Sunday, April 19, 2026 05:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନିଲମ୍ବିତ ଓଆଇସି ରୀନା ବକ୍ସଲାଙ୍କୁ ବହିଷ୍କାର ଦାବି

୮ ମାସର ଗର୍ଭବତୀଙ୍କୁ ୩ କିମି ଚଲାଇବା ଘଟଣା

by Our Correspondent
30 Mar, 2021- 06:33 PM
in Latest News, News
1 min read
0
ନିଲମ୍ବିତ ଓଆଇସି ରୀନା ବକ୍ସଲାଙ୍କୁ ବହିଷ୍କାର ଦାବି

ଭୁବନେଶ୍ୱର: ଉଦୁଉଦିଆ ଖରାରେ ଜଣେ ୮ ମାସର ଗର୍ଭବତୀଙ୍କୁ ତିନି କିଲୋମିଟର ବାଟ ଚଲାଇଥିବା ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଓଆଇସି ରୀନା ବକ୍ସଲାଙ୍କ ଅମାନବୀୟ କାର୍ଯ୍ୟକୁ ନେଇ ସବୁଆଡେ ଚର୍ଚ୍ଚା । ଦଣ୍ଡସ୍ୱରୂପ, ତାଙ୍କୁ ନିଲମ୍ବିତ କରାଯାଇଛି । ମାତ୍ର ଏଭଳି ଜଣେ ଅସଭ୍ୟ, ଅମଣିଷ ପୁଲିସ ଅଧିକାରୀଙ୍କୁ ତୁରନ୍ତ ଚାକିରିରୁ ବିଦା କରିବାକୁ ଦାବି ହୋଇଛି । ଜାତୀୟ ମାନବାଧିକାର କମିଶନଙ୍କ ପାଖକୁ ମଧ୍ୟ ଏହି ମାମଲା ଯାଇଛି ।

ମାନବାଧିକାର କର୍ମୀ ଜୟନ୍ତ କୁମାର ଦାସଙ୍କ ଆବେଦନକୁ ଜାତୀୟ ମାନବାଧିକାର କମିଶନ ଗ୍ରହଣ( NHRC କେସ୍ ଡାଇରୀ ନଂ 4704/IN/2021) କରିଛନ୍ତି । ଶରତ ଥାନାର ନିଲମ୍ବିତ ଓଆଇସି ରୀନା ବକ୍ସଲାଙ୍କୁ ଚାକିରିରୁ ବହିଷ୍କାର ଏବଂ ଶାରୀରିକ ଓ ମାନସିକ ନିର୍ଯ୍ୟାତନାର ଶିକାର ହୋଇଥିବା ପତି-ପତ୍ନୀଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନିମନ୍ତେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିଦେ୍ର୍ଦଶ ଦେବା ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । କ୍ଷତିପୂରଣ ଟଙ୍କା ସଂପୃକ୍ତ ପୁଲିସ ଅଧିକାରୀଙ୍କଠାରୁ ଆଦାୟ କରିବାକୁ ସେ ଅନୁରୋଧ କରିଛନ୍ତି ।

ଘଟଣା ଥିଲା ଏମିତି । ଶରତ ଥାନା ଅନ୍ତର୍ଗତ ନୋଟ ପଞ୍ଚାୟତର ବିକ୍ରମ ବିରୁଲି ତାଙ୍କ ୮ ମାସର ଗର୍ଭବତୀ ପତ୍ନୀ ଗୁରୁବାରୀଙ୍କୁ ମଟରସାଇକେଲରେ ଉଦଳା ନେଉଥିଲେ ଚେକ୍ ଅପ୍ ପାଇଁ । ବିକ୍ରମ ମାସ୍କ ଓ ହେଲମେଟ୍ ପିନ୍ଧିଥିବା ବେଳେ ପତ୍ନୀ ମାସ୍କ ପିନ୍ଧିଥିଲେ ମଧ୍ୟ ହେଲମେଟ୍ ପିନ୍ଧି ନ ଥିଲେ । ବାଟରେ ହେଲମେଟ୍ ଚେକିଂ ହେଉଥିବାରୁ ପୁଲିସ ସେମାନଙ୍କୁ ଅଟକାଇଥିଲା । ଶରତ ଥାନା ଓଆଇସି ରୀନା ବକ୍ସଲା ଗାଡ଼ିର କାଗଜପତ୍ର ଓ ଡ୍ରାଇଭିଂ ଲାଇସେନସ୍ ଯାଞ୍ଚ କରି ଠିକଠାକ୍ ଥିବା ଦେଖିବା ପରେ ପତ୍ନୀଙ୍କ ମୁଣ୍ଡରେ ହେଲମେଟ୍ ନ ଥିବାରୁ ହଜାରେ ଟଙ୍କା ଫାଇନ୍ କାଟିଲେ । ତେବେ ପାଖରେ ପଇସା ନଥିବା ଜଣାଇ ଅନଲାଇନ୍ ରେ ପେମେଣ୍ଟ କରିଦେବେ ବୋଲି ବିକ୍ରମ ଅନୁରୋଧ କରିଥିଲେ ।

ମାତ୍ର ଓଆଇସି ଏଥିରେ ରାଜି ହେଲେ ନାହିଁ । ଓଲଟି ପୂରା ଗରମ ହୋଇଗଲେ । ଥାନାକୁ ଚାଲ୍ କହି ବିକ୍ରମଙ୍କୁ ଜବରଦସ୍ତ ପୁଲିସ ଗାଡ଼ିରେ ବସାଇଲେ । ଗର୍ଭବତୀ ପତ୍ନୀ ଏକା ଥିବାରୁ ତାଙ୍କୁ ସାଙ୍ଗରେ ଆଣିବାକୁ ନେହୁରା ହୋଇଥିଲେ ମଧ୍ୟ ଓଆଇସି କିଛି ଶୁଣି ନ ଥିଲେ । ପତ୍ନୀଙ୍କୁ ଏକା ଛାଡ଼ିଦେଇ ବିକ୍ରମଙ୍କୁ ଥାନାକୁ ନେଇ ଆସିଲେ । ଜଙ୍ଗଲିଆ ରାସ୍ତା ସାଙ୍ଗକୁ ପ୍ରବଳ ଖରାରେ ୮ ମାସର ଗର୍ଭବତୀ ଗୁରୁବାରୀ ଥାନା ପର୍ଯ୍ୟନ୍ତ ୩ କିମି ଚାଲି ଚାଲି ଆସିବାକୁ ବାଧ୍ୟ ହେଲେ । ଥାନାରେ ସେ ପହଞ୍ଚିଲା ବେଳକୁ ସ୍ୱାମୀ ହାଜତରେ ବସିଥିଲେ । ଓଆଇସି ତାଙ୍କୁ ୪ ଘଣ୍ଟା କାଳ ବସାଇଲା ପରେ ଯାଇ ଛାଡ଼ିଲେ ।
ଏ ସମ୍ପର୍କରେ ଉଭୟ ପତି-ପତ୍ନୀ ଏସଡ଼ିପିଓଙ୍କୁ ଲିଖିତ ଭାବେ ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ମୟୁରଭଞ୍ଜ ଏସପି ତାଙ୍କୁ ସସପେଣ୍ଡ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ମୋ ସରକାର’ ରେ ପୁଲିସ ବ୍ୟବସ୍ଥାକୁ ଲୋକାଭିମୁଖୀ କରାଯାଇ ପୁଲିସର ଉତ୍ତମ ବ୍ୟବହାରକୁ ପ୍ରାଥମିକତା ଦିଆଯାଉଥିବା ବେଳେ ରୀନା ବକ୍ସଲାଙ୍କ ଭଳି ଅଧିକାରିଣୀ ବ୍ୟବସ୍ଥାରେ କଳଙ୍କ ହୋଇଛନ୍ତି । ସର୍ବୋପରି ଜଣେ ମହିଳା ହୋଇ ବି ଆଉ ଜଣେ ମହିଳାଙ୍କ ପ୍ରତି ତାଙ୍କର ନିଷ୍ଠୁର ଓ ଅମାନବୀୟ ଆଚରଣକୁ ସମସ୍ତେ ନିନ୍ଦା କରୁଛନ୍ତି ।

ସରକାରୀ ସେବା ଲାଗି ଏହି ମହିଳା ସମ୍ପୂର୍ଣ୍ଣ ଅନୁପଯୁକ୍ତ ହୋଇଥିବାରୁ ତାଙ୍କୁ ତୁରନ୍ତ ଚାକିରିରୁ ଅବ୍ୟାହତି ଦିଆଯିବା ସହ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଉ । ଦୃଷ୍ଟାନ୍ତମୂଳକ କଠୋର ପଦକ୍ଷେପ ନିଆ ନଗଲେ ସରକାରଙ୍କ ଉପରୁ ଲୋକଙ୍କ ଆସ୍ଥା ତୁଟିଯିବ । ପୁଲିସ ବ୍ୟବସ୍ଥାରେ ସୁଧାର ଆସିପାରିବ ନାହିଁ ବୋଲି ବୁଦ୍ଧିଜୀବୀମାନେ ପ୍ରତିକ୍ରିୟା ଦେଇଛନ୍ତି ।

Previous Post

ପିପିଲି: ଅଜିତ୍ ମଙ୍ଗରାଜଙ୍କୁ ପୁଣି ପ୍ରାର୍ଥୀ କଲା କଂଗ୍ରେସ

Next Post

ତାତିରେ ରେକର୍ଡ କଲା ଭୁବନେଶ୍ୱର

Next Post
ତାତିରେ ରେକର୍ଡ କଲା ଭୁବନେଶ୍ୱର

ତାତିରେ ରେକର୍ଡ କଲା ଭୁବନେଶ୍ୱର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA