Thursday, June 25, 2026 03:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅବସର ପରେ ପୁନଃନିଯୁକ୍ତ ବାବୁଙ୍କ ଉପରୁ ମୋହ ତୁଟୁନି !

ମୋହନ ସରକାରଙ୍କ ଆଭିମୁଖ୍ୟ ଅସ୍ପଷ୍ଟ

by Our Correspondent
17 Jul, 2024- 02:11 PM
in Latest News, News
1 min read
0
ଅବସର ପରେ ପୁନଃନିଯୁକ୍ତ ବାବୁଙ୍କ ଉପରୁ ମୋହ ତୁଟୁନି !

ଭୁବନେଶ୍ୱର: ଗତ ସରକାରରେ ତୃତୀୟ ମହଲାର ଆଶୀର୍ବାଦ ଥିବା ଅଧିକାରୀଙ୍କୁ ଅବସର ପରେ ପୁନଃ ନିଯୁକ୍ତି(ରି-ଏନଗେଜମେଣ୍ଟ) ମିଳିବା ଏକ ସାଧାରଣ ଘଟଣା ହୋଇଥିଲା । ଯୋଗ୍ୟ ଅଧିକାରୀଙ୍କ ଅଭାବ ନ ଥିଲେ ମଧ୍ୟ ସରକାର ଅବସରପ୍ରାପ୍ତ ଅଧିକାରୀଙ୍କ ଥଇଥାନଙ୍କ ଚିନ୍ତାରେ ବେଶୀ ଥିଲେ । ଏହି ଧଳାହାତୀମାନେ କ୍ଷମତାକେନ୍ଦ୍ରର ବୋଲକରା ହୋଇ ଯାବତୀୟ କାରନାମାରେ ସଂପୃକ୍ତ ରହୁଥିବା ଅଭିଯୋଗ ହେଉଥିଲା । ନିର୍ବାଚନ ବେଳେ ବିଜେପି ଏହାକୁ ଅନ୍ୟତମ ପ୍ରସଙ୍ଗ କରି ବିଜେଡି ସରକାରଙ୍କ ବିରୋଧରେ କମ୍ପମାନ କରିଥିଲା । ଏବେ ବିଜେପି କ୍ଷମତାକୁ ଆସିଲା ପରେ ବ୍ୟବସ୍ଥାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଆଶା କରାଯାଉଥିଲା । ମାତ୍ର ସେଭଳି ମନେ ହେଉନାହିଁ । ପୁନଃନିଯୁକ୍ତି ପାଇଥିବା ହାତଗଣତି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କୁ ଇତିମଧ୍ୟରେ ବିଦା କରାଯାଇଛି ସତ, ହେଲେ ଏବେ ବି ବିଭିନ୍ନ ବିଭାଗରେ ଏଭଳି ବାବୁଙ୍କ ରାଜୁତି ଚାଲିଛି । ଖାଲି ସେତିକି ନୁହେଁ, ନଗଦରେ କାର୍ଯ୍ୟକାଳ ସରିଥିବା ଥଇଥାନୀ ବାବୁଙ୍କର କାର୍ଯ୍ୟକାଳ ବୃଦ୍ଧି ପାଇବା ସବୁ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନସ୍ଥ ୱାଟକୋରେ ସିଓଓ(ସେଣ୍ଟ୍ରାଲ୍) ପଦବୀରେ କାର୍ଯ୍ୟ କରୁଛନ୍ତି ପବ୍ଲିକ୍ ହେଲଥ୍ ଇଞ୍ଜିନିୟରିଂ ଅର୍ଗାନାଇଜେସନ୍(ପିଏଚଇଓ) ଅବସରପ୍ରାପ୍ତ ସୁପରିଟେଣ୍ଡିଂ ଇଞ୍ଜିନିୟର ଶରତ ଚନ୍ଦ୍ର ମିଶ୍ର । ସରକାରୀ ଚାକିରିରୁ ଅବସର ନେବା ପରେ ରାଜ୍ୟ ସରକାର ତାଙ୍କୁ ଏହି ପଦବୀରେ ରି-ଏନଗେଜ୍ କରିଥିଲେ । ନଗର ଉନ୍ନୟନ ବିଭାଗରେ ଦଶନ୍ଧି ଧରି ଗାଦି ମାଡ଼ି ବସିଥିବା ପ୍ରମୁଖ ସଚିବ ଜି. ମାଥିଭାଥନନଙ୍କର ସେ କୁଆଡ଼େ ନିକଟତମ ଲୋକ ଥିଲେ । ଯାହା ବି ହେଉ, ୱାଟକୋ ସିଓଓ(ସେଣ୍ଟ୍ରାଲ୍) ଭାେବେ ଶ୍ରୀ ମିଶ୍ରଙ୍କର କାର୍ଯ୍ୟକାଳ ଜୁଲାଇ୧୫ ତାରିଖରେ ସରୁଥିଲା । ମାତ୍ର ତାଙ୍କର ଚାକିରିକୁ ଆଉ ୬ ମାସ ବୃଦ୍ଧି କରାଯାଇଛି । ଆସନ୍ତା ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ସେ କାର୍ଯ୍ୟ କରିବେ । ନଗର ଉନ୍ନୟନ ବିଭାଗର ନିଷ୍ପତ୍ତି ଆଧାରରେ ୱାଟକୋ ଗତ ୧୫ ତାରିଖରେ ଏହାର ଅଫିସ୍ ଅର୍ଡର ବାହାର କରିଛି ।

ପ୍ରଶ୍ନ ହେଉଛି, ବିଜେପି ସରକାର ଏହି ବ୍ୟବସ୍ଥାକୁ ଉଚ୍ଛେଦ କରିବାର ବିଶ୍ୱାସ ଦେଇ କ୍ଷମତାକୁ ଆସିଥିଲା ବେଳେ ଏଭଳି ହେଲା କାହିଁକି? ୱାଟକୋରେ ସିଓଓ ପଦବୀରେ ନିଯୁକ୍ତି ପାଇବା ପାଇଁ କ’ଣ କେହି ଯୋଗ୍ୟ ଅଧିକାରୀ ନାହାନ୍ତି ନା ଶ୍ରୀ ମିଶ୍ରଙ୍କର କିଛି ଅଧୁରା ସ୍ୱପ୍ନକୁ ପୂରଣ କରିବା ଦିଗରେ ସରକାର ସମର୍ଥନ ଜଣାଇବାକୁ ଚାହିଁଛନ୍ତି? ଗୋଟେ ପଟେ ସଂଗ୍ରାମଜିତ୍ ନାୟକଙ୍କ ଭଳି ଥଇଥାନୀ ଅଧିକାରୀଙ୍କୁ ବିଦା କରାଯାଇଥିବା ବେଳେ ସେହି ବିଭାଗ ଦ୍ୱାରା କେଉଁ ପରିସ୍ଥିତିରେ ଜଣେ ଥଇଥାନୀ ସୁପରିଟେଣ୍ଡିଂ ଇଞ୍ଜିନିୟରଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇବାକୁ ପଡ଼ିଲା? ଏ ପ୍ରସଙ୍ଗରେ ରାଜ୍ୟ ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସବୁ ମହଲରୁ ଦାବି ହେଉଛି ।

Previous Post

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ମୁମ୍ବାଇରୁ ଆସିଲା ବାଲେଶ୍ବରର ଓଡିଆ ଶ୍ରମିକଙ୍କ ମର ଶରୀର

Next Post

ନବୀନ ଗଢ଼ିଲେ ଛାୟା ମନ୍ତ୍ରିମଣ୍ଡଳ !

Next Post
ନବୀନ ଗଢ଼ିଲେ ଛାୟା ମନ୍ତ୍ରିମଣ୍ଡଳ !

ନବୀନ ଗଢ଼ିଲେ ଛାୟା ମନ୍ତ୍ରିମଣ୍ଡଳ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA