Wednesday, September 30, 2026 05:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଟାଇମ୍‌ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗର ଶ୍ରେଷ୍ଠ ୨୦୧+ ବିଶ୍ୱବିଦ୍ୟାଳୟ ତାଲିକାରେ କିଟ୍‍

ରିଡିଉସିଂ ଇନ୍ଇକ୍ୱାଲିଟିଜ୍‍ ମାନଦଣ୍ଡରେ ବିଶ୍ୱର ୮୬ ରାଙ୍କରେ ବି କିଟ୍‍

by Our Correspondent
22 Apr, 2021- 09:55 PM
in Latest News
1 min read
0
ଟାଇମ୍‌ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗର ଶ୍ରେଷ୍ଠ ୨୦୧+ ବିଶ୍ୱବିଦ୍ୟାଳୟ ତାଲିକାରେ କିଟ୍‍

ଭୁବନେଶ୍ୱର: ଟାଇମସ୍‍ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ-୨୦୨୧ରେ କିଟ୍‍ ବିଶ୍ୱବିଦ୍ୟାଳୟ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି। ବୁଧବାର ଟାଇମସ୍‍ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ ୨୦୨୧ ପ୍ରକାଶ ପାଇଛି। ପ୍ରତିବର୍ଷ ଟାଇମସ୍‍ ହାଇଅର ଏଜୁକେସନ୍‍ ପକ୍ଷରୁ ବିଶ୍ୱର ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନେଇ ବିଭିନ୍ନ ରାଙ୍କିଙ୍ଗ କରାଯାଇଥାଏ। ଏଥିରେ ବିଶ୍ୱର ସମସ୍ତ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଥାନ୍ତି। ବିଶ୍ୱରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ଜାତିସଂଘର ଶତତ ବିକାଶ ଲକ୍ଷ୍ୟ (ଏସଡ଼ିଜି) ହାସଲ ଦିଗରେ କେତେ ପରିମାଣରେ କାର୍ଯ୍ୟ କରୁଛନ୍ତି ତାହାକୁ ଭିତ୍ତିକରି ଟାଇମସ ହାଇଅର୍‍ ଏଜୁକେସନ୍‍ ପକ୍ଷରୁ ଇମ୍ପାକ୍ଟ ରାଙ୍କିଙ୍ଗ କରାଯାଇଥାଏ। ଏସଡ଼ିଜିର ଉଦ୍ଦେଶ୍ୟକୁ ପୂରଣ କରୁଥିବାରୁ କିଟକୁ ଏହି ଇମ୍ପାକ୍ଟ ରାଙ୍କ ପ୍ରଦାନ କରାଯାଇଛି। ଏଥିପାଇଁ ଚଳିତବର୍ଷ କିଟକୁ ସାମଗ୍ରିକ ଇମ୍ପାକ୍ଟ୍ ରାଙ୍କିଙ୍ଗରେ ୨୦୧+ ରାଙ୍କ ମିଳିଛି । ପୂର୍ବବର୍ଷ କିଟ୍‍ ୫୦୧+ ରାଙ୍କରେ ଥିଲା।

ସାମଗ୍ରିକ ଇମ୍ପାକ୍ଟ ରାଙ୍କିଙ୍ଗରେ କିଟକୁ ୨୦୧+ ରାଙ୍କ ମିଳିଥିବା ବେଳେ ଏସଡ଼ିଜିର ‘ରିଡିଉସିଂ ଇନ୍ଇକ୍ୱାଲିଟିଜ୍‍’ ମାନଦଣ୍ଡରେ କିଟ୍‍ ସମଗ୍ର ବିଶ୍ୱରେ ୮୬ତମ ସ୍ଥାନରେ ରହିଛି । ଏହା ଦ୍ୱାରା ଅତିକମରେ ଗୋଟିଏ ମାନଦଣ୍ଡରେ ବିଶ୍ୱର ୧୦୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିପାରିଛି କିଟ୍‍। ସେହିପରି ପାର୍ଟନର୍‍ ଫର୍‍ ଦି ଗୋଲସ ମାନଦଣ୍ଡରେ ବିଶ୍ୱ ତାଲିକାର ୧୦୧+ ରାଙ୍କ, ଗୁଣାତ୍ମକ ଶିକ୍ଷା ମାନଦଣ୍ଡରେ ୨୦୧+ ଏବଂ ପିସ୍‍, ଜଷ୍ଟିସ୍‍ ଆଣ୍ଡ ଷ୍ଟ୍ରଙ୍ଗ ଇନଷ୍ଟିଚ୍ୟୁସନ ମାନଦଣ୍ଡରେ କିଟ୍‍ ୨୦୧+ ରାଙ୍କରେ ରହିଛି । ଭାରତର ପୂର୍ବାଞ୍ଚଳରେ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କିଟ୍‍ ଏହି ରାଙ୍କ ପାଇବାର ଗୌରବ ଅର୍ଜନ କରିଛି । ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ଟାଇମସ ହାଇଅର୍‍ ଏଜୁକେସନ୍‍ ପକ୍ଷରୁ କିଟକୁ ‘ୱାର୍କ ପ୍ଲେସ୍ ‍ ଅଫ୍‍ ଦି ଇଅର୍‍’ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି ସମ୍ମାନଜନକ ବିଶ୍ୱ ରାଙ୍କିଙ୍ଗରେ କିଟ୍‍ ସ୍ଥାନ ପାଇଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ମିଳିତ ଜାତିସଂଘର ଶତତ ବିକାଶ ଲକ୍ଷ୍ୟ (ଏସଡ଼ିଜି) ଆଧାରରେ ସମଗ୍ର ବିଶ୍ୱର ବିଶ୍ୱବିଦ୍ୟାଳୟଗୁଡ଼ିକୁ ନେଇ ଟାଇମସ୍‍ ହାଇଅର ଏଜୁକେସନ୍‍ ପକ୍ଷରୁ କରାଯାଇଥିବା ଇମ୍ପାକ୍ଟ ରାଙ୍କିଙ୍ଗ ବିଶ୍ୱର ଏକମାତ୍ର ପ୍ରଦର୍ଶନ ତାଲିକା। ଗବେଷଣା, ଆଉଟରିଚ, ଷ୍ଟିୱାର୍ଡସିପ୍‍ ଓ ଶିକ୍ଷାଦାନ ଭଳି ୪ଟି ପ୍ରମୁଖ ମାନଦଣ୍ଡକୁ ନେଇ ଟାଇମସ ହାଇଅର ଏଜୁକେସନ୍‍ ପକ୍ଷରୁ ବିଶ୍ୱବିଦ୍ୟାଳୟଗୁଡ଼ିକର ମୂଲ୍ୟାୟନ କରାଯାଇଥିଲା ।

କିଟ୍‍ ର ଏହି ସଫଳତାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିଛନ୍ତି । କିଟ୍‍ ବିଶ୍ୱବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା ସହ ସାମାଜିକ ଗୁରୁ ଦାୟିତ୍ୱ ନିଭାଇ ଆସୁଥିବାରୁ ଏହା ସମ୍ଭବ ହୋଇପାରିଛି। ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ଉନ୍ନତ ପ୍ରଦର୍ଶନ ଦିଗରେ କିଟ୍‍ ଉଦ୍ୟମ ଜାରି ରଖିବ ବୋଲି ସେ କହିଛନ୍ତି।

Previous Post

କ୍ୟାପିଟାଲ ରିଜିଅନ ରିଙ୍ଗ୍‌ ରୋଡ୍‌ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

Next Post

ବିଶ୍ୱକେଶନ ପିପିଲି କଂଗ୍ରେସ ପ୍ରାର୍ଥୀ

Next Post
ବିଶ୍ୱକେଶନ ପିପିଲି କଂଗ୍ରେସ ପ୍ରାର୍ଥୀ

ବିଶ୍ୱକେଶନ ପିପିଲି କଂଗ୍ରେସ ପ୍ରାର୍ଥୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA