Thursday, July 2, 2026 08:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୋତେ ମ୍ୟାନେଜ୍ କରିପାରିଲେନି: ଜୟନାରାୟଣ ମିଶ୍ର

ମ୍ୟାନେଜ୍ ହେଉଥିଲେ ବିରୋଧୀ ଦଳ ନେତା?

by Our Correspondent
18 Feb, 2023- 06:14 PM
in Latest News, News
1 min read
0
ମୋତେ ମ୍ୟାନେଜ୍ କରିପାରିଲେନି: ଜୟନାରାୟଣ ମିଶ୍ର

ଭୁୁବନେଶ୍ୱର: ମହିଳା ପୁଲିସ ଇନସପେକ୍ଟରଙ୍କୁ ମାଡ଼ ମାରି ବିବାଦରେ ଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ଏକ ପ୍ରେସମିଟ୍ କରିଥିଲେ । ନବ ଦାସଙ୍କ ହତ୍ୟାକାଣ୍ଡର ଗୁମର ଖୋଲୁଥିବାରୁ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି ବୋଲି କହିଥିଲେ । ବିଧାନସଭାରେ ନବ ଦାସ ହତ୍ୟାକାଣ୍ଡର ଏକ୍ସପୋଜ୍ ହେବ ବୋଲି ମଧ୍ୟ ଦମ୍ଭ ଦେଖାଇଥିଲେ । ତେବେ ସେଥିରେ ତାଙ୍କର ଆଉ ଏକ ମନ୍ତବ୍ୟ ତାଙ୍କୁ ପୁଣି ଥରେ ବିବାଦୀୟ କରିଛି । ‘ମୋତେ ମ୍ୟାନେଜ୍ ନ କରି ପାରିବାରୁ ମୋ ବିରୋଧରେ ଏହି ଷଡ଼ଯନ୍ତ୍ର କରାଯାଇଛି’ ବୋଲି ଜୟନାରାୟଣ କହିଥିଲେ ।

ଜୟନାରାୟଣଙ୍କ ଏହି ମନ୍ତବ୍ୟର ମର୍ମ ଏହିଭଳି.. ବିରୋଧୀ ଦଳ ନେତାଙ୍କୁ ମ୍ୟାନେଜ୍ କରିବାର କୌଶଳ ବିଜେଡିବାଲାଙ୍କୁ ଜଣା । ଜୟନାରାୟଣ କିନ୍ତୁ ତାଙ୍କ ଫାନ୍ଦରେ ପଡ଼ିନାହାନ୍ତି । ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ସେମାନେ ତାଙ୍କୁ ମ୍ୟାନେଜ୍ କରିବାକୁ ଚେଷ୍ଟା କରିଥିଲେ । ତାହା ସଫଳ ନ ହେବାରୁ ଭୟଭୀତ ହୋଇ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିଛନ୍ତି ।

ଜୟନାରାୟଣଙ୍କ ଏହି ମନ୍ତବ୍ୟଟି ତାଙ୍କ ପୂର୍ବସୂରୀ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ଦେଉଥିବାରୁ ରାଜନୈତିକ ନିଆଁବାଣ ସଦୃଶ ହୋଇଛି । ବିଜେଡି ଏହାକୁ ଅସ୍ତ୍ର କରି ଜୟନାରାୟଣଙ୍କୁ ଜବାବ ଫେରାଇଛି । ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଜୟନାରାୟଣଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହି ତାଙ୍କ ବିରୋଧରେ ବିଜେପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଛନ୍ତି ।

ସସ୍ମିତ୍ ପଚାରିଛନ୍ତି ଯେ ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ପୂର୍ବତନ ଉପନେତା ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀ, ବିଜେପି ଦଳର ମୁଖ୍ୟ ସଚେତକ ମୋହନ ମାଝୀ ତାହା ହେଲେ କ’ଣ ସରକାରୀ ଦଳ ଦ୍ୱାରା ପରିଚାଳିତ ହେଉଥିଲେ କି? ଅତୀତରେ ଜୟନାରାୟଣଙ୍କ ଚପଲ ମାଡ଼ର ଶିକାର ହୋଇଥିବା ଏବେକାର ରାଜ୍ୟ ସଭାପତି ସମୀର ମହାନ୍ତି ଏହାର ଜବାବ ଦିଅନ୍ତୁ । ବର୍ତ୍ତମାନ ନିଜ ଦଳର ନେତାଙ୍କ ଉପରେ ଆକ୍ରମଣ ଆରମ୍ଭ କରିଥିବା ଜୟନାରାୟଣଙ୍କ ବିରୋଧରେ ରାଜ୍ୟ ସଭାପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ଜୟନାରାୟଣଙ୍କ ମନ୍ତବ୍ୟ ଉପରେ ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ତାରା ବାହିନୀପତି ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଛନ୍ତି । କାଚ ଘରେ ଥାଇ ଜୟନାରାୟଣ ପଦାକୁ ଟେକା ନ ମାରନ୍ତୁ ବୋଲି ନରସିଂହ କହିଛନ୍ତି । ବିରୋଧୀ ଦଳ ନେତା ପଦରେ ଥିବା ଜଣେ ବରିଷ୍ଠ ନେତାଙ୍କ ମୁହଁରୁ ଏହା ଶୋଭା ପାଉନି ଏବଂ ନିନ୍ଦନୀୟ ବୋଲି ତାରା କହିଛନ୍ତି ।

Previous Post

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିଟ୍‍-କିସରେ ପ୍ରତିଭାଙ୍କ ନାମରେ କ୍ରୀଡ଼ା ଭିତ୍ତିଭୂମି ଓ ଷ୍ଟାଡିୟମ୍‍ ଲୋକାର୍ପଣ

Next Post

ପଦ୍ମପୁର ଜିଲ୍ଲା ପ୍ରତିଶ୍ରୁତି ଦୋହରାଇଲେ ମୁଖ୍ୟମନ୍ତ୍ରୀ

Next Post
ପଦ୍ମପୁର ଜିଲ୍ଲା ପ୍ରତିଶ୍ରୁତି ଦୋହରାଇଲେ ମୁଖ୍ୟମନ୍ତ୍ରୀ

ପଦ୍ମପୁର ଜିଲ୍ଲା ପ୍ରତିଶ୍ରୁତି ଦୋହରାଇଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA