Sunday, June 15, 2025 01:19 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କିସ୍‌ରେ ମହାଅଭିଭାବକ ସମ୍ମିଳନୀ

ଏକଜୁଟ ହେଲେ୧ଲକ୍ଷ ଜନଜାତି ଅଭିଭାବକ

by Our Correspondent
22 Jan, 2023- 06:33 PM
in Latest News, News
1 min read
0
କିସ୍‌ରେ ମହାଅଭିଭାବକ ସମ୍ମିଳନୀ

ଭୁବନେଶ୍ୱର: ଚଳିତବର୍ଷ କିସ୍ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ଆଜି ଏକ ମହାଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡି଼ଶାର ୩୦ଜିଲ୍ଲାରୁ ୬୦ହଜାର ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଓ ୩୦ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ କିସରେ ୧ଲକ୍ଷ ଜନସମାଗମ ହୋଇଥିଲା। ଅଭିଭାବକମାନେ ଯେପରି ସୁରୁଖୁରୁରେ ପହଞ୍ଚି ସମ୍ମିଳନୀରେ ଯୋଗଦେବେ ସେଥିପାଇଁ କିସ୍‍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ସେମାନଙ୍କ ରହିବାଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସବୁକିଛି ସୁଚାରୁ ରୂପେ ବ୍ୟବସ୍ଥିତ କରାଯାଇଥିଲା। ଦୂର ଦୂରାନ୍ତରୁ ଆଜି ସକାଳୁ ଅଭିଭାବକମାନେ କିସରେ ପହଞ୍ଚିଥିଲେ। ଅଭିଭାବକମାନେ ଯେପରି ସୁରୁଖୁରୁରେ ସେମାନଙ୍କ ପିଲାମାନଙ୍କ ଭଲମନ୍ଦ ବୁଝିପାରିବେ ସେଥିପାଇଁ କିସ୍‍ ପରିସରରେ ଜିଲ୍ଲାୱାରୀ ଷ୍ଟଲ୍‍ମାନ ଖୋଲାଯାଥିଲା।

ସମ୍ମିଳନୀରେ ସମସ୍ତ ଜନଜାତି ଅଭିଭାବକ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଶ୍ରୀ ସାମନ୍ତ କିସ୍‍କୁ ଏକ ସଫଳ ଅନୁଷ୍ଠାନରେ ପରିଣତ କରିବା ସହ କିସରେ ପଢ଼ୁଥିବା ପ୍ରତ୍ୟେକଟି ପିଲାକୁ ଜଣେ ଜଣେ ସଫଳ ମଣିଷ କରି ଗଢ଼ି ତୋଳିଛନ୍ତି ବୋଲି ସେମାନେ କହିଥିଲେ। ଗତ ୩୦ ବର୍ଷ ମଧ୍ୟରେ ବହୁ ବାଧାବିଘ୍ନ ଆସିଥିଲେ ମଧ୍ୟ ଶ୍ରୀ ସାମନ୍ତ ସେଥିପ୍ରତି ଭ୍ରୁକ୍ଷେପ ନକରି ଜନଜାତିଙ୍କ ସେବାରେ ନିରନ୍ତର ନିଜକୁ ନିୟୋଜିତ କରିଛନ୍ତି। ଫଳରେ କିସ୍‍ ଆଜି ୩୦ ବର୍ଷର ଏକ ସଫଳ ଅନୁଷ୍ଠାନ। ୩୦ ହଜାର ଛାତ୍ରଛାତ୍ରୀ ଏଠାରୁ ଉତ୍ତୀର୍ଣ୍ଣ ହୋଇସାରିଲେଣି, ଏବେ ଏଠାରେ ୩୦ ହଜାର ପିଲା ପଢ଼ୁଛନ୍ତି ଏବଂ କିସ୍‍ର ବିଭିନ୍ନ ଶାଖା କ୍ୟାମ୍ପସରେ ୧୦ ହଜାର ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଶ୍ରୀ ସାମନ୍ତଙ୍କୁ ତାଙ୍କ ଉତ୍ସର୍ଗୀକୃତ ଜୀବନ ପାଇଁ ଧନ୍ୟବାଦ ଜଣାଇବା ସହ ଜନଜାତି ଅଭିଭାବକମାନେ ଶ୍ରୀ ସାମନ୍ତଙ୍କୁ ଓଡ଼ିଶାର ପ୍ରତି ଜିଲ୍ଲାରେ କୃତଜ୍ଞତା ଜଣାଇବେ ବୋଲି ଆଜି ଘୋଷଣା କରିଥିଲେ।

ଅଭିଭାବକଙ୍କୁ ସମ୍ବୋଧିତ କରି କିସ୍‍ ଓ କିଟ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, କିସ୍‍ ଆଜି ୩୦ବର୍ଷରେ ପଦାର୍ପଣ କରିଥିବା ବେଳେ ଏହା ସମଗ୍ର ବିଶ୍ୱରେ ଏକମାତ୍ର ଜନଜାତି ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିବାର ସୌଭାଗ୍ୟ ହାସଲ୍‍ କରିଛି। ଆଜି କିସ୍‍ର ଅଧ୍ୟୟନରତ ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ୭୦ହଜାର ଛାତ୍ରଛାତ୍ରୀ ଓଡ଼ିଶାର ଜନଜାତି ଅଧ୍ୟୁଷିତ ଗାଆଁଗୁଡ଼ିକରେ ଶିକ୍ଷାର ବାର୍ତ୍ତାବହ ପାଲଟିଛନ୍ତି। କିସ୍‍ ଆଜି ସମଗ୍ର ଜନଜାତି ସଂପ୍ରଦାୟ ମଧ୍ୟରେ ଏକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ଶ୍ରୀ ସାମନ୍ତ କହିଥିଲେ। ଏହି ଅବସରରେ ସେ ସମସ୍ତ ଅଭିଭାବକ ସର୍ବୋପରି ଜନଜାତି ଲୋକଙ୍କ ସହଯୋଗ କାମନା କରିଥିଲେ।

ଏହି ସମ୍ମିଳନୀର ମୁଖ୍ୟ ଆକର୍ଷଣ ଥିଲା ସାମୁହିକ ମଧ୍ୟାହ୍ନ ଭୋଜନ। ୧ଲକ୍ଷ ଲୋକ ଆଜି କିସରେ ଏକାଠି ମଧ୍ୟାହ୍ନ ଭୋଜନ କରିବା ଏକ ଅନନ୍ୟ ପରିବେଶ ସୃଷ୍ଟି କରିଥିଲା।

ଏହି ମହାସମାବେଶରେ ଅନ୍ୟମାନଙ୍କ ମଧ୍ୟରେ କିସ୍‍ ଓ କିଟ୍‍ର ସଭାପତି ଶାଶ୍ୱତୀ ବଳ, ସଂପାଦକ ଆର ଏନ୍‍ ଦାଶ, କିସ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପି କେ ରାଉତରାୟ ଓ ରାଜ୍ୟସଭା ସାଂସଦ ତଥା ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଭାର ମହାସଚିବ ନିରଞ୍ଜନ ବିଶି ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ଅଚିହ୍ନା ଶବପାଇଁ ସାହାରା ସାଜିଲା ‘ଶେଷ ସାଥି’

Next Post

ହକି ବିଶ୍ୱକପ୍: ପଦକ ଦୌଡ଼ରୁ ଭାରତ ଆଉଟ୍

Next Post
ହକି ବିଶ୍ୱକପ୍: ପଦକ ଦୌଡ଼ରୁ ଭାରତ ଆଉଟ୍

ହକି ବିଶ୍ୱକପ୍: ପଦକ ଦୌଡ଼ରୁ ଭାରତ ଆଉଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19058 shares
    Share 7623 Tweet 4765
  • ନବୀନ..ନବୀନ, ମୋହନ..ମୋହନ

    16582 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5779 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5464 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA