Saturday, April 25, 2026 02:58 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଦେଶ ମଉଜ ପାଇଁ ମଣିଷପଣିଆ ଭୁଲିଗଲେ!

ଏ ନେତାମାନେ ନବୀନଙ୍କଠାରୁ କିଛି ଶିଖିଲେନି

by Our Correspondent
06 Jun, 2023- 02:30 PM
in Latest News, News
1 min read
0
ବିଦେଶ ମଉଜ ପାଇଁ ମଣିଷପଣିଆ ଭୁଲିଗଲେ!

ଭୁବନେଶ୍ୱର: ଶତାବ୍ଦୀର ସବୁଠାରୁ ଭୟଙ୍କର ଦୁର୍ଘଟଣାର ମୁକସାକ୍ଷୀ ହୋଇଛି ଓଡ଼ିଶା । ଦୁର୍ଘଟଣାର ଛାତିଥରା ଦୃଶ୍ୟ ଏବଂ କୁଢ଼ କୁଢ଼ ଶବର ବିଭତ୍ସ ପାହାଡ଼ ସମଗ୍ର ବିଶ୍ୱବାସୀଙ୍କୁ ବିଚଳିତ କରିଦେଇଛି । ଏହି ହୃଦୟ ବିଦାରକ ମର୍ମନ୍ତୁଦ ଦୁର୍ଘଟଣା ସାଧାରଣ ମଣିଷର ଭାରସାମ୍ୟକୁ ଚହଲାଇ ଦେଇଛି । ଏଭଳି ଦୁର୍ଦ୍ଦିନରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ ଏବଂ ଆତ୍ମୀୟଙ୍କୁ ଶବ ହସ୍ତାନ୍ତର ଭଳି ଗୁରୁଦାୟିତ୍ୱ ବିଏମସି ଏବଂ ସିଏମସି ମୁଣ୍ଡାଇ ଥିବା ବେଳେ ଦୁଇ ମେୟରଙ୍କ ବିଦେଶ ଭ୍ରମଣ ସମସ୍ତଙ୍କୁ ଆଚମ୍ବିତ କରିଛି । ଏହି ଜନପ୍ରତିନିଧି ତଥା ମୁଖିଆଙ୍କ ଏଭଳି କାର୍ଯ୍ୟକଳାପକୁ ଅମାନବୀୟ କହି ସବୁଆଡୁ ସମାଲୋଚନା କରାଯାଇଛି ।

ବାହାନଗା ରେଳ ଦୁର୍ଘଟଣା ଘଟିଲା ୨ ତାରିଖ ଶୁକ୍ରବାର ସଂଧ୍ୟା ପ୍ରାୟ ୭ଟାରେ । ଏହି ଭୟଙ୍କର ଦୁର୍ଘଟଣା ଖବର ସାରା ଦେଶରେ ବିଜୁଳି ବେଗରେ ଖେଳିଗଲା । ମୃତାହତଙ୍କ ଉଦ୍ଧାର ଏବଂ ସେମାନଙ୍କର ଚିକିତ୍ସାକୁ ପ୍ରାଥମିକତା ଦେଇ ସ୍ଥାନୀୟ ଜନସାଧାରଣଙ୍କଠାରୁ ଆରମ୍ଭ କରି ସରକାରୀ କଳ ତତ୍ପର ହୋଇଯାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏସବୁର ତଦାରଖ କରି ପ୍ରଶାସନିକ କଳକୁ ଯୁଦ୍ଧକାଳୀନ ମୋଡ୍ କୁ ନେଇ ଆସିଥିଲେ ।

ରାତାରାତି ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଏସଆରସି କଣ୍ଟ୍ରୋଲ୍ ରୁମ୍ ଯାଇ ସ୍ଥିତିର ସମୀକ୍ଷା କରିଥିଲା ବେଳେ ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକ, ଏସଆରସି ସତ୍ୟବ୍ରତ ସାହୁ, ଡିଜିପି ସୁନୀଲ ବଂଶଲ, ପରିବହନ କମିସନର ଅମିତାଭ ଠାକୁର ଏବଂ ଅନ୍ୟ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା । କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍ ରେ ଆହତମାନଙ୍କ ଚିକିତ୍ସା ଲାଗି ରାତାରାତି ବ୍ୟବସ୍ଥା କରାଯାଇଥିଲା । ଆହତଙ୍କ ସମ୍ପର୍କୀୟମାନଙ୍କ ପାଇଁ ସିଏମସି ଏବଂ ବିଏମସି ପକ୍ଷରୁ ହେଲପଲାଇନ୍ ବ୍ୟବସ୍ଥା କରାଯାଇଥିଲା । ସାରା ରାତି ସମସ୍ତେ ଉଜାଗର ରହି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ । ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିବାକୁ ସ୍ଥିର କଲେ । 

ଆଉ ବିପଦର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଶନିବାର ସକାଳୁ ଭୁବନେଶ୍ୱର ବିମାନବନ୍ଦରରୁ ସିଧାସଳଖ ସିଙ୍ଗାପୁର ଉଡ଼ାଣ ଆରମ୍ଭ କରୁଥିବା ବିମାନରେ ବସି ସିଙ୍ଗାପୁର ଯାତ୍ରା କରିଥିଲେ କଟକ ମେୟର ସୁବାସ ସିଂହ ଏବଂ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଦୁର୍ଘଟଣାସ୍ଥଳରୁ ଲୋକଙ୍କୁ ଉଦ୍ଧାର କରିବାରେ ସ୍ଥାନୀୟ ଲୋକ ଲାଗି ପଡ଼ିଥିଲା ବେଳେ ଅଞ୍ଚଳର ପ୍ରତିନିଧି ସୋର ବିଧାୟକ ପର୍ଶୁରାମ ଧଡ଼ା ମଧ୍ୟ ବିଦେଶ ଗସ୍ତରେ ସାମିଲ ହୋଇଗଲେ । ରାଜ୍ୟ ସରକାରଙ୍କ ସୌଜନ୍ୟରୁ ପ୍ରଥମ ସିଙ୍ଗାପୁର ଉଡ଼ାଣରେ ନିଜକୁ ସାମିଲ କରିବାର ଗୌରବକୁ ଏମାନେ ହାତଛଡ଼ା କଲେ ନାହିଁ । ସାରା ରାତି ଟିଭି ଓ ମୋବାଇଲ୍ ରେ ଘୂରି ବୁଲୁଥିବା କୁଢ଼ କୁଢ଼ ଶବର ଫଟୋ ଏବଂ ଡାକ୍ତରଖାନାକୁ ବୁହା ହେଉଥିବା ଆହତଙ୍କ ଆର୍ତ୍ତ ଚିତ୍କାର ସେମାନଙ୍କ ହୃଦୟକୁ ଛୁଇଁଲା ନାହିଁ । ସରକାରୀ ଖର୍ଚ୍ଚରେ ବିଦେଶ ମଉଜମସ୍ତି ଆଗରେ ହଜିଗଲା ମାନବିକତା ।

୩ ତାରିଖରେ ସିଙ୍ଗାପୁରକୁ ସିଧାସଳଖ ବିମାନ ଉଡ଼ାଣ ଉପଲକ୍ଷେ ଭୁବନେଶ୍ୱର ବିମାନବନ୍ଦରରେ ପୂର୍ବରୁ ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା । ମାତ୍ର ରେଳ ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକ୍ରମେ ରାଜ୍ୟରେ ଶୋକପାଳନ କରାଯାଉଥିବାରୁ ଉତ୍ସବକୁ ବାତିଲ କରାଗଲା । ପରଦିନ ରବିବାର ସଂଧ୍ୟାରେ ସିଙ୍ଗାପୁରରେ ପ୍ରବାସୀ ଓଡ଼ିଆଙ୍କ ମେଳରେ ନିରାଡ଼ମ୍ବର ଉତ୍ସବ ପାଳନ କରାଯାଇଥିଲା । ଏହି ଉତ୍ସବରେ ଓଡ଼ିଶାରୁ ଯାଇଥିବା ମନ୍ତ୍ରୀ, ବିଧାୟକ, ୩ ମେୟର, ଅଙ୍ଗନବାଡି କର୍ମୀ, ମିଶନ ଶକ୍ତି ପ୍ରତିନିଧି, ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ତଥା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।

ସେଠି ଓଡ଼ିଶାରୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ବାଇଟ୍ ଦେଇ ରେଳ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ଭୁବନେଶ୍ୱର ମେୟର ଶ୍ରୀମତୀ ଦାସ ଦୁଃଖପ୍ରକାଶ କରିଛନ୍ତି । ବାହାନଗା ରେଳ ଦୁର୍ଘଟଣା ଯୋଗୁଁ ଏଠି କାହାରି ମନରେ ସରାଗ ନାହିଁ ବୋଲି କହିଛନ୍ତି ।କଟକ ମେୟର ସୁବାସ ସିଂହଙ୍କୁ ଟିଭିରେ ଦେଖିବାକୁ ମିଳିନାହିଁ ।

ସୂଚନାଥାଉକି, ମେୟରଙ୍କ ବାଇଟ୍ ଟିଭିରେ ବାଜିଲା ବେଳକୁ ଭୁବନେଶ୍ୱର ଏମସ୍ ହସ୍ପିଟାଲ୍ ରେ ଗଦା ହୋଇଥିବା ଶବ ଚିହ୍ନଟର ଜଟିଳତାରେ ପେଶି ହେଉଛନ୍ତି ବିଏମସି ଅଧିକାରୀ ଏବଂ କର୍ମଚାରୀଗଣ । ବିଏମସି କମିସନର ବିଜୟ ଅମୃତ କୁଲାଙ୍ଗେ ନିଜେ ହେଲପ ଡେସ୍କରେ ବସି କାମ କରୁଛନ୍ତି । ସୋମବାର ସକାଳୁ ବିଳମ୍ବିତ ରାତି ଯାଏ କମିସନର ସେଠି ନିଜେ ଉପସ୍ଥିତ ରହି ଶବ ଚିହ୍ନଟ ପ୍ରକ୍ରିୟାରେ ମୃତକଙ୍କ ପରିବାରକୁ ସହାୟତା କରୁଥିବା ଦେଖିବାକୁ ମିଳିଥିଲା । ଆଜି ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି ।

କେବଳ ଏମସ୍ ନୁହେଁ କ୍ୟାପିଟାଲ୍ ହସ୍ପିଟାଲ୍, ସମ୍, କିମସ୍ ରେ ମଧ୍ୟ ଶବ ଚିହ୍ନଟ ପାଇଁ ବିଏମସି ହେଲପ୍ ଡେସ୍କ ଉପରେ ଆତ୍ମୀୟମାନେ ନିର୍ଭରଶୀଳ ହୋଇଛନ୍ତି । ବିଭତ୍ସ ଶବଗୁଡ଼ିକର ଚିହ୍ନଟ ବିଏମସି ପାଇଁ ଚାଲେଂଜକର ହୋଇଛି । ଏବେ ସୁଦ୍ଧା ୫୦ ରୁ ଅଧିକ ଶବ ଚିହ୍ନଟ ହୋଇ ନ ଥିବା ଜଣାପଡ଼ିଛି । ବିଏମସିର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଖାଇବାକୁ ବି ଫୁରୁସତ୍ ମିଳୁନି । କଟକରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି । ଏସସିବିରେ ଏକାଧିକ ଶବ ଚିହ୍ନଟ ହୋଇପାରି ନ ଥିବା ବେଳେ ୧୦୦ରୁ ଅଧିକ ଆହତ ଜୀବନ ସହ ସଂଗ୍ରାମ କରୁଛନ୍ତି । ଆଉ ଏତିକିବେଳେ ଦୁଇ ମୁଖିଆଙ୍କ ବିଦେଶ ଭ୍ରମଣ ସେମାନଙ୍କ ମଣିଷପଣିଆକୁ ପ୍ରଶ୍ନ କରିଛି ।

କହିବା ବାହୁଲ୍ୟ, ଟ୍ରେନ୍ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଭୁବନେଶ୍ୱର ଆଣିବାରେ ବିଏମସି ଏବଂ ସରକାରୀ କଳ ସମ୍ପୂର୍ଣ୍ଣ ତତ୍ପର ଥିବା ବେଳେ ଭୁବନେଶ୍ୱରର ତିନି ଜଣ ଯାକ ବିଧାୟକ ସେଦିନ ସଂଧ୍ୟାରେ ଟିମ୍ ଇନଫ୍ରାକନ୍ ଓ ନେଷ୍ଟ ଲେଜର୍ ପକ୍ଷରୁ ଉତ୍କଳ ମଣ୍ଡପ ରଙ୍ଗମଞ୍ଚରେ ଆୟୋଜିତ କୁମାର ସାନୁ ନାଇଟ୍ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଯୋଗଦେବା ଅନେକଙ୍କୁ ନାପସନ୍ଦ ହୋଇଛି ।

Previous Post

ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ରହୁଥିବା ଆଗରୁ ଜଣାଥିଲା!

Next Post

ବାହାନଗା ଦୁର୍ଘଟଣା: ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮

Next Post
ବାହାନଗା ଦୁର୍ଘଟଣା: ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮

ବାହାନଗା ଦୁର୍ଘଟଣା: ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA