Thursday, June 25, 2026 02:03 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୨୨ରେ ଦେଶବ୍ୟାପୀ ପ୍ରତିବାଦ: ଏକାଠି ହେଲେ ଇଣ୍ଡିଆ ମେଣ୍ଟଭୁକ୍ତ ଓଡ଼ିଶାର ବିରୋଧି ଦଳ

ସଂସଦରୁ ବିରୋଧି ସାଂସଦ ମାନଙ୍କ ଗଣ ନିଲମ୍ବନ

by Our Correspondent
21 Dec, 2023- 11:13 PM
in Latest News, News
1 min read
0
୨୨ରେ ଦେଶବ୍ୟାପୀ ପ୍ରତିବାଦ: ଏକାଠି ହେଲେ ଇଣ୍ଡିଆ ମେଣ୍ଟଭୁକ୍ତ ଓଡ଼ିଶାର ବିରୋଧି ଦଳ

ଭୁବନେଶ୍ୱର: ସଂସଦରୁ ବିରୋଧି ଦଳମାନଙ୍କର ୧୪୩ ଜଣ ସାଂସଦକୁ ନିଲମ୍ବନ ବିରୋଧିରେ ଡିସେମ୍ବର ୨୨ ତାରିଖରେ ଆହୁତ ଦେଶବ୍ୟାପୀ ପ୍ରତିବାଦ ଦିବସକୁ ଓଡ଼ିଶାରେ ସଫଳ କରିବାପାଇଁ ଇଣ୍ଡିଆ ମେଣ୍ଟଭୁକ୍ତ ଓଡ଼ିଶାର ବିରୋଧି ରାଜନୈତିକ ଦଳ ମାନେ ଆହ୍ୱାନ ଦେଇଛନ୍ତି । ଆଜି ଭୁବନେଶ୍ୱର ସ୍ଥିତି ସିପିଆଇ (ଏମ) ରାଜ୍ୟ କାର୍ଯ୍ୟାଳୟରେ ବିରୋଧିଦଳ ମାନଙ୍କର ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି ।

ଇଣ୍ଡିଆ ମେଣ୍ଟଭୁକ୍ତଓଡ଼ିଶାର ରାଜନୈତିକ ଦଳମାନଙ୍କର ରାଜ୍ୟ ନେତୃବୃନ୍ଦ କହିଛନ୍ତି ଯେ ଭାରତୀୟ ସମ୍ବିଧାନରେ ସଂସଦୀୟ ଗଣତନ୍ତ୍ରର ସର୍ବୋଚ୍ଚ ଅନୁଷ୍ଠାନ ହେଉଛି ସଂସଦ । ସଂସଦରେ ବିରୋଧି ସାଂସଦମାନେ ସାମ୍ବିଧାନିକ ବ୍ୟବସ୍ଥାର ସୁରକ୍ଷା ପାଇଁ ମୁହଁ ଖୋଲିବାରୁ ସେମାନଙ୍କୁ ଗଣ ନିଲମ୍ବନ କରାଗଲା । ଶାସକ ଦଳର ହାତବାରିସି ହୋଇ ରାଜ୍ୟସଭା ଅଧ୍ୟକ୍ଷ ଲୋକସଭା ବାଚସ୍ପତି ଏହି ଅଗଣତାନ୍ତ୍ରିକ କାର୍ଯ୍ୟ କରିଛନ୍ତି । ସଂସଦୀୟ ଆଲୋଚନାରୁ ସାଂସଦକୁ ନିଲମ୍ବନ କରି ଦେଶର ନିର୍ବାଚନ ଆୟୁକ୍ତ ନିଯୁକ୍ତି ବ୍ୟବସ୍ଥାର ସଂଶୋଧନ ବିଲ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଅନୁମୋଦନ ପାଇଁ ଏକଛତ୍ର ବାଦୀ ମୋଦି ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟସଭା ଅଧ୍ୟକ୍ଷ ଓ ଲୋକସଭା ବାଚସ୍ପତି ବର୍ତମାନ ସୁଦ୍ଧା ୧୪୩ ଜଣ ସାଂସଦକୁ ନିଲମ୍ବନ କରି ବିରୋଧି ଦଳ ଶୂନ୍ୟ ସଂସଦ ଚଳାଇବାର କଳଙ୍କିତ ଅଧ୍ୟାୟ ଆରମ୍ଭ କରିଛନ୍ତି । ଏହା ଦ୍ୱାରା ସଂସଦୀୟ ଗଣତନ୍ତ୍ରକୁ ହତ୍ୟା କରାଯାଇଛି ।

ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥା ଓ ଗଣତନ୍ତ୍ର ଉପରେ ଏକଛତ୍ରବାଦୀ ସାମ୍ପ୍ରଦାୟିକ କୁଚକ୍ର ଓ କର୍ପୋରେଟ ଲୁଣ୍ଠନ ପାଇଁ ଜନବିରୋଧି ନୀତି ଗ୍ରହଣ କରି ମୋଦି ସରକାର ଯେଉଁ ଆକ୍ରମଣ କରିଛନ୍ତି ତାହା ଭାରତୀୟ ଗଣତନ୍ତ୍ରରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ସାମ୍ବିଧାନିକ ବ୍ୟବସ୍ଥା ଓ ଅନୁଷ୍ଠାନ ଉପରେ ମୋଦି ସରକାରଙ୍କ ଏହି ସୌରାଚାରୀ ଆକ୍ରମଣ ମହଙ୍ଗା ପଡ଼ିବ । ଭାରତୀୟ ସଂସଦୀୟ ଗଣତନ୍ତ୍ର ହେଉଛି ବହୁ ପରିକ୍ଷୀତ ଏବଂ ପରପକ୍ୱ ଗଣତାନ୍ତ୍ରିକ ବ୍ୟବସ୍ଥା ଏହା ବିରୋଧରେ ଦେଶର ସମସ୍ତ ଗଣତନ୍ତ୍ରୀ ପ୍ରେମୀ, ଧର୍ମନିରପେକ୍ଷ, ବାମପନ୍ଥି ଦଳମାନେ, ସମସ୍ତ ଦେଶପ୍ରେମୀ ସଂଗଠନ ଓ ବ୍ୟକ୍ତି ବିଶେଷ ଐକ୍ୟବଦ୍ଧ ହୋଇ “ଗଣତନ୍ତ୍ର ସୁରକ୍ଷା ସଂଗ୍ରାମ”ରେ ଝାସ ଦେବାକୁ ଓଡ଼ିଶାରେ ଥିବା ଆଇଏନଡିଆଇଏ (ଇଣ୍ଡିଆ) ମେଂଟଭୁକ୍ତ ରାଜନୈତିକ ଦଳମାନଙ୍କ ତରଫରୁ ଆହ୍ୱାନ ଦିଆଯାଇଛି ।

ଓଡ଼ିଶାର ରାଜଧାନୀ ସମେତ ରାଜ୍ୟବ୍ୟାପି ଆସନ୍ତା କାଲି ଅର୍ଥାତ ଡିସେମ୍ବର ୨୨ ତାରିଖରେ ପ୍ରତିବାଦ ସଂଗଠିତ କରାଯିବା ପାଇଁ ଆହ୍ୱାନ ଦିଆଯାଇଛି । ଧାରଣା, ବିକ୍ଷୋଭ, ସଭା ଏବଂ ପଟୁଆର ସଂଗଠିତ କରି ଏହି ପ୍ରତିବାଦ ଆନ୍ଦୋଳନ କରାଯିବାପାଇଁ ନିଷ୍ପତି ହୋଇଛି ।

ଆଜିର ମିଳିତ ବୈଠକରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇ (ଏମ), ସିପିଆଇଏମଏଲ (ଲିବେରେସନ), ଅଲଇଣ୍ଡିଆ ଫରୱାର୍ଡ ବ୍ଲକ, ଆମଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ଆରଜେଡି, ଏନସିପି, ସମତାକ୍ରାନ୍ତି ଦଳ, ଜେଡିୟୁ, ବିଏସ୍ପି, ସିପିଆଇ ଏମଏଲ (ରେଡଷ୍ଟାର), ତୃଣମୂଳ କଂଗ୍ରେସ, ଜେଏମଏମ, ଆରପିଆଇ ଏବଂ ସମୃଦ୍ଧି ଓଡ଼ିଶା ଇତ୍ୟାଦି ଦଳର ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଯୋଗଦେଇଥିଲେ । ଜିଲ୍ଲାସ୍ତରରେ ତୁରନ୍ତ ମିଳିତ ବୈଠକ ଆହ୍ୱାନ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଇଣ୍ଡିଆ ଅର୍ନ୍ତଭୁକ୍ତ ଦଳମାନଙ୍କର ରାଜ୍ୟ ନେତୃବୃନ୍ଦ ନିବେଦନ କରିଛନ୍ତି ।

ଆଜିର ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତି ସମ୍ପର୍କରେ ସର୍ବଶ୍ରୀ ପ୍ରସାଦ ହରିଚନ୍ଦନ, ରାମକୃଷ୍ଣ ପଣ୍ଡା, ଅଳିକିଶୋର ପଟ୍ଟନାୟକ, ଅଭୟ ସାହୁ, ରବି ବେହେରା, ଜ୍ୟୋତିରଞ୍ଜନ ମହାପାତ୍ର, ବିକ୍ରମ ସ୍ୱାଇଁ, ପ୍ରମିଳା, ମହେନ୍ଦ୍ର ପରିଡ଼ା, ସୌମ୍ୟରଞ୍ଜନ ସ୍ୱାଇଁ, ହେମନ୍ତ କୁମାର, ଆଶିଷ କାନୁନଗୋ, ଦୁଷ୍ମନ୍ତ କୁମାର ଦାସ, ସୁରେଶ ପାଣିଗ୍ରାହୀ, ବଂଶୀଧର ପରିଡ଼ା, ପ୍ରଭାସ ସାମନ୍ତରାୟ, ଚିତରଞ୍ଜନ ମହାନ୍ତି, ମଧୁସୂଦନ ଯାଦବ, ନନ୍ଦନ ପାଲ, ଯତୀଶ ମହାନ୍ତି, ଶିବାଜୀ ମୌଲିକ ଏବଂ ସେକ ଅବଦୁଲ ୱାଲି ପ୍ରମୁଖ ଏକ ମିଳିତ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Previous Post

କଟକ ଗସ୍ତରେ ୫-ଟି ଅଧ୍ୟକ୍ଷ ପାଣ୍ଡିଆନ୍

Next Post

ଯୋରନ୍ଦାରେ ମୁଖ୍ୟମନ୍ତ୍ରୀ: ମହିମା ପୀଠର ରୂପାନ୍ତର ପାଇଁ ଭୂମିପୂଜନ

Next Post
ଯୋରନ୍ଦାରେ ମୁଖ୍ୟମନ୍ତ୍ରୀ: ମହିମା ପୀଠର ରୂପାନ୍ତର ପାଇଁ ଭୂମିପୂଜନ

ଯୋରନ୍ଦାରେ ମୁଖ୍ୟମନ୍ତ୍ରୀ: ମହିମା ପୀଠର ରୂପାନ୍ତର ପାଇଁ ଭୂମିପୂଜନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA