Tuesday, May 13, 2025 06:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଯୁବତୀଙ୍କ ମାନବିକତା; ଦୁର୍ଘଟଣାରେ ଛଟପଟ ଯୁବତୀଙ୍କ ଜୀବନ ବଞ୍ଚାଇଲେ..

by Our Correspondent
20 Oct, 2022- 05:33 PM
in Latest News, News
1 min read
0
ଯୁବତୀଙ୍କ ମାନବିକତା; ଦୁର୍ଘଟଣାରେ ଛଟପଟ ଯୁବତୀଙ୍କ ଜୀବନ ବଞ୍ଚାଇଲେ..

ଭୁବନେଶ୍ୱର: ରାସ୍ତା ମଝିରେ ଦୁର୍ଘଟଣାରେ ପଡି ଯୁବତୀଜଣଙ୍କ ଛଟପଟ ହେଉଥିଲେ । ଲୋକମାନେ କେବଳ ଚାହିଁ ଦେଇ ଚାଲିଯାଉଥିଲେ । ସେଠାରେ ଅଟକି ଯୁବତୀଙ୍କୁ ଉଦ୍ଧାର କରିବାର ମାନବିକତା ସେମାନଙ୍କ ପାଖରେ ନ ଥିଲା । ଏତିକିବେଳେ ରାସ୍ତାରେ ଯାଉଥିବା ଆଉ ଜଣେ ଯୁବତୀ କିନ୍ତୁ ବ୍ୟତିକ୍ରମ ସାଜିଥିଲେ । ଅଫିସରୁ ବିଳମ୍ବରେ ଫେରୁଥିବାରୁ ଘରକୁ ଯିବାକୁ ତରବର ହେଉଥିବା ସେହି ଯୁବତୀଜଣଙ୍କ ସେଠାରେ ଖାଲି ଅଟକି ନ ଥିଲେ, ବରଂ ଯୁବତୀଙ୍କୁ ରାସ୍ତାରୁ ଉଠାଇ ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ଘରଲୋକଙ୍କୁ ହସ୍ତାନ୍ତର କଲାପରେ ଯାଇ ନିଜ ଘରକୁ ଫେରିଥିଲେ । ଘଟଣାଟି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।

ମଙ୍ଗଳବାର ସଂଧ୍ୟା ପ୍ରାୟ ୯ଟା ବେଳର ଏହି ଘଟଣା । ଭୁବନେଶ୍ୱର-କଟକ ମୁଖ୍ୟରାସ୍ତାର ପଣ୍ଡା କ୍ୟାନସର ହସ୍ପିଟାଲ୍ ସାମନା ଫ୍ଲାଏ ଓଭରବ୍ରିଜ୍ ଉପରେ ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କୁ ପଛପଟୁ ଏକ କାର୍ ଧକ୍କା ଦେଇ ଚାଲିଯାଇଥିଲା । ଯୁବତୀଙ୍କ ଜଣଙ୍କ ରାସ୍ତାରେ ଛିଟିକି ପଡ଼ିଥିଲେ । ରକ୍ତ ଜୁଡୁବୁଡୁ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ରାସ୍ତାରେ ଯାଉଥିବା ଲୋକମାନେ ଏହି ଦୃଶ୍ୟ ଦେଖୁଥିଲେ ମଧ୍ୟ କେହି ତାଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସି ନ ଥିଲେ ।

ସେତିକି ବେଳେ ସେହି ରାସ୍ତାରେ ଯାଉଥିଲେ ବର୍ଷା ରାଉତରାୟ ନାମ୍ନୀ କଟକର ଜନୈକା ଯୁବତୀ । ଭୁବନେଶ୍ୱରରେ ଅଫିସ କାମ ସାରି ସେଦିନ ବିଳମ୍ବରେ ଘରକୁ ଫେରୁଥିଲେ । ଘରଲୋକଙ୍କ ବ୍ୟସ୍ତତା ଯୋଗୁଁ ଘରେ ପହଞ୍ଚିବା ପାଇଁ ସେ ତରବର ହେଉଥିଲେ । ତେବେ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଯୁବତୀଙ୍କୁ ଦେଖି ନିଜକୁ ସମ୍ଭାଳି ପାରି ନ ଥିଲେ । ସେଠି ଗାଡ଼ି ଅଟକାଇଥିଲେ । ଆଉ କାଳ ବିଳମ୍ବ ନ କରି ଅନ୍ୟ ଏକ ଗାଡ଼ିରେ ତାଙ୍କୁ ଧରି ନିକଟସ୍ଥ ସାଇ କିରଣ ହସ୍ପିଟାଲ୍ ନେଇ ଆସିଥିଲେ ।

ବର୍ଷା ନିଜଲୋକ ଭଳି ଡାକ୍ତରଙ୍କ ସହ କଥା ହେବା ସହ ସଂପୃକ୍ତା ଯୁବତୀଙ୍କ ଜରୁରୀ ଚିକିତ୍ସା ଏବଂ ଆବଶ୍ୟକ ପରୀକ୍ଷା ନିରୀକ୍ଷା କରାଇଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଆଣି ଖୁଆଇ ସେବାଯତ୍ନ କରିଥିଲେ । ଫୋନ୍ କରି ତାଙ୍କ ଘର ଲୋକଙ୍କୁ ଡାକିଥିଲେ । ସେମାନେ ପହଞ୍ଚିଲା ପରେ ଯାଇ ହସ୍ପିଟାଲ୍ ଛାଡ଼ିଥିଲେ ବର୍ଷା । ରାସ୍ତା କଡ଼ରେ ରଖିଯାଇଥିବା ନିଜ ସ୍କୁଟିକୁ ଧରି ଘରକୁ ଫେରିଲା ବେଳକୁ ରାତି ପ୍ରାୟ ୧୧ଟା ହୋଇଯାଇଥିଲା ।

‘ଓଡ଼ିଶା ମୋ ପରିବାର’ ରେ ଚିଫ୍ ଏକଜ୍ୟୁଟିଭ୍ ଅଫିସର(ସିଇଓ) ଭାବେ କାର୍ଯ୍ୟ କରୁଥିବା ବର୍ଷାଙ୍କର ଏହି ମହାନ୍ କାର୍ଯ୍ୟକୁ ସବୁଆଡୁ ପ୍ରଶଂସା ମିଳିଛି ।

Previous Post

ସଂସ୍କୃତି ନିର୍ଦ୍ଦେଶକଙ୍କୁ ଭେଟିଲା ପ୍ରକାଶକ ସଂଘ

Next Post

ଜୟପୁର ଏୟାରପୋର୍ଟକୁ ମିଳିଲା ଲାଇସେନସ

Next Post
ଜୟପୁର ଏୟାରପୋର୍ଟକୁ ମିଳିଲା ଲାଇସେନସ

ଜୟପୁର ଏୟାରପୋର୍ଟକୁ ମିଳିଲା ଲାଇସେନସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA