Wednesday, April 22, 2026 09:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସ୍ମୃତି ଇରାନୀଙ୍କୁ ଜବାବ ଦେଲେ ପାଣ୍ଡିଆନ୍

ଯାଜପୁର ଲୋକସଭା କ୍ଷେତ୍ରରେ ପ୍ରଚାର

by Our Correspondent
25 May, 2024- 09:01 PM
in Latest News, News, Politics
1 min read
0
ସ୍ମୃତି ଇରାନୀଙ୍କୁ ଜବାବ ଦେଲେ ପାଣ୍ଡିଆନ୍

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଯାଜପୁର ଲୋକସଭା କ୍ଷେତ୍ରର ସୁକିନ୍ଦା, ଯାଜପୁର, ବିଞ୍ଝାରପୁର, ବରୀ, ଧର୍ମଶାଳା ଓ ବଡ଼ଚଣାରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଅନୁରୋଧ କରିଛନ୍ତି । ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫୦ ହଜାରରୁ ଏକ ଲକ୍ଷ ପର୍ଯ୍ୟନ୍ତ ମାର୍ଜିନରେ ଜିତାଇବାକୁ ସେ ଅନୁରୋଧ କରିଥିଲେ ।

ଆରମ୍ଭରୁ ବିଜେପି ଉପରେ ତୀବ୍ର ଆକ୍ରମଣ କରି ସେ କହିଲେ ଯେ, ବିଜେପିର ଆଭ୍ୟନ୍ତରୀଣ ସର୍ଭେ କହୁଛି ଯେ ସେମାନଙ୍କ ଟାର୍ଗେଟ୍ ହଉଛି ୩୦ଟି ଆସନ । ସେଥିରେ ପୁଣି ଧର୍ମଶାଳା ବି ଅଛି । ମୁଁ ବିନମ୍ରତାର ସହ କହୁଛି, ଓଡ଼ିଶାରେ ଯେତେ ଓଲଟା ପୋଲଟା କାମ କଲେ ବି ଧର୍ମଶାଳାରୁ ଆଶୀର୍ବାଦ କମିବ ନାହିଁ, କେବଳ ବଢ଼ିବ ।

ଧର୍ମଶାଳାରେ ସେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଶାଣିତ ଆକ୍ରମଣ କରି ତାଙ୍କ ପ୍ରତ୍ୟେକ ମନ୍ତବ୍ୟର କଡ଼ା ଜବାବ ଦେଇଥିଲେ । ସେ କହିଲେ ଯେ, ଆଜି କେନ୍ଦ୍ରମନ୍ତ୍ରୀ କେନ୍ଦ୍ରାପଡ଼ାରେ କହିଛନ୍ତି ଯେ ନବୀନ ବାବୁଙ୍କୁ ଲୋକ ଆଉ ଆଶୀର୍ବାଦ ଦେବେ ନାହିଁ । କେନ୍ଦ୍ରାପଡ଼ାରେ ସେମାନେ ବହୁତ ମାର୍ଜିନରେ ଜିତିବେ । କେନ୍ଦ୍ରମନ୍ତ୍ରୀ ଜାଣିବା ଉଚିତ ବିଜେପୁର ଉପ-ନିର୍ବାଚନରେ ଓ ୨୦୧୯ ସାଧାରଣ ନିର୍ବାଚନ ପାଇଁ ୨୦୧୮ରେ ସେ ଯେଉଁ ଆକଳନ କରି ଭାଷଣ ଦେଇଥିଲେ ସବୁ ଓଲଟା ହେଲା । ସ୍ମୃତି ଇରାନୀ ଯାହା କହନ୍ତି, ତାହା ଓଲଟା ଫଳ ଦିଏ । କେନ୍ଦ୍ରାପଡ଼ାରେ, ଧର୍ମଶାଳାରେ ସାରା ଓଡ଼ିଶାରେ ଆମେ ବିପୁଳ ମାର୍ଜିନରେ ଜିତିବୁ ।

ସେ ପୁଣି କହିଲେ ଯେ ସେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଥିଲେ । ଯଦି ଓଡ଼ିଶାରେ ୧୦ଟି Textile Park କରିଥାଆନ୍ତେ, ତା’ହେଲେ ତାଙ୍କ କଥା ଲୋକେ ଶୁଣିଥାନ୍ତେ । ସଂଖ୍ୟାଲଘୁ ବିଭାଗର ମନ୍ତ୍ରୀ ଥିଲେ । ଯଦି କେନ୍ଦ୍ରାପଡ଼ାରେ ସଂଖ୍ୟାଲଘୁମାନଙ୍କ ପାଇଁ କିଛି ସଂସ୍ଥା କରିଥାନ୍ତେ, ତା’ହେଲେ ଲୋକ ଶୁଣିଥାନ୍ତେ । ମହିଳା ଓ ଶିଶୁବିକାଶ ବିଭାଗର ମନ୍ତ୍ରୀ ଅଛନ୍ତି । କିନ୍ତୁ କେନ୍ଦ୍ର ଅଙ୍ଗନବାଡ଼ି କର୍ମୀମାନଙ୍କୁ କେନ୍ଦ୍ର ଯାହା ଦଉଛି, ଆମେ ଚାରି ୪ ଗୁଣ ଦଉଛୁ ।

କେନ୍ଦ୍ରର ଡବଲ ଇଞ୍ଜିନ ଓ ନବୀନ ଇଞ୍ଜିନ ସରକାର ମଧ୍ୟରେ ତୁଳନାତ୍ମକ ଚିତ୍ର ରଖି, ପାଣ୍ଡିଆନ କହିଲେ ଯେ, ଅଙ୍ଗନବାଡ଼ି କର୍ମୀଙ୍କୁ କେନ୍ଦ୍ର ଦଉଛି ୨୭୦୦, ଆମେ ଦଉଛୁ ୧୦ ହଜାର, କେନ୍ଦ୍ର ଯୋଜନାରେ ଗର୍ଭବତୀ ମା’ମାନେ ୬ ହଜାର ଟଙ୍କା ପାଉଥିବା ବେଳେ, ଆମେ ଦଉଛୁ ୧୦ ହଜାର ଟଙ୍କା । ସାମାଜିକ ସୁରକ୍ଷା ଭତ୍ତା କେନ୍ଦ୍ର ଦଉଛି ମାତ୍ର ୩୦୦, ଆମେ ଦଉଛୁ ୧୦୦୦ ।

ବିରୋଧିଙ୍କୁ ତୀବ୍ର ଆକ୍ରମଣ କରି ସେ କହିଲେ ଯେ, ନିର୍ବାଚନ ସମୟରେ ବିରୋଧିମାନେ ଆସିବେ । ମିଠା ମିଠା କଥା କହିବେ, ମିଛ କଥା କହିବେ, ଅପପ୍ରଚାର କରିବେ, କୁମ୍ଭୀର କାନ୍ଦଣା କାନ୍ଦିବେ, ଆପଣମାନେ ସତର୍କ ରୁହନ୍ତୁ ।

ସେମାନେ ଆସୁଛନ୍ତି ଆମ ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦଉଛନ୍ତି । ମତେ ଗାଳି ଦେଲେ ଚଳିବ । କିନ୍ତୁ ଓଡ଼ିଶାବାସୀଙ୍କ ପ୍ରିୟ ଜନନେତାଙ୍କୁ ଗାଳି ଦେଲେ ଆପଣମାନେ ସହିବେ କି ? ଆମେ ସମସ୍ତେ ଏକ ହୋଇ ଏହାର ମୁହଁତୋଡ଼ ଜବାବ ଦେବା ।

ସୁଭଦ୍ରା ଯୋଜାନାରେ ୫୦ ହଜାର ଟଙ୍କା ଦେବେ ବୋଲି ସେମାନେ ଏବେ କହୁଛନ୍ତି । ୨୦୧୪ ର ପ୍ରତିଶ୍ରୁତି କୁଆଡ଼େ ଗଲା ? ୧୫ ଲକ୍ଷ ଟଙ୍କାର ପ୍ରତିଶ୍ରୁତି କଣ ହେଲା ବୋଲି ସେ ପ୍ରଶ୍ନ ପଚାରିଥିଲେ । ସେମାନେ କେବଳ ଭୋଟ ରାଜନୀତି କରୁଛନ୍ତି, ଆମ ମୁଖ୍ୟମନ୍ତ୍ରୀ ସେବା ମନୋଭାବରେ କାମ କରୁଛନ୍ତି ।

ମୁଖ୍ୟମନ୍ତ୍ରୀ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ପରିବାରର ସଦସ୍ୟ ଭାବେ ଗ୍ରହଣ କରି ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି । ଯେଉଁ ଯୋଗ୍ୟ ହିତାଧିକାରୀ ଘର ପାଇନାହାନ୍ତି, ରାସନକାର୍ଡ ପାଇନାହାନ୍ତି, ସେମାନଙ୍କୁ ଘର ଓ ରାସନକାର୍ଡ ମିଳିବ । କୋଭିଡ ସମୟରେ ପ୍ରତିଜୀବନ ମୁଲ୍ୟବାନ୍‍ ନୀତିରେ ମୁଖ୍ୟମନ୍ତ୍ରୀ ବହୁ ଜୀବନ ବଞ୍ଚାଇଦେଲେ । ସାରା ଭାରତବର୍ଷରେ ସବୁଠୁ କମ୍‍ ମୃତ୍ୟୁ ଓଡ଼ିଶାରେ ହୋଇଥିଲା । ଆଗରୁ ବନ୍ୟା, ବାତ୍ୟା, ପ୍ରାକୃତିକ ବିପର୍ଯ୍ୟୟରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଥିଲା, ଏବେ ଯାହା ଆସିଲେ ମଧ୍ୟ କିଛି ଅସୁବିଧା ନାହିଁ, ଆମ ପାଖରେ ନବୀନ ବାବୁ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କଠିନ ପରିଶ୍ରମ ଆମ ସମସ୍ତଙ୍କ ପାଇଁ ପ୍ରେରଣା ।

ସ୍ଥାନୀୟ ନେତାମାନଙ୍କୁ ପ୍ରଶଂସା କରି ସେ କହିଲେ ଯେ, ବବିବାବୁ ଏ ଦଳ ଓ ରାଜ୍ୟ ପାଇଁ ବହୁତ ପରିଶ୍ରମ କରୁଛନ୍ତି । ବବିବାବୁ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସେନାପତି । ମୁଖ୍ୟମନ୍ତ୍ରୀ ଯାଜପୁର ଓ ବବିବାବୁଙ୍କୁ ବହୁତ ଭଲ ପାଆନ୍ତି । ଆପଣଙ୍କ ବିଧାୟକ ଡାନୀ ବାବୁ ଆପଣଙ୍କ ଅଞ୍ଚଳର ଉନ୍ନତି ପାଇଁ ବହୁତ କାମ କରୁଛନ୍ତି, ଦିନରାତି ୨୪ ଘଣ୍ଟା ପରିଶ୍ରମ କରି ଆପଣମାନଙ୍କ ସେବା କରୁଛନ୍ତି ।

ସେ ପୁଣି କହିଲେ ଯେ, ଆସ୍କାରେ ଗତଥର ମୁଖ୍ୟମନ୍ତ୍ରୀ ଜଣେ ମିଶନଶକ୍ତି ମା’ଙ୍କୁ ଲୋକସଭା ସାଂସଦ କରିଥିଲେ । ବବିବାବୁ ଜଣେ ମିଶନଶକ୍ତି ମା’ଙ୍କୁ ଏଠାରେ ପ୍ରାର୍ଥୀ କରିଛନ୍ତି । ନେତା ଯେମିତି, ସେନାପତି ସେମିତି ।

ବିଞ୍ଝାରପୁରରେ ସେ କହିଲେ ଯେ, ଏଠି ମାନ୍ୟବର ବାଚସ୍ପତି ମ୍ୟାଡାମ ଆପଣଙ୍କ ବିଧାୟିକା ପ୍ରାର୍ଥୀ, ସେ ଜଣେ ଦକ୍ଷ ଓ ଅଭିଜ୍ଞ ନେତ୍ରୀ, ବିକାଶ କାମ ଓ ଲୋକଙ୍କ କାମ କେମିତି କରିବାକୁ ହୁଏ ସେ ଭଲଭାବରେ ଜାଣିଛନ୍ତି ।

ବିଜେପି ଦଳ ୧୦ ପ୍ରତିଶତ ମଧ୍ୟ ମହିଳା ପ୍ରାର୍ଥୀ ଦେଇନାହାନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ୩୩ ପ୍ରତିଶତରୁ ଅଧିକ ମା’ମାନଙ୍କୁ ପ୍ରାର୍ଥୀ କରିଛନ୍ତି । ଏଠାରେ ଆପଣଙ୍କ ବିଧାନସଭା ଓ ଲୋକସଭା-ଉଭୟ ପ୍ରାର୍ଥୀ ହେଉଛନ୍ତି ‘ମା’ । ମା’ମାନଙ୍କ ଜୋରଦାର ଆଶୀର୍ବାଦରେ ସେମାନେ ବିପୁଳ ଭୋଟରେ ଜିତିବେ । ଆପଣମାନଙ୍କ ପାଇଁ ଏଠି ଦୁଇଜଣ ମା ଅଛନ୍ତି, ଆପଣଙ୍କ ସୁଖଦୁଃଖରେ ସବୁବେଳେ ରହିଛନ୍ତି । ବାଚସ୍ପତି ମ୍ୟାଡମ ବନ୍ୟାବାତ୍ୟା ସମୟରେ ବହୁତ କାମ କରନ୍ତି, ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ଦିନରାତି ଲାଗିଥାନ୍ତି । ଆପଣମାନଙ୍କ ଆଶୀର୍ବାଦରେ ଆମେ ବହୁ ଭୋଟରେ ଜିତିବୁ । ଆମେ ଲୋକଙ୍କ ଏମିତି ସେବା କରିବା । ଯେପରି ବିରୋଧି ଦଳ ଆଗାମୀ ଦିନରେ ନାମାଙ୍କନ କରିବା ପାଇଁ ମଧ୍ୟ ଡରିବେ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ ।

Previous Post

ବଡ ପରାଜୟ ଆଡକୁ ଗତି କରୁଛି ଓଡିଶା ବିଜେପି: ବିଜେଡି

Next Post

ମାଟ୍ରିକ୍ ରେଜଲ୍ଟ: ପାସ୍ ହାର ୯୬.୦୭%

Next Post
ମାଟ୍ରିକ୍ ରେଜଲ୍ଟ: ପାସ୍ ହାର ୯୬.୦୭%

ମାଟ୍ରିକ୍ ରେଜଲ୍ଟ: ପାସ୍ ହାର ୯୬.୦୭%

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA