Saturday, April 25, 2026 10:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିରୋଧୀଙ୍କୁ ପ୍ରଶ୍ନବାଣରେ ଛନ୍ଦିଲେ ପାଣ୍ଡିଆନ୍

ଚିଲିକା, ବ୍ରହ୍ମଗିରି, ପିପିଲି, ରଣପୁର, ନୟାଗଡ଼ ଓ ଜୟଦେବ ନିର୍ବାଚନମଣ୍ଡଳୀ ପାଣ୍ଡିଆନଙ୍କ ପ୍ରଚାର

by Our Correspondent
18 May, 2024- 11:23 PM
in Latest News, News, Politics
1 min read
0
ବିରୋଧୀଙ୍କୁ ପ୍ରଶ୍ନବାଣରେ ଛନ୍ଦିଲେ ପାଣ୍ଡିଆନ୍

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା, ବ୍ରହ୍ମଗିରି, ପିପିଲି, ରଣପୁର ଓ ନୟାଗଡ଼ରେ ନିର୍ବାଚନ ପ୍ରଚାର କରି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ବିଧାନସଭା ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜିତାଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତୀ କରିବାକୁ ଅନୁରୋଧ କରିଛନ୍ତି । ଶେଷରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ଜୟଦେବ ବିଧାନସଭା ଅଞ୍ଚଳରେ ବିଶାଳ ଜନସଭାରେ ଭାଷଣ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅନୁରୋଧ କରିଛନ୍ତି ।

ସବୁ ସଭାରେ ବିଶାଳ ଜନସମାବେଶ ଦେଖି ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଲୋକଙ୍କ ବିପୁଳ ସମର୍ଥନ ଦେଖି ବିରୋଧି ଦଳ ହତୋତ୍ସାହ ହେଲେଣି । ସେମାନେ ମିଛ କହିବା, ଅପପ୍ରଚାର କରିବା ଆଦି ଆରମ୍ଭ କଲେଣି । ଆପଣମାନେ ତାଙ୍କୁ ଉଚିତ ଜବାବ ଦେବେ ।

ବିରୋଧୀ ବିଜେପି ଦଳର ମୁଖା ଖୋଲି, ଶ୍ରୀ ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ସେମାନଙ୍କ ମୁଣ୍ଡ କାମ କରୁନି । କୋଉଠି କ’ଣ କହୁଛନ୍ତି ଜାଣିପାରୁନାହାନ୍ତି । ତାଙ୍କର ସବୁ ନେତା ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ୱର କରିବେ । ଆସାମ ମୁଖ୍ୟମନ୍ତ୍ରୀ ବି କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ । ତା’ହେଲେ ଆସାମକୁ କ’ଣ କରିବେ ? ଯୁଆଡ଼େ ଯାଉଛନ୍ତି, କହୁଛନ୍ତି-ଏକ ନମ୍ବର କରିବେ । କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର… ସବୁଠି କହୁଛନ୍ତି ସେହି ରାଜ୍ୟକୁ ଏକ ନମ୍ବର କରିବେ । ସେମାନେ ପ୍ରଥମେ ଆଗେ ନିଷ୍ପତ୍ତି କରନ୍ତୁ କେଉଁ ରାଜ୍ୟକୁ ଏକ ନମ୍ବର କରିବେ । ୨୫ ବର୍ଷ ହେଲା ଡବଲ ଇଞ୍ଜିନ ସରକାର ଥାଇ ଏପର୍ଯ୍ୟନ୍ତ ଗୁଜରାଟକୁ ଏକ ନମ୍ବର କରିପାରିଲେ ନାହିଁ । ସେମାନେ କେବଳ ଆପଣମାନଙ୍କୁ ଭୁଆଁ ବୁଲାଉଛନ୍ତି ।

ପୁରୀ ମନ୍ଦିରର ପରିକ୍ରମା ପ୍ରକଳ୍ପର ଉଦାହରଣ ଦେଇ ସେ କହିଲେ ଯେ, ପୁରୀ କାମ ଏତେ ସୁନ୍ଦର ହୋଇଛି, ସେମାନେ ସହି ପାରୁନାହାନ୍ତି । କହୁଛନ୍ତି ଯେ ଏଥିପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ପ୍ରକୃତରେ ଖର୍ଚ୍ଚ ହୋଇଛି ମାତ୍ର ୩୫୦ କୋଟି ଟଙ୍କା । ସେମାନଙ୍କୁ ଆପଣମାନେ ବିଶ୍ୱାସ କରନ୍ତୁ ନାହିଁ ।

ବିଜେପି ନେତା ସବୁ ଟୁରିଷ୍ଟ ଭଳି ଆସୁଛନ୍ତି, ସମୁଦ୍ରକୂଳ, ଜଗନ୍ନାଥ ମନ୍ଦିର ବୁଲି ଯିବା ବଦଳରେ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି, ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି, ଓଡ଼ିଶାବାସୀ ସେମାନଙ୍କୁ ଉଚିତ ଜବାବ୍‍ ଦେବେ।

ବିଜେପି ଦଳରୁ ବହୁତ ନେତା ଆସି କହୁଛନ୍ତି ଚିଲିକାରେ ସେତୁ କରିବେ । ୨୦୧୪ ନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ଆସି କହିଥିଲେ ଚିଲିକାରେ ସେତୁ କରିବେ ବୋଲି, ଏ ପର୍ଯ୍ୟନ୍ତ ହେଲା କି ? କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ମତ ଚିଲିକା ଉପରେ ସେତୁ ହୋଇପାରିବ ନାହିଁ । ସେମାନଙ୍କ କଥାରେ ତାଳମେଳ ରହୁନି, କେବଳ ଲୋକଙ୍କୁ ଠକିବା ପାଇଁ କହୁଛନ୍ତି । ଭୋଟବେଳେ ବିଜେପି ଦଳ ଲୋକଙ୍କ ପ୍ରତି ଯେଉଁ ଆନ୍ତରିକତା ଦେଖାଉଛି । ଭୋଟ ପରେ ମଧ୍ୟ ଲୋକଙ୍କ ପ୍ରତି ସେଭଳି ଆନ୍ତରିକତା ସେମାନେ ରଖିବେ ବୋଲି ମୋର ଆଶା । ଯଦି ଚିଲିକାରେ ସେତୁ ହେବ, ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ବୋଲି ସେ କହିଥିଲେ ।

ନବୀନ ପଟ୍ଟନାୟକ ମହାନଦୀ, ବ୍ରାହ୍ମଣୀ ପରି ବଡ଼ ବଡ଼ ନଦୀରେ ସେତୁ କରିଛନ୍ତି ବୋଲି ପ୍ରକାଶ କରି ସେ କହିଲେ ଯେ, ଯଦି କେନ୍ଦ୍ର ସରକାରଙ୍କ ଅନୁମତି ମିଳିବ, ତେବେ ନବୀନବାବୁ ୩ ବର୍ଷ ମଧ୍ୟରେ ଚିଲିକା ଉପରେ ସେତୁ କରି ଦେଖାଇଦେବେ । ମତ୍ସ୍ୟଜୀବୀଙ୍କ ପାଇଁ ହେବ ସ୍ୱତନ୍ତ୍ର ପ୍ୟାକେଜ ହେବ ବୋଲି ସେ ଘୋଷଣା କରିଥିଲେ ।

ବ୍ରହ୍ମଗିରିରେ ସେ କହିଲେ ଯେ, ଏବେକାର ବିଧାୟକ ୫ ବର୍ଷ ମଧ୍ୟରେ ଥରେ ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲୋକଙ୍କ ସମସ୍ୟା ନେଇ ଆସିନାହାନ୍ତି, ତା’ହେଲେ ସେ ଲୋକଙ୍କ ପାଇଁ କାମ କଣ କରିଛନ୍ତି ?

ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପ୍ରକାଶ କରି ସେ କହିଲେ ଯେ, ଗତ ୧୦ ବର୍ଷ ହେବ ଚିଲିକା ନିର୍ବାଚନ ମଣ୍ଡଳୀରେ ଯେତିକି ଉନ୍ନତି ହେବା କଥା ହୋଇନାହିଁ । ଆପଣମାନେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ । ଏଠାରେ ଡବଲ କାମ ହେବ । ଆପଣ ପଞ୍ଚାୟତ ଓ ଅର୍ବାନ ନିର୍ବାଚନରେ ଯେଉଁଭଳି ଭାବରେ ଆଶୀର୍ବାଦ ଦେଇଛନ୍ତି, ଏଥର ମଧ୍ୟ ତା’ଠୁ ଅଧିକ ସଂଖ୍ୟାରେ ଆଶୀର୍ବାଦ କରିବେ ବୋଲି ମୋର ବିଶ୍ୱାସ ।

ଡେଲାଙ୍ଗ, ପିପିଲିରେ ସେ କହିଲେ ଯେ, ନିର୍ବାଚନ ପରେ ମୁଁ ଏଠାକୁ ଆସିବି ଏବଂ ବିକାଶ କାମ ଡବଲ ସ୍ପିଡରେ ହେବ ।

ନୂଆ ସରକାରର ପ୍ରାଥମିକତା ଘୋଷଣା କରି ସେ କହିଲେ ଯେ, ମୁଖ୍ୟମନ୍ତ୍ରୀ ଶପଥ ନେବାପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ବନ୍ଦ ହେବ । ଦ୍ୱିତୀୟ ଦସ୍ତଖତରେ ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ । ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା କରାଯିବ ।

ସେ ପୁଣି କହିଲେ ଯେ, ବିଜେପି ମଧ୍ୟ କହୁଛି ମାଗଣା ବିଜୁଳି ଦେବ । ଆପଣ ୫୦ ହଜାର ଟଙ୍କା ଦେବେ, ତା’ପରେ ସୂର୍ଯ୍ୟକିରଣରୁ ପାଇବେ ବିଜୁଳି । ଏମାନେ କେବଳ ଆପଣମାନଙ୍କୁ ଦିନରେ ଲଣ୍ଠନ ଦେଖେଇବା ଛଡ଼ା ଆଉ କିଛି ଜାଣନ୍ତି ନାହିଁ । ଓଡ଼ିଶାରେ କେବଳ ନବୀନବାବୁଙ୍କ ବିଜୁଳି ଚାଲିବ ।

ଯୁବ ବଜେଟ୍‌ ପାଇଁ ମୁଖ୍ୟମନ୍ତ୍ରୀ ୧ ଲକ୍ଷ କୋଟି ଟଙ୍କା ରଖିଛନ୍ତି । ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ୯୫ ପ୍ରତିଶତ କଲେଜ ଛାତ୍ରଛାତ୍ରୀ ନୂଆ-ଓ ଛାତ୍ରବୃତ୍ତି ପାଉଛନ୍ତି ବୋଲି ସେ କହିଥିଲେ ।

ଏତେସବୁ କାମ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ଭଲରେ ରଖିବା ପାଇଁ କରୁଛନ୍ତି । ଆପଣମାନଙ୍କ ମୁହଁରେ ହସ ଫୁଟାଇବାକୁ ସେ ଚାହାନ୍ତି । ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ସମସ୍ତଙ୍କୁ ପରିବାର ସଦସ୍ୟ ବୋଲି ଭାବନ୍ତି । ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ୨୪ ଘଣ୍ଟା କଠିନ ପରିଶ୍ରମ କରୁଛନ୍ତି । ଆପଣମାନେ ନବୀନ ବାବୁଙ୍କୁ ଆଶୀର୍ବାଦ କରନ୍ତୁ । ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରି ରେକର୍ଡ ସୃଷ୍ଟି କରନ୍ତୁ ।

ଫନୀ ବାତ୍ୟାରେ ଘର ନଷ୍ଟ ହୋଇଯାଇଥିବା ଲୋକମାନଙ୍କୁ ଘର ଦିଆଯିବ ବୋଲି ସେ ଘୋଷଣା କରିଥିଲେ । ଆପଣମାନଙ୍କର ଘର ଆଲଟମେଣ୍ଟ କେନ୍ଦ୍ର ସରକାର ବାତିଲ କରିଥିଲେ ମଧ୍ୟ ନବୀନ ବାବୁ ଆପଣମାନଙ୍କୁ ଘର ଦେବେ ।

ବିଭିନ୍ନ ସ୍ଥାନରେ ଶ୍ରୀ ପାଣ୍ଡିଆନ ବିକାଶ କାମର ହିସାବ ଦେଇଥିଲେ । ବ୍ରହ୍ମଗିରିରେ ସେ କହିଲେ ମୁଖ୍ୟମନ୍ତ୍ରୀ ୯ କୋଟି ଟଙ୍କା ଖର୍ଚ୍ଚ କରି ଅଲାରନାଥ ମନ୍ଦିରର ରୂପାନ୍ତରଣ କରିଛନ୍ତି । ୫ କୋଟି ଖର୍ଚ୍ଚ କରି ବାଲିହରଚଣ୍ଡୀ ମନ୍ଦିରର ରୂପାନ୍ତରଣ କରିଛନ୍ତି । ଫନୀ ବାତ୍ୟାବେଳେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା କୃଷ୍ଣପ୍ରସାଦ ବ୍ଲକ, ସେ ସମୟରେ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ପ୍ରତି ପଞ୍ଚାୟତକୁ, ମନ୍ତ୍ରୀ, ଏମ୍‍.ଏଲ୍‍.ଏ ଓ ଅଧିକାରୀମାନଙ୍କୁ ପଠାଇଥିଲେ ମୁଖ୍ୟମନ୍ତ୍ରୀ

ବାଣପୁରରେ ସେ କହିଲେ ଯେ, ଚିଲିକାରେ ସେତୁ ନିର୍ମାଣ କରାଯିବ । ଏହା ପୂର୍ବରୁ ଚିଲିକାରେ ଯାତ୍ରୀବାହୀ ଡଙ୍ଗାସଂଖ୍ୟା ବୃଦ୍ଧି କରାଯିବ । ଚିଳିକାରେ ଡ୍ରେଜିଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ୧୨.୭୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି ବୋଲି ସେ କହିଥିଲେ । ମାଁ ଭଗବତୀଙ୍କ ପୀଠର ଉନ୍ନତିକରଣ ପାଇଁ ୩୩ କୋଟି, ବାଣପୁରର ଡ୍ରେନେଜ୍‍ ସିଷ୍ଟମରେ ଉନ୍ନତି ପାଇଁ ୧୫ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ୨୨୦ କୋଟି ଟଙ୍କାର ପିଇବା ପାଣି ପ୍ରକଳ୍ପ ଜରିଆରେ ଘରେ ଘରେ ପିଇବା ପାଣି ପହଞ୍ଚିବ

ପିପିଲିରେ ସେ କହିଲେ ଯେ, ଆପଣମାନଙ୍କ ଲୋ ଭୋଲଟେଜ୍‍ ସମସ୍ୟା (ମଙ୍ଗଳପୁର, ପିପିଲି) ଦୂର ପାଇଁ ୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ପିପିଲି ହସ୍ତଶିଳ୍ପର ବିକାଶ ପାଇଁ ୧୨.୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହାଦ୍ୱାରା କାରିଗରମାନଙ୍କର ରୋଜଗାର ବଢ଼ିବ ଓ ଏ ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିବ । ।ଦାଣ୍ଡମୁକୁନ୍ଦପୁର ଗୋପୀନାଥ ମନ୍ଦିରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ରଣପୁର ଜଗନ୍ନାଥ ମନ୍ଦିର ଉନ୍ନତି ପାଇଁ ୫ କୋଟି, ମଣୀନାଗ ମନ୍ଦିର ଉନ୍ନତି ପାଇଁ ୪ କୋଟି ଓ ତଳମଣୀନାଗ ମନ୍ଦିର ପାଇଁ ୩ କୋଟି ଟଙ୍କା ଯୋଗାଇ ଦେବା ସହ ଅନେକ ମଠ, ମନ୍ଦିର ମସ୍‌ଜିଦ୍‌ର ବିକାଶ କାମ କରାଯାଇଛି ବୋଲି ସେ କହିଥିଲେ । ରଣପୁର ନିର୍ବାଚନ ମଣ୍ଡଳୀରେ ଜଳସେଚନର ସୁବିଧା କରାଯାଇଛି ।

ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ପ୍ରଶଂସା କରି ସେ କହିଲେ ଯେ, ଅରୂପ ହେଉଛନ୍ତି ପିପିଲି ଡେଲାଙ୍ଗ ମାଟିର ପୁଅ । ସୁଦୂର ମୁମ୍ୱାଇରେ କ୍ୟାନସର ରୋଗୀମାନଙ୍କୁ ସେବା ଯୋଗାଇ ଦେବାରେ ଆନ୍ତରିକାର ସହ କାମ କରି ଆସୁଛନ୍ତି । ଆପଣମାନେ ତାଙ୍କୁ ଆଶୀର୍ବାଦ କଲେ ସେ ଆପଣଙ୍କ ପାଇଁ ଦିନରାତି କାମ କରିବେ ।

ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ କହିଥିଲେ ଯେ, ବିଜୁ ଜନତା ଦଳ ହେଉଛି ଲକ୍ଷ୍ମୀବନ୍ତ ଦଳ, ଓଡ଼ିଶାରେ ସମସ୍ତଙ୍କ ଘରକୁ ଖୁସି ଆଣିଛି ଏହି ଦଳ । ଏବେ ସମସ୍ତଙ୍କ ଘର ଆଲୋକିତ ହେବ । ଆପଣମାନେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରି ରେକର୍ଡ କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ ।

ଜୟଦେବରେ ଶ୍ରୀ ପାଣ୍ଡିଆନ କହିଲେ ଯେ, ଭୁବନେଶ୍ୱର ସାଂସଦ ଏ ଅଞ୍ଚଳ ପାଇଁ କିଛି କରିନାହାନ୍ତି । ଭୁବନେଶ୍ୱର ପାଇଁ ସେ କୌଣସି ପ୍ରୋଜେକ୍ଟ ଆଣିନାହାନ୍ତି । ଭୁବନେଶ୍ୱର ସାଂସଦ ଲୋକଙ୍କ ସୁଖଦୁଃଖରେ ନାହାନ୍ତି । ଦରକାରବେଳେ ଖୋଜିଲେ ଲୋକେ ତାଙ୍କୁ ପାଆନ୍ତି ନାହିଁ । ଏଥର ଲୋକ ତାଙ୍କୁ ଉଚିତ ଜବାବ ଦେବେ । ବିଜେପି ଦଳ ୨୦୧୪ରେ କହିଥିଲେ ଆମେ ସରକାରକୁ ଆସିଲେ ଦରଦାମ କମାଇବୁ ବୋଲି ହେଲେ କିଛି କମାଇଲେ ନାହିଁ । ସବୁ ଦରଦାମ୍‍ ବଢ଼ି ବଢ଼ି ଚାଲିଲା । ଏଥର ନିର୍ବାଚନରେ ଲୋକମାନେ ତାଙ୍କୁ ଦରଦାମ୍‍ ବୃଦ୍ଧିର ଉଚିତ ହିସାବ ଦେବେ ।

ସେ ପୁଣି କହିଲେ ଯେ ଏ ସରକାର ବିଜୁ ଜନତା ଦଳର ସରକାର ନୁହେଁ, ଏହା ହେଉଛି ଲୋକଙ୍କ ସରକାର । ଲୋକମତକୁ ଏଠାରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥାଏ । ଲୋକଙ୍କ ମୁଣ୍ଡ ଉପରେ ଥିବା ବୋଝକୁ ହାଲ୍‍କା କରିବା ପାଇଁ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ମୁଖ୍ୟମନ୍ତ୍ରୀ କାଳିଆ, ମିଶନଶକ୍ତି, ମମତା ଲକ୍ଷ୍ମୀବସ୍‍, ଆହାର, ଚାଉଳ କାର୍ଡ,ବି.ଏସ୍‍.କେ.ୱାଇ ପରି ବହୁ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି ।

କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ବ୍ରହ୍ମଗିରି ବିଧାୟକ ପ୍ରାର୍ଥୀ ଉମା ସାମନ୍ତରାୟ, ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟକୁମାର ଦାସବର୍ମା, ପିପିଲି ବିଧାୟକ ପ୍ରାର୍ଥୀ ରୁଦ୍ର ମହାରଥୀ, ଚିଲିକା ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ. ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଏବଂ ଜୟଦେବ ବିଧାୟକ ପ୍ରାର୍ଥୀ ନବକିଶୋର ମଲ୍ଲୀକ ପ୍ରମୁଖ ନିଜ ନିଜ ଅଭିଭାଷଣ ମାଧ୍ୟମରେ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ ।

Previous Post

କେନ୍ଦ୍ରୀୟ ବିଜେପି ପ୍ରଚାରକଙ୍କୁ ‘ପଲିଟିକାଲ୍ ଟୁରିଷ୍ଟ’ କହି କଟାକ୍ଷ କଲେ ନବୀନ

Next Post

‘କଳଙ୍କିତ’ ଆଖ୍ୟା ଦେଇଥବା ଦଳ କୋଳେଇନେଲା

Next Post
‘କଳଙ୍କିତ’ ଆଖ୍ୟା ଦେଇଥବା ଦଳ କୋଳେଇନେଲା

'କଳଙ୍କିତ' ଆଖ୍ୟା ଦେଇଥବା ଦଳ କୋଳେଇନେଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA