Thursday, July 2, 2026 10:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିଟ୍‍-କିସରେ ପ୍ରତିଭାଙ୍କ ନାମରେ କ୍ରୀଡ଼ା ଭିତ୍ତିଭୂମି ଓ ଷ୍ଟାଡିୟମ୍‍ ଲୋକାର୍ପଣ

କିସ୍‍ ବିଶ୍ୱବିଦ୍ୟାଳୟର ୨ୟ କ୍ୟାମ୍ପସ୍‍ ଉଦ୍‍ଘାଟିତ

by Our Correspondent
17 Feb, 2023- 11:15 PM
in Latest News, News
1 min read
0
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିଟ୍‍-କିସରେ ପ୍ରତିଭାଙ୍କ ନାମରେ କ୍ରୀଡ଼ା ଭିତ୍ତିଭୂମି ଓ ଷ୍ଟାଡିୟମ୍‍ ଲୋକାର୍ପଣ

ଭୁବନେଶ୍ୱର: କିସ୍‍ ବିଶ୍ୱବିଦ୍ୟାଳୟ ୨ୟ କ୍ୟାମ୍ପସ୍‍ ତଥା କିସ୍‍-ଭୁବନେଶ୍ୱରର ୪ର୍ଥ କ୍ୟାମ୍ପସ୍‍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଉଦ୍‍ଘାଟନ କରିଛନ୍ତି । ଏଥିସହ ଭାରତର ବିଶିଷ୍ଟ କ୍ରୀଡ଼ା ପ୍ରତିଭା ଓ ବ୍ୟକ୍ତିବିଶେଷଙ୍କ ନାମରେ ନାମିତ କିଟ୍‍ର ବିଭିନ୍ନ ଷ୍ଟାଡିୟମ୍‍ ଓ ଭିତ୍ତିଭୂମିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ପୂର୍ବରୁ କିସ୍‍-ଭୁବନେଶ୍ୱର ଓ କିସ୍‍ ବିଶ୍ୱବିଦ୍ୟାଳୟର ବୃହତ କ୍ୟାମ୍ପସ୍‍ ଥିବା ବେଳେ ଏବେ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍‍ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‍କୁ ମୁଖ୍ୟମନ୍ତ୍ରୀ ଉଦ୍‍ଘାଟନ କରିଥିଲେ ।

କିସ୍ ବିଶ୍ୱବିଦ୍ୟାଳୟର ଏହି ମେଗା କ୍ୟାମ୍ପସ୍‌ରେ ଆକାଡ଼େମିକ୍ ବିଲଡିଙ୍ଗ, ବୃହତ ଲାଇବ୍ରେରୀ, ୩ ହଜାର ଛାତ୍ର ରହିବା ଭଳି ଛାତ୍ରାବାସ, ୩ ହଜାର ଛାତ୍ରୀ ରହିବା ଭଳି ଛାତ୍ରୀନିବାସର ବ୍ୟବସ୍ଥା ରହିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ବିଏମ୍‍ସି ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି କିଟ-କିସରେ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ବହୁ ଉପଯୋଗୀ ଇଣ୍ଡୋର ଷ୍ଟାଡ଼ିୟମ ଓ କିଟ୍ କ୍ରିକେଟ ଷ୍ଟାଡ଼ିୟମ, ଦିଲିପ ତିର୍କୀ ହକି ଷ୍ଟାଡିୟମ୍‍, ଅଭିନବ ବିନ୍ଦ୍ରା ଇନ୍‍-ଡୋର ସୁଟିଂ ରେଞ୍ଜ, ରାହୁଳ ବୋଷ ରଗ୍‍ବୀ ଷ୍ଟାଡିଅମ୍‍, ଦେବାଶିଷ ଓ ଶିବ ସୁନ୍ଦର ଷ୍ଟାଣ୍ଡ, ବିଶ୍ୱନାଥନ୍‍ ଆନନ୍ଦ ଇଣ୍ଟରନ୍ୟାସ୍‍ନାଲ୍‍ ଚେସ୍‍ ହଲ୍‍, ଲିଆଣ୍ଡର ଚେସ୍‍ ଟେନିସ୍‍ ଷ୍ଟାଡିଅମ୍‍, ଦୂତି ଚାନ୍ଦ ଆଥଲେଟିକ୍‍ ଷ୍ଟାଡିୟମ୍‍, ଅମିୟ ମଲ୍ଲିକ୍‍ ଆଥଲେଟିକ୍‍ ଷ୍ଟାଣ୍ଡ, ଶ୍ରାବଣୀ ନନ୍ଦ ଷ୍ଟାଣ୍ଡ, ମିନତୀ ମହାପାତ୍ର ସାଇକ୍ଲିଂ ଭେଲୋଡ୍ରୋମ୍‍, ପ୍ରମୋଦ ଭଗତ ବ୍ୟାଡ୍‍ମିଣ୍ଟନ୍‍ ଇନ୍‍-ଡୋର ହଲ୍‍, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଫୁଟ୍‍ବଲ୍‍ ଷ୍ଟାଡିୟମ୍‍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ ।

ଏଥିରେ ପଦ୍ମଭୂଷଣ ଲିଆଣ୍ଡର ପେସ୍‍, ରାହୁଲ ବୋଷ, ଦିଲ୍ଲିପ ତିର୍କୀ, ଦୂତି ଚାନ୍ଦ, ଦେବାଶିଷ ମହାନ୍ତି, ମିନତି ମହାପାତ୍ର, ଅମୀୟ ମଲ୍ଲିକ, ଭରତ ସିଂ ଚୌହ୍ୱାନ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ଶାସନ ସଚିବ ଭିନିଲ୍‍ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ । ପଦ୍ମ ବିଭୂଷଣ ବିଶ୍ୱନାଥନ୍‍ ଆନନ୍ଦ, ପଦ୍ମଭୂଷଣ ଅଭିନବ ବିନ୍ଦ୍ରା, ଅଲିମ୍ପିଆନ୍‍ ଶ୍ରାବଣୀ ନନ୍ଦ ଏବଂ ପାରା ଅଲିମ୍ପିଆନ୍‍ ପ୍ରମୋଦ ଭଗତ ପ୍ରମୁଖ ଭର୍ଚୁଆଲ୍‍ରେ ଯୋଗଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଏହି ସବୁ ଭିତ୍ତିଭୂମିର ଲୋକାର୍ପଣ କରିଥିବାରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କହିଲେ, ଆଜି କିଟ୍‍ ଓ କିସ୍‍ର ଏତେଗୁଡିଏ କ୍ରୀଡ଼ା ଭିତ୍ତିଭୂମିକୁ ଏକାଥରକେ ଦେଶର ଖ୍ୟାତି ସମ୍ପନ୍ନ କ୍ରୀଡା ପ୍ରତିଭାଙ୍କ ନାମରେ ଉତ୍ସର୍ଗ କରାଯିବା ସମଗ୍ର ଦେଶରେ ଅନନ୍ୟ । ଏହା କ୍ରୀଡା କ୍ଷେତ୍ରରେ ଏକ ମାଇଲ୍‍ ଖୁଣ୍ଟ ହୋଇ ରହିବ ବୋଲି ସେ କହିଥିଲେ । ସେହିପରି କ୍ରୀଡା ପ୍ରତିଭାଙ୍କ ନାମରେ ବିଭିନ୍ନ ଷ୍ଟାଡିୟମ ଓ କ୍ରୀଡା ଭିତ୍ତିଭୂମିକୁ ନାମିତ କରିବା ଅଚ୍ୟୁତ ସାମନ୍ତଙ୍କ ଏକ ଅନନ୍ୟ ପ୍ରୟାସ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଶିଷ୍ଟ କ୍ରୀଡ଼ାବିତ୍‍ମାନେ ମତ ଦେଇଥିଲେ । କୌଣସି ଏକ ବିଶ୍ୱବିଦ୍ୟାଳୟରେ ଏତେ ବ୍ୟାପକ ଓ ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି ରହିବା ଏକ ଉଦାହରଣ ବୋଲି ସେମାନେ ମତ ପ୍ରକାଶ କରିଥିଲେ ।

Previous Post

ଜୟନାରାୟଣଙ୍କୁ ନେଇ ଚିନ୍ତାରେ ହାଇକମାଣ୍ଡ

Next Post

ମୋତେ ମ୍ୟାନେଜ୍ କରିପାରିଲେନି: ଜୟନାରାୟଣ ମିଶ୍ର

Next Post
ମୋତେ ମ୍ୟାନେଜ୍ କରିପାରିଲେନି: ଜୟନାରାୟଣ ମିଶ୍ର

ମୋତେ ମ୍ୟାନେଜ୍ କରିପାରିଲେନି: ଜୟନାରାୟଣ ମିଶ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA