Sunday, April 26, 2026 09:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଷଡ଼ଯନ୍ତ୍ରକାରୀଙ୍କୁ ଧରିବ ସିବିଆଇ

ବାହାନଗା ରେଳ ଦୁର୍ଘଟଣା

by Our Correspondent
04 Jun, 2023- 10:41 PM
in Latest News, News
1 min read
0
ଷଡ଼ଯନ୍ତ୍ରକାରୀଙ୍କୁ ଧରିବ ସିବିଆଇ

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ହେବ । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ଏବଂ ଏଥିପାଇଁ ଦାୟୀ କିଏ ସିବିଆଇ ଖୋଜି ବାହାର କରିବ । ସିବିଆଇ ତଦନ୍ତ ପାଇଁ ରେଲୱେ ବୋର୍ଡର ସୁପାରିଶ କରିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସୂଚନା ଦେଇଛନ୍ତି ।

ସିବିଆଇ ତଦନ୍ତ ସୁପାରିଶ ସମ୍ପର୍କରେ ସୂଚନା ଦେବାର କିଛି ଘଣ୍ଟା ପୂର୍ବରୁ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଏକ ବୟାନରେ କହିଥିଲେ ଯେ ରେଳ ଦୁର୍ଘଟଣାର ମୂଳ କାରଣ ସମ୍ପର୍କରେ ସେ ନିଶ୍ଚିତ ହୋଇଛନ୍ତି । ଏହା ମନୁଷ୍ୟକୃତ ବୋଲି ସେ ଇସାରା ଦେଇଥିଲେ ।

ଇଲେକଟ୍ରୋନିକ୍ ଇଣ୍ଟଲକିଂ ସିଷ୍ଟମରେ ସମସ୍ୟା ପାଇଁ ଏହି ଦୁର୍ଘଟଣା ଘଟିଥିବା ସେ କହିଥିଲେ । ସୂଚନାଥାଉକି, ରେଳ ଚଳାଚଳ ବେଳେ ସିଗନାଲ୍ ବ୍ୟବସ୍ଥାକୁ ସଠିକ୍ କରିବାର ଡିଭାଇସ୍ ହେଉଛି ଇଲେକଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍ । ଏଥିରେ ଟାମ୍ପରିଂ ହେଲେ ସିଗନାଲ୍ ଭୁଲଭାଲ୍ ହେବ । ବାହନଗା ରେଳ ଦୁର୍ଘଟଣା ଏହି ତ୍ରୁଟି ଯୋଗୁଁ ହୋଇଛି ବୋଲି ରେଳମନ୍ତ୍ରୀ ସ୍ୱୀକାର କରିଛନ୍ତି ।

ରେଳମନ୍ତ୍ରୀ ଏହାର ବିସ୍ତୃତ ତଥ୍ୟ ଦେବାକୁ ମନା କରିଥିଲା ବେଳେ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିବା ପାଇଁ କହିଛନ୍ତି । ତେବେ ଦୁର୍ଘଟଣାର ମୂଳ କାରଣ ଏବଂ ଏଥିପାଇଁ ଦାୟୀ ଲୋକଙ୍କୁ ଚିହ୍ନଟ କରାଯାଇଥିବା ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ଏବେ ସିବିଆଇ ଏହି ଦିଗକୁ ତଦନ୍ତ କରିବ ଏବଂ ଦୋଷୀମାନଙ୍କୁ ଖୋଜି ବାହାର କରିବ । ଗତକାଲି ପ୍ରଧାନମନ୍ତ୍ରୀ ଦୁର୍ଘଟଣାସ୍ଥଳ ବୁଲିବା ପରେ ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି ରୋକଠୋକ ଶୁଣାଇ ସାରିଛନ୍ତି । ଅତଏବ ବାହନଗା ରେଳ ଦୁର୍ଘଟଣା ପାଇଁ ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ ଏହି ବିଶ୍ୱାସ ସମସ୍ତଙ୍କର ହୋଇଛି ।

ସୂଚନାଥାଉକି, ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଦୁର୍ଘଟଣାସ୍ଥଳରେ କ୍ୟାମ୍ପ ପକାଇଛନ୍ତି । ଉଦ୍ଧାର କାର୍ଯ୍ୟ ସରିବା ପରେ ମରାମତି କାର୍ଯ୍ୟର ତଦାରଖ କରୁଛନ୍ତି ।

Previous Post

କୋଲକତାକୁ ମାଗଣା ବସ୍ ସେବା

Next Post

ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ରହୁଥିବା ଆଗରୁ ଜଣାଥିଲା!

Next Post
ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ରହୁଥିବା ଆଗରୁ ଜଣାଥିଲା!

ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ରହୁଥିବା ଆଗରୁ ଜଣାଥିଲା!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA