Tuesday, January 20, 2026 08:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Lifestyle

ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

by Our Correspondent
28 May, 2024- 10:53 PM
in Lifestyle, News, Politics
1 min read
0
ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର କରି ବିଜେପି ଶାସିତ ରାଜ୍ୟ ଶାସନର ମୁଖା ଖୋଲିଛନ୍ତି । ତାଙ୍କ ଶାସିତ ରାଜ୍ୟଗୁଡ଼ିକର ଅସଲି ଚେହେରା ଲୋକଙ୍କ ସାମ୍ନାରେ ରଖିଛନ୍ତି ।

ସେ କହିଲେ ଯେ, ବିଜେପି ଦଳ ନେତା ଓଡ଼ିଶାରେ ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ ବୋଲି । ୨୫ ବର୍ଷ ଧରି ଗୁଜୁରାଟରେ ବିଜେପି ଦଳ କ୍ଷମତାରେ ଅଛି, ଗୁଜୁରାଟକୁ ସେମାନେ ଏକ ନମ୍ବର କରିପାରିଲେ କି ? କୋଭିଡ ମହାମାରୀକୁ ମନେ ପକାଇ ସେ କହିଲେ ଯେ, କୋଭିଡ ସମୟରେ ଗୁଜୁରାଟର କଣ ସ୍ଥିତି ଥିଲା, ଓଡ଼ିଶାର କଣ ସ୍ଥିତି ଥିଲା, ସାରା ଦୁନିଆ ଜାଣିଛି ।

ଗୁଜୁରାଟରେ ଲୋକମାନେ ସେସମୟରେ ଚିକିତ୍ସା ପାଇଁ ବହୁତ ହଇରାଣ ହେଉଥିଲେ, ଓଡ଼ିଶାରେ ଆମ ମୁଖ୍ୟମନ୍ତ୍ରୀ ଗରୀବ ଜନସାଧାରଣଙ୍କୁ ମାଗଣାରେ ଚିକିତ୍ସା କରିଥିଲେ, ସମସ୍ତଙ୍କୁ ସମ୍ମାନର ସହ ବ୍ୟବହାର କରିଥିଲେ ।

୨୦ ବର୍ଷ ହେଲା ମଧ୍ୟପ୍ରଦେଶରେ ବିଜେପି ସରକାର ଅଛନ୍ତି, ସେଠି ଏବେ ବି ମାଇଗ୍ରେସନ ଚାଲିଛି, ବହୁତ ଗରିବ ଲୋକ ଅଛନ୍ତି । ସେଠାରେ ପରିବର୍ତ୍ତନ କାହିଁ ? ପ୍ରଥମେ ଆପଣ ଯେଉଁ ରାଜ୍ୟରେ ସରକାର କରିଛନ୍ତି ସେ ରାଜ୍ୟକୁ ଠିକ୍ କରନ୍ତୁ । ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ଆମ ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି, ଆଉ କାହାର ଦୟା ଓଡ଼ିଶାବାସୀଙ୍କୁ ଦରକାର ନାହିଁ । ନବୀନ ପଟ୍ଟନାୟକଙ୍କ ଶାସନରେ ଓଡ଼ିଶା ଏକ ନମ୍ୱର ରାଜ୍ୟ ହେବ ।

ମୁଖ୍ୟମନ୍ତ୍ରୀଙ୍କ ପ୍ରଶାସନିକ ଦକ୍ଷତାକୁ ଉଲ୍ଲେଖ କରି ସେ ଆହୁରି ମଧ୍ୟ କହିଲେ ଯେ, ମୁଖ୍ୟମନ୍ତ୍ରୀ ଯେଉଁଟାକୁ ଛୁଇଁବେ ତାକୁ ସୁନା କରି ଦେଖାଇବେ, କ୍ରୀଡ଼ାକ୍ଷେତ୍ରକୁ ଛୁଇଁଲେ, ଭାରତବର୍ଷରେ ଓଡ଼ିଶାକୁ ଅଗ୍ରଣୀ କରି ଏକ ନମ୍ବର କଲେ, ବିପର୍ଯ୍ୟୟ ପରିଚାଳନାକୁ ଛୁଇଁଲେ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ବିଶ୍ୱରେ ଏକ ନମ୍ବର କଲେ, ଖାଦ୍ୟ ସୁରକ୍ଷାକୁ ଛୁଇଁଲେ, ସମସ୍ତଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇ ଦେଇ ଭାରତରେ ୩ ନମ୍ବର ସ୍ଥାନ ହାସଲ କଲେ ।

ବିରୋଧିଙ୍କ ଚାଲ୍‍ପ୍ରତି ସତର୍କ ରହିବା ପାଇଁ ଦୃଷ୍ଟି ଦେବାକୁ କହି ସେ କହିଲେ ଯେ, ବିରୋଧି ନୂଆ ନୂଆ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ଜରିଆରେ AI ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ ମିଛ ଭିଡିଓ ଛାଡୁଛନ୍ତି, ତେଣୁ ଏହି ମିଛ ଭିଡ଼ିଓ ପ୍ରତି ଆପଣମାନେ ସତର୍କ ରୁହନ୍ତୁ, କ୍ଷମତା ପାଇଁ ଏମାନେ କିଛି ବି କରିପାରିବେ ।

ସେ କହିଲେ ଯେ, ବିଜେପି ଦଳ କହୁଛି ଓଡ଼ିଶାରେ ନକ୍ସଲ ସମସ୍ୟାକୁ ସେମାନେ ସମାଧାନ କରିଛନ୍ତି ବୋଲି, କିନ୍ତୁ ପ୍ରକୃତପକ୍ଷେ ଓଡ଼ିଶାରେ ନକ୍ସଲ ସମସ୍ୟା ନବୀନ ପଟ୍ଟନାୟକ ଦୂର କରିଛନ୍ତି । ଡବଲ ଇଞ୍ଜିନ ଛତିଶଗଡ଼ କଥା ଦେଖନ୍ତୁ, ସେଠାରେ ଶାନ୍ତି ନାହିଁ, ବମ୍‌ ଫୁଟୁଛି, ଗୁଳି ଫୁଟୁଛି, ଆପଣମାନେ ପ୍ରଥମେ ଛତିଶଗଡରେ ଶାନ୍ତି ଫେରାଇ ଆଣନ୍ତୁ । ତା’ପରେ ଓଡ଼ିଶା କଥା ଚିନ୍ତା କରିବେ । ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ, ନବୀନବାବୁଙ୍କ ଶାସନରେ ଲୋକମାନେ ଏଠାରେ ଖୁସିରେ ଅଛନ୍ତି, ଶାନ୍ତିରେ ଅଛନ୍ତି ।

ନବୀନ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଉଲ୍ଲେଖ କରି ସେ କହିଲେ ଯେ, ସାରା ଓଡ଼ିଶା ଜାଣିଛି ଜୁନ୍‌ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଦସ୍ତଖତ କରିବେ, ବିଜୁଳି ବିଲ୍‍ ଛାଡ଼୍‍ ଓଡ଼ିଶାର ୯୦ ପ୍ରତିଶତ ପରିବାର ଏହାଦ୍ୱାରା ଉପକୃତ ହେବେ । ଦ୍ୱିତୀୟ ଦସ୍ତଖତରେ ସମସ୍ତେ ବି.ଏସ୍‍.କେ.ୱାଇ ଯୋଜନାରେ ସାମିଲ ହେବେ । ତୃତୀୟ ଦସ୍ତଖତରେ ମିଶନ ଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନ୍‍ସନ ବ୍ୟବସ୍ଥା ହେବ । ଚତୁର୍ଥ ଦସ୍ତଖତରେ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ-ଓ ଛାତ୍ରବୃତ୍ତି ରାଶି ପରିମାଣର ବୃଦ୍ଧି, ପୁଅ ପାଇବେ ୧୨ ହଜାର, ଝିଅ ପାଇବେ ୧୪ ହଜାର ଟଙ୍କା ।

ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏତେ ଆପଣମାନଙ୍କ ଭଲ ପାଇବା ଓ ସବୁ ଯାଗାରେ ଭିଡ଼ ଦେଖି ବିରୋଧିଙ୍କ ନିଦ ଭାଙ୍ଗି ଗଲାଣି । ମୁଣ୍ଡ ଖରାପ ହୋଇଗଲାଣି । ସେମାନେ ମିଛ କଥା କହୁଛନ୍ତି । ଅପପ୍ରଚାରରେ ଲାଗି ପଡିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରୁଛନ୍ତି । ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ ଜନମାନସର ନେତାଙ୍କୁ ଏମିତି ଅସମ୍ମାନିତ କଲେ ଓଡ଼ିଶାବାସୀ ଚୁପ୍‌ ହୋଇ ରହିବେ କି ? ୧ ତାରିଖରେ ସେମାନେ ଏହାର ଜୋରଦାର ଜବାବ୍ ପାଇବେ ।

ମୁଖ୍ୟମନ୍ତ୍ରୀଙ୍କ ଆଗାମୀ ଯୋଜନା ସମ୍ପର୍କରେ ଦର୍ଶାଇ ସେ କହିଲେ ଯେ, ଆସନ୍ତା ୧୦ ବର୍ଷ ଯୁବପୀଢିଙ୍କ ପାଇଁ କାମ କରିବେ ମୁଖ୍ୟମନ୍ତ୍ରୀ, ପରବର୍ତ୍ତୀ ୨ଟି ପାଳି ଓଡ଼ିଶାରେ ହେବ ଯୁବପୀଢିଙ୍କର । ଯୁବପୀଢିଙ୍କ ମାଧ୍ୟମରେ ନୂଆ ଓଡ଼ିଶା ଗଠନ କରିବାର ସ୍ୱପ୍ନ ରଖିଛନ୍ତି ମୁଖ୍ୟମନ୍ତ୍ରୀ, ଯେଉଁଠି ଗରୀବ ଲୋକ ବଡ ବଡ ସ୍ୱପ୍ନ ଦେଖିପାରିବେ ଓ ସ୍ୱପ୍ନକୁ ସାକାର ମଧ୍ୟ କରିପାରିବେ ।

Previous Post

ଡିଏସ୍ କୁଟ୍ଟେ ସସପେଣ୍ଡ୍, ଆଶିଷ ସିଂଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ନିର୍ଦ୍ଦେଶ

Next Post

ରାଜନୈତିକ ଉଦ୍ଦେଶ୍ୟ, ଅତ୍ୟନ୍ତ ଦୁର୍ଭାଗ୍ୟଜନକ: ପାଣ୍ଡିଆନ୍

Next Post
ରାଜନୈତିକ ଉଦ୍ଦେଶ୍ୟ, ଅତ୍ୟନ୍ତ ଦୁର୍ଭାଗ୍ୟଜନକ: ପାଣ୍ଡିଆନ୍

ରାଜନୈତିକ ଉଦ୍ଦେଶ୍ୟ, ଅତ୍ୟନ୍ତ ଦୁର୍ଭାଗ୍ୟଜନକ: ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19150 shares
    Share 7660 Tweet 4788
  • ନବୀନ..ନବୀନ, ମୋହନ..ମୋହନ

    16594 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA