ଭୁବନେଶ୍ୱର: ଓଡ଼ିଶାକୁ ପୁଣି ଫେରିଲା ହକି ଫିଭର୍ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ରେ ଅନୁଷ୍ଠିତ ହେବ ପୁରୁଷ ଜୁନିୟର୍ ବିଶ୍ୱକପ୍ କହି । ଆସନ୍ତା ନଭେମ୍ବର ୨୪ ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବିଶ୍ୱ ପ୍ରତିଯୋଗିତାର ଆୟୋଜନ କରୁଛି ଓଡ଼ିଶା । ଅର୍ଥାତ୍ ମାତ୍ର ଦୁଇ ମାସରେ ଆୟୋଜନ ପ୍ରସ୍ତୁତିର ବଡ଼ ଚାଲେଞ୍ଜକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଆଜି ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଡ଼ ଘୋଷଣା କରିବା ସହ ଜୁନିୟର୍ ବିଶ୍ୱକପ୍ ହକିର ଲୋଗୋ ଓ ଟ୍ରଫି ଉନ୍ମୋଚିତ କରିଛନ୍ତି ।







