Saturday, April 25, 2026 08:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘କଳଙ୍କିତ’ ଆଖ୍ୟା ଦେଇଥବା ଦଳ କୋଳେଇନେଲା

ବିଜେପିରେ ମିଶିଲେ ସମୀର ଦାଶ

by Our Correspondent
19 May, 2024- 10:08 AM
in Latest News, News, Politics
1 min read
0
‘କଳଙ୍କିତ’ ଆଖ୍ୟା ଦେଇଥବା ଦଳ କୋଳେଇନେଲା

ଭୁବନେଶ୍ୱର: ନିମାପଡ଼ା ବିଧାୟକ ସମୀର ଦାଶ ବିଜେପିରେ ଯୋଗଦେଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି । ଆଜି ସକାଳେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ ।

ଏଥର ବିଜେଡି ଟିକେଟରୁ ବଞ୍ଚିତ ହୋଇ ଖୁବ୍ ଅସନ୍ତୁଷ୍ଟ ଥିଲେ ସମୀର ଦାଶ । ଆଜି ସକାଳେ ସେ ବିଜେଡି ଛାଡ଼ିଥିଲେ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ଇସ୍ତଫାପତ୍ର ପଠାଇଥିବା ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଥିଲେ ।

ସମୀର କହିଥିଲେ, ବିଜେଡି ନେତା ମୋ ଉପରେ ଆସ୍ଥା ହରାଇଥିବାରୁ ଦଳ ଛାଡ଼ିଲି । ଗୋପ ସଂଗଠନ ଉପରେ ବି ନେତୃତ୍ୱ ଆସ୍ଥା ହରାଇଛନ୍ତି । ନେତା ଆସ୍ଥା ହରାଇଥିବାରୁ ଦଳରେ ରହିବା ଠିକ୍ ନୁହେଁ ।

ସୂଚନାଯୋଗ୍ୟ, ସମୀର ଦାଶ ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡିରୁ ବିଧାୟକ ହୋଇଥିଲେ । ୨୦୧୯ ସରକାରରେ ସେ ଗଣଶିକ୍ଷା ମନ୍ତ୍ରୀ ହୋଇଥିଲେ । ତେବେ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ସେ ବିବାଦରେ ଛନ୍ଦି ହୋଇଥିଲେ । ବିଜେପି ତାଙ୍କ ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିଥିଲା । ତାଙ୍କୁ କଳଙ୍କିତ ନେତାର ଆଖ୍ୟା ଦେଇ ମନ୍ତ୍ରୀ ପଦରୁ ବହିଷ୍କାର ପାଇଁ ଦାବି କରିଥିଲା । ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀ ପଦରୁ ବିଦା କରିଥିଲେ । ଏଥର ନିମାପଡ଼ାରୁ ତାଙ୍କୁ ଟିକେଟ୍ ବି ଦେଲେ ନାହିଁ । ନିଷ୍ପତ୍ତିର ପୁନର୍ବିଚାର ପାଇଁ ସେ ହାଇକମାଣ୍ଡଙ୍କ ଉପରେ ଚାପ ପକାଇବା ଉଦ୍ଦେଶ୍ୟରେ ବାରମ୍ବାର ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ମାତ୍ର ଉଦ୍ୟମ ବିଫଳ ହୋଇଥିଲା ।

Previous Post

ବିରୋଧୀଙ୍କୁ ପ୍ରଶ୍ନବାଣରେ ଛନ୍ଦିଲେ ପାଣ୍ଡିଆନ୍

Next Post

ମୁଖ୍ୟମନ୍ତ୍ରୀଙ୍କ ସମେତ ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

Next Post
ମୁଖ୍ୟମନ୍ତ୍ରୀଙ୍କ ସମେତ ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ମୁଖ୍ୟମନ୍ତ୍ରୀଙ୍କ ସମେତ ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA