Wednesday, June 24, 2026 04:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କନକ ମାଧ୍ୟମରେ ସୌମ୍ୟଙ୍କ ବଡ଼ ଷଡ଼ଯନ୍ତ୍ର!

by Our Correspondent
09 Apr, 2025- 09:11 PM
in Latest News, Media, News
1 min read
0
କନକ ମାଧ୍ୟମରେ ସୌମ୍ୟଙ୍କ ବଡ଼ ଷଡ଼ଯନ୍ତ୍ର!

ଭୁବନେଶ୍ୱର: ବିଜେଡିର ୱାକଫ (ସଂଶୋଧନ) ବିଲ୍ ୨୦୨୫ ଭୋଟିଂ ପ୍ରସଙ୍ଗରେ କନକ ନ୍ୟୁଜ୍ ଚ୍ୟାନେଲର ଅବିଶ୍ରାନ୍ତ ଖବର ପ୍ରଚାର ଓଡ଼ିଶାର ରାଜନୈତିକ ଓ ଗଣମାଧ୍ୟମ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଏପ୍ରିଲ ୩ରେ ଲୋକସଭା ଓ ଏପ୍ରିଲ ୪ରେ ରାଜ୍ୟସଭାରେ ବିଲ୍ ପାସ୍ ହେବା ପରେ, କନକ ନ୍ୟୁଜ୍ ବିଜେଡି ସାଂସଦଙ୍କ ବିଭାଜିତ ଭୋଟିଂ, ବିଶେଷତଃ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଦଳୀୟ ନିର୍ଦ୍ଦେଶ ବିରୋଧରେ ବିଲ୍‌କୁ ସମର୍ଥନ ଦେବା ଉପରେ ଜୋରଦାର ଫୋକସ କରିଛି। ଏହି ଅତ୍ୟଧିକ ପ୍ରଚାର ପଛରେ କ’ଣ ରହିଛି? ଓଡ଼ିଶାର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକୁ ଏଡ଼ାଇ କନକ ନ୍ୟୁଜ୍ କାହିଁକି ଏକମାତ୍ର ଏହି ପ୍ରସଙ୍ଗକୁ ଉଠାଉଛି? ଅନେକେ ଏବେ ସମ୍ବାଦ ଗ୍ରୁପର ପ୍ରତିଷ୍ଠାତା ତଥା ପୂର୍ବତନ ବିଜେଡି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସନ୍ଦେହର ଆଙ୍ଗୁଠି ଦେଖାଉଛନ୍ତି। ସେ କନକ ଟିଭି ମାଧ୍ୟମରେ ବିଜେଡିକୁ ଭାଙ୍ଗିବାର ଏକ ଷଡ଼ଯନ୍ତ୍ର ରଚିଛନ୍ତି କି ?

ୱାକଫ ଭୋଟିଂ ପ୍ରସଙ୍ଗ ବିଜେଡି ଭିତରେ ଏକ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଦଳର ସଭାପତି ନବୀନ ପଟ୍ଟନାୟକ ବିଲ୍‌ର ବିରୋଧ କରିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ, “ବିବେକ ଭୋଟ” ଅନୁମତି ଦେବା ଫଳରେ ଦଳ ଭିତରେ ଫାଟ ସ୍ପଷ୍ଟ ହେଲା। ରାଜ୍ୟସଭାରେ ମୁଜିବୁଲ୍ଲା ଖାନ ବିରୋଧ କରିଥିବା ବେଳେ ସସ୍ମିତ ପାତ୍ର ସମର୍ଥନ କଲେ। କନକ ନ୍ୟୁଜ୍ ଏହି ଘଟଣାକୁ ନେଇ ବିସ୍ତୃତ ବିତର୍କ, ସାକ୍ଷାତକାର ଓ ବିଶ୍ଲେଷଣ ପ୍ରସାରଣ କରି ଏହାକୁ ନବୀନଙ୍କ ନେତୃତ୍ୱର ଦୁର୍ବଳତାର ପ୍ରମାଣ ବୋଲି ଚିତ୍ରଣ କରୁଛି। ସାମାଜିକ ଗଣମାଧ୍ୟମରେ ମଧ୍ୟ ବିଜେଡିର ଧର୍ମନିରପେକ୍ଷ ଛବି ଓ ଏକତା ଉପରେ ପ୍ରଶ୍ନ ଉଠୁଛି।

କିନ୍ତୁ କନକ ନ୍ୟୁଜ୍ ଏହି ଏକମାତ୍ର ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେଇ ଓଡ଼ିଶାର ଅନ୍ୟ ଜରୁରୀ ସମସ୍ୟାଗୁଡ଼ିକୁ ଉପେକ୍ଷା କରିବା ନେଇ ସମାଲୋଚନା ଉଠିଛି।

ଗଣମାଧ୍ୟମ ସମୀକ୍ଷକମାନେ କହୁଛନ୍ତି, ବିଜେଡିର ଅନ୍ତଃକଳହର ଏହି ନାଟକୀୟ ଘଟଣାକୁ ନେଇ ଦର୍ଶକଙ୍କ ଆଗ୍ରହ ବଢ଼ାଇବା ପାଇଁ କନକ ନ୍ୟୁଜ୍ ଏହାକୁ ଜୋରଦାର ଉଠାଉଛି। ଓଡ଼ିଶାର ଅଗ୍ରଣୀ ଚ୍ୟାନେଲ ଭାବେ ଏହା ଦର୍ଶକ ସଂଖ୍ୟା ବଢ଼ାଇବାକୁ ଚାହୁଁଥାଇ ପାରେ। କିନ୍ତୁ ଏହା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ କାହିଁକି ଏଡ଼ାଉଛି? ଏହା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥାଇପାରେ ବୋଲି ଅନୁମାନ କରାଯାଉଛି।

ଏହି ପ୍ରସଙ୍ଗରେ ସମସ୍ତଙ୍କ ନଜର ଏବେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉପରେ। ସେ ବିଜେଡିର ପୂର୍ବତନ ବିଧାୟକ ଏବଂ ସମ୍ବାଦ ଗ୍ରୁପର ପ୍ରତିଷ୍ଠାତା। ତାଙ୍କ ରାଜନୈତିକ ଓ ଗଣମାଧ୍ୟମ ପ୍ରଭାବ ଅସ୍ୱୀକାର୍ଯ୍ୟ ନୁହେଁ। କିନ୍ତୁ ତାଙ୍କର ସନ୍ଦେହଜନକ କାର୍ଯ୍ୟକଳାପ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ରହିଛି। ୨୦୨୩ରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ବହିଷ୍କୃତ ହୋଇଥିଲେ। ନବୀନଙ୍କ ସହ ତାଙ୍କ ସମ୍ପର୍କ ବରାବର ଉତ୍ତେଜନାପୂର୍ଣ୍ଣ ରହିଆସିଛି। ରାଜନୈତିକ ମହଲରେ ଅଭିଯୋଗ ଉଠୁଛି ଯେ ସୌମ୍ୟ କନକ ନ୍ୟୁଜ୍ ମାଧ୍ୟମରେ ୱାକଫ ବିବାଦକୁ ଉସ୍କାଇ ନବୀନଙ୍କ ନେତୃତ୍ୱକୁ ଦୁର୍ବଳ କରିବାକୁ ଓ ବିଜେଡି ଭିତରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଏପରିକି ରାଜ୍ୟପାଳ ହେବାର ଲୋଭର ଶିକାର ହୋଇ ସୌମ୍ୟ ଏମିତି ଦିନରାତି ଚଳାଇଛନ୍ତି। ତାଙ୍କ ଟିଭି ଆଙ୍କର ମାନେ ଗଳା ଫଟାଇ ବିଜେଡ଼ି ହେଇ ଭାଙ୍ଗିଲା ଭାଙ୍ଗିଲା ବୋଲି ଚିତ୍କାର କରୁଛନ୍ତି। ଜଣେ ଆଙ୍କର ତ କହିଲେ – ୨୪ ବର୍ଷ ଧରି ବିଜେଡ଼ି ଆମ ଆବାଜ ବନ୍ଦ କରି ଦେଇଥିଲା। ଏବେ ଆଉ ଚୁପ୍ ରହିବୁ ନାହିଁ। କିନ୍ତୁ ସେଇ ଆଙ୍କରଙ୍କର ସାହାସ ଅଛି କି ପଚାରିବାକୁ ବିଜେଡ଼ି ପାଖରେ ତାଙ୍କ ମାଲିକ କେମିତି ନିଜକୁ ଅଯାଚିତ ଭାବେ ବିକି ଦେଇଥିଲେ ?

ଜଣେ ବରିଷ୍ଠ ସାମ୍ବାଦିକ ନାମ ନ ପ୍ରକାଶ କରି କହିଛନ୍ତି, “ସୌମ୍ୟଙ୍କ ପାଖରେ ଉଦ୍ଦେଶ୍ୟ ଓ ସାଧନ ଦୁଇଟି ଅଛି। ସେ ନିଜର ଗଣମାଧ୍ୟମ ଶକ୍ତିକୁ ଦୁରୁପଯୋଗ କରି ବିଜେଡିକୁ ଭାଙ୍ଗିବାର ଏକ ଚାଲ ଖେଳୁଛନ୍ତି। ଏହା ତାଙ୍କର ପୁରୁଣା ଅଭ୍ୟାସ। ଯେଉଁ ଦଳକୁ ସେ ଯାଇଛନ୍ତି, ତାକୁ ବୁଡ଼େଇବାର ପ୍ରୟାସକରିଛନ୍ତି। ତାଙ୍କ ଇତିହାସ ମଧ୍ୟ ଏହାକୁ ସମର୍ଥନ କରୁଛି। ସେ ବାରମ୍ବାର ଦଳୀୟ ନୀତି ବିରୋଧରେ ମତ ଦେଇ ନିଜର ସ୍ୱାର୍ଥସିଦ୍ଧି କରିବାକୁ ଚେଷ୍ଟା କରିଛନ୍ତି ବୋଲି ଅଭିଯୋଗ ରହିଛି।

ସୌମ୍ୟଙ୍କ ଏହି ସନ୍ଦେହଜନକ ଖେଳ ବିଜେଡିକୁ ବିପଦରେ ପକାଇବା ସହ ଓଡ଼ିଶାର ଅନ୍ୟ ସମସ୍ୟାଗୁଡ଼ିକୁ ଅଣଦେଖା କରିବାରେ ସହାୟକ ହୋଇଛି ବୋଲି ସମାଲୋଚକମାନେ କହୁଛନ୍ତି। ଯାହା ସିଧାସଳଖ ବିଜେପିକୁ ପ୍ରବଳ ସାହାଯ୍ୟ କରୁଛି। ସେ ନିଜର ଶକ୍ତି ଓ ପ୍ରଭାବ ବଢ଼ାଇବା ପାଇଁ ଗଣମାଧ୍ୟମକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଅଭିଯୋଗ ଗମ୍ଭୀର, ଯାହା ସେ ବାରବାର କରି ଆସିଛନ୍ତି। ଏବେ ପ୍ରଶ୍ନ ଉଠୁଛି—ସୌମ୍ୟଙ୍କ ଏହି ଚାଲ କ’ଣ ସଫଳ ହେବ, ନା ଓଡ଼ିଶାର ଜନତା ଏହାକୁ ବୁଝି ପ୍ରତିବାଦ କରିବେ?

Previous Post

ପାଣ୍ଡିଆନଙ୍କ ସମର୍ଥନରେ ବାହାରିଲେ ନବୀନ

Next Post

ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବାନ୍ଧି ରଖିବାର ମାଧ୍ୟମ ହେଉଛି ‘ପଖାଳ’

Next Post
ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବାନ୍ଧି ରଖିବାର ମାଧ୍ୟମ ହେଉଛି ‘ପଖାଳ’

ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବାନ୍ଧି ରଖିବାର ମାଧ୍ୟମ ହେଉଛି ‘ପଖାଳ’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA