Monday, May 11, 2026 09:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜଳଦ ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିସନର

ଚୟନ କମିଟି ସୁପାରିଶ ଉପରେ ରାଜ୍ୟପାଳଙ୍କ ମୋହର

by Our Correspondent
23 Sep, 2021- 05:38 PM
in Latest News, News
1 min read
0
ଜଳଦ ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିସନର

ଭୁବନେଶ୍ୱର: ଅବସରପ୍ରାପ୍ତ ଆଇପିଏସ୍ ଅଫିସର ତଥା ତାମିଲନାଡୁର ପୂର୍ବତନ ଡିଜିପି ଜଳଦ କୁମାର ତ୍ରିପାଠୀ ରାଜ୍ୟର ମୁଖ୍ୟ ସୂଚନା କମିସନର ଭାବେ ନିଯୁକ୍ତି ପାଇଛନ୍ତି । ଚୟନ କମିଟିର ପ୍ରସ୍ତାବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅନୁମୋଦନ ଦେଇଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି ।

ମୁଖ୍ୟ ସୂଚନା କମିସନର ସୁନିଲ ମିଶ୍ର ଗତମାସ ୧୫ ତାରିଖରେ ଅବସର ନେବା ପରେ ଏହି ପଦବୀ ଖାଲି ପଡ଼ିଥିଲା । ତାହା ପୂର୍ବରୁ ଜୁନ୍ ମାସରେ ଏହି ପଦବିରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ଆଗ୍ରହୀ ବ୍ୟକ୍ତିମାନଙ୍କ ପାଇଁ ଆବେଦନର ଶେଷ ତାରିଖ ଥିଲା ଜୁଲାଇ ୩୧ । ଆବେଦନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ବିଳମ୍ବରେ ଗତ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚୟନ କମିଟିର ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜଳଦ ତ୍ରିପାଠୀଙ୍କ ନାଁ ଚୂଡ଼ାନ୍ତ ହୋଇ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା ।

କଟକ ଜିଲ୍ଲାର ଭେଡ଼ାରେ ଜନ୍ମିତ ଜଳଦ ତ୍ରିପାଠୀ ହେଉଛନ୍ତି ୧୯୮୫ ବ୍ୟାଚ୍ ତାମିଲାନାଡୁ କ୍ୟାଡରର ଆଇପିଏସ୍ ଅଫିସର । ଜଣେ ଦକ୍ଷ ଓ ସଚ୍ଚୋଟ ଅଫିସର ଭାବେ ତାଙ୍କର ସୁନାମ ରହିଛି । ଦୀର୍ଘ ୩୦ ବର୍ଷର ଚାକିରି କାଳ ଭିତରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ । ଚେନ୍ନାଇ ପୁଲିସ କମିଶନର ଭାବେ ସେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ତାମିଲନାଡୁର ପୁଲିସ ଡିଜି ଭାବେ ସେ ଚାକିରିରୁ ଅବସର ନେଇଥିଲେ ।

ସୂଚନାଯୋଗ୍ୟ, ୨୦୦୫ ନଭେମ୍ବରରେ ରାଜ୍ୟ ସୂଚନା କମିସନ କାର୍ଯ୍ୟକ୍ଷମ ହେଲା ଅବରପ୍ରାପ୍ତ ଆଇଏଏସ୍ ଡି.ଏନ.ପାଢ଼ୀ ପ୍ରଥମ ମୁଖ୍ୟ ସୂଚନା କମିସନର ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ପରେ ଅବସରପ୍ରାପ୍ତ ଆଇଏଏସ୍ ତରୁଣକାନ୍ତି ମିଶ୍ର ଏବଂ ତାଙ୍କ ପରେ ଅବସରପ୍ରାପ୍ତ ଆଇଆରଏସ୍ ସୁନିଲ ମିଶ୍ର ମୁଖ୍ୟ ସୂଚନା କମିସନର ଭାବେ କାର୍ଯ୍ୟ କରି ଗତ ଅଗଷ୍ଟରେ ଅବସର ନେଇଥିଲେ ।

Previous Post

ବଲାଙ୍ଗୀରରେ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ନବୀନ

Next Post

କଳିଙ୍ଗ ଷ୍ଟାଡିୟମ୍ ରେ ଜୁନିୟର୍ ବିଶ୍ୱକପ୍ ହକି

Next Post
କଳିଙ୍ଗ ଷ୍ଟାଡିୟମ୍ ରେ ଜୁନିୟର୍ ବିଶ୍ୱକପ୍ ହକି

କଳିଙ୍ଗ ଷ୍ଟାଡିୟମ୍ ରେ ଜୁନିୟର୍ ବିଶ୍ୱକପ୍ ହକି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA