Friday, June 26, 2026 03:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବରଙ୍ଗପୁରରେ ଗଡ଼ିଲା ଲକ୍ଷ୍ମୀ ବସ୍

by Our Correspondent
30 Nov, 2023- 07:38 PM
in Latest News, News
1 min read
0
ନବରଙ୍ଗପୁରରେ ଗଡ଼ିଲା ଲକ୍ଷ୍ମୀ ବସ୍

ଭୁବନେଶ୍ୱର: ନବରଙ୍ଗପୁରକୁ ଗଡ଼ିଛି ଲକ୍ଷ୍ମୀ ବସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। ଏଥିରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନାର ଦାୟିତ୍ୱ ଦିଆଯାଇଛି। ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ। ନବରଙ୍ଗପୁରରେ ୪୪ଟି ବସ୍ ୧୦ଟି ବ୍ଲକର ସବୁ ପଞ୍ଚାୟତକୁ ଯୋଡିବ।

ଏହି ଅବସରରେ ଉଦ୍‌ବୋଧନ ଦେଇ ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ଯେ ଦୁର୍ଗମ ଅଞ୍ଚଳରେ ଗମନାଗମନ ଏକ ବଡ ସମସ୍ୟା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତରୁ ଲୋକଙ୍କ ଯିବା ଆସିବାର ଅସୁବିଧା ବିଷୟରେ ମୁଁ ଜାଣିବା ପରେ ଆମର ଏହି ଲକ୍ଷ୍ମୀ ଯୋଜନା ଆରମ୍ଭ କରାଗଲା। ଲକ୍ଷ୍ମୀ ଯୋଜନାରେ ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ଆପଣଙ୍କ ଗାଁ ଏବେ ଯୋଡି ହେଲା । ଏହା ଦ୍ୱାରା ଗ୍ରାମାଞ୍ଚଳରେ ସାମାଜିକ ସଂପର୍କ ମଜବୁତ୍ ହେବା ସହିତ ଅର୍ଥନୀତି ମଧ୍ୟ ଆହୁରି ସୁଦୃଢ ହେବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ ଲୋକମତକୁ ସମ୍ମାନ ଦେବା ମୋ ସରକାରର ହଲ୍‌ମାର୍କ। ଆମର ସବୁ ଯୋଜନା ଲୋକମତ ଆଧାରରେ କାର୍ଯ୍ୟକାରୀ ହେଉଛି। ଲକ୍ଷ୍ମୀ ବସ୍ ଠାରୁ ଆରମ୍ଭକରି, ଆମ ବ୍ୟାଙ୍କ, ଆମ ଓଡିଶା ନବୀନ ଓଡିଶା ଏବଂ ମଠ, ମନ୍ଦିର ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଟଙ୍କା ମଞ୍ଜୁରି- ସବୁ କାମ ଲୋକମାନଙ୍କର ପ୍ରସ୍ତାବ ଅନୁଯାୟୀ କରାଯାଇଛି।

ସେ ପୁଣି କହିଥିଲେ ଯେ ଲକ୍ଷ୍ମୀ ବସ୍ ଯୋଗୁ ସମସ୍ତେ ସୁବିଧାରେ ନିଜ କାମରେ ବିଭିନ୍ନ ଜାଗାକୁ ଯାଇପାରିବେ। ଏହା ଦ୍ୱାରା ସାମାଜିକ, ଅର୍ଥନୈତିକ ବିକାଶ ଘଟିବ। ଏହା ମାଧ୍ୟମରେ ଆପଣଙ୍କ ଘରକୁ ମା’ ଲକ୍ଷ୍ମୀ ଆସିବେ। ଘରେ ଘରେ ଖୁସି ଓ ଆନନ୍ଦ ଆସିବ ବୋଲି ସେ କହିଥିଲେ।

ଯୋଗାଯୋଗ ହେଉଛି ବିକାଶର ଆଧାର। ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହିତ ଯୋଡିବ। ଆମର ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ଏହା ରୂପାନ୍ତର ଆଣିବ। ଗାଁ କୁ ଗାଁ ସହିତ ଯୋଡିବ। ଲୋକଙ୍କ ସାମାଜିକ ସମ୍ପର୍କ ମଜବୁତ୍ ହେବ । ଘର ପାଖକୁ ଆସିବ ବସ୍। ପିଲାଙ୍କୁ ସ୍କୁଲ କଲେଜ ସହିତ ଯୋଡିବ। ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ରୋଗୀଙ୍କୁ ହସ୍ପିଟାଲ ଯିବା ପାଇଁ ସୁବିଧା ହେବ। ଗମନାଗମନ କ୍ଷେତ୍ରରେ ସୁବିଧା ଯୋଗାଇ ଦେଇ ବିଭିନ୍ନ କାମରେ ଲକ୍ଷ୍ମୀ ବସ୍ ହେବ ଆପଣଙ୍କ ସାରଥୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ନବରଙ୍ଗପୁର ପ୍ରତି ମୋର ସ୍ୱତନ୍ତ୍ର ଧ୍ୟାନ ରହିଛି ବୋଲି ପ୍ରକାଶକରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏବେ ନବରଙ୍ଗପୁରର ଭିତ୍ତିଭୂମି ବିକାଶ ପାଇଁ ବହୁତ କାମ ଚାଲିଛି। ରାସ୍ତାଘାଟ, ସେତୁ, ଜଳସେଚନ, ମେଗା ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ , ମକା ମିଶନ୍ ଆଦି ଅନେକ କାମ ଚାଲିଛି। ଆଗାମୀ ୩ ବର୍ଷ ମଧ୍ୟରେ ଜିଲ୍ଲାରେ ବ୍ୟାପକ ରୂପାନ୍ତର ଆସିବ ବୋଲି ସେ କହିଥିଲେ।

ଏହି ଅବସରରେ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ ଯେ ଆଜି ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ଆମେ ସମସ୍ତେ ଯେତେବେଳେ ମା’ ଲକ୍ଷ୍ମୀଙ୍କୁ ପୂଜା କରି ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରୁଛୁ, ସେତେବେଳେ ମୁଖ୍ୟମନ୍ତ୍ରୀ ଆଜି ଆମ ସମସ୍ତଙ୍କ ପାଇଁ ଘରେଘରେ ଲକ୍ଷ୍ମୀ ଆଣିଛନ୍ତି। ପରିବହନ ସେବା ଆଜି ଡୋରଷ୍ଟେପ୍‌ରେ ପହଞ୍ଚିଛି। ଓଡିଶାରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ବିଶେଷ କରି ମା’ମାନଙ୍କ ଅବସ୍ଥାରେ ରୂପାନ୍ତର ଆସିଛି। ୩୦ ବର୍ଷ ତଳକୁ ଦେଖିଲେ ଆଜି ମା’ମାନଙ୍କ ସ୍ଥିତିରେ ଯେଉଁ ପରିବର୍ତ୍ତନ ଆସିଛି, ତାହା କେହି ଚିନ୍ତା କରିନଥିଲେ। ମା’ମାନଙ୍କର ଏହି ରୂପାନ୍ତର ଶ୍ରେୟ କେବଳ ମୁଖ୍ୟମନ୍ତ୍ରୀଙ୍କର ବୋଲି ସେ କହିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ ଓ ଜିଲ୍ଲା ପରିଷଦ ସଭାପତି ମୋତିରାମ ନାୟକ ପ୍ରମୁଖ ନିଜର ବ୍ୟକ୍ତବ୍ୟ ରଖି ଲକ୍ଷ୍ମୀ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜଣାଇଥିଲେ। ମହିଳା, ଛାତ୍ରଛାତ୍ରୀ, ଭିନ୍ନକ୍ଷମମାନଙ୍କୁ ମାତ୍ର ୫ ଟଙ୍କାରେ ଗମନାଗମନ ସୁବିଧା କରାଯାଇଛି, ଏହା ନିଶ୍ଚିତ ଭାବରେ ସମସ୍ତଙ୍କ ପାଇଁ ବହୁତ ସୁବିଧା ଆଣିବ। 5T ଅଧ୍ୟକ୍ଷ ଯେଭଳି ଦିନରାତି ପରିଶ୍ରମ କରି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରୁଛନ୍ତି, ତାହାର ତୁଳନା ନାହିଁ ବୋଲି ସେମାନେ କହିଥିଲେ।

Previous Post

ପୌର ଉପନିର୍ବାଚନରେ ବିଜେଡି ବିଜୟୀ

Next Post

୧୧୪୦ କୋଟିର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ

Next Post
୧୧୪୦ କୋଟିର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ

୧୧୪୦ କୋଟିର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA