Wednesday, April 22, 2026 11:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରତାରଣା ଓ ପ୍ରବଞ୍ଚନାର ସରକାର: ବିଜେଡି

by Our Correspondent
19 Sep, 2024- 10:15 PM
in Latest News, News
1 min read
0
ପ୍ରତାରଣା ଓ ପ୍ରବଞ୍ଚନାର ସରକାର: ବିଜେଡି

ଭୁୁବନେଶ୍ୱର: ଅସ୍ମିତା ଓ ବିକାଶର ନାରା ଦେଇ ରାଜ୍ୟରେ ଶାସନକୁ ଆସିଥିବା ବିଜେପି ସରକାର ଏକ ବିଫଳ ଓ ପ୍ରତାରଣାର ସରକାର ବୋଲି ଆଜି ଶଙ୍ଖଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି । ବିଜେପିର ଏହି ୧୦୦ ଦିନ ସରକାରରେ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡିବା ସହ ସାଧାରଣ ଲୋକଙ୍କ ଜୀବନଯାପନ ଦୁର୍ବିସହ ହୋଇଯାଇଛି । ଅସ୍ମିତା ନାଁରେ ସେମାନେ ରାଜ୍ୟ ଶାସନର ଦୁଇ ମୁଖ୍ୟ ପଦ ଯଥା ଡିଜିପି ଓ ମୁଖ୍ୟ ଶାସନ ସଚିବ ଦୁଇ ଅଣଓଡିଆ ଅଫିସରଙ୍କ ହାତକୁ ଟେକି ଦେଇଛନ୍ତି । ଯାହା ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ ।

ଡ. ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଅହଂକାରର ଶେଷ ସୀମାରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାର । ବିଜେପିର ପ୍ରତ୍ୟେକ ପ୍ରତିଶ୍ରୁତି ପାଣିର ଗାର । କଥା ଓ କାମ ମଧ୍ୟରେ ଆକାଶ ପାତାଳର ପ୍ରଭେଦ ରହିଛି । ରାଜ୍ୟପାଳଙ୍କ ପୁଅ ଜଣେ ଓଡିଆ ଅଧିକାରୀଙ୍କୁ ଲହୁଲୁହାଣ କରି ମାଡ ମାରିଲେ । କିନ୍ତୁ ସେ ଅଧିକାରୀଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ନିଜ ଶାସନ କଳର ଉପଯୋଗ କରି ଏ କଥାକୁ ବିଜେପି ସରକାର ଚପାଇ ଦେଲା । କେବଳ ଏତିକି ନୁହେଁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ଚରମ ନିଦର୍ଶନ ସ୍ୱରୁପ, ଭାରତୀୟ ସେନାବାହିନୀର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ପୋଲିସ ଅମାନବୀୟ ଭାବେ ମାଡ ମାରିଲେ । ଏହା ବିଜେପି ସରକାରର କେଉଁ ଅସ୍ମିତାର ପରିଚୟ । ଦରଦାମ ବୃଦ୍ଧିରେ ଖାଉଟି ଆଜି ହନ୍ତସନ୍ତ । ଉତ୍ତର ପ୍ରଦେଶ ତଥା ପଞ୍ଜାବରୁ ଆସୁଥିବା ଆଳୁ ଟ୍ରେନ କେଉଁ ଷ୍ଟେସନରେ ପହଞ୍ଚିଛି ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ୧୦୦ ଦିନ ମଧ୍ୟରେ ଗୋଟିଏ ନୂଆ ଶିଳ୍ପ ମଧ୍ୟ ସେମାନେ ରାଜ୍ୟକୁ ଆଣିପାରିଲେ ନାହିଁ । ଅନ୍ୟ ପଟେ ଶିଳ୍ପ ନକରି ଜେଏସ୍ଡବ୍ଲୁ୍ୟ ରାଜ୍ୟରୁ ଚାଲିଯାଇଛି ।

ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡିଶାର ବିକାଶ ଦେଶର ଅନ୍ୟ ପ୍ରମୁଖ ରାଜ୍ୟମାନଙ୍କଠାରୁ ସର୍ବାଧିକ ବୋଲି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ତାର ୱାର୍କିଂ ପେପର ରିପୋର୍ଟରେ ପ୍ରକାଶ କରିଛି । ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟ ଶାସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ରାଜ୍ୟର ବିକାଶ କିଭଳି ଶିଖରରେ ପହଞ୍ଚିଥିଲା । କିନ୍ତୁ ଏବେର ମୋହନ ସରକାର ଏକ ୟୁ-ଟର୍ଣ୍ଣ ସରକାର । ନିଷ୍ପତ୍ତି ଘୋଷଣା କରିବା ପରେ ପୁଣି ପରିବର୍ତ୍ତନ କରୁଛନ୍ତି । ସେହିପରି ବଡ ଠାକୁରଙ୍କୁ ତଳେ ପକାଇ କଚାଡି ଦିଆଗଲା । ଏ ଭଳି ସ୍ପର୍ଶକାତର ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟତା ଦିଆଗଲା ନାହିଁ । ଆଇନମନ୍ତ୍ରୀ ସଂପୂର୍ଣ୍ଣ ଚୁପ ରହିଲେ । ଏହା ଦର୍ଶାଉଛି ମୋହନ ସରକାରର ବିଫଳତା । ରାଜ୍ୟରେ ପୋଲିସର ବର୍ବରତା ବଢିଚାଲିଥିଲା ବେଳେ ପ୍ରତ୍ୟେକ ବିଭାଗରେ ଏ ସରକାର ବିଫଳ ହୋଇଛି ବୋଲି ଡ. ମହାନ୍ତି କହିଛନ୍ତି । 

 

Previous Post

ଝାଡ଼ଖଣ୍ଡ ରାଜନୀତି ପଶାପାଲିରେ ‘ଛାତ୍ରମୃତ୍ୟୁ’

Next Post

ନ୍ୟାୟିକ ତଦନ୍ତ ଦାବି କଲେ ନବୀନ

Next Post
ନ୍ୟାୟିକ ତଦନ୍ତ ଦାବି କଲେ ନବୀନ

ନ୍ୟାୟିକ ତଦନ୍ତ ଦାବି କଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA