁଆରେ ପକାଇ ଅଗ୍ରଣୀ ଥିଲେ ଜର୍ମାନୀ ଟିମ୍ । ଦ୍ୱିତୀୟ କ୍ୱାର୍ଟରରେ ସିମରନଜିତ୍ ସିଂ ଭଲ ସଟ୍ ଖେଳିଥିଲେ ମଧ୍ୟ ଡିଫେନସିଭ୍ ତ୍ରୁଟି ଯୋଗୁଁ ଜର୍ମାନୀ ଦୁଇ ମିନିଟ୍ ରେ ଦୁଇଟି ଗୋଲ୍ ଦେବାରେ ସକ୍ଷମ ହୋଇଥିଲା । ଭାରତ ସଙ୍କଟରେ ଥିବା ବେଳେ ଦୁଇଟି ପେନାଲଟି କର୍ଣ୍ଣର ଭାରତ ପାଇଁ ଆଶିର୍ବାଦ ହେଲା । ହାର୍ଦ୍ଦିକ ଏବଂ ହରମନପ୍ରୀତ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର୍ କରି ହାଫ୍ ଟାଇମ୍ ସୁଦ୍ଧା ୩-୩ ରେ ମ୍ୟାଚ୍ ବରାବରକୁ ନେଇ ଆସିଥିଲେ । ତୃତୀୟ କ୍ୱାର୍ଟରଟି ଅବଶ୍ୟ ଭାରତ ସପକ୍ଷରେ ଯାଇଥିଲା ।

ମୋଟାମୋଟି ଏହି ମ୍ୟାଚ୍ ରେ ସିମରନଜିତ୍ ସିଂହ ବ୍ୟକ୍ତିଗତ ଭାବେ ଦୁଇଟି ଗୋଲ୍ ସ୍କୋର କରିଥିଲା ବେଳେ ରୁପିନ୍ଦର ପାଲ ସିଂ, ହାର୍ଦ୍ଦିକ ସିଂ ଏବଂ ହରମନପ୍ରୀତ ସିଂ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ । ଶେଷ ୬.୮ ସେକେଣ୍ଡରେ ଜର୍ମାନୀକୁ ଏକ ପେନାଲଟି କର୍ଣ୍ଣର ମିଳିଥିଲେ ମଧ୍ୟ ଭାରତୀୟ ଗୋଲକିପର୍ ପିଆର ଶ୍ରୀଜେଶ ତାକୁ ପଣ୍ଡ କରିଥିଲେ ।

୪୧ ବର୍ଷ ପରେ ଭାରତକୁ ପ୍ରଥମ ଅଲିମ୍ପିକ ହକି ପଦକ ମିଳିଥିବାରୁ ସାରା ଭାରତରେ ଖୁସିର ଉତ୍ସବ ଦେଖିବାକୁ ମିଳିଛି । ଏହି ଖୁସିର ସବୁଠାରୁ ବଡ଼ ଭାଗିଦାରୀ ରହିଛି ଓଡ଼ିଶା । ଭାରତୀୟ ହକି ଦଳର ପ୍ରାୟୋଜକ ଭାବେ ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନକୁ ସବୁଆଡୁ ପ୍ରଶଂସା ମିଳିଛି । ୨୦୧୮ ମସିହାରୁ ଉଭୟ ପୁରୁଷ ଓ ମହିଳା ଭାରତୀୟ ହକି ଦଳର ପ୍ରାୟୋଜକ ଅଛନ୍ତି ଓଡ଼ିଶା ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ଭାରତୀୟ ହକି ଦଳକୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ପୁରୁଷ ହକି ଦଳର ଏହି ଚିତ୍ତାକର୍ଷକ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ରାଷ୍ଟ୍ରପତି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଏହାକୁ ଏକ ଐତିହାସିକ ବିଜୟ ସହ ନୂଆ ଯୁଗର ଆରମ୍ଭ ହେଲା ବୋଲି ଉଲ୍ଲେଖ କରିଛନ୍ତି । ଅଲିମ୍ପିକ୍ସରେ ଭାରତୀୟ ଦଳ ଅତୁଳନୀୟ କୁଶଳ, ସ୍ଥିରତା ଓ ସଂକଳ୍ପ ଦେଖାଇଲେ । ଆଗାମୀ ପୀଢ଼ିକୁ ଏହା ପ୍ରେରଣା ଯୋଗାଇବ ବୋଲି ରାଷ୍ଟ୍ରପତି କହିଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଏହା ଐତିହାସିକ ଦିନ ବୋଲି କହିଛନ୍ତି । ଦେଶବାସୀଙ୍କ ସ୍ୱପ୍ନକୁ ସାକାର କରିବାରେ ହକି ଟିମ୍ ସଫଳ ହୋଇଛି । ହକି ଟିମ୍ ପାଇଁ ଭାରତବାସୀ ଆଜି ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଭାରତୀୟ ଦଳକୁ ବ୍ରିଲିଆଣ୍ଟ ଇନ୍ ବ୍ଲୁ କହି ଅଭିନନ୍ଦନ ଜଣାଇଛନ୍ତି । ଏହା ଏକ ଏତିହାସିକ ବିଜୟ ଏବଂ କ୍ରୀଡ଼ାବିତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି ।

ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ହକିରେ ଅଛନ୍ତି ଦୁଇ ଓଡ଼ିଆ ଖେଳାଳୀ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ।

Previous Post

ବଲାଙ୍ଗୀରରେ ଟିମ୍ ନବୀନ

Next Post

ଧନ୍ୟବାଦ ସାର୍! ଆପଣଙ୍କ ସହଯୋଗ ବିନା ଏହା ସମ୍ଭବ ହୋଇ ନଥାନ୍ତା!!

Next Post
ଧନ୍ୟବାଦ ସାର୍! ଆପଣଙ୍କ ସହଯୋଗ ବିନା ଏହା ସମ୍ଭବ ହୋଇ ନଥାନ୍ତା!!

ଧନ୍ୟବାଦ ସାର୍! ଆପଣଙ୍କ ସହଯୋଗ ବିନା ଏହା ସମ୍ଭବ ହୋଇ ନଥାନ୍ତା!!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA