Monday, July 6, 2026 02:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଳିଙ୍ଗର ହୃତଗୌରବ ଫେରାଇ ଆଣିବାକୁ ଆହ୍ୱାନ

କଳିଙ୍ଗ ସେନାର ଦ୍ୱାବିଂଶତମ ପ୍ରତିଷ୍ଠା ଦିବସ

by Our Correspondent
07 Nov, 2022- 08:54 PM
in Latest News, News
1 min read
0
କଳିଙ୍ଗର ହୃତଗୌରବ ଫେରାଇ ଆଣିବାକୁ ଆହ୍ୱାନ

ଭୁବନେଶ୍ୱର: ଆମ କଳିଙ୍ଗର ଗୌରବାବହ ଇତିହାସ ରହିଛି । ଏହା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ପୁଣିଥରେ ଏହି ହୃତ୍ଗୌରବକୁ ଫେରାଇ ଆଣିବାକୁ କଳିଙ୍ଗସେନାର ଦ୍ୱାବିଂଶତମ ପ୍ରତିଷ୍ଠା ଦିବସରେ ସମ୍ବର୍ଦ୍ଧିତ ହେବା ଅବସରରେ ଆହ୍ୱାନ ଦେଇଛନ୍ତିି ପୂର୍ବତନ ବରିଷ୍ଠ ଆଇଏଏସ୍ ଅଫିସର ତଥା ସ୍ୱନାମଧନ୍ୟ କବି ଡକ୍ଟର ହୃଷିକେଶ ପଣ୍ଡା ।

ସ୍ଥାନୀୟ କସ୍ତୁରବା ନାରୀମହଲ ଠାରେ କଳିଙ୍ଗସେନା ଆଜି ତାହାର ଦ୍ୱାବିଂଶତମ ପ୍ରତିଷ୍ଠା ଦିବସ ପାଳନ କରିଥିବାବେଳେ ଚଳିତବର୍ଷର କଳିଙ୍ଗ ରତ୍ନ ପୁରସ୍କାର ଡକ୍ଟର ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା । ଓଡିଶାର ପ୍ରଶାସନିକ ଓ ସାହିତ୍ୟ କ୍ଷେତ୍ରକୁ ତାଙ୍କର ଜୀବନବ୍ୟାପି ଅବଦାନ ପାଇଁ କଳିଙ୍ଗସେନା ସମ୍ବର୍ଦ୍ଧିତ କରିଥିଲା ।

ଏହି ଅବସରରେ ଡକ୍ଟର ପଣ୍ଡା କହିଥିଲେ ଯେ ଆମ ସମସ୍ତଙ୍କୁ କଳିଙ୍ଗର ହୃତ୍ଗୌରବ ଫେରାଇ ଆଣିବାକୁ ପଡିବ । ଏ କ୍ଷେତ୍ରରେ ଅବସରପ୍ରାପ୍ତ ପ୍ରଶାସକମାନଙ୍କର ବଡ ଭୂମିକା ରହିବା ଆବଶ୍ୟକ । ଏମାନେ ଓଡିଶାର ପ୍ରଶାସନ ଠାରୁ ଆରମ୍ଭକରି କଳା, ସଂସ୍କୃତି ଓ ଅନ୍ୟାନ୍ୟ ବିଷୟରେ ବେଶ୍ ଅବଗତ । ତେଣୁ ଅବସର ସମୟକୁ ନଷ୍ଟ ନକରି ଏମାନେ କଳିଙ୍ଗର ପୂର୍ବ ଐତିହ୍ୟ ଫେରାଇ ଆଣିବାପାଇଁ ଏକାଠି ହେବାର ସମୟ ଆସିଛି ।

ସେନା ସୁପ୍ରିମୋ ହେମନ୍ତ ରଥ କହିଥିଲେ ଯେ ବହୁ ଉତଥାନ ଓ ପତନ ଦେଇ କଳିଙ୍ଗସେନା ଆଜି ୨୨ବର୍ଷରେ ପହଞ୍ଚିଛି । ରାଜ୍ୟବାସୀଙ୍କ ଅକୁଣ୍ଠ ସମର୍ଥନ ଓ ଭଲପାଇବା ଆଜି କଳିଙ୍ଗ ସେନାକୁ ଏଠାରେ ଆଣି ପହଞ୍ଚାଇଛି । ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ସଦା ଚେଷ୍ଟିତ କଳିଙ୍ଗସେନା ଆଗାମୀ ଦିନରେ କଳିଙ୍ଗର ହୃତ୍ଗୌରବ ଫେରାଇ ଆଣିବାପାଇଁ ତାହାର ପ୍ରଚେଷ୍ଟା ଜାରି ରଖିବ । ଶ୍ରୀ ରଥ କହିଥିଲେ ଯେ ଓଡିଶାର ସୀମା ସୁରକ୍ଷା ସହିତ ଯୁବବର୍ଗ ଏବଂ ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଗାମୀ ୨୦୨୪ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ହେଉଛି । ଆଗାମୀ ନିର୍ବାଚନର ଦଳ ସମସ୍ତ ବିଧାନସଭା ଆସନରେ ତାହାର ପ୍ରାର୍ଥୀ ଦେବ । ଏଥିପାଇଁ ଏବେ ଠାରୁ ଆଗ୍ରହୀ ଉଚ୍ଚଶିକ୍ଷିତମାନଙ୍କୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି ।

ଦଳର ଦ୍ୱାବିଂଶତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟର ଗଣମାଧ୍ୟମ ସହିତ ଜଡିତ ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭବାନୀ ମହାପାତ୍ର ,ନଳିନୀ ପ୍ରଭା ସାହୁ, ମୌସୁମୀ ମହାନ୍ତିଙ୍କୁ ସାମ୍ବାଦିକ ଭାବେ ସମ୍ମାନିତ କରାଯାଇଥିବାବେଳେ ଦୀପକ କୁମାର ସାହୁ , ଅଲେଖଚନ୍ଦ୍ର ବେହେରା, ନାରାୟଣ ଚନ୍ଦ୍ର ଲେଙ୍କା, ସୁଦର୍ଶନ ପ୍ରଧାନ, ବିବେକାନନ୍ଦ ବାରିକ, ଡ. ଅରବିନ୍ଦ ଦାସ, ନରେନ୍ଦ୍ର ସେନାପତି, ରବିନ୍ଦ୍ର କୁମାର ବିଶ୍ୱାଳ, ପ୍ରଭାତ କୁମାର ମହାରଣା, ମିଲିରାଣୀ ମିଶ୍ର, ବିଶିଷ୍ଟ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା । ଏଥି ସହିତ ବିଶିଷ୍ଟ କଣ୍ଠଶିଳ୍ପୀ କୁମାର ବାପିରାଜ୍ ଏଚ୍ନାୟକଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା ।

ସମ୍ମାନୀୟ ଅତିଥି ଭାବେ ଡ଼ଃ.ସୁବ୍ରତ ପୃଷ୍ଟି, ଋତୁପର୍ଣ୍ଣା ମହାନ୍ତି, ନିଗମ ଯାନ୍ତ୍ରିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଇଂ. ମନୋଜ ସାମନ୍ତରାୟ, ସାମ୍ବାଦିକ ବଳଭଦ୍ର ରଥ ଯୋଗଦେଇ ଓଡ଼ିଶାର ଭବିଷ୍ୟତ କଳିଙ୍ଗ ସେନା ବୋଲି କହିଥିବାବେଳେ ସାଧାରଣ ଲୋକଙ୍କ ସମସ୍ୟା ଉତ୍ଥାପନ କରି ସେନା ଆଜି ଲୋକଙ୍କ ଦ୍ୱାରା ଆଦୃତ ହୋଇପାରିଛି ।

ଆଜିର ପ୍ରତିଷ୍ଠା ଦିବସରେ ୨୧ଟି ଜିଲ୍ଲାରୁ ଶତାଧିକ କଳିଙ୍ଗ ସୈନିକ ଯୋଗ ଦେଇଥିଲେ । ଉପସଭାପତି ହେମନ୍ତ ସିଂ ମଞ୍ଚ ପରିଚାଳନା କରିଥିବାବେଳେ ସାଧାରଣ ସମ୍ପାଦକ ବିଜୟରାଜ୍ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଅବ୍ଦୁଲ୍ କୟୁମ୍ ଖାନ୍ , ନିରଞ୍ଜନ ମହାନ୍ତ, ପ୍ରଦୀପ ସାହୁ, ସାଧାରଣ ସମ୍ପାଦକ ଇଂ.ମନୋଜ ନାୟକ, ସିଦ୍ଧାର୍ଥ ଦାସ, ସୁବୋଧ ସାହୁ, ନରହରି ସାହୁ ଏବଂ ସମ୍ପାଦକ ରଞ୍ଜିତ୍ ସାମଲ, ଆଶୁତୋଷ ସ୍ୱାଇଁ, ବରେନ୍ ଦାସ, ଗୁୁଣମଣି ମହାନ୍ତି, ପ୍ରଫୁଲ୍ଲ ପରିଡ଼ା ଏବଂ ବିକ୍ରମ ପ୍ରଧାନ ପ୍ରମୁଖ ଦଳର ସଂଗଠନକୁ ଆଗେଇ ନେବା ପାଇଁ ସେନା ପରିବାର ସଂକଳ୍ପବଦ୍ଧ ବୋଲି କହିଥିଲେ ।

Previous Post

ଜନମତକୁ ସମ୍ମାନ ଦେଉଛୁ: ନବୀନ

Next Post

ସ୍ଥାନୀୟ ନେତାଙ୍କୁ ଅଧିକ ଗୁରୁତ୍ୱ

Next Post
ସ୍ଥାନୀୟ ନେତାଙ୍କୁ ଅଧିକ ଗୁରୁତ୍ୱ

ସ୍ଥାନୀୟ ନେତାଙ୍କୁ ଅଧିକ ଗୁରୁତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA