Friday, May 1, 2026 03:36 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପୁଣି ନବୀନ, ପୁଣି ମୋଦୀ !

ଇଣ୍ଡିଆ ଟିଭି-ସିଏନଏକ୍ସ ଓପନିୟନ୍ ପୋଲ୍

by Our Correspondent
30 Jul, 2023- 07:35 PM
in Latest News, National, News, Politics
1 min read
0
ପୁଣି ନବୀନ, ପୁଣି ମୋଦୀ !

ନୂଆଦିଲ୍ଲୀ/ଭୁବନେଶ୍ୱର: ଏବେ ନିର୍ବାଚନ ହେଲେ ଏନଡିଏ ପୁଣି ଥରେ କେନ୍ଦ୍ରରେ ସରକାର ଗଢ଼ିବ । ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ହେବେ ଦେଶର ପ୍ରଧାନମନ୍ତ୍ରୀ । ସେହିଭଳି ଓଡ଼ିଶାରେ ପୁଣି ସରକାର ଗଢ଼ିବ ବିଜେଡି । ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ।

ଇଣ୍ଡିଆ ଟିଭି ଏବଂ ସିଏନଏକ୍ସର ଓପନିୟନ୍ ପୋଲ୍ ଏହି ପୂର୍ବାନୁମାନ କରିଛି । ଏହାର ଆକଳନ ଅନୁଯାୟୀ, ୨୦୨୪ ନିର୍ବାଚନରେ ଏନଡିଏ ମେଣ୍ଟକୁ ୩୧୮ ଆସନ ମିଳିବ । ବିଜେପି ଏକାକୀ ୨୯୦ ଆସନ ପାଇବ । ଅର୍ଥାତ୍ ଗତ ନିର୍ବାଚନ ତୁଳନାରେ ବିଜେପିକୁ ୧୩ ଆସନ କମ ମିଳିବ । ନବଗଠିତ ଇ-ଣ୍ଡି-ଆ ମେଣ୍ଟକୁ ୧୭୫ ଆସନ(କଂଗ୍ରେସ ୬୬) ଏବଂ ଅନ୍ୟାନ୍ୟଙ୍କୁ ୫୦ ଆସନ ମିଳିବ ।

ଓଡ଼ିଶା ପାଇଁ ପୂର୍ବାନୁମାନରେ ବିଜେଡି ୪୫ ପ୍ରତିଶତ ଭୋଟ ପାଇ ରାଜ୍ୟରେ ସରକାର ଗଢ଼ିବ । ବିଜେପି ୪୧ ପ୍ରତିଶତ ଏବଂ କଂଗ୍ରେସ ୧୧ ପ୍ରତିଶତ ଭୋଟ ପାଇବ । ଲୋକସଭା କ୍ଷେତ୍ରରେ ବିଜେଡିକୁ ୧୩ଟି ଆସନ ଏବଂ ବିଜେପିକୁ ୮ ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି ।

ଲୋକସଭା ପୂର୍ବାନୁମାନରେ ବିଜେପି ଓ କଂଗ୍ରେସ ପରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ତୃତୀୟ ସର୍ବାଧିକ ଆସନ ମିଳିବ । ଗତଥର ଟିଏମସି ୨୨ ଆସନ ପାଇଥିଲା ବେଳେ ଏଥର ୨୮ ଟି ଆସନ ପାଇବ । ଆନ୍ଧ୍ରପ୍ରଦେଶରେ ଜଗନ ରେଡ୍ଡୀଙ୍କ ୱାଇଏସଆରକୁ ୧୮ ଆସନ ମିଳିବ । ଗତଥର ୨୨ ଆସନ ପାଇଥିଲା । ଉଦ୍ଧବ ଠାକୁରଙ୍କ ଶିବସେନା(ୟୁବିଟି) ଆସନ ସଂଖ୍ୟା ୬ ରୁ ୧୧ କୁ ବୃଦ୍ଧି ପାଇବ । ଏକନାଥ ସିନେ୍ଧଙ୍କ ଶିବସେନା ଆସନ ସଂଖ୍ୟା ୧୨ ରୁ ୨ କୁ ଖସିଯିବ । ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ଆସନ ସଂଖ୍ୟା ୧ ରୁ ୧୦କୁ ବୃଦ୍ଧି ପାଇବ ।

କର୍ଣ୍ଣାଟକ, ଗୁଜୁରାଟ, ଗୋଆ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେ, ହରିଆନା, ଦିଲ୍ଲୀ, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମଣିପୁରକୁ ଛାଡ଼ି ଉତ୍ତର ପୂର୍ବାଞ୍ଚଳର ୭ଟି ରାଜ୍ୟରେ ବିଜେପି ଭଲ କରିବ ବୋଲି ପୂର୍ବାନୁମାନ କରାଯାଇଛି । ପଶ୍ଚିମବଙ୍ଗ, ତାମିଲନାଡୁ, ମଣିପୁର, ପଞ୍ଜାବ ଏବଂ ବିହାରରେ ଇ-ଣ୍ଡି-ଆ ମେଣ୍ଟଭଲ କରିବ ବୋଲି କୁହାଯାଇଛି ।

ତେବେ ଏହି ଓପନିୟନ୍ ପୋଲ୍ ଆକଳନକୁ ଓଡ଼ିଶାର ତିନି ପ୍ରମୁଖ ରାଜନୈତିକ ଦଳ ଗ୍ରହଣ କରିନାହାନ୍ତି । ଲୋକସଭାରେ ୧୩ ନୁହେଁ, ୨୦ ଆସନରେ ଜିତିବୁ ବୋଲି ବିଜେଡି ଦମ୍ଭ ଦେଖାଇଥିବା ବେଳେ ଆମେ ୮ ନୁହେଁ, ଆହୁରି ଅଧିକ ଆସନ ଜିତିବୁ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆକଳନ ହେଉଛି, ଓଡ଼ିଶାରେ କଂଗ୍ରେସକୁ ୮ ରୁ ୧୦ ଲୋକସଭା ଆସନ ମିଳିବ । ୧୯୯୫ ଫଳ ୨୦୨୪ରେ ରିପିଟ୍ ହେବ ବୋଲି ତାଙ୍କର ପୂର୍ବାନୁମାନ ।

ରାଜ୍ୟରେ ସରକାର ଗଠନ ନେଇ ବିଜେପି କି କଂଗ୍ରେସ ନେତୃତ୍ୱ କିନ୍ତୁ ସେଭଳି ଦମ୍ଭ ଦେଖାଇନାହାନ୍ତି । ଓଡ଼ିଶାରେ କଂଗ୍ରେସ ଏଥର ନିଶ୍ଚିତ ସରକାର ଗଠନ କରିବ ବୋଲି ଚିରାଚରିତ ଭାଷଣ ମାରିଛନ୍ତି ବରିଷ୍ଠ ବିଧାୟକ ସୁର ରାଉତରାୟ ।

Previous Post

ଅପରାଜିତାଙ୍କୁ ଗୁରୁତ୍ୱ ଦେଉନିି ବିଜେପି!

Next Post

ୟୁରୋପ୍‌ର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ ନୟାଗଡ଼ର ସୌଭାଗ୍ୟ

Next Post
ୟୁରୋପ୍‌ର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ ନୟାଗଡ଼ର ସୌଭାଗ୍ୟ

ୟୁରୋପ୍‌ର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ ନୟାଗଡ଼ର ସୌଭାଗ୍ୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA