Monday, June 29, 2026 09:52 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିସ୍‍: ସତ୍ୟ ଏସ୍‍ ତ୍ରିପାଠୀ କୁଳାଧିପତି, ପ୍ରଫେସର ଦୀପକ ବେହେରା କୁଳପତି

ବିଶ୍ୱବିଦ୍ୟାଳୟରେ ପ୍ରମୁଖ ବ୍ୟକ୍ତିଙ୍କ ଯୋଗଦାନ

by Our Correspondent
09 May, 2021- 08:57 PM
in Latest News, News
1 min read
0
କିସ୍‍: ସତ୍ୟ ଏସ୍‍ ତ୍ରିପାଠୀ କୁଳାଧିପତି, ପ୍ରଫେସର ଦୀପକ ବେହେରା କୁଳପତି

ଭୁବନେଶ୍ୱର: କିସ୍‍ ବିଶ୍ୱବିଦ୍ୟାଳୟର ବିଭିନ୍ନ ପଦପଦବୀରେ ବିଶିଷ୍ଟ ଲବ୍‍ଧ ପ୍ରତିଷ୍ଠିତ ବ୍ୟକ୍ତି ତଥା ଶିକ୍ଷାବିତ୍‍ ଯୋଗ ଦେଇଛନ୍ତି। ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିଥିବା ସୁନାମ ଧନ୍ୟ ଓଡ଼ିଆ ପୁଅ କଟକ ଜିଲ୍ଲାର ଅଧିବାସୀ ସତ୍ୟ ଏସ୍‍ ତ୍ରିପାଠୀ କିସ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ଯୋଗ ଦେଇଛନ୍ତି।

ମିଳିତ ଜାତିସଂଘର ପୂର୍ବତନ ସହକାରୀ ମହାସଚିବ ତଥା ଗ୍ଲୋବାଲ୍‍ ଆଲଏନ୍‍ସ ଫର୍‍ ସଷ୍ଟେନେବଲ୍‍ ପ୍ଲାନେଟ୍‍ର ମହାସଚିବ ଶ୍ରୀ ତ୍ରିପାଠୀ ୧୯୯୮ରୁ ଦୀର୍ଘ ଦୁଇ ଦଶନ୍ଧୀ ଧରି ଜାତିସଂଘରେ ବିଭିନ୍ନ ପଦପଦବୀରେ ରହି ସେବା ଯୋଗାଇ ଦେଇ ଆସୁଛନ୍ତି। ଜାତିସଂଘର ଶତତ ବିକାଶ କାର୍ଯ୍ୟକ୍ରମ, ଜଳବାୟୁ ପରିବର୍ତ୍ତନ, ମାନବ ଅଧିକାର, ଗଣତାନ୍ତ୍ରିକ ସରକାର ଓ ଆଇନ ବ୍ୟାପାର ଉପରେ କାର୍ଯ୍ୟ କରିଆସୁଛନ୍ତି । ଅର୍ଥନୀତି ଓ ଆଇନ୍‍ କ୍ଷେତ୍ରରେ ମଧ୍ୟ ତାଙ୍କର ଦୀର୍ଘ ୪୦ବର୍ଷର ଅଭିଜ୍ଞତା ରହିଛି ।

ଡ. ଉପେନ୍ଦ୍ର ତ୍ରିପାଠୀ( ଉପକୁଳାଧିପତି): ପ୍ରାକ୍ତନ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଗଞ୍ଜାମ ଜିଲ୍ଲାରେ ଜନ୍ମିତ ଡ. ଉପେନ୍ଦ୍ର ତ୍ରିପାଠୀ କିସ୍‍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ଭାବେ ଯୋଗ ଦେଇଛନ୍ତି। ଡ. ତ୍ରିପାଠୀ ଭାରତ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି କାର୍ଯ୍ୟ କରିଛନ୍ତି। ନିଜର କାର୍ଯ୍ୟ ଦକ୍ଷତା ସକାଶେ ସେ ଅନେକ ପୁରସ୍କାର ପାଇଛନ୍ତି।

ପ୍ରଫେସର ଦୀପକ ବେହେରା( କୁଳପତି): ବିଶିଷ୍ଟ ଶିକ୍ଷାବିତ୍‍ ତଥା ନୃତତ୍ତ୍ୱବିତ୍‍ ସମ୍ବଲପୁର ଜିଲ୍ଲାର ଅଧିବାସୀ ପ୍ରଫେସର ଦୀପକ ବେହେରା କିସ୍‍ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଯୋଗ ଦେଇଛନ୍ତି। ପୂର୍ବରୁ ସେ ତିନୋଟି ବିଶ୍ୱବିଦ୍ୟାଳୟ ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିବା ସହ ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହେବାର ଗୌରବ ଅର୍ଜ୍ଜନ କରିଥିଲେ। କାଲିଫର୍ଣ୍ଣିଆ ଷ୍ଟେଟ୍‍ ୟୁନିଭରସିଟିରେ ଫୁଲବ୍ରାଇଟ୍‍ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ କରିଥିବା ପ୍ରଫେସର ବେହେରା ନୃତତ୍ତ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି।

ପ୍ରଫେସର ପୀତବାସ ସାହୁ( ଉପକୁଳପତି): ଶିକ୍ଷାବିତ୍‍ ତଥା ଜଣେ ଦକ୍ଷ ଗବେଷକ ଭାବେ ଦୀର୍ଘ ଅଭିଜ୍ଞତା ଥିବା ତାମିଲ୍‍ନାଡୁସ୍ଥିତ ରାଜୀବ ଗାନ୍ଧୀ ନ୍ୟାସ୍‍ନାଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ୟୁଥ ଡେଭେଲପ୍‍ମେଣ୍ଟର ଡେଭେଲପ୍‍ମେଣ୍ଟ ବିଭାଗ ପ୍ରାକ୍ତନ ଡିନ୍‍ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଅଧିବାସୀ ପ୍ରଫେସର ପୀତବାସ ସାହୁ କିସ୍‍ ବିଶ୍ୱବିଦ୍ୟାଳୟର ଉପକୁଳପତି ଭାବେ ଯୋଗ ଦେଇଛନ୍ତି। ଜନଜାତି ବିକାଶ, ରିଜିଓନାଲ୍‍ ଷ୍ଟଡିଜ୍‍, ଗ୍ରାମ ଉନ୍ନୟନ, ଶତତ ବିକାଶ ଓ ସାମାଜିକ କାର୍ଯ୍ୟ କ୍ଷେତ୍ରରେ ତାଙ୍କର ଦୀର୍ଘ ୨୦ବର୍ଷରୁ ଊର୍ଦ୍ଧ୍ୱ ଅବଧିର ଅଭିଜ୍ଞତା ରହିଛି। ଏହା ବ୍ୟତୀତ ତାଙ୍କର ୟୁଏନ୍‍ଡିପି, ଡବ୍ଲୁଏଫ୍‍ପି, ଏନ୍‍ଡଆର୍‍ଏଡି, ବିଶ୍ୱବ୍ୟାଙ୍କ ଓ ଡିଏଫ୍‍ଆଇଡି ଆଦି ଅନୁଷ୍ଠାନରେ କାର୍ଯ୍ୟ କରିବାର ଦକ୍ଷତା ରହିଛି।

ଡ. କାହ୍ନୁ ଚରଣ ମାହାଲି( ମହାନିର୍ଦ୍ଦେଶକ): ତାମିଲନାଡ଼ୁ କ୍ୟାଡର୍‍ର ଅବସରପ୍ରାପ୍ତ ଭାରତୀୟ ପୋଲିସ୍‍ ପ୍ରଶାସନିକ ଅଧିକାରୀ ଅତିରିକ୍ତ ଡିଜି ରାଙ୍କର ଡ. କାହ୍ନୁ ଚରଣ ମାହାଲି ଅବସର ପରେ କିସ୍‍ ବିଶ୍ୱବିଦ୍ୟାଳୟର ମହାନିର୍ଦ୍ଦେଶକ ଭାବେ ଯୋଗ ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲାର ଏକ ଜନଜାତି ପରିବାରରେ ଜନ୍ମିତ ଏହି ଓଡ଼ିଆ ବ୍ୟକ୍ତି ଜଣେ ଦକ୍ଷ ପ୍ରଶାସକ ଭାବେ ମଧ୍ୟ ସୁନାମ ଅର୍ଜନ କରିଛନ୍ତି। ଉଭୟ ପୋଲିସ୍‍ ପ୍ରଶାସନିକ ସେବା ସହ ଭାରତୀୟ ବନ ସେବା ବିଭାଗରେ ଡ. ମାହାଲିଙ୍କର ଦୀର୍ଘ ୩୪ ବର୍ଷର ଅଭିଜ୍ଞତା ରହିଛି।

କିସ୍‍ ରେ  ଏହି ସମସ୍ତ ସମ୍ମାନଜନକ ପଦପଦବୀରେ ଯୋଗ ଦେଇଥିବା ଲବ୍‍ଧ ପ୍ରତିଷ୍ଠିତ ପ୍ରଶାସକ ତଥା ଶିକ୍ଷାବିତ୍‍ମାନଙ୍କୁ କିସ୍‍ ଛାତ୍ର ସଂଘ, କିସ୍‍ ପୁରତନ ଛାତ୍ର ସଂଘ, କିସ୍‍ ଆଦିବାସୀ ଅଭିଭାବକ ସଂଘ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Previous Post

ଆଉ ନାହାନ୍ତି ରଘୁନାଥ ମହାପାତ୍ର

Next Post

ବିିଦେଶରୁ ଟିକା କିଣିବେ ଓଡ଼ିଶା ସରକାର

Next Post
ବିିଦେଶରୁ ଟିକା କିଣିବେ ଓଡ଼ିଶା ସରକାର

ବିିଦେଶରୁ ଟିକା କିଣିବେ ଓଡ଼ିଶା ସରକାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA