Thursday, May 21, 2026 09:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପିକୁ ପଳେଇଲେ ଜୟ ଢ଼ୋଲକିଆ

ବିଜେଡିକୁ ଶକ୍ତ ଝଟକା!

by Our Correspondent
11 Oct, 2025- 05:23 PM
in Latest News, News, Politics
1 min read
0
ବିଜେପିକୁ ପଳେଇଲେ ଜୟ ଢ଼ୋଲକିଆ

ଭୁବନେଶ୍ୱର: ଯାହା ଚର୍ଚ୍ଚା ହଉଥିଲା ସତ ହେଲା । ବିଜେପିକୁ ପଳେଇଲେ ବିଜେଡିର ନୂଆପଡ଼ା ଅଘୋଷିତ ପ୍ରାର୍ଥୀ ଜୟ ଢ଼ୋଲକିଆ । ଆଜି ଅପରାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଦଳୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି । ବିଜେପି ପ୍ରାର୍ଥୀ ଭାବେ ସେ ନୂଆପଡ଼ା ଉପନିର୍ବାଚନ ଲଢ଼ିବେ । ଦଳ ପକ୍ଷରୁ ଖୁବ୍ ଶୀଘ୍ର ଏହାର ଘୋଷଣା ହେବ ।

ବିଜେଡିର ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ହେଉଛନ୍ତି ଜୟ । ବାପାଙ୍କ ଅନ୍ତେ ସେ ବିଜେଡିର ପ୍ରାର୍ଥୀ ବୋଲି ଦଳ ପକ୍ଷରୁ ଅଣ ଆନୁଷ୍ଠାନିକ ଘୋଷଣା ହୋଇସାରିଥିଲା । ନବୀନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ପରେ କେବଳ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା ଥିଲା । ଜୟଙ୍କ ପ୍ରାର୍ଥୀତ୍ୱକୁ ନେଇ ନୂଆପଡ଼ା ବିଜେଡି ଶିବିରରେ ପ୍ରବଳ ଉତ୍ସାହ ଖେଳିଥିଲା । ବିଜେଡି ପ୍ରାର୍ଥୀ ଭାବେ ଜୟ ଭୋଟ ପ୍ରଚାର ବି ଆରମ୍ଭ କରିଦେଇଥିଲେ । ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦଳ ପକ୍ଷରୁ ୬ ଜଣିଆ ଷ୍ଟିୟରିଂ କମିଟି, ୧୦ ଜଣିଆ ଜୋନାଲ୍ କମିଟି ଏବଂ ତିନି ଜଣିଆ ଲୋକାଲ୍ ଆକ୍ସନ୍ କମିଟି ଗଠନ ହୋଇଛି ।

ଇତିମଧ୍ୟରେ ଜୟ ଢ଼ୋଲକିଆଙ୍କ ଅଚାନକ ଦିଲ୍ଲୀ ଗସ୍ତ ରାଜନୈତିକ ମହଲରେ ଗୁଞ୍ଜରଣ ସୃଷ୍ଟି କରିଥିଲା । ତାଙ୍କର ଦିଲ୍ଲୀ ଗସ୍ତ ସମ୍ପର୍କରେ କେହି ଟେର୍ ପାଇ ନ ଥିଲେ । ଦିଲ୍ଲୀରେ ଅବସ୍ଥାନ କରୁଥିବା ନବୀନ ପଟ୍ଟନାୟକଙ୍କୁ ସେ ଭେଟିବାକୁ ଯାଇଛନ୍ତି ବୋଲି କିଛି ଲୋକ ଚର୍ଚ୍ଚା କରିଥିଲା ବେଳେ ବିଜେପିର ଦିଲ୍ଲୀ ନେତୃତ୍ୱଙ୍କ ସହ ତାଙ୍କର ଭେଟଘାଟ୍ ହୋଇଥିବା ମଧ୍ୟ ଚର୍ଚ୍ଚା ହେଲା । ନୂଆପଡ଼ା ଆସନ ବିଜେପି ହାତକୁ ଟେକି ଦେବାକୁ ବିଜେଡି ଡିଲ୍ କରିଛି ବୋଲି ମଧ୍ୟ ଚର୍ଚ୍ଚା ହେଲା ।

ଏହିସବୁ ଚର୍ଚ୍ଚା ଭିତରେ ଆଜି ସକାଳୁ ସୋସିଆଲ୍ ମିଡିଆରେ ଗୋଟିଏ ପୋଷ୍ଟ ଘୁରି ବୁଲିଥିଲା । ବିଜେପି ବ୍ୟାନରରେ ଜୟ ଢ଼ୋଲକିଆଙ୍କୁ ସ୍ୱାଗତ ଫଟୋ ଦେଖିବାକୁ ମିଳିଥିଲା । ଏଥିରୁ ସେ ଯେ ବିଜେପିରେ ଯୋଗଦେଉଛନ୍ତି ତାହାର ଆଭାସ ମିଳିଥିଲା । ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଥିଲେ ଯେ ଗତକାଲି ରାତି ପର୍ଯ୍ୟନ୍ତ ଜୟ ସେମାନଙ୍କ ସହ ଯୋଗାଯୋଗରେ ଥିଲେ । ମାତ୍ର ଆଜି ସକାଳୁ ତାଙ୍କ ସହ ଯୋଗାଯୋଗ ହୋଇପାରୁନି । ବିଜେପି ତାଙ୍କୁ ହାଇଜାକ୍ କରିନେଇଛି ବୋଲି ସେ ସଙ୍କେତ ଦେଇଥିଲେ ।

ଏପଟେ ଜୟ ଢ଼ୋଲକିଆଙ୍କୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇଥିଲା । ଭୁବନେଶ୍ୱର ବିଜେପି ଅଫିସରେ ମିଶ୍ରଣ ପର୍ବର ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଦିନ ୨ଟା ବେଳେ ମିଶ୍ରଣ ପର୍ବ ପାଇଁ ଯୋଜନା ହୋଇଥିଲା । ମାତ୍ର ସେଥିରେ କେଁ ପଶିଥିଲା । ବରିଷ୍ଠ ନେତା ବସନ୍ତ ପଣ୍ଡାଙ୍କୁ ମନେଇବା କଷ୍ଟ ହୋଇପଡ଼ିଲା । କାରଣ ତାଙ୍କ ପୁଅ ଅଭିନନ୍ଦନ ପଣ୍ଡା ନୂଆପଡ଼ାରୁ ଦାବିଦାର ଥିବାରୁ ଜୟଙ୍କ ବିଜେପିରେ ମିଶିବାକୁ ସେ ଗ୍ରହଣ କରି ନ ଥିଲେ । ତେବେ ଦୀର୍ଘ ସମୟ ଧରି ଦଳୀୟ ନେତୃତ୍ୱ ତାଙ୍କୁ ବୁଝାଇବା ପରେ ସେ ଶାନ୍ତ ପଡ଼ିଥିଲେ । ମିଶ୍ରଣ ପର୍ବରେ ସଭାମଞ୍ଚ ମଣ୍ଡନ କରି ଜୟଙ୍କ ପ୍ରାର୍ଥୀତ୍ୱ ସହ ସହମତ ବୋଲି ଜଣାଇବାକୁ ବାଧ୍ୟ ହୋଇଥିଲେ ।

ଜୟଙ୍କୁ ବିଜେପି ଆଣିବାରେ ଉପକୂଳ ଅଞ୍ଚଳର ଜଣେ ଯୁବ ବିଧାୟକଙ୍କ ଭୂମିକା ଚର୍ଚ୍ଚାକୁ ଆସିଛି । ଏହା ବିଜେପିକୁ କେତେ ଫାଇଦା ଦେବ ତାହା ସମୟ କହିବ । ମାତ୍ର ବିଜେଡି ପାଇଁ ଏହା ଶକ୍ତ ଝଟକା ହୋଇଛି । ବିଜେଡି ଏବେ କାହାରିକୁ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Previous Post

ବିଜେଡି ଏବେ ଠିକ୍ ଚାଲିବ ତ?

Next Post

ବିଶ୍ୱରେ ୫୦୧ କୋହର୍ଟରେ କିଟ୍‍, ଭାରତର ୫ମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ

Next Post
ବିଶ୍ୱରେ ୫୦୧ କୋହର୍ଟରେ କିଟ୍‍, ଭାରତର ୫ମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ

ବିଶ୍ୱରେ ୫୦୧ କୋହର୍ଟରେ କିଟ୍‍, ଭାରତର ୫ମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA