Wednesday, July 9, 2025 11:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅପରାଜିତାଙ୍କୁ ଗୁରୁତ୍ୱ ଦେଉନିି ବିଜେପି!

by Our Correspondent
29 Jul, 2023- 07:18 PM
in Latest News, News, Politics
1 min read
0
ଅପରାଜିତାଙ୍କୁ ଗୁରୁତ୍ୱ ଦେଉନିି ବିଜେପି!

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଗୁରୁତ୍ୱ ଦେଉନି ତାଙ୍କ ଦଳ ବିଜେପି । ନିର୍ଦ୍ଦିଷ୍ଟ ଟିଭି ଚାନେଲ୍ ତାଙ୍କର ଗୁରୁତ୍ୱ ବଢ଼ାଇବା ଅଭିଯାନରେ ଥିଲେ ମଧ୍ୟ ରାଜ୍ୟ ବିଜେପି ସଂଗଠନ ତାଙ୍କୁ ହାତେ ମାପି ଚାଖଣ୍ଡେ ଦୂରତାରେ ରଖିଛନ୍ତି । ଗତକାଲି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗିଠାରେ ଅନୁଷ୍ଠିତ ବ୍ଲକ୍ ମଣ୍ଡଳ ସମାବେଶ ସଂକ୍ରାନ୍ତରେ ରାଜ୍ୟ ବିଜେପି ମିଡିଆ ସେଲ୍ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ପ୍ରେସ୍ ରିଲିଜ୍ ରୁ ଏହା ପୁନର୍ବାର ସ୍ପଷ୍ଟ ହୋଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଅପରାଜିତା ନିଜ ଅକ୍ତିଆରରେ ରଖିବା ସତ୍ତ୍ୱେ ଦଳ ତାଙ୍କୁ ପାସଙ୍ଗରେ ନେଉ ନାହିଁ ।

ଗତକାଲି ଟାଙ୍ଗି ସଭାରେ ସାଂସଦ ଅପରାଜିତା ୪୬ ମିନିଟ୍ ର ଲମ୍ବା ଭାଷଣ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ଶୈଳୀଠାରୁ ଆରମ୍ଭ କରି ୫-ଟି ସଚିବଙ୍କ ଜିଲ୍ଲାଗସ୍ତ ବିରୋଧରେ କେତେ କ’ଣ କହିଗଲେ । ଚନ୍ଦକାରେ ଜଣେ ଅଣ ଓଡ଼ିଆଙ୍କ ସ୍ତ୍ରୀ ଏକର ଏକର ଜମି ଅକ୍ତିଆର କରିଛନ୍ତି ବୋଲି ଅଭିଯୋଗ ଆଣି ଏହି ତଥ୍ୟର ଏକ କାଗଜ ଦେଖାଇଥିଲେ । ଅପରାଜିତାଙ୍କର ଭାଷଣକୁ ନିର୍ଦ୍ଦିଷ୍ଟ ଟିଭି ଚାନେଲ୍ ବ୍ରେକିଂ ନ୍ୟୁଜ୍ କରି ଛିନଛତ୍ର କଲା ।

ଅପରାଜିତାଙ୍କ ଭାଷଣ ପରେ ରାଜ୍ୟ ସଭାପତି ମନମୋହନ ସାମଲ ଭାଷଣ ଦେବାକୁ ଆସିଥିଲେ । ସେତେବେଳକୁ ଖାଇବା ସମୟ ହୋଇଯାଇଥିଲା । ତେଣୁକରି ଲୋକମାନେ ସଭାସ୍ଥଳ ଛାଡ଼ିବା ଆରମ୍ଭ କରିଥିଲେ । ସଭାସ୍ଥଳରେ ଖାଲି ଚେୟାର ଆଡକୁ ଚାହିଁ ଶ୍ରୀ ସାମଲ ‘ବିଜେଡି ମୁକ୍ତ ଓଡ଼ିଶା’ ଗଠନର ଆହ୍ୱାନ ଦେଇ ୧୫ ମିନିଟ୍ ରେ ଭାଷଣ ସାରି ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ସଂକ୍ରାନ୍ତରେ ବିଜେପି ମିଡିଆ ସେଲ୍ ପକ୍ଷରୁ ସଂଧ୍ୟାରେ ଗଣମାଧ୍ୟମକୁ ଏକ ଲମ୍ବା ଚଉଡ଼ା ପ୍ରେସ୍ ରିଲିଜ୍ ଦିଆଗଲା । ସେଥିରେ ରାଜ୍ୟ ସଭାପତିଙ୍କର ଭାଷଣକୁ ଅ- ଠ କରି ଲେଖାଯାଇଥିଲା । ମାତ୍ର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ଭାଷଣର ପଦୁଟିଏ ବି ଉଲ୍ଲେଖ ନ ଥିଲା । ଏଥିରୁ ଦଳରେ ତାଙ୍କର ଗୁରୁତ୍ୱ ସ୍ପଷ୍ଟ ବାରି ହୋଇଯାଇଥିଲା । ନିଜସ୍ୱ ସଂଗଠନ ଓ ନିଜସ୍ୱ ପ୍ରଚାରରେ ବିଶ୍ୱାସ ରଖୁଥିବା ଅପରାଜିତା ଦଳକୁ ଅଣଦେଖା କରି ଚାଲିଥିବାରୁ ଦଳ ମଧ୍ୟ ତାଙ୍କୁ ଗୁରୁତ୍ୱ ଦେବାକୁ ଚାହୁଁ ନାହିଁ ବୋଲି କହିଛନ୍ତି ଜିଲ୍ଲା ବିଜେପିର ଜଣେ ବରିଷ୍ଠ କର୍ମକର୍ତ୍ତା ।

ଆଗାମୀ ନିର୍ବାଚନ ପାଖେଇ ଆସୁଥିବା ବେଳେ ସାଂସଦ ଅପରାଜିତା ନିଜର ସଂସଦୀୟ କ୍ଷେତ୍ରରେ ସକ୍ରିୟ ହୋଇଛନ୍ତି । ଭୁବନେଶ୍ୱରରୁ ସେ ପୁନର୍ବାର ଲଢ଼ିବାର ସମ୍ଭାବନା ଅଧିକ ଥିବାରୁ ନେତା ଓ କର୍ମୀଙ୍କ ଉପରକୁ ନଜର ଫେରାଇଛନ୍ତି । ଏହିକ୍ରମରେ ଗତକାଲିର ଟାଙ୍ଗି ସଭାରେ ଏକ ମଜ୍ଜାଦାର ଘଟଣା ଦେଖିବାକୁ ମିଳିଥିଲା । ଅପରାଜିତାଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବ୍ୟାନରରେ ରାଷ୍ଟ୍ରୀୟ ନେତାଙ୍କ ସହ ସାଧାରଣତଃ ତାଙ୍କର ବଡ଼ ଫଟୋ ଦେଖିବାକୁ ମିଳିଥାଏ । ସେଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏପରିକି ରାଜ୍ୟ ସଭାପତିଙ୍କ ଫଟୋ ପ୍ରାୟତଃ ନ ଥାଏ । ମାତ୍ର ଟାଙ୍ଗି ମଣ୍ଡଳ ସମାବେଶ ମଞ୍ଚରେ ଲାଗିଥିବା ବ୍ୟାନରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟମାନଙ୍କର ଫଟୋ ବି ସେଠି ଶୋଭା ପାଇଥିଲା ।

ସୂଚନାଥାଉକି, ୨୦୧୯ ନିର୍ବାଚନ ଜିତିବା ପରେ ଅପରାଜିତା କେଉଁ ନେତା ଓ କର୍ମୀଙ୍କୁ ପାସଙ୍ଗରେ ନେଉନାହାନ୍ତି । ରାଜ୍ୟର ବିଜେପି ସଂଗଠନ ସହ ତାଙ୍କର ସମ୍ପର୍କ ନାହିଁ କହିଲେ ଚଳେ । ତେବେ ମନମୋହନ ସାମଲ ରାଜ୍ୟ ସଭାପତି ହେବା ପରେ ସେ ତାଙ୍କୁ ଅକ୍ତିଆର କରିଛନ୍ତି । ଅପରାଜିତାଙ୍କ ସଖୀ କଣ୍ଢେଇ ବୋଲି ମନମୋହନଙ୍କୁ କଟାକ୍ଷ କରାଯାଉଛି । ମନମୋହନଙ୍କ ସହ ଉତ୍ତମ ସମ୍ପର୍କ ସତ୍ତ୍ୱେ ରାଜ୍ୟ ବିଜେପିର ଅଧିକାଂଶ ନେତା ତାଙ୍କୁ ଗ୍ରହଣ କରୁନାହାନ୍ତି । ଅପରାଜିତାଙ୍କର ଅହଂକାର ଏହାର ମୁଖ୍ୟ କାରଣ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

Previous Post

ନଡ୍ଡାଙ୍କ ନୂଆ ଟିମ୍; ଓଡ଼ିଶାରୁ କେବଳ ବୈଜୟନ୍ତ

Next Post

ପୁଣି ନବୀନ, ପୁଣି ମୋଦୀ !

Next Post
ପୁଣି ନବୀନ, ପୁଣି ମୋଦୀ !

ପୁଣି ନବୀନ, ପୁଣି ମୋଦୀ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19067 shares
    Share 7627 Tweet 4767
  • ନବୀନ..ନବୀନ, ମୋହନ..ମୋହନ

    16583 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5780 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5465 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA