Wednesday, April 22, 2026 09:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଝାଡ଼ଖଣ୍ଡ ରାଜନୀତି ପଶାପାଲିରେ ‘ଛାତ୍ରମୃତ୍ୟୁ’

ଭୁବନେଶ୍ୱରରେ ଇଂଜିନିୟରିଂ ପଢ଼ୁଥିବା ଝାଡ଼ଖଣ୍ଡ ଛାତ୍ରଙ୍କ ମୃତ୍ୟୁ

by Our Correspondent
19 Sep, 2024- 10:07 PM
in Latest News, News
1 min read
0
ଝାଡ଼ଖଣ୍ଡ ରାଜନୀତି ପଶାପାଲିରେ ‘ଛାତ୍ରମୃତ୍ୟୁ’

ଭୁବନେଶ୍ୱର: ରାଜଧାନୀର ଏକ ପ୍ରତିଷ୍ଠିତ କଲେଜର ଜଣେ ପ୍ରଥମ ବର୍ଷ ଇଞ୍ଜିନିୟରିଂ ଛାତ୍ରଙ୍କର ଦୁଃଖଦ ମୃତ୍ୟୁ ହୋଇଛି । ମାତ୍ର ୩ ଦିନ ହେଲା କଲେଜ ହଷ୍ଟେଲରେ ରହୁଥିବା ଝାଡ଼ଖଣ୍ଡର ଏହି ଛାତ୍ରଙ୍କର ରକ୍ତାକ୍ତ ଶରୀର କଲେଜ କ୍ୟାମ୍ପସ୍ ରୁ ମିଳିଥିଲା । ପାରିପାଶ୍ୱିର୍କ ଅବସ୍ଥାରୁ ଏହା ଆତ୍ମହତ୍ୟା ବୋଲି ଜଣାପଡ଼ିଛି । ଏହି ସମ୍ବେଦନଶୀଳ ଘଟଣାର ପୁଲିସ ତଦନ୍ତ ଜାରି ରହିଥିବା ବେଳେ ଏମସ୍ ର ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

କେଉଁ ପରିସ୍ଥିତିରେ ଛାତ୍ରଙ୍କର ମୃତ୍ୟୁ ହେଲା ତାହାକୁ ସମସ୍ତଙ୍କର ଅପେକ୍ଷା ଥିଲା ବେଳେ ଏହି ଘଟଣାକୁ ନେଇ ନିର୍ବାଚନ ଦ୍ୱାରଦେଶରେ ଥିବା ଝାଡ଼ଖଣ୍ଡରେ କିନ୍ତୁ ରାଜନୀତି ଆରମ୍ଭ ହୋଇଛି । ସ୍ଥିତି ଏମିତି ହୋଇଛି ଯେ ଖୋଦ୍ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଙ୍କୁ ମୁଣ୍ଡ ପୂରେଇବାକୁ ପଡ଼ିଛି । ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଦାବି କରି ଶ୍ରୀ ସୋରେନ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଟୁଇଟ୍ କରିଛନ୍ତି । ଯାହାକୁ ସମ୍ଭାଳି ପାରିନାହାନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ । ଛାତ୍ରମୃତ୍ୟୁ ଘଟଣାର ତଦନ୍ତ ପାଇଁ ସେ ଓଡ଼ିଶା ସରକାରଙ୍କୁ ଚିଠି ଲେଖି ଚାପ ପକାଇବାକୁ ଉଦ୍ୟମ କରିଛନ୍ତି । ଜଣେ ଓଡ଼ିଆ ଅଧିକାରୀଙ୍କୁ ତାଙ୍କ ପୁଅ ଆକ୍ରମଣ କରିବା ଘଟଣାକୁ ଚାପିବାରେ ରାଜ୍ୟପାଳ ରଘୁବରଙ୍କ ଭୂମିକା ଓଡ଼ିଶାବାସୀଙ୍କ ମନରେ ସତେଜ ଥିବା ବେଳେ ଆତ୍ମହତ୍ୟା କୁହାଯାଉଥିବା ଏକ ଛାତ୍ରମୃତ୍ୟୁ ମାମଲାରେ ତାଙ୍କର ତତ୍ପରତା ଚର୍ଚ୍ଚାର ବିଷୟ ହୋଇଛି ।

ମାତ୍ର ୧୯ ବର୍ଷରେ ମୃତ୍ୟୁବରଣ କରିଥିବା ଝାଡ଼ଖଣ୍ଡ ରାଞ୍ଚିର ଏହି ଛାତ୍ରଜଣଙ୍କ ହେଉଛନ୍ତି ଅଭିଷେକ ରବି । ରାଜଧାନୀର ଏକ ପ୍ରମୁଖ ଇଂଜିନିୟରିଂ କଲେଜରେ ପ୍ରଥମ ବର୍ଷର ଛାତ୍ର ଥିଲେ । ଚଳିତ ସେପ୍ଟେମ୍ବର ୧୦ ତାରିଖରେ ସେ ହଷ୍ଟେଲରେ ନାମ ଲେଖାଇ ରହିଥିଲେ । ସେହି ହଷ୍ଟେଲରେ ଥିବା ସମସ୍ତ ଛାତ୍ର ରାଞ୍ଚିର ଓ ସମସ୍ତେ ପ୍ରଥମ ବର୍ଷର ଛାତ୍ର । ହଷ୍ଟେଲରେ ମାତ୍ର ତିନି ଦିନ ରହିଥିବା ଅଭିଷେକଙ୍କର ରକ୍ତାକ୍ତ ଶରୀର ଗତ ୧୩ ତାରିଖରେ କଲେଜ କ୍ୟାମ୍ପସରୁ ମିଳିଥିଲା । ତୁରନ୍ତ ତାଙ୍କୁ କ୍ୟାମ୍ପସର ମେଡିକାଲ ଟିମ୍ ସହାୟତାରେ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।

ପୁଲିସର ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ତେବେ ମୃତକଙ୍କ ପରିବାର ରାଗିଙ୍ଗ ଯୋଗୁଁ ଅଭିଷେକଙ୍କ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି ।
କଲେଜରେ ରାଗିଙ୍ଗ ଅଭିଯୋଗକୁ କର୍ତ୍ତୃପକ୍ଷ କିନ୍ତୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛନ୍ତି । ୧୦ ତାରିଖରେ ଅଭିଷେକ ହଷ୍ଟେଲରେ ନାମ ଲେଖାଇଥିଲେ । ସେହି ହଷ୍ଟେଲରେ ଥିବା ସମସ୍ତ ଛାତ୍ର ରାଞ୍ଚିର ଓ ସମସ୍ତେ ପ୍ରଥମ ବର୍ଷର ଛାତ୍ର । ତେଣୁ ଅଭିଷେକଙ୍କୁ ରାଗିଙ୍ଗ୍ କରିବାର ପ୍ରଶ୍ନ ଉଠୁଛି କେଉଁଠୁ? କଲେଜ ଛାତ୍ରଙ୍କ ସୁରକ୍ଷା ଓ ରାଗିଙ୍ଗମୁକ୍ତ କ୍ୟାମ୍ପସ ପାଇଁ ପ୍ରଥମ ବର୍ଷ ପିଲାଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ ବ୍ୟବସ୍ଥା କରାଯାଇଛି । ରାଗିଙ୍ଗ ନେଇ ନିକଟ ଅତୀତରେ କୌଣସି ଅଭିଯୋଗ ହୋଇନାହିଁ ବୋଲି କଲେଜ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେଣୁ ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ କପୋଳକଳ୍ପିତ ଓ ଭିତ୍ତିହୀନ ବୋଲି କୁହାଯାଇଛି ।

ସେହିଭଳି ପୁଲିସ ପକ୍ଷରୁ ମଧ୍ୟ ଏହି ଛାତ୍ରଙ୍କୁ ରାଗିଙ୍ଗ୍ ହୋଇଥିବାର ସୂଚନା ମିଳିନାହିଁ ବୋଲି କୁହାଯାଇଛି । ଓଲଟି ପାରିବାରିକ ସମସ୍ୟା କାରଣରୁ ଅଭିଷେକ ବିଷାଦଗ୍ରସ୍ତ ଥିବା ଜଣାପଡ଼ିଛି ।

ତେବେ ଏହି ମାମଲାକୁ ନେଇ ଝାଡ଼ଖଣ୍ଡରେ ରାଜନୈତିକ ରୁଟି ସେକିବାକୁ ଉଦ୍ୟମ କରିଛନ୍ତି ଜଣେ ମହିଳା ନେତ୍ରୀ । ଅଭିଷେକଙ୍କ ସମ୍ପର୍କୀୟା ଭଉଣୀ ବୋଲି ଦାବି କରୁଥିବା ଏହି ମହିଳା ରାଜ୍ୟ ରାଜନୀତିରେ ବେଶ୍ ସକ୍ରିୟ । ଅଭିଷେକଙ୍କ ମୃତ୍ୟୁରେ ରାଜନୀତିର ରଙ୍ଗ ବୋଳି ସ୍ଥାନୀୟ ରାଜନୀତିରେ ନିଜର କାଟତି ଦେଖାଇବାକୁ ସେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଙ୍କୁ ହାତ କରିଛନ୍ତି । ଯାହାର ଫଳ ହେଲା- ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ । ଏହି ଖବର ସାମନାକୁ ଆସିବା ପରେ ସମ୍ଭବତଃ ରାଜନୈତିକ ଫାଇଦା ଉଦ୍ୟମରେ ପଛରେ ପଡ଼ିବାକୁ ଚାହିଁନାହାନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ଓଡ଼ିଶାର ରାଜ୍ୟପାଳ ଭାବେ ସେ ତାଙ୍କ କ୍ଷମତାକୁ କାମରେ ଲଗାଇଛନ୍ତି ।

ତେବେ ଯାହା ବି ହେଉ, ଏହି ସମ୍ବେଦନଶୀଳ ଘଟଣାର ଉଦ୍ଦେଶ୍ୟ ପ୍ରଣୋଦିତ ଅପପ୍ରଚାର ଦୁଃଖଦାୟକ ବୋଲି କଲେଜ ପକ୍ଷରୁ କୁହାଯାଇଛି । ଛାତ୍ର ଅଭିଷେକଙ୍କ ଅକାଳ ମୃତ୍ୟୁରେ କର୍ତ୍ତୃପକ୍ଷ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି । ପ୍ରକୃତ ସତ୍ୟ କିଭଳି ସାମନାକୁ ଆସିବ ସମସ୍ତେ ଅପେକ୍ଷା କରିବା । ମାତ୍ର ମିଛ ଓ କପୋଳକଳ୍ପିତ କାହାଣୀ ଛାତ୍ରଛାତ୍ରୀଙ୍କ ଉପରେ ଖରାପ ପ୍ରଭାବ ପକାଉଛି । ଏହାଦ୍ୱାରା ଦେଶର ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜକୁ ଅଯଥାରେ ବଦନାମ କରିବାକୁ ଅପଚେଷ୍ଟା କରାଯାଉଛି । ଏହିପରି ଉଦ୍ୟମରୁ ବିରତ ରହିବାକୁ ଅନୁରୋଧ କରାଯାଇଛି ।

Previous Post

ଧିକ୍ ତୁମର ପୁଲିସପଣିଆ

Next Post

ପ୍ରତାରଣା ଓ ପ୍ରବଞ୍ଚନାର ସରକାର: ବିଜେଡି

Next Post
ପ୍ରତାରଣା ଓ ପ୍ରବଞ୍ଚନାର ସରକାର: ବିଜେଡି

ପ୍ରତାରଣା ଓ ପ୍ରବଞ୍ଚନାର ସରକାର: ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA