ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡି.ଏସ୍.କୁଟ୍ଟେ ସସପେଣ୍ଡ ହୋଇଛନ୍ତି । ଇଭିଏମ୍ ମେସିନ୍ ଭଙ୍ଗା ଘଟଣାରେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେ୍ଦବଙ୍କ ଗିରଫଦାରି ଉପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ନିର୍ବାଚନ କମିସନ ଏହି ପଦକ୍ଷେପ ନେଇଛନ୍ତି । ୨୯ ତାରିଖ ଅର୍ଥାତ୍ ଆସନ୍ତାକାଲି ଅପରାହ୍ନ ୩ଟା ସୁଦ୍ଧା ଦିଲ୍ଲୀ ମୁଖ୍ୟ ଆବାସିକ କମିସନରଙ୍କ ପାଖରେ ରିପୋର୍ଟ କରିବାକୁ ତାଙ୍କୁ କୁହାଯାଇଛି । ଏଥିସହ ତାଙ୍କ ବିରୋଧରେ ଥିବା ଚିଠା ଚାର୍ଜସିଟ୍ କୁ ମୁଖ୍ୟ ସଚିବଙ୍କୁ ଦେବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଛୁଟିରେ ଥିବା ଆଇପିଏସ୍ ଅଫିସର ଆଶିଷ କୁମାର ସିଂଙ୍କ ସ୍ୱାସ୍ଥ୍ୟ ଖରାପର ଯାଞ୍ଚ ପାଇଁ ନିର୍ବାଚନ କମିସନ ନିଦେ୍ର୍ଦଶ ଦେଇଛନ୍ତି । ଭୁବନେଶ୍ୱର ଏମସ ଡାକ୍ତର ବୋର୍ଡ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବେ ।
ସୂଚନାଥାଉକି, ୨୦୧୦ ବ୍ୟାଚ୍ ଆଇପିଏସ୍ ଶ୍ରୀ ସିଂ ଚଳିତ ମାସ ମେ’ ୪ ତାରିଖରୁ ସ୍ୱାସ୍ଥ୍ୟ ପରୀକ୍ଷା ଦର୍ଶାଇ ଛୁଟିରେ ଅଛନ୍ତି । ମାତ୍ର ସେ ନିର୍ବାଚନୀ କାର୍ଯ୍ୟରେ ସଂପୃକ୍ତ ଥିବା ନେଇ ଅଭିଯୋଗ ଆସିଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ କମିସନ ନିର୍ଦ୍ଦେଶ ଦେଇଛନ୍ତି ।