Wednesday, September 30, 2026 11:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭାରତରେ ପଶିଲା ‘ଓମିକ୍ରନ୍’ ଭାରିଏଣ୍ଟ

କର୍ଣ୍ଣାଟକରେ ୨ ଆକ୍ରାନ୍ତ ଚିହ୍ନଟ

by Our Correspondent
02 Dec, 2021- 09:23 PM
in Latest News, News
1 min read
0
ଭାରତରେ ପଶିଲା ‘ଓମିକ୍ରନ୍’ ଭାରିଏଣ୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଶଙ୍କା ସତ ହେଲା । ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବା କୋଭିଡ୍ ର ‘ଓମିକ୍ରନ୍’ ଭାରିଏଣ୍ଟ ଏବେ ଭାରତରେ ପଶିଛି । କର୍ଣ୍ଣାଟକରେ ଦୁଇ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ପ୍ରେସମିଟ୍ ରେ ଏହି ସୂଚନା ଦିଆଯାଇଛି । ବିଶ୍ୱର ୩୦ତମ ରାଷ୍ଟ୍ର ଭାବେ ଭାରତରେ ଓମିକ୍ରନ୍ ଭାରିଆଣ୍ଟ ପ୍ରବେଶ କରିଛି ।

ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ହେଉଛନ୍ତି ପୁରୁଷ ଏବଂ ସେମାନଙ୍କ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ । ୬୬ ବର୍ଷୀୟ ଆକ୍ରାନ୍ତ ଜଣେ ବିଦେଶୀ ଏବଂ ତାଙ୍କର ଦକ୍ଷିଣ ଆଫ୍ରିକା ଟ୍ରାଭଲ୍ ହିଷ୍ଟ୍ରି ଅଛି । ୪୬ ବର୍ଷୀୟ ଆକ୍ରାନ୍ତ ବେଙ୍ଗାଲୁରୁର ଜଣେ ସ୍ୱାସ୍ଥ୍ୟକର୍ମୀ ବୋଲି ଜଣାପଡ଼ିଛି । ଉଭୟଙ୍କୁ ଆଇସୋଲେସନ୍ ରେ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ସମସ୍ତ କଣ୍ଟାକ୍ଟଙ୍କ ଟେଷ୍ଟ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ୍ ସୂଚନା ଦେଇଛନ୍ତି ।

ଉଭୟଙ୍କ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ଏବଂ ସେମାନଙ୍କଠାରେ କୌଣସି ଗୁରୁତର ଲକ୍ଷଣ ନାହିଁ ବୋଲି ଶ୍ରୀ ଅଗ୍ରୱାଲ୍ କହିଛନ୍ତି । ଓମିକ୍ରନ୍ ଚିହ୍ନଟ ହୋଇଥିବାରୁ ଆତଙ୍କିତ ହେବାର କାରଣ ନାହିଁ । ତେବେ ଏଥିପାଇଁ ସତର୍କ ରହିବା ସହ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବଙ୍କ ସୂଚନା ଅନୁଯାୟୀ, ଓମିକ୍ରନ୍ ଭାରିଏଣ୍ଟ ୨୯ ଦେଶକୁ ବ୍ୟାପିଗଲାଣି । ଏସବୁ ଦେଶରେ ୩୭୩ ଜଣ ଓମିକନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡେଲଟା ଭାରିଏଣ୍ଟଠାରୁ ଏହା ଅଧିକ ଘାତକ କି ନୁହେଁ ତାହା ସ୍ପଷ୍ଟ ଜଣାପଡ଼ି ନ ଥିଲେ ମଧ୍ୟ ଏଥିରୁ ବର୍ତ୍ତିବା ପାଇଁ କୋଭିଡ୍ କଟକଣା କଡ଼ାକଡ଼ି ପାଳନ କରିବାକୁ ସେ ନିବେଦନ କରିଛନ୍ତି । କୋଭିଡ୍ -୧୦ ଟାକ୍ସଫୋର୍ସ ଅଧ୍ୟକ୍ଷ ଡକ୍ଟର ଭି.କେ. ପଲ୍ ଏହି କଥାକୁ ଦୋହରାଇଛନ୍ତି । ଜନଗହଳି ସ୍ଥାନକୁ ଆଦୌ ନ ଯିବା ଏବଂ ନିଶ୍ଚିତ ଟିକା ନେବା ପାଇଁ ସେମାନେ ସତର୍କ କରାଇଛନ୍ତି ।

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ମାସରେ ଭାରତରେ ଡେଲଟା ଭାରିଏଣ୍ଟପ୍ରବେଶ କରିଥିଲା । କୋଭିଡ୍ ର ଡେଲଟା ଭାରିଏଣ୍ଟ ଦ୍ୱିତୀୟ ଲହର ଆଣି ବହୁତ ମାରାତ୍ମକ ସାବ୍ୟସ୍ତ ହୋଇଥିଲା । ଏଥର ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିବା ଓମିକ୍ରନ୍ ଭାରିଏଣ୍ଟ , ଡେଲଟାଠାରୁ ୬ ଗୁଣା ଅଧିକ ସଂକ୍ରମଣ ବୋଲି କୁହାଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତ ଆସିନାହିଁ । ତେବେ ଏହା ତୃତୀୟ ଲହର ଆଣୁଛି କି ନା ଏବଂ ଟିକା ଏହାକୁ ପ୍ରତିରୋଧ କରିପାରୁଛି କି ନା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସର୍ବୋପରି ଓମିକ୍ରନ୍ ବିପଦରୁ ରକ୍ଷା ପାଇବା ପାଇଁ କୋଭିଡ୍ ନିୟମ ମାନିବା ଶ୍ରେୟସ୍କର ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

Previous Post

ବିଦା ହେଲେ ଆଉ ୪ ଦୁର୍ନୀତିଗ୍ରସ୍ତ ବାବୁ

Next Post

କୋଭିଡ୍‍ ପରିଚାଳନାରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ : ଅଚ୍ୟୁତ ସାମନ୍ତ

Next Post
କୋଭିଡ୍‍ ପରିଚାଳନାରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ : ଅଚ୍ୟୁତ ସାମନ୍ତ

କୋଭିଡ୍‍ ପରିଚାଳନାରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ : ଅଚ୍ୟୁତ ସାମନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA