Monday, August 10, 2026 11:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୌମ୍ୟଙ୍କ ପୁଣି ବ୍ଲାକମେଲିଂ !

by Our Correspondent
23 Oct, 2021- 08:49 PM
in Latest News, News
1 min read
0
ସୌମ୍ୟଙ୍କ ପୁଣି ବ୍ଲାକମେଲିଂ !

ଭୁବନେଶ୍ୱର: ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ବିଜେଡ଼ି ନେତୃତ୍ୱ ଚିନ୍ତାରେ ଥିବା ବେଳେ ଦଳର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଭୂମିକା ପୁଣିଥରେ ଚର୍ଚ୍ଚାକୁ ଆସିଛି । ମନ୍ତ୍ରୀ ପଦ ପାଇଁ ତାଙ୍କର ପୁରୁଣା ଇଚ୍ଛାକୁ ପୂରଣ କରିବା ପାଇଁ ଏହି ମଉକାକୁ ହାତଛଡ଼ା କରିବାକୁ କୁଆଡ଼େ ଚାହିଁନାହାନ୍ତି । ନିଜର ସ୍ୱାର୍ଥ ହାସଲ ପାଇଁ ଏଥର ନିଜ ଖବରକାଗଜ ଓ ଟିଭିକୁ ପ୍ରାଣମୂର୍ଚ୍ଛା ଲଗାଇଛନ୍ତି । ମନ୍ତ୍ରୀ ଅଭିଳାଷ ପୂରଣ ପାଇଁ ସେ ସାମ୍ବାଦିକତାର ଛାଟକୁ ପୂର୍ଣ୍ଣ ମାତ୍ରାରେ ଉପଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିବା ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି ।

ମମତା ମେହେରଙ୍କୁ ଜଘନ୍ୟ ଭାବେ ହତ୍ୟା କରିଥିବା ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠତା ଆଜି ଶାସକ ଦଳକୁ କାଠଗଡ଼ାରେ ଛିଡ଼ା କରାଇଛି । ମନ୍ତ୍ରୀଙ୍କ ମୁଣ୍ଡ ମାଗି ବିରୋଧୀ ଦଳ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତେବେ ଏହି ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିରୋଧୀ ଦଳଙ୍କ ଆକ୍ରମଣଠାରୁ ଅଧିକ ଆକ୍ରମଣାତ୍ମକ ହୋଇଛନ୍ତି ବିଧାୟକ ସୌମ୍ୟରଂଜନ । ତାଙ୍କ ଖବରକାଗଜ ସମ୍ପାଦକୀୟରେ ସେ ମମିତା ମାମଲାକୁ ନେଇ ବିଜେଡ଼ି ଶାସନ ବିରୋଧରେ ଜନମତ ସୃଷ୍ଟି କରିବାକୁ ଭରପୂର ଉଦ୍ୟମ କରିଛନ୍ତି ।

ହତ୍ୟାକାରୀ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠତା ଜଣାପଡ଼ିବା ପରେ ସୌମ୍ୟଙ୍କର ଏଭଳି ବିଶେଷ ଉତ୍ସାହ ବିଜେଡ଼ି ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ତାଙ୍କ ମିଡ଼ିଆ ହାଉସ୍ କୁ ସେ ସିଧାସଳଖ ସରକାର ବିରୋଧୀ ଜନମତ ସୃଷ୍ଟି କାମରେ ଲଗାଇ ଦଳୀୟ ନେତୃବୃନ୍ଦଙ୍କୁ ଚେତାବନୀ ଦେଉଥିବା କୁହାଯାଉଛି । ଏହିକ୍ରମରେ ମହାଲିଙ୍ଗ କଲେଜ ଉପରେ ତାଙ୍କ ଟିଭିରେ ପ୍ରତିଦିନ ସନସନି ଖବର ଆସୁଛି । ସେଠାରେ ଗୁପ୍ତ କୋଠରୀ, ଲେଡିଜ୍ ହଷ୍ଟେଲ୍ ରେ ସେକ୍ସ ରାକେଟ, ମନ୍ତ୍ରୀମାନେ ପ୍ରତିଦିନ ସେଠାକୁ ଯା ଆସ କରୁଥିବା ଆଦି ଖବର ତାଙ୍କ ଖବରକାଗଜ, ଟିଭି ପରଦାରେ ଦେଖିବାକୁ ମିଳୁଛି ।

ରାଜନୈତିକ ମହଲର ଆଲୋଚନା ଅନୁଯାୟୀ, ସୌମ୍ୟଙ୍କର ଏଭଳି ଭୂମିକାରେ କିଛି ନୂତନତ୍ୱ ନାହିଁ । ଯେଉଁ ଦଳ ଯାଆନ୍ତି ସେଠି ଗୋତ୍ରମାରୁ ଭୂମିକା ନିର୍ବାହ କରନ୍ତି । ଏକଦା ନବୀନ ପଟ୍ଟନାୟକ ଓ ତାଙ୍କ ଶାସନକୁ କଟୁ ସମାଲୋଚନା କରୁଥିବା ସୌମ୍ୟ ବାବୁ ନିଜର ସ୍ୱାର୍ଥ ପାଇଁ ତାଙ୍କ ଗୋଡ଼ ଧରି ବିଜେଡ଼ିରେ ମିଶିବା ପରେ ଏମପି, ଏମଏଲଏ ହୋଇଛନ୍ତି । ମାତ୍ର ମନ୍ତ୍ରୀ ନ ହେବାରୁ ନବୀନ ତାଙ୍କୁ ପୁଣି ଖଟା ଲାଗିଛନ୍ତି ଏବଂ ତାଙ୍କ ଶାସନ ତାଙ୍କୁ ଅତିଷ୍ଠ ଲାଗୁଛି । ବିଜେଡ଼ିରେ ସୌମ୍ୟଙ୍କର ବିଭୀଷଣ ଭୂମିକା ନୂଆ ନ ହେଲେ ମଧ୍ୟ ତାଙ୍କ ନିଜର ନୈତିକତାକୁ ପୁଣି ଥରେ ମନେ ପକାଇ ଦେଇଛନ୍ତି ତାଙ୍କର ସମାଲୋଚକ ।

ସୌମ୍ୟଙ୍କ କଂଗ୍ରେସ ପୃଷ୍ଠଭୂମି, ଶ୍ୱଶୁର ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନରେ ବ୍ୟାପକ ଅରାଜକତା ଏବଂ ତାଙ୍କ ଖବରକାଗଜର ପୃଷ୍ଠପୋଷକତା ଓଡ଼ିଶାବାସୀଙ୍କ ମନରୁ ଏ ପର୍ଯ୍ୟନ୍ତ ଯାଇନାହିଁ । ରାଜନୈତିକ ସୁବିଧା ହାସଲ ପାଇଁ ସାମ୍ବାଦିକତାର ଭାଷାକୁ ପ୍ରୟୋଗ କରିବାରେ ଧୂରନ୍ଧର ସୌମ୍ୟଙ୍କଠାରୁ ଏହା ଆଶା କରିବାରେ ଆଶ୍ଚର୍ଯ୍ୟ ହେବାର ନାହିଁ । ନବୀନଙ୍କ ପାଦଧୂଳିରେ ଚିତା କାଟିଥିବା ସୌମ୍ୟଙ୍କ ମୁହଁରୁ ସରକାର ବିରୋଧୀ ନୀତିବାଣୀ ଏବେ ଶୋଭା ପାଉନି ବୋଲି ଜଣେ ବରିଷ୍ଠ ବୁଦ୍ଧିଜୀବୀ କଟାକ୍ଷ କରିଛନ୍ତି ।

ତାଙ୍କ କହିବା କଥା, ସୌମ୍ୟବାବୁଙ୍କର ମିଡ଼ିଆ ନେଟୱାର୍କ ରାଜ୍ୟରେ ସବୁଠାରୁ ଶକ୍ତିଶାଳୀ ନେଟୱାର୍କ । ପଞ୍ଚାୟତସ୍ତରରେ ତାଙ୍କ ଖବରକାଗଜ ଓ ଟିଭି ପାଇଁ ସେ ପ୍ରତିନିଧି ନିଯୁକ୍ତି ଦେଇ ଓଡ଼ିଶାର ଜାଗ୍ରତ ପ୍ରହରି କରିଛନ୍ତି । ଯଦି ରାଜନୈତିକ ପ୍ରୋତ୍ସାହନରେ ଗୋବିନ୍ଦ ସାହୁ ବ୍ୟଭିଚାରୀ ବନିବା, ବଡ଼ ଠିକାଦାରୀ ସାଜି କୋଟି କୋଟି ଟଙ୍କା ଲୁଟିବା, ଏତେବଡ଼ ଅନୁଷ୍ଠାନ ଛିଡ଼ା କରି ମୋଟା ସରକାରୀ ଅନୁଦାନ ହାତେଇବା, ଅନୁଷ୍ଠାନରେ ଛାତ୍ରୀମାନଙ୍କୁ ଯୌନ ଶୋଷଣ କରିବା ଏବଂ ମନ୍ତ୍ରୀ ନେତାମାନଙ୍କୁ ଆପ୍ୟାୟିତ କରିବା ଭଳି କାର୍ଯ୍ୟ ବର୍ଷ ବର୍ଷ ଧରି ଚାଲୁଥିଲା ବେଳେ ତାଙ୍କ ସାମ୍ବାଦିକ ଶୋଇଥିଲେ ନା ସେହି ଖବର ଚାପି ଦିଆଯାଉଥିଲା?

ଓଡ଼ିଶାବାସୀଙ୍କୁ ଏକ ନମ୍ବର ଖବରକାଗଜର ସମ୍ପାଦକ ଭାବେ ସୌମ୍ୟବାବୁ ପ୍ରଥମେ ଏହାର ସ୍ପଷ୍ଟୀକରଣ ଦିଅନ୍ତୁ । ବହୁ ପୂର୍ବରୁ ଗୁପ୍ତ କୋଠରୀର ଅନୁସନ୍ଧାନ କରି ଗୋବିନ୍ଦ ସାହୁ- ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବ୍ୟଭିଚାର ଖବରକୁ ଲୋକଲୋଚନକୁ ଆଣିଥିଲେ ଆଜି ହୁଏତ ଗୋବିନ୍ଦ ମମିତାଙ୍କୁ ନୃଶଂସ ଭାବେ ହତ୍ୟା କରିବା ଭଳି ସୁଯୋଗ କି ପରିସ୍ଥିତି ଆସି ନ ଥାଆନ୍ତା ।

ଓଡ଼ିଶାର ସାଂପ୍ରତିକ ରାଜନୀତିକୁ ଭଲ ଭାବେ ନିରୀକ୍ଷଣ କରୁଥିବା ଜଣେ ବରିଷ୍ଠ ସମୀକ୍ଷକ କହିଛନ୍ତି, ମମିତା ମେହେର ହତ୍ୟା ଘଟଣାକୁ ନେଇ ସରକାରଙ୍କ ବିରୋଧରେ ସୌ ବାବୁ ଭିଲେନ୍ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ତାଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ହୋଇଗଲାଣି । ବୈଜୟନ୍ତ ପଣ୍ଡା-ଅପରାଜିତା ଷଡ଼ଙ୍ଗୀଙ୍କ ସହ ଭିତିରି ହାତ ମିଳାଇ ଅଭିଯାନ ଆଗକୁ ବଢ଼ାଉଛନ୍ତି । ସୌମ୍ୟଙ୍କ ଖବରକୁ ବୈଜୟନ୍ତ ଟୁଇଟ୍ କରିବା ଏବେ ଦେଖିବାକୁ ମିଳୁଛି । ବୈଜୟନ୍ତ ଦିଲ୍ଲୀ ଦାୟିତ୍ୱ ନେଇଥିଲା ବେଳେ ସୌମ୍ୟ ଓଡ଼ିଶା ଦାୟିତ୍ୱ ନେଇଛନ୍ତି । ଉଭୟ ନିଜର ମିଡ଼ିଆ ଅସ୍ତ୍ରକୁ ଫୁଲ୍ ଦମ୍ ରେ ଲଗାଇଛନ୍ତି ।

ତାଙ୍କ କହିବାନୁଯାୟୀ, ନବୀନ ପଟ୍ଟନାୟକ ବୈଜୟନ୍ତଙ୍କର ପୁରୁଣା ଟାର୍ଗେଟ୍ ହୋଇଥିଲା ବେଳେ ସୌମ୍ୟ ପାଗଯୋଗ ଦେଖି ନବୀନଙ୍କୁ ଟାର୍ଗେଟ୍ ଜାରି ରଖିବା ପଛରେ ତାଙ୍କର ମନ୍ତ୍ରୀ ହେବାର ଅଭିଳାଷ ଧରାପଡ଼ିଯାଉଛି । ଏମିତିକା ମୌକାରେ ସେ ନିଜ ମିଡ଼ିଆକୁ ଉପଯୋଗ କରି ନବୀନଙ୍କୁ ବ୍ଲାକମେଲିଂ କରୁଛନ୍ତି । ପୂର୍ବରୁ ଏହି ମିଡ଼ିଆ ବ୍ଲାକମେଲିଂ ଜରିଆରେ ବିଜେଡ଼ିରେ ମିଶିବାଠାରୁ ଆରମ୍ଭ କରି ରାଜ୍ୟସଭା ଟିକେଟ ନେବା ଏବଂ ବିଧାୟକ ଟିକେଟ ହାସଲ କରିବାରେ ସେ ସମର୍ଥ ହୋଇଥିଲେ । ତେବେ ମନ୍ତ୍ରୀ ହେବା ଇଚ୍ଛା ପୂରଣ ହୋଇ ନ ଥିବାରୁ ସେ ପ୍ରତିହିଂସା ପରାୟଣ ହୋଇଯାଇଛନ୍ତି ଏବଂ ସମୟକୁ ଚାହିଁ ବସିଛନ୍ତି ।

ପୂର୍ବରୁ ଅନେକ ଘଟଣାରେ ନବୀନ ପଟ୍ଟନାୟକ ଓ ବିଜେଡ଼ି ସରକାରକୁ କଟୁ ସମାଲୋଚନା କରୁଥିବା ବେଳେ ଏବେ ମମିତା ମାମଲାରେ ସମ୍ଭବତଃ ନିର୍ଣ୍ଣାୟକ ମୋଡ଼କୁ ଆସିଛନ୍ତି । ଏଥର ମନ୍ତ୍ରୀ ପଦ ନ ମିଳିଲେ ଆବଶ୍ୟକ ପଡ଼ିଲେ ଦଳ ଛାଡ଼ିଦେବେ ବୋଲି ସେ ସମର୍ଥକମାନଙ୍କୁ ପ୍ରକାରାନ୍ତରେ ସୂଚନା ଦେଇଥିବା ଜଣାପଡ଼ିଛି ।

Previous Post

ମୟୁରଭଞ୍ଜରେ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

Next Post

ବିଜେପି ମହିଳା ବ୍ରିଗେଡ୍ ର ଶକ୍ତି ପ୍ରଦର୍ଶନ

Next Post
ବିଜେପି ମହିଳା ବ୍ରିଗେଡ୍ ର ଶକ୍ତି ପ୍ରଦର୍ଶନ

ବିଜେପି ମହିଳା ବ୍ରିଗେଡ୍ ର ଶକ୍ତି ପ୍ରଦର୍ଶନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA