ଭୁବନେଶ୍ୱର: ଏଣିକି କୋରାପୁଟର ଜୟପୁରକୁ ଉଡିବ ବିମାନ । ରାଜ୍ୟର ଚତୁର୍ଥ ଏୟାରପୋର୍ଟ ଭାବେ ଜୟପୁରକୁ ମିଳିଛି ଏରୋଡ୍ରମ ଲାଇସେନସ । ଉଡାନ୍ ଯୋଜନାରେ ଏହି ଲାଇସେନ୍ସ ପ୍ରଦାନ କରାଯାଇଥିବା ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିଦେ୍ର୍ଦଶାଳୟ(ଡିଜିସିଏ) ସୂଚନା ଦେଇଛନ୍ତି ।
ଉଡାନ ଯୋଜନାରେ ଜୟପୁରକୁ ଇଣ୍ଡିଆ ୱାନ୍ ବିମାନ ସେବା ପ୍ରଦାନକାରୀ କମ୍ପାନୀ ବିମାନ ସେବା ଯୋଗାଇ ଦେବ ବୋଲି ପୂର୍ବରୁ ଘୋଷଣା କରିସାରିଛି । ଏଥିପାଇଁ କମ୍ପାନୀ ପକ୍ଷରୁ ଟ୍ରାଏଲ ରନ୍ ବି କରାଯାଇଥିଲା । ଏବେ ଲାଇସେନ୍ସ ମିଳିଥିବାରୁ ବିମାନବନ୍ଦରର ଔପଚାରିକ ଉଦଘାଟନ ପରେ ବିମାନ ଉଡିବ ।








