Tuesday, June 23, 2026 04:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନ୍ୟାୟିକ ତଦନ୍ତ ଦାବି କଲେ ନବୀନ

ଆର୍ମି କ୍ୟାପଟେନ୍ ଓ ବାନ୍ଧବୀ ନିର୍ଯ୍ୟାତନା ମାମଲା

by Our Correspondent
20 Sep, 2024- 01:46 PM
in Latest News, News
1 min read
0
ନ୍ୟାୟିକ ତଦନ୍ତ ଦାବି କଲେ ନବୀନ

ଭୁବନେଶ୍ୱର: ଆର୍ମି କ୍ୟାପଟେନ୍ ଗୁରୁବନ୍ତ ସିଂ ଓ ତାଙ୍କର ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି ଭରତପୁର ଥାନା ପୁଲିସର ବର୍ବରକାଣ୍ଡ ସାରା ରାଜ୍ୟରେ ଆଲୋଡ଼ନ ଖେଳାଇବା ସହ ରାଜନୈତିକ ହଟଚମଟ ସୃଷ୍ଟି କରିଛି । କ୍ରାଇମବ୍ରାଞ୍ଚପୁଲିସ ନିଲମ୍ବିତ ୫ ଥାନାବାବୁଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଆଗକୁ ନେଉଥିବା ବେଳେ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ଆଜି ଶଙ୍ଖଭବନଠାରେ ସାମ୍ବାଦିକମାନଙ୍କୁ ବାଇଟ୍ ଦେଇ ଶ୍ରୀ ପଟ୍ଟନାୟକ ଭରତପୁର ଥାନା ପୁଲିସର ଅକଥନୀୟ ନିର୍ଯ୍ୟାତନା କାଣ୍ଡକୁ କଡ଼ା ନିନ୍ଦା କରିବା ସହ ଏ ଘଟଣାକୁ ଲୋମହର୍ଷଣକାରୀ ଓ କଳ୍ପନାତୀତ ବୋଲି ବର୍ଣ୍ଣନା କରିଛନ୍ତି । ଥାନା ଭିତରେ ପୁଲିସ ଯେଭଳି ନିର୍ଦ୍ଦୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ତାହା ସାରା ଦେଶର ବିବେକକୁ ଦୋହଲାଇ ଦେଇଛି । ଓଡ଼ିଶା ଭିତରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କ ପ୍ରତି ଏଭଳି ଅତ୍ୟାଚାର ଅତ୍ୟନ୍ତ ଦୁଃଖଦାୟକ । ଏହି ନାରକୀୟ ଘଟଣାର ବିଜୁ ଜନତା ଦଳ ଦୃଢ଼ ଭାବରେ ନିନ୍ଦା କରିବା ସହ ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ବିଜେପି ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ନବୀନ ଆଶା ପ୍ରକାଶ କରିଛନ୍ତି ।

ଏକ ପ୍ରଶ୍ନର ଉତ୍ତରରେ ନବୀନ କହିଥିଲେ, ତାଙ୍କ ସରକାର ସମୟରେ ମୋ ସରକାର ବ୍ୟବସ୍ଥା ଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଥାନା ଓ ଡାକ୍ତରଖାନା ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ନାଗରିକମାନଙ୍କଠାରୁ କର୍ମଚାରୀମାନଙ୍କ ବ୍ୟବହାର ଓ ବୃତ୍ତିଗତ ଦକ୍ଷତା ସମ୍ପର୍କରେ ଫିଡବ୍ୟାକ୍ ସଂଗ୍ରହ କରୁଥିଲେ । ବିଜେପି ସରକାର ଶାସନକୁ ଆସିବା ପରେ ତୁରନ୍ତ ମୋ ସରକାର ପରି ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ବନ୍ଦ କରିଦେଲେ । ଯାହାର ପରିଣାମ ଏବେ ସର୍ବତ୍ର ବିଦ୍ୟମାନ ।

ରାଜ୍ୟପାଳଙ୍କ ପୁଅ ଜଣେ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାକୁ ମନେ ପକାଇ ନବୀନ କହିଥିଲେ, ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ମନା କରିଦେବା ଦ୍ୱାରା ଏହା ଅପରାଧୀମାନଙ୍କୁ ଉତ୍ସାହିତ କରିଛି । ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ପୁଣି ଥରେ ସରକାରଙ୍କୁ ଅନୁରୋଧ କରୁଛି ।

ଭରତପୁର ଘଟଣାରେ ପୁଲିସର ଜଘନ୍ୟ ଅତ୍ୟାଚାର ଘଟଣାର କୋର୍ଟ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ ସହ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ ନବୀନ ।

ସେହିଭଳି ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓ, ମେୟର ସୁଲୋଚନା ଦାସ ଏବଂ ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ଏକ ପ୍ରେସମିଟ୍ କରି ଭରତପୁର ଘଟଣାକୁ କଡ଼ା ଭାଷାରେ ନିନ୍ଦା କରି କୋର୍ଟ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ ସହ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି । ଜଣେ ନାରୀ ପ୍ରତି ପୁଲିସର ବର୍ବର କାଣ୍ଡ ସମସ୍ତଙ୍କ ମୁଣ୍ଡ ତଳକୁ କରିଦେଇଛି ବୋଲି ସେମାନେ କହିଛନ୍ତି । ରାଜ୍ୟ ସରକାର ନିଜର ବାହାବା ଛାଡ଼ି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ମହିଳା ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯିବ ଏବଂ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦିଆଯିବ ବୋଲି ସେମାନେ କହିଛନ୍ତି ।

ସେପଟେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ବିଜେଡିର ନ୍ୟାୟିକ ତଦନ୍ତ ଦାବିକୁ କିନ୍ତୁ କଟାକ୍ଷ କରିଛନ୍ତି । କହିଛନ୍ତି, ନବୀନ ବାବୁ ନ୍ୟାୟିକ ତଦନ୍ତ କଥା କହୁଛନ୍ତି, ହେଲେ କନ୍ଧମାଳ ତଦନ୍ତ ରିପୋର୍ଟ କୁଆଡ଼େ ଗଲା? ନବୀନ ବାବୁଙ୍କ ବେଳେ ୨୪ ନ୍ୟାୟିକ ତଦନ୍ତ ହେଲା, ସେହି ରିପୋର୍ଟ କୁଆଡ଼େ ଗଲା? ୨୪ ବର୍ଷର ସରକାର ଚାହିଁଥିଲେ ହିଂସାମୁକ୍ତ ଓଡ଼ିଶା ଗଠନ ହୋଇପାରିଥାନ୍ତା ବୋଲି ଶ୍ରୀ ପୂଜାରୀ କହିଛନ୍ତି ।

Previous Post

ପ୍ରତାରଣା ଓ ପ୍ରବଞ୍ଚନାର ସରକାର: ବିଜେଡି

Next Post

ନବୀନ ପଟ୍ଟନାୟକଙ୍କ ଅବଦାନ ସମ୍ପର୍କରେ ପୁସ୍ତକ ଲେଖାଯିବାର ଆବଶ୍ୟକତା ରହିଛି: ପ୍ରଭୁ ଚାୱଲା

Next Post
ନବୀନ ପଟ୍ଟନାୟକଙ୍କ ଅବଦାନ ସମ୍ପର୍କରେ ପୁସ୍ତକ ଲେଖାଯିବାର ଆବଶ୍ୟକତା ରହିଛି: ପ୍ରଭୁ ଚାୱଲା

ନବୀନ ପଟ୍ଟନାୟକଙ୍କ ଅବଦାନ ସମ୍ପର୍କରେ ପୁସ୍ତକ ଲେଖାଯିବାର ଆବଶ୍ୟକତା ରହିଛି: ପ୍ରଭୁ ଚାୱଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA