Saturday, May 9, 2026 03:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବଲାଙ୍ଗୀରରେ ଟିମ୍ ନବୀନ

'ଧାର୍ଯ୍ୟ ସମୟରେ ସାର ପ୍ରକଳ୍ପ କାମ'

by Our Correspondent
04 Aug, 2021- 08:30 PM
in Latest News, News
1 min read
0
ବଲାଙ୍ଗୀରରେ ଟିମ୍ ନବୀନ

ଭୁବନେଶ୍ୱର: କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ପରେ ଆଜି ବଲାଙ୍ଗୀର ଗସ୍ତ କରିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ । ସାଙ୍ଗରେ ଥିଲେ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ । ବଲାଙ୍ଗୀରରେ ସ୍କୁଲ, ହସ୍ପିଟାଲ୍ ବୁଲିବା ସହ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସେମାନେ ସମୀକ୍ଷା କରିଥିଲେ ।

ଏହି ଉଚ୍ଚସ୍ତରୀୟ ଟିମ୍ ଭୀମଭୋଇ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍ ପରିଦର୍ଶନ କରି ସେଠାରେ ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ । ଲିକ୍ୱିଡ୍ ମେଡ଼ିକାଲ ଅକ୍ସିଜେନ୍ ପ୍ଲାଣ୍ଟ, ପିଏସଏ ପ୍ଲାଣ୍ଟର ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିବା ସହ ନିର୍ମାଣାଧୀନ ରୋଗୀ ଆଟେଣ୍ଟାଣ୍ଡ ବିଶ୍ରାମସ୍ଥଳୀ, ଆହାର କେନ୍ଦ୍ର, କୋଭିଡ୍ ୱାର୍ଡ, ପେଡ଼ିଆଟ୍ରିକ୍ ଆଇସିୟୁ ଏବଂ ଅକ୍ସିଜେନ୍ ଯୋଗାଣ ବ୍ୟବସ୍ଥା ବୁଲି ଦେଖିଥିଲେ । ୬୫୦ ଶଯ୍ୟାର ଟିଚିଂ ହସ୍ପିଟାଲ୍ ନିର୍ମାଣ କାର୍ଯ୍ୟର ସମୀକ୍ଷା କରି ଧାର୍ଯ୍ୟ ସମୟରେ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

କୌଣସି ନିମ୍ନମାନର କାମକୁ ବରଦାସ୍ତ କରାଯିବ ନାହିଁ ବୋଲି ଅଧିକାରୀମାନଙ୍କୁ ଶ୍ରୀ ପାଣ୍ଡିଆନ୍ ଚେତାବନୀ ଦେଇଥିଲେ । ଜିଲ୍ଲାର କୋଭିଡ୍ ସ୍ଥିତି ଏବଂ ସମ୍ଭାବ୍ୟ ତୃତୀୟ ଲହର ପ୍ରସ୍ତୁତିର ତଦାରଖ କରିଥିଲେ ଏହି ଟିମ୍ ।

ଲୋୟର ସୁକତେଲ ପ୍ରକଳ୍ପ ଜାଗା ବୁଲି ଡ୍ୟାମ୍ ଏବଂ ସ୍ପିଲୱେ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ ଟିମ୍ । ସ୍ପିଲୱେ କାର୍ଯ୍ୟ ୨୦୨୨ ଜୁନ୍ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ବଲାଙ୍ଗୀର ପି.ପି.ଏକାଡେମୀ ଏବଂ ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲ ପରିଦର୍ଶନ କରି ସ୍କୁଲ ଅପଗ୍ରେଡେସନ୍ ପ୍ରକଳ୍ପଗୁଡ଼ିକ ବୁଲି ଦେଖିଥିଲେ । ଏଥିସହ ସ୍କୁଲର ଉନ୍ନତିକରଣ ସଂକ୍ରାନ୍ତରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ପାଥରସେପାଠାରେ ଥିବା ଆଦର୍ଶ ବିଦ୍ୟାଳୟକୁ ମଧ୍ୟ ଏହି ଟିମ୍ ପରିଦର୍ଶନ କରିଥିଲେ ।

ବଲାଙ୍ଗୀର ଜିଲ୍ଲାର ୨୪ ଟି ହାଇସ୍କୁଲରେ ସ୍ମାର୍ଟ କ୍ଲାସ୍ ରୁମ୍, ବିଜ୍ଞାନ ଲାବରେଟୋରି, ଇ-ଲାଇବ୍ରେରୀ ଭଳି ଅତ୍ୟାଧୁନିକ ଭିତ୍ତିଭୂମି ବ୍ୟବସ୍ଥା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ସମୀକ୍ଷାରୁ ଜଣାପଡ଼ିଥିଲା । ୫-ଟି ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ଏହି ସ୍କୁଲଗୁଡ଼ିକ ସାମିଲ ହୋଇଛି ।

ଏହି ଉଚ୍ଚସ୍ତରୀୟ ଟିମ୍ ବିଜ୍ଞାନ ପାର୍କ ଏବଂ ପ୍ଲାନେଟୋରିୟମ୍, ନୂଆ ବସ୍ ଟର୍ମିନାଲ୍, ପାଟଣାଗଡ଼ ଓ ଟିଟିଲାଗଡ଼ ଏସଡିଏଚ ଏବଂ ଏମସିଏଚ, ବଲାଙ୍ଗୀର ବାଇ-ପାସ୍, ମହାରାଣୀ ସାଗର ଟ୍ୟାଙ୍କ, ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ, ବିଦ୍ୟୁତ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଜଳସେଚନ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ ।

ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା, ଏସପି ନୀତିନ୍ କୁଶଲକର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Previous Post

୧୬ ରୁ ଖୋଲିବ ଶ୍ରୀମନ୍ଦିର

Next Post

୪୧ ବର୍ଷ ପରେ ଅଲିମ୍ପିକ୍ସ ହକିରେ ଭାରତ ଚମକିଲା

Next Post
୪୧ ବର୍ଷ ପରେ ଅଲିମ୍ପିକ୍ସ ହକିରେ ଭାରତ ଚମକିଲା

୪୧ ବର୍ଷ ପରେ ଅଲିମ୍ପିକ୍ସ ହକିରେ ଭାରତ ଚମକିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA