Saturday, April 25, 2026 10:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ରହୁଥିବା ଆଗରୁ ଜଣାଥିଲା!

ଏଡ଼ାଇ ଦିଆଯାଇପାରିଥାନ୍ତା ବାହନଗା ଦୁର୍ଘଟଣା?

by Our Correspondent
05 Jun, 2023- 08:35 PM
in Latest News, News
1 min read
0
ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ରହୁଥିବା ଆଗରୁ ଜଣାଥିଲା!

ଭୁୁବନେଶ୍ୱର: ବାହନଗା ରେଳ ଦୁର୍ଘଟଣା ପରିପ୍ରେକ୍ଷୀରେ ଇଲେକଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍ ସମସ୍ତଙ୍କ ନଜରକୁ ଆସିଛି । ଇଣ୍ଟରଲକିଂ ସିଷ୍ଟମ୍ ରେ ପରିବର୍ତ୍ତନ ଏହି ଦୁର୍ଘଟଣାର ମୂଳ କାରଣ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିସାରିଛନ୍ତି । ଇଣ୍ଟରଲକିଂ ବ୍ୟବସ୍ଥା ଫେଲ୍ ମାରିବାରୁ ଏତେବଡ଼ ଭୟଙ୍କର ଦୁର୍ଘଟଣା ଘଟିଛି । ଇଲେକଟ୍ରୋନିକ୍ ଇଣ୍ଟରଲକିଂ ବ୍ୟବସ୍ଥା ନିରାପଦ ବୋଲି ଦାବି କରାଯାଉଥିବା ବେଳେ ଏହି ନିର୍ଦ୍ଦିଷ୍ଟ ଘଟଣାରେ ମନୁଷ୍ୟକୃତ ତ୍ରୁଟିକୁ ଦାୟୀ କରାଯାଉଛି ।

ଆମେ ସମସ୍ତେ ଜାଣୁଛେ ଯେ ଟ୍ରେନ୍ କେଉଁ ଟ୍ରାକ୍ ରେ ଯିବ ତାହା ନିର୍ଦ୍ଧାରଣ କରେ ଇଲେକଟ୍ରୋନିକ୍ ଇଣ୍ଟରଲକିଂ ବ୍ୟବସ୍ଥା । ରେଳକୁ ନିରାପଦରେ ଯିବାକୁ ଏହି ବ୍ୟବସ୍ଥା ଅନୁମତି ଦେଇଥାଏ । ଏହା ଅତ୍ୟନ୍ତ ଆଧୁନିକ ବ୍ୟବସ୍ଥା ଏବଂ ସଫ୍ଟୱେର ଆଧାରରେ କାର୍ଯ୍ୟ କରିଥାଏ । ମାତ୍ର ଏହାକୁ ଅପରେଟ୍ କରୁଥିବା ବ୍ୟକ୍ତି(ମନୁଷ୍ୟକୃତ) ପାଇଁ ବ୍ୟତିକ୍ରମ ସୃଷ୍ଟି ହୁଏ, ଯାହା ବାହନଗା ଘଟଣାରେ ଘଟିଥିବା କୁହାଯାଉଛି ।

ଏମିତିରେ ଇଲେକଟ୍ରୋନିକ୍ ଇଣ୍ଟରଲିକଂ ବ୍ୟବସ୍ଥା ତ୍ରୁଟିଶୂନ୍ୟ ବୋଲି ରେଳ ବିଭାଗ ଯାହା ଦାବି କରୁଛି ତାହା କିନ୍ତୁ ଆଦୌ ସତ୍ୟ ନୁହେଁ ବୋଲି ଜଣାପଡ଼ିଛି । ଏହି ବ୍ୟବସ୍ଥାରେ ଥିବା ତ୍ରୁଟି ସମ୍ପର୍କରେ ୩ ମାସ ତଳେ ରେଳବାଇ ବୋର୍ଡକୁ ଏକ ରିପୋର୍ଟ ଦିଆଯାଇଥିଲା । ଦକ୍ଷିଣ ପୂର୍ବ ରେଳୱେର ମୁଖ୍ୟ ଅପରେଟିଂ ମ୍ୟାନେଜର ହରିଶଙ୍କର ବର୍ମା ଏକ ରିପୋର୍ଟ ସହ ଏଥିରେ ଥିବା ତ୍ରୁଟି ସୁଧାରିବା ପାଇଁ ସୁପାରିଶ କରିଥିଲେ । ନଚେତ ଭବିଷ୍ୟତରେ ବଡ଼ ଧରଣର ଦୁର୍ଘଟଣା ଆଶଙ୍କା ରଖିଥିଲେ ।

ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଅନୁଯାୟୀ, ଶ୍ରୀ ବର୍ମାଙ୍କର ଏହି ରିପୋର୍ଟ ପ୍ରସ୍ତୁତ ପଛରେ ଏକ ଭୟଙ୍କର କାହାଣୀ ଥିଲା । ଗତ ଫେବୃଆରୀ ୯ ତାରିଖରେ ସମତାକ୍ରାନ୍ତି ଏକ୍ସପ୍ରେସ୍(୧୨୬୪୯) କରମଣ୍ଡଳ ଏକ୍ସପ୍ରେସ୍ ର ଦଶା ଭୋଗିବା ଅବସ୍ଥାକୁ ଚାଲି ଆସିଥିଲା । ସେଦିନ ଇଲେକଟ୍ରୋନିକ୍ ଇଣ୍ଟରଲିକଂ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ସିଗନାଲ୍ ଫେଲ୍ ମାରିଥିଲା । ତେବେ ଟ୍ରେନ୍ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ସେ ଟ୍ରେନ୍ ଅଟକାଇ ଦେଇଥିଲେ । ଫଳରେ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲା । ଦକ୍ଷିଣ ପୂର୍ବ ରେଳୱେର ମୁଖ୍ୟ ଅପରେଟିଂ ମ୍ୟାନେଜର ଶ୍ରୀ ବର୍ମା ଏହି ବ୍ୟବସ୍ଥାର ଅନୁଧ୍ୟାନ କରି ରେଲୱେ ବୋର୍ଡକୁ ସତର୍କ କରାଇ ଦେଇଥିଲେ ।

ମାତ୍ର ରେଳୱେ ବୋର୍ଡ ଏହାକୁ ଆଦୌ ଗୁରୁତ୍ୱ ଦେଇନାହାନ୍ତି । ଏହା ଉପରେ ପଦକ୍ଷେପ ନେଇଥିଲେ ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣାକୁ ଏଡ଼ାଇ ହୋଇଥାନ୍ତା ବୋଲି ଆଜି ଏଆଇସିସି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯାଇଛି । ଏହି ଅବହେଳା ପାଇଁ ରେଳମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରାଯାଇଛି ।

ରେଲୱେ ଦାୟିତ୍ୱହୀନତା ବିରୋଧରେ ଏତଲା: ବାହାନଗା ଟ୍ରେନ ଦୁର୍ଘଟଣା ନେଇ ଆଜି ଥାନାରେ ମାମଲା ରୁଜୁ ହୋଇଛି । ବାଲେଶ୍ୱର ଜିଆରପି ଥାନାରେ ଏସଆଇ ପପୁ ନାୟକଙ୍କ ପକ୍ଷରୁ ଏତଲା ଦିଆଯାଇଛି । ରେଲୱେର ଦାୟିତ୍ୱହୀନତା ପାଇଁ ଦୁର୍ଘଟଣା ଘଟିଥିବା ଏତଲାରେ କୁହାଯାଇଛି । ଆଇପିସି ଦଫା ୩୩୭, ୩୩୮, ୩୦୪(କ), ୩୪ ଏବଂ ରେଲୱେ ଆକ୍ଟ ୧୫୩, ୧୫୪ ଓ ୧୭୫ ରେ ମାମଲା ରୁଜୁ ହୋଇଛି । ଡିଏସପି ରଞ୍ଜିତ ନାୟକଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଛି ।

ଅନ୍ୟପକ୍ଷରେ ସିବିଆଇ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ଆଜି ସିବିଆଇର ଏକ ଟିମ୍ ବାହାନଗା ଆସି ରେଳ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି । ଇଲେକଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍ ଫେଲ୍ ଯୋଗୁଁ ଦୁର୍ଘଟଣା ଘଟିଥିବା ଏବଂ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବୟାନ ପରିପ୍ରେକ୍ଷୀରେ ସିବିଆଇ ତଦନ୍ତ ଉପରକୁ ସମସ୍ତଙ୍କ ନଜର ଯାଇଛି ।

Previous Post

ଷଡ଼ଯନ୍ତ୍ରକାରୀଙ୍କୁ ଧରିବ ସିବିଆଇ

Next Post

ବିଦେଶ ମଉଜ ପାଇଁ ମଣିଷପଣିଆ ଭୁଲିଗଲେ!

Next Post
ବିଦେଶ ମଉଜ ପାଇଁ ମଣିଷପଣିଆ ଭୁଲିଗଲେ!

ବିଦେଶ ମଉଜ ପାଇଁ ମଣିଷପଣିଆ ଭୁଲିଗଲେ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA