Sunday, June 15, 2025 01:39 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ମଣିପୁର ଲଜ୍ଜା: ୭୭ ଦିନ ପରେ ହେଜିଲେ

by Our Correspondent
20 Jul, 2023- 08:16 PM
in Crime, Latest News, National, News
1 min read
0
ମଣିପୁର ଲଜ୍ଜା: ୭୭ ଦିନ ପରେ ହେଜିଲେ

ନୂଆଦିଲ୍ଲୀ/ଭୁବନେଶ୍ୱର: ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦେବା ପରେ ଦୁର୍ବୁତ୍ତମାନେ ସେମାନଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେଉଛନ୍ତି । ମୋବାଇଲ୍ କ୍ୟାମେରାରେ ଏହି ଦୃଶ୍ୟର ଫଟୋ ଉଠାଉଛନ୍ତି । ଭାଇରାଲ୍ ହୋଇଥିବା ଏହି ଭୟାନକ, ଘୃଣ୍ୟ ଓ ବୀଭତ୍ସ ଦୃଶ୍ୟ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଘଟଣାଟି ଦେଶବାସୀଙ୍କ ମୁହଁକୁ ଲଜ୍ଜାରେ ତଳକୁ ନୂଆଁଇ ଦେଇଛି ।

ଘଟଣାର ୭୭ ଦିନ ପରେ ଯାଇ ମଣିପୁର ପୁଲିସଠାରୁ ଆରମ୍ଭ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚେତା ପଶିଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟଥିତ ହୋଇଥିବା ବେଳେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ଏହି ମର୍ମସ୍ପର୍ଶୀ ଏବଂ ହୃଦୟ ବିଦାରକ ଘଟଣା ଘଟିଥିଲା ଗତ ମେ ୪ ତାରିଖରେ । ରାଜଧାନୀ ଇମ୍ଫାଲଠାରୁ ୩୫ କିମି ଦୂର କାଙ୍ଗପୋକପି ଜିଲ୍ଲାରେ । ପୂର୍ବଦିନଠାରୁ ମୈତେୟୀ ଓ କୁକି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିବାରୁ ସେଦିନ ମୈତେୟୀ ସମ୍ପ୍ରଦାୟର କିଛି ଲୋକ ହାତରେ ମାରଣାସ୍ତ୍ର ଧରି କୁକି-ଜୋ ସମ୍ପ୍ରଦାୟ ବସବାସ କରୁଥିବା ବି ଫାଇନମ ଗାଁରେ ପଶିଥିଲେ । ସେମାନଙ୍କ ଆସିବାର ଖବର ପୂର୍ବରୁ ପାଇ ଗ୍ରାମବାସୀମାନେ ଭୟରେ ଗାଁ ଛାଡ଼ି ପଳାଇ ଯାଇଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ଦୁଇ ମହିଳାଙ୍କ ପରିବାର ଗାଁ ଛାଡୁ ଛାଡୁ ଆକ୍ରମଣକାରୀଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ । ଜଣେ ମହିଳାଙ୍କ ବାପା ଓ ଭାଇକୁ ଆକ୍ରମଣକାରୀମାନେ ପିଟି ପିଟି ହତ୍ୟା କରିବା ପରେ ଅନ୍ୟ ମହିଳାଙ୍କ ସହ ତାଙ୍କୁ କାବୁ କରିନେଇଥିଲେ । ସଂଘବଦ୍ଧ ଲୋକମାନେ ସଂପୃକ୍ତ ଦୁଇ ମହିଳାଙ୍କୁ ଉଲ୍ଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ସହ ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁ ଅତ୍ୟାଚାର କରିଥିଲେ ।

ଏହି ଘଟଣା ବେଳେ ଅତି ପାଖରୁ ଏକ ଭ୍ୟାନ ଭିତରେ ଥିବା ୪ ଜଣ ପୁଲିସ ଏହି ଦୃଶ୍ୟ ଦେଖୁଥିଲେ । ମାତ୍ର ସେମାନେ ପ୍ରତିକ୍ରିୟାଶୂନ୍ୟ ଥିଲେ ବୋଲି ଜଣେ ପୀଡ଼ିତା ଜାତୀୟ ଗଣମାଧ୍ୟମରେ ବୟାନ ଦେଇଛନ୍ତି । ଏହା ସତ ହୋଇଥିଲେ ଏହି ବିଭତ୍ସ ଖବରଟି ପୁଲିସ ମୁଖିଆଙ୍କ ପାଖକୁ ନିଶ୍ଚିତ ଯାଇଥିବ ଏବଂ ରାଜ୍ୟ ସରକାର ନିଶ୍ଚିତ ଅବଗତ ହୋଇଥିବେ । ମାତ୍ର ଅପରାଧୀଙ୍କ ବିରୋଧରେ କାହିଁକି ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ବୋଲି ସମସ୍ତେ ପ୍ରଶ୍ନ କରିଛନ୍ତି ।

ଆହୁରି ଗର୍ହିତ କଥା ହେଲା, ଦୁର୍ବୃତ୍ତମାନେ ସୋସିଆଲ୍ ମିଡିଆରେ ଏହି ଭିଡିଓ ଛାଡ଼ିଥିଲେ ମଧ୍ୟ ମେ ୩ ତାରିଖରୁ ମଣିପୁରରେ ଇଣ୍ଟରନେଟ୍ ସେବା ବନ୍ଦ ରହିଥିବାରୁ ଏହା ମୋବାଇଲ୍ ରେ ବୁଲି ପାରି ନ ଥିଲା । ମୋବାଇଲ୍ ରୁ ମୋବାଇଲ୍ ଘୂରି ସଂପୃକ୍ତ ମହିଳାଙ୍କ ଇଜ୍ଜତ୍ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯିବା ପରେ ଯାଇ ଏବେ ପୁଲିସ ଆକ୍ସନ୍ କୁ ଆସିଛି । ଗତକାଲି ସମଗ୍ର ଦେଶରେ ଏହାକୁ ନେଇ ତୁମ୍ବିତୋଫାନ ଆରମ୍ଭ ହେଲା ମାତ୍ରେ ମଣିପୁର ପୁଲିସ ପକ୍ଷରୁ ଘଟଣା ସମ୍ପର୍କରେ ଟୁଇଟ୍ କରାଯାଇଥିଲା । ପୁଲିସ ମାମଲା ରୁଜୁ କରି ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛି ।

ମଣିପୁର ଲଜ୍ଜାର ଝଡ଼ ସାରା ଦେଶକୁ ଆଚ୍ଛାଦିତ କରିଥିବା ବେଳେ ଆଜିଠାରୁ ଆରମ୍ଭ ହୋଇଥିବା ପାର୍ଲିଆମେଣ୍ଟ ଅଧିବେସନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ଦେଶପାଇଁ ଏହି ଲଜ୍ଜାଜନକ ଘଟଣାରେ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତି ଦାବି କରି ବିରୋଧୀ ଦଳର ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ । ତେବେ ପାର୍ଲିଆମେଣ୍ଟ ବାହାରେ ପ୍ରଧାନମନ୍ତ୍ରୀ ମଣିପୁର ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଯାହା ଘଟିଛି ତାହାକୁ କୌଣସି ସଭ୍ୟ ସମାଜ ଗ୍ରହଣ କରିବେନି । ସମଗ୍ର ଘଟଣାରେ ୧୪୦ କୋଟି ଭାରତୀୟଙ୍କ ଇଜ୍ଜତ ଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଦୋଷୀଙ୍କୁ ଛଡ଼ାଯିବନି ବୋଲି ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ମଣିପୁର ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଘଟଣାଟି ଅତ୍ୟନ୍ତ ବିଚଳିତ କଲା ଭଳି । ଏହା ଆଦୌ ଗ୍ରହଣୀୟ ନୁହେଁ । ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସୁପ୍ରିମକୋର୍ଟ ନିଜ ଆଡୁ ମାମଲାରେ ହସ୍ତକ୍ଷେପ କରିବ ବୋଲି ମୁଖ୍ୟ ବିଚାରପତି ଚେତାବନୀ ଦେଇଛନ୍ତି ।

Previous Post

ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକ, ସରପଞ୍ଚଙ୍କ ସହ ପାଣ୍ଡିଆନଙ୍କ ମାରାଥନ ବୈଠକ

Next Post

ବର୍ଷାରେ ଭିଜି ଲୋକଙ୍କୁ ଭେଟିଲେ

Next Post
ବର୍ଷାରେ ଭିଜି ଲୋକଙ୍କୁ ଭେଟିଲେ

ବର୍ଷାରେ ଭିଜି ଲୋକଙ୍କୁ ଭେଟିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19058 shares
    Share 7623 Tweet 4765
  • ନବୀନ..ନବୀନ, ମୋହନ..ମୋହନ

    16582 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5779 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5464 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA